Jump to content

କୋଇଲିଘୁଘର ଜଳପ୍ରପାତ

ଉଇକିପିଡ଼ିଆ‌ରୁ
କୋଇଲି ଘୁଘର

କୋଇଲିଘୁଘର ଓଡ଼ିଶାର ଝାରସୁଗୁଡା ଜିଲ୍ଲାରେ ଅବସ୍ଥିତ ଏକ ପର୍ଯ୍ୟଟନ ସ୍ଥାନ ।

ଅବସ୍ଥିତି 

[ସମ୍ପାଦନା]

ଜାତୀୟ ରାଜପଥ ୨୦୦ରେ ଗୋବିନ୍ଦପୁରରୁ ଝାରସୁଗୁଡା ରାୟପୁର ରାସ୍ତାରେ ଗଲେ କୋଇଲିଘୁଘର ଜଳପ୍ରପାତଠାରେ ପହଞ୍ଚି ହୁଏ । ଜାତୀୟ ରାଜପଥରୁ ୬ କିଲୋମିଟର ଅଭ୍ୟନ୍ତରକୁ ଜଙ୍ଗଲ ରାସ୍ତା ଦେଇ ଯିବାକୁ ହୁଏ । ଗୋବିନ୍ଦପୁର ଗ୍ରାମ ବେଲପାହାଡ ସହରରୁ ପ୍ରାୟ ୨୦ କିଲୋମିଟର ଦୂର । 

ଦର୍ଶନୀୟ ସ୍ଥାନ 

[ସମ୍ପାଦନା]

କୋଇଲି ଘୋଘର ଉଚ୍ଚତା ପ୍ରାୟ ୨୦୦ ମିଟର । ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଜଙ୍ଗଲ ଅଞ୍ଚଳରୁ ବାହାରି ଥିବା ଏହି ଚିରସ୍ରୋତା ନାଲାଟି ଅହିରାଜ (ବର୍ତ୍ତମାନ ଅହିଡା ନାଳା) ନାଲା ନାମରେ ସୁପରିଚିତ । ଏହାର ନାମ କରଣ ର ଅନେକ କିମ୍ବଦନ୍ତୀ ରହିଛି। କୋଇଲି ଘୋଘର ଠାରୁ ଜଳ ପ୍ରବାହିତ ହୋଇ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ସମରବଗା ଗ୍ରାମ ପଞ୍ଚାୟତ କୁଡ଼ାବଗା ଗାଁ ନିକଟରେ ମହାନଦୀରେ ମିଶୁଛି। ଯାହା ସ୍ଵଭାବ କବି ଗଙ୍ଗାଧର ମେହେର ଉଲ୍ଲେଖ କରିଛନ୍ତି। ଏହି ସ୍ଥାନଟି ପ୍ରକୃତିକ ସୌନ୍ଦଜ୍ୟରେ ପରିପୂର୍ଣ୍ଣ ହୋଇ ଥିବାରୁ ଅନେକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ । 

ମହେଶ୍ୱରନାଥ ମନ୍ଦିର 

[ସମ୍ପାଦନା]

ଜଳପ୍ରପାତ ମଧ୍ୟରେ ଆବିର୍ଭୂତ ହେଇଥିବା ଶିବଲିଙ୍ଗ ଅବସ୍ଥିତ । ଜଳ ପତ୍ତନ କାରଣରୁ ତାହା ଅନେକ ସମୟରେ ଦୃଷ୍ଟି ଗୋଚର ହେଇ ନ ଥାଏ । ତେଣୁ ଜଳଧାର ନିକଟରେ ମନ୍ଦିର ନିର୍ମାଣ କରି ଅନ୍ୟ ଏକ ଶିବଲିଙ୍ଗ ସ୍ଥାପନ କରା ଯାଇ ପୂଜାର୍ଚ୍ଚନା କରା ଯାଉଛି । 

ପର୍ବ ପର୍ବାଣି 

[ସମ୍ପାଦନା]

କୋଇଲିଘୁଘରଠାରେ ଥିବା ମହେଶ୍ୱରନାଥ ମନ୍ଦିରରେ ସବୁଠୁ ବଡ଼ ଉତ୍ଶବ ଭାବରେ ଶିବରାତ୍ରି ପାଳନ କରାଯାଏ । ଏହା ବ୍ୱ୍ୟତୀତ ଶ୍ରାବଣ ମାସରେ ବୋଲବମ ଭକ୍ତ ବହୁ ସଂଖ୍ୟାରେ ପ୍ରତି ସୋମବାର ଦିନ ଏଠାକୁ ଆସି ପୂଜା କରିଥାନ୍ତି ।  

ପିକନିକ ସ୍ଥଳ

[ସମ୍ପାଦନା]

ଉତ୍ତମ ପ୍ରକୃତିକ ସୁନ୍ଦରତା ସହ ଜଳପ୍ରପାତର ଝରଣା ଯୋଗୁ କୋଇଲିଘୁଘର ଝାରସୁଗୁଡା ତଥା ନିକଟ ବାରଟି ଜିଲ୍ଲାମାନଙ୍କ ପାଇଁ ଖୁବ ପସନ୍ଦର ପିକନିକ ସ୍ଥଳ ଭାବରେ ବିଖ୍ୟାତ । ପ୍ରତି ବର୍ଷ ପିକନିକ ଋତୁରେ ( ଦେସେମ୍ବର -ଜାନୁୟାରୀ ) ବହୁସଂଖ୍ୟକ ସ୍କୁଲ , କଲେଜ ଓ ଅନନ୍ୟ ଅନୁଷ୍ଠାନ ମାନ ଏଠାକୁ ପିକ୍ନିକ ପାଇଁ ଆସନ୍ତି । ଗମନା ଗମନର ସୁବିଧା , ନିକଟରେ ଜାଲ କଥାର ପର୍ଯ୍ୟାପ୍ତ ଉପଲବ୍ଧି ଯୋଗୁ ଏଠାରେ ପିକନିକ ଖୁବ ଆମୋଦକର ହେଇଥାଏ ।

ବାହ୍ୟ ଆଧାର 

[ସମ୍ପାଦନା]