ଦୀନବନ୍ଧୁ ସାହୁ

ଉଇକିପିଡ଼ିଆ‌ରୁ
ଦୀନବନ୍ଧୁ ସାହୁ
ବିଧାୟକ: ୨ୟ ଓଡ଼ିଶା ବିଧାନ ସଭା (ସ୍ୱାଧୀନତା ପୂର୍ବରୁ)
କାର୍ଯ୍ୟକାଳ
୧୯୪୬ – ୧୯୫୨
ନିର୍ବାଚନ ମଣ୍ଡଳୀକେନ୍ଦ୍ରୀୟ କେନ୍ଦ୍ରାପଡ଼ା
ବିଧାୟକ: ୧ମ, ୨ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୨ – ୧୯୬୧
ପର ଅଧିକାରୀଧୃବ ଚରଣ ସାହୁ
ନିର୍ବାଚନ ମଣ୍ଡଳୀକେନ୍ଦ୍ରାପଡ଼ା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1910-10-10)ଅକ୍ଟୋବର ୧୦, ୧୯୧୦
ମୃତ୍ୟୁ୭ ଅକ୍ଟୋବର ୧୯୮୦(1980-10-07) (ବୟସ ୬୯)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ବାପା/ବୋଉସୋବେନି ସାହୁ (ବାପା)
ବୃତ୍ତିରାଜନୀତିଜ୍ଞ

ଦୀନବନ୍ଧୁ ସାହୁ (୧୦ ଅକ୍ଟୋବର ୧୯୧୦ - ୭ ଅକ୍ଟୋବର ୧୯୮୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଏବଂ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ଦୀନବନ୍ଧୁ ଓଡ଼ିଶା ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଥିଲେ । ୧୯୪୬ ମସିହାରେ ସ୍ୱାଧୀନତା ପୂର୍ବର ୨ୟ ଓଡ଼ିଶା ବିଧାନ ସଭା ନିର୍ବାଚନଙ୍କୁ ସେ କେନ୍ଦ୍ରୀୟ କେନ୍ଦ୍ରାପଡ଼ାରୁ ନିର୍ବାଚିତ ହୋଇଥିଲେ । ଏହାପରେ ଭାରତ ସ୍ୱାଧୀନତ ହେବାପରେ ସେ ୧୯୫୨ ଓ ୧୯୫୭ ମସିହାରେ ଓଡ଼ିଶାରେ ହୋଇଥିବା ନିର୍ବାଚନରେ ସେ କେନ୍ଦ୍ରାପଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧ମ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ଦୀନବନ୍ଧୁ ସାହୁ ୧୯୧୦ ମସିହାର ଅକ୍ଟୋବର ମାସ ୧୦ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ ସୋବେନି ସାହୁ ।[୧] ଦୀନବନ୍ଧୁଙ୍କର ପେଶାରେ ଜଣେ ଓକିଲ ଥିଲେ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ଦୀନବନ୍ଧୁ ସାହୁ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଏବଂ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୧]


ମୃତ୍ୟୁ[ସମ୍ପାଦନା]

ଦୀନବନ୍ଧୁ ସାହୁ ୧୯୮୦ ମସିହାର ଅକ୍ଟୋବର ମାସ ୭ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Shri Dinabandhu Sahoo". odishaassembly.nic.in. Odisha Assembly. Retrieved 23 December 2019.