ତ୍ରିଲୋଚନ ବେହେରା

ଉଇକିପିଡ଼ିଆ‌ରୁ
ତ୍ରିଲୋଚନ ବେହେରା
ବିଧାୟକ: ୧୨ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୦ – ୨୦୦୪
ପୂର୍ବ ଅଧିକାରୀବିଜୟ ମହାପାତ୍ର
ପର ଅଧିକାରୀଅତନୁ ସବ୍ୟସାଚୀ ନାୟକ
ନିର୍ବାଚନ ମଣ୍ଡଳୀପାଟକୁରା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1944-03-27)ମାର୍ଚ୍ଚ ୨୭, ୧୯୪୪
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳସର୍ବଭାରତୀୟ ତୃଣମୂଳ କଂଗ୍ରେସ
ଜୀବନ ସାଥୀଅମ୍ବିକା ବେହେରା
ବାପା/ବୋଉଭିକାରୀ ଚରଣ ବେହେରା (ବାପା)
ବୃତ୍ତିରାଜନୀତିଜ୍ଞ

ତ୍ରିଲୋଚନ ବେହେରା (ଜନ୍ମ: ୨୭ ମାର୍ଚ୍ଚ ୧୯୪୪) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ସର୍ବଭାରତୀୟ ତୃଣମୂଳ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ତ୍ରିଲୋଚନ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୨୦୦୦ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ପାଟକୁରା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ତ୍ରିଲୋଚନ ବେହେରା ୧୯୪୪ ମସିହାର ମାର୍ଚ୍ଚ ମାସ ୨୭ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଭିକାରୀ ଚରଣ ବେହେରା ଏବଂ ପତ୍ନୀଙ୍କ ନାମ ଅମ୍ବିକା ବେହେରା ।[୧] ତ୍ରିଲୋଚନଙ୍କର ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ୍ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ତ୍ରିଲୋଚନ ବେହେରା ଓଡ଼ିଶା ରାଜନୀତିରେ ସର୍ବଭାରତୀୟ ତୃଣମୂଳ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।[୧]


ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "Shri Trilochan Behera". odishaassembly.nic.in. Odisha Assembly. Retrieved 29 March 2020.