ଓମ୍‌ଫେଡ଼୍

ଉଇକିପିଡ଼ିଆ‌ରୁ

ଓମ୍‌ଫେଡ୍‌ (ଓଡ଼ିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ସଂଘ ଲିଃ), ରାଷ୍ଟ୍ରୀୟ ଡେରୀ ବିକାଶ ବୋର୍ଡ (http://www.nddb.org) ସହିତ ଅନୁବନ୍ଧିତ ଓଡ଼ିଶାର ଏକ ଦୁଗ୍ଧ ସମବାୟ ସଂସ୍ଥା । ଏହି ସଂସ୍ଥା ଦୁଗ୍ଧ ଓ ଦୁଗ୍ଧଜାତ ପଦାର୍ଥ ଗୁଡିକର ଉତ୍ପାଦନ, ପ୍ରକ୍ରିୟାକରଣ ଓ ବିତରଣ ଦିଗରେ କାର୍ଯ୍ୟ କରିଥାଏ ।[୧]ରାଷ୍ଟ୍ରୀୟ ଡେରୀ ବିକାଶ ବୋର୍ଡର ଅପରେସନ ଫ୍ଳଡ କାର୍ଯ୍ୟକ୍ରମ[୨] ମାଧ୍ୟମରେ, ଓଡ଼ିଶାରେ ଏହି ସମବାୟ ସଂସ୍ଥାଟି ୧୯୮୦ ମସିହା ଅକ୍ଟୋବର ୦୧ ତାରିଖରେ ପ୍ରତିଷ୍ଠା କରାଯାଇଥିଲା ।[୩] ଓମ୍‌ଫେଡ୍‌, ସମବାୟ ସମିତି ଅଧିନିୟମ-୧୯୬୨ଦ୍ୱାରା ପଞ୍ଜିକୃତ[୪] ଓ ଏହାର ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ୱରଠାରେ ଅବସ୍ଥିତ । ପୁରୀ, କଟକ, ଢେଙ୍କାନାଳ, କେନ୍ଦୁଝର ଜିଲ୍ଲାରୁ ଆରମ୍ଭ ହୋଇ, ଓମ୍‌ଫେଡ୍‌ କ୍ରମେ ସମଗ୍ର ଓଡ଼ିଶାରେ ନିଜକୁ ପ୍ରତିଷ୍ଠା କରିସାରିଛି ।[୫] ଛୋଟ ଛୋଟ କିଓଷ୍କ ମାଧ୍ୟମରେ, ଓମ୍‌ଫେଡ୍‌ ନିଜର ବ୍ୟବସାୟ କରିଥାଏ । [୬]

ଉତ୍ପାଦିତ ପଦାର୍ଥ[ସମ୍ପାଦନା]

ଓମ୍‌ଫେଡ୍‌ଦ୍ୱାରା ଉତ୍ପାଦିତ ପ୍ରମୁଖ ପଦାର୍ଥଗୁଡ଼ିକ ହେଲା :

  • ଦୁଗ୍ଧ ଓ ଦୁଗ୍ଧଜାତ ପଦାର୍ଥ (ଦୁଗ୍ଧ, ଦହି, ପନିର, ଆଇସ୍କ୍ରିମ ଇତ୍ୟାଦି)
  • ଉଦ୍ୟାନ କୃଷି ପଦାର୍ଥ (ଫଳରସ, ଆଚାର, ସ୍କ୍ୱାସ ଇତ୍ୟାଦି)
  • କନ୍ଧମାଳରୁ ଆସୁଥିବା ପଦାର୍ଥ (ହଳଦୀ, ଶୋରିଷ, ମହୁ ଇତ୍ୟାଦି)
  • ଗୋଖାଦ୍ୟ

ଆଧାର[ସମ୍ପାଦନା]

  1. S. N. Tripathy (1 January 1998). Co-operatives for Rural Development. Discovery Publishing House. pp. 227–. ISBN 978-81-7141-428-4.
  2. Indian Cooperative Review. National Cooperative Union of India. 2004.
  3. R.K. Mishra (1 November 2007). Livestock-crop Production Systems And Livelihood Developmment. Atlantic Publishers & Dist. pp. 117–. ISBN 978-81-269-0823-3.
  4. Baidyanath Misra; Gyana Chandra Kar; Surendra Nath Misra (1 January 2002). Agro-industries and Economic Development: A Vision for the 21st Century. Deep & Deep. pp. 166–. ISBN 978-81-7629-369-3.
  5. Vision. Institute of Economic & Social Studies. 2000.
  6. The Cooperator. National Cooperative Union of India. 1990.

ବାହାର ଲିଙ୍କ[ସମ୍ପାଦନା]