ଲଖନପୁର

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଲଖନପୁର
village
Country India
Stateଓଡ଼ିଶା
Districtଝାରସୁଗୁଡ଼ା
Languages
Time zoneUTC+5:30 (IST)
ଯାନବାହାନ ପଞ୍ଚୀକରଣOD 23
Websiteodisha.gov.in

ଲଖନପୁର, ଭାରତୀୟ ରାଜ୍ୟ ଓଡ଼ିଶାର ଝାରସୁଗୁଡ଼ା ଜିଲ୍ଲାର ଏକ ତହସିଲ ।

ଭୌଗୋଳିକ ଅବସ୍ଥିତି [ସମ୍ପାଦନା]

ଲଖନପୁରର ଅବସ୍ଥିତି 21°46′0″N 83°46′0″E / 21.76667°N 83.76667°E / 21.76667; 83.76667[୧]

ଅବସ୍ଥିତି [ସମ୍ପାଦନା]

ଏହା ଜାତୀୟ ରାଜପଥ ୨୦୦ ଉପରେ ରହିଛି ।

ଜନସଂଖ୍ୟା[ସମ୍ପାଦନା]

୨୦୧୧ ଜାତୀୟ ଜନଗଣନା ଅନୁସାରେ ଲଖନପୁରର ଜନସଂଖ୍ୟା ୩,୨୧୨ ଥିଲା ।[୨] ଏହା ମଧ୍ୟରୁ ପୁରୁଷ ସଂଖ୍ୟା ୧,୬୧୩ ହୋଇଥିବା ବେଳେ ମହିଳା ସଂଖ୍ୟା ୧,୫୯୯ ଥିଲା ଓ ୬ବର୍ଷରୁ କମ ସଂଖ୍ୟା ଏଠାରେ ୨୭୨ ଥିଲା । ଲଖନପୁର ସହରର ସାକ୍ଷ୍ୟରତା ହାର ୭୭.୩୧%  ଥିଲା । ସହରରେ ପରିବାର ସଂଖ୍ୟା  ଥିଲା ୭୪୩ । ଏଠାରେ କୃଷକ ସମେତ ଶ୍ରମଜୀବୀ ସଂଖ୍ୟା ୧,୫୧୫ ହେଇଥିବା ବେଳେ ଅନୁସୂଚିତ ଜାତି ସଂଖ୍ୟା ୩୩୧ ଓ ଅନୁସୂଚିତ ଉପଜାତି ସଂଖ୍ୟା  ୧,୫୦୯ ଥିଲା । 

ଦର୍ଶନୀୟ ସ୍ଥାନ [ସମ୍ପାଦନା]

ଏଠାରେ ପଶ୍ଚିମ ଓଡ଼ିଶାର ଏକ ଦର୍ଶନୀୟ ସ୍ଥାନ କୋଇଲିଘୁଘର ଜଳପ୍ରପାତ ରହିଛି ।[୩] ଜଳପ୍ରପାତରେ ଅହିରାଜ ନାମକ ନଦୀ ଉପରୁ ୨୦୦ ଫୁଟ ଉଚ୍ଚରେ ଜଳପତ୍ତନ ହେଇଥାଏ । ଏହି ଅଞ୍ଚଳରେ ଘଞ୍ଚ ଅରଣ୍ୟ ରହିବା ସହ ଏହା ଏକ ପିକନିକ ସ୍ଥଳୀର ମାନ୍ୟତା ପାଇଛି । ଅହିରାଜ ନଦୀ ଏଠାରୁ ପ୍ରବାହିତ ହେଇ ମହାନଦୀରେ ପଶ୍ଚିମ ଦିଗରେ ମିଳିତ ହେଇଥାଏ । ଜଳପ୍ରପାତ ମଧ୍ୟରେ "ମହେଶ୍ୱରନାଥ" ନାମକ  ଏକ ଶିବ ଲିଙ୍ଗ ରହିଛି । ଲିଙ୍ଗ ଜଳରେ ବୁଡି ରହିଥାଏ । କିନ୍ତୁ ପ୍ରପାତ ନିକଟରେ ଆଉ ଏକ ଶିବ ଲିଙ୍ଗ ସ୍ଥାପନ କରାଯାଇ ଏକ ମନ୍ଦିର ନିର୍ମିତ ହୋଇଛି । କୋଇଲି ଘୁଘରଠାରେ ଶିବରାତ୍ରି ଦିନ ଏକ ବାର୍ଷିକ ମେଳାର ଆୟୋଜନ ହେଇଥାଏ ।  

ଆଧାର [ସମ୍ପାଦନା]

  1. http://www.maplandia.com/india/orissa/sambalpur/lakhanpur/ Map of Lakhanpur
  2. http://www.census2011.co.in/data/village/381010-lakhanpur-orissa.html
  3. "Koilighughar waterfall". jharsuguda.nic.in. ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ. Retrieved 30 August 2019.