ଅଞ୍ଜଳି ବେହେରା

ଉଇକିପିଡ଼ିଆ‌ରୁ
ଅଞ୍ଜଳୀ ବେହେରା
ବିଧାୟିକା: ୧୨ଶ, ୧୩ଶ, ୧୪ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୦ – ୨୦୧୪
ପୂର୍ବ ଅଧିକାରୀମହେଶ ନାୟକ
ପର ଅଧିକାରୀସୀମାରାଣୀ ନାୟକ
ନିର୍ବାଚନ ମଣ୍ଡଳୀହିନ୍ଦୋଳ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1972-05-04)୪ ମଇ ୧୯୭୨
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀଲକ୍ଷ୍ମୀଧର ବେହେରା
ସନ୍ତାନ୨ ପୁଅ
ବାପା/ବୋଉତ୍ରିନାଥ ନାୟକ (ବାପା)
ବୃତ୍ତିରାଜନୀତିଜ୍ଞ

ଅଞ୍ଜଳି ବେହେରା (ଜନ୍ମ: ୪ ମଇ ୧୯୭୨) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାକୁ ଜଣେ ବିଧାୟିକା ଭାବରେ ନିର୍ବାଚିତ ହୋଇଥିଲେ । ଅଞ୍ଜଳି ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳ ସହ ସକ୍ରିୟ ଅଛନ୍ତି । ସେ ପ୍ରଥମେ ୨୦୦୪ ମସିହାରେ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ପରବର୍ତ୍ତୀ ସମୟରେ ୨୦୦୪ ଓ ୨୦୦୯ ମସିହାରେ ଯଥାକ୍ରମେ ୧୩ଶ ଓ ୧୪ଶ ସଭା ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧] ୨୦୦୯ ମସିହାରେ ଅଞ୍ଜଳି ନବୀନ ପଟ୍ଟନାୟକଙ୍କର ୩ୟ ମନ୍ତ୍ରୀମଣ୍ଡଳରେ ପ୍ରଥମଥର ପାଇଁ ମନ୍ତ୍ରୀ ହୋଇଥିଲେ । ସେ ପ୍ରଥମେ ରାଜ୍ୟ ବୟନଶିଳ୍ପ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ମହିଳା ଓ ଶିଶୁ ବିକାଶ କଲ୍ୟାଣ ମନ୍ତ୍ରୀ ଭାବରେ ୨୦୧୨ ମସିହାଯାଏଁ କାର୍ଯ୍ୟ କରିଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ଅଞ୍ଜଳି ବେହେରା ୧୯୭୨ ମସିହାର ମଇ ମାସ ୪ ତାରିଖରେ ଢେଙ୍କାନାଳ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।[୨] ତାଙ୍କ ବାପାଙ୍କ ନାମ ତ୍ରିନାଥ ନାୟକ । ସେ କଳାରେ ସ୍ନାତକ କରିଛନ୍ତି ।[୨] ସେ ଲକ୍ଷ୍ମୀଧର ବେହେରାଙ୍କୁ ବିବାହ କରିଥିଲେ ।[୩] ଏହି ଦମ୍ପତ୍ତିଙ୍କର ଦୁଇଟି ପୁଅ ଅଛନ୍ତି । ଅଞ୍ଜଳିଙ୍କର ବାପା ତ୍ରିନାଥ ନାଏକ ହିନ୍ଦୋଳ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଆସନରୁ ତିନିଥର ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧] ସେ ଜନତା ଦଳର ପ୍ରତିନିଧି ଭାବରେ ୧୯୭୭ ମସିହାରେ ପ୍ରଥମଥର ପାଇଁ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୪] ଏହା ପୂର୍ବରୁ ସେ ଜିଲ୍ଲାସ୍ତରରେ ବିଭିନ୍ନ ପଦବୀରେ କାର୍ଯ୍ୟ କରିଥିଲେ । ୭ମ ଓଡ଼ିଶା ବିଧାନ ସଭା ପରେ ତ୍ରିନାଥ ୧୯୮୦ ମସିହାରେ ଓ ୧୯୯୦ ମସିହାରେ ଓଡ଼ିଶା ବିଧାନ ସଭାର ଯଥାକ୍ରମେ ୮ମ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୪] ୧୦ମ ଓଡ଼ିଶା ବିଧାନ ସଭାରେ ସେ ହିନ୍ଦୋଳ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଥିବାବେଳେ ୧୯୯୨ ତାଙ୍କର ମୃତ୍ୟୁ ହୋଇଥିଲା ।[୪]

ରାଜନୈତିକ ଜୀବନ[ସମ୍ପାଦନା]

ଅଞ୍ଜଳି ଓଡ଼ିଶାରେ ବିଜୁ ଜନତା ଦଳର ଗଠନ ହେବାପରେ ସେଥିରେ ଯୋଗ ଦେଇଥିଲେ ଏବଂ ୨୦୦୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ହିନ୍ଦୋଳ ନିର୍ବାଚନ ମଣ୍ଡଳୀରୁ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୨] ଏହି ବିଧାନ ସଭାରେ ସେ ୨୦୦୦ ମସିହାରୁ ୨୦୦୪ ମସିହାରେ ବିଜୁ ଜନତା ଦଳର ସରକାର ଭଙ୍ଗ ହେବାଯାଏଁ ଚାରି ବର୍ଷ ଧରି କାର୍ଯ୍ୟ କରିଥିଲେ ।

