ଶୈଳେନ ମହାପାତ୍ର

ଉଇକିପିଡ଼ିଆ‌ରୁ
ଶୈଳେନ ମହାପାତ୍ର
ବିଧାୟକ: ୬ଷ୍ଠ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୪ – ୧୯୭୭
ପୂର୍ବ ଅଧିକାରୀଚିନ୍ତାମଣି ଜେନା
ପର ଅଧିକାରୀପର୍ଶୁରାମ ପାଣିଗ୍ରାହୀ
ନିର୍ବାଚନ ମଣ୍ଡଳୀଶିମୂଳିଆ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1923-05-20)୨୦ ମଇ ୧୯୨୩
ମୃତ୍ୟୁ୨୧ ସେପ୍ଟେମ୍ବର ୧୯୮୧(1981-09-21) (ବୟସ ୫୮)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀସୁରମା ମହାପାତ୍ର
ସନ୍ତାନ୪ ପୁଅ, ୩ ଝିଅ
ବାପା/ବୋଉଜଗମୋହନ ମହାପାତ୍ର (ବାପା)
ବୃତ୍ତିରାଜନୀତିଜ୍ଞ

ଶୈଳେନ ମହାପାତ୍ର (୨୦ ମଇ ୧୯୨୩ - ୨୧ ସେପ୍ଟେମ୍ବର ୧୯୮୧) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଏବଂ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ୧୯୭୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଶିମୂଳିଆ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ଶିକ୍ଷା ଓ ପରିବାର[ସମ୍ପାଦନା]

ଶୈଳେନ ମହାପାତ୍ର ୧୯୨୩ ମସିହାର ମଇ ମାସ ୨୦ ତାରିଖରେ ବାଲେଶ୍ୱର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।[୨] ତାଙ୍କ ବାପାଙ୍କ ନାମ ଥିଲା ଜଗମୋହନ ମହାପାତ୍ର । ଶୈଳେନଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା କଳାରେ ସ୍ନାତକ ।[୧] ସେ ସୁରମା ମହାପାତ୍ରଙ୍କୁ ବିବାହ କରିଥିଲେ ।[୨] ଏହି ଦମ୍ପତ୍ତିଙ୍କର ୪ଜଣ ପୁଅ ଓ ୩ଜଣ ଝିଅ ଥିଲେ ।

ରାଜନୈତିକ ଜୀବନ[ସମ୍ପାଦନା]

ଶୈଳେନ ଛାତ୍ର ଜୀବନରେ ଭାରତୀୟ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳରେ ଯୋଗ ଦେଇଥିଲେ ।[୧] ୧୯୪୨ ମସିହାର ଭାରତ ଛାଡ଼ ଆନ୍ଦୋଳନ ସମୟରେ ତାଙ୍କୁ ଦୁଇ ବର୍ଷ କାରାଦଣ୍ଡ ହୋଇଥିଲା ।[୧] ସ୍ୱାଧୀନତା ପରେ ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ ।[୧]

୧୯୭୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ଶୈଳେନ ଶିମୂଳିଆ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ନିର୍ବାଚନରେ ଲଢ଼ିଥିଲେ ଏବଂ ନିର୍ବାଚନରେ ସେ ବିଜୟୀ ହୋଇ ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୩] ଏହି ବିଧାନ ସଭାରେ ସେ ୧୯୭୪ ମସିହାରୁ ୧୯୭୭ ମସିହାରେ ବିଧାନ ସଭା ଭଙ୍ଗ ହେବାଯାଏଁ କାର୍ଯ୍ୟ କରିଥିଲେ ।[୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Late Sailen Mohapatra". odishaassembly.nic.in. Odisha Assembly. Retrieved 25 April 2019.
  2. ୨.୦ ୨.୧ "MLA Sailen Mohapatra Profile | SIMULIA Constituency". naveenpatnaik.com. Archived from the original on 2017-10-28. Retrieved 2019-04-25.
  3. ୩.୦ ୩.୧ "MLA Sailen Mohapatra Profile | SIMULIA Constituency". www.odishahelpline.com. Retrieved 2019-04-25.