ଏହାର ପରବର୍ତ୍ତୀ ନିର୍ବାଚନରେ ୨୦୦୪ ମସିହାରେ ଅଞ୍ଜଳି ପୁଣିଥରେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ହିନ୍ଦୋଳ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ଅଞ୍ଜଳି ବିଜୟୀ ହୋଇ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୫] ଏହି ବିଧାନ ସଭାରେ ସେ ୨୦୦୪ ମସିହାରୁ ୨୦୦୯ ମସିହାଯାଏଁ କାର୍ଯ୍ୟ କରିଥିଲେ ।

୨୦୦୯ ଓଡ଼ିଶା ବିଧାନ ସଭା ନିର୍ବାଚନରେ ଅଞ୍ଜଳି ବିଜୁ ଜନତା ଦଳର ପ୍ରତିନିଧି ଭାବରେ ହିନ୍ଦୋଳ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୬୦,୨୯୧ ଖଣ୍ଡ ଭୋଟ ପାଇ ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୨] ଏହି ବିଧାନ ସଭାରେ ସେ ୨୦୦୯ ମସିହାରୁ ୨୦୧୪ ମସିହାଯାଏଁ କାର୍ଯ୍ୟ କରିଥିଲେ ।

ଅଞ୍ଜଳି ୨୦୦୯ ମସିହାରେ ପ୍ରଥମ ଥର ପାଇଁ ଓଡ଼ିଶା ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିଲେ । ନବୀନ ପଟ୍ଟନାୟକଙ୍କର ୩ୟ ମନ୍ତ୍ରୀମଣ୍ଡଳରେ ସେ ୨୨ ମଇ ୨୦୦୯ରେ ରାଜ୍ୟ ବୟନଶିଳ୍ପ ଓ ହସ୍ତତନ୍ତ ମନ୍ତ୍ରୀ ଭାବରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ଏହି ବିଭାଗରେ ସେ ୧୦ ମଇ ୨୦୧୧ ମସିହାଯାଏଁ କାର୍ଯ୍ୟ କରିଥିଲେ ।[୧] ୧୦ ମଇ ୨୦୧୧ରୁ ସେ ମହିଳା ଓ ଶିଶୁ ବିକାଶ କଲ୍ୟାଣ ବିଭାଗର ମନ୍ତ୍ରୀ ଭାବରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ[୬] ଏବଂ ୧ ଜୁନ ୨୦୧୨ ଯାଏଁ ସେ ଏହି ବିଭାଗର ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୧]

୨୦୧୪ ଓଡ଼ିଶା ବିଧାନ ସଭା ନିର୍ବାଚନରେ ଅଞ୍ଜଳିଙ୍କୁ ବିଜୁ ଜନତା ଦଳର ପକ୍ଷରୁ ପ୍ରାର୍ଥୀ କରାଯାଇନଥିଲା, ଫଳରେ ସେ ହିନ୍ଦୋଳ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ ।[୭] ମାତ୍ର ଏହି ନିର୍ବାଚନରେ ସେ ବିଜୟୀ ହୋଇପାରିନଥିଲେ ।

ବିଧାନ ସଭା ସଭ୍ୟ ବିବରଣୀ[ସମ୍ପାଦନା]

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୨୦୦୦ ୨୦୦୪ ସଭ୍ୟ, ୧୨ଶ ଓଡ଼ିଶା ବିଧାନ ସଭା ହିନ୍ଦୋଳ ବିଜୁ ଜନତା ଦଳ
୨୦୦୪ ୨୦୦୯ ସଭ୍ୟ, ୧୩ଶ ଓଡ଼ିଶା ବିଧାନ ସଭା ହିନ୍ଦୋଳ ବିଜୁ ଜନତା ଦଳ
୨୦୦୯ ୨୦୧୪ ସଭ୍ୟ, ୧୪ଶ ଓଡ଼ିଶା ବିଧାନ ସଭା ହିନ୍ଦୋଳ ବିଜୁ ଜନତା ଦଳ

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "Smt. Anjali Behera". odishaassembly.nic.in. Odisha Assembly. Retrieved 5 March 2019.
  2. ୨.୦ ୨.୧ ୨.୨ ୨.୩ "MLA Anjali Behera Profile | HINDOL Constituency". odishahelpline.com. Retrieved 2019-03-05.
  3. "Anjali Behera(Independent(IND)):Constituency- HINDOL(DHENKANAL) - Affidavit Information of Candidate:". myneta.info. Retrieved 2019-03-05.
  4. ୪.୦ ୪.୧ ୪.୨ "Late Trinath Naik". odishaassembly.nic.in. Retrieved 2019-03-05.
  5. http://eci.nic.in/eci_main/StatisticalReports/AE2009/stat_OR_April2009.pdf
  6. "Goons at CM house scared me: Anjali Behera - Times of India". The Times of India. Retrieved 2019-03-05.
  7. Bureau, Odisha Sun Times. "Anjali Behera joins fray as Independent, rebels galore in BJD | OdishaSunTimes.com" (in ଆମେରିକୀୟ ଇଂରାଜୀ). Retrieved 2019-03-05.