ମମତା ମାଢ଼ୀ

ଉଇକିପିଡ଼ିଆ‌ରୁ
ମମତା ମାଢ଼ୀ
ବିଧାୟିକା: ୧୨ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୦ – ୨୦୦୪
ପୂର୍ବ ଅଧିକାରୀଗଙ୍ଗାଧର ମାଢ଼ୀ
ପର ଅଧିକାରୀପ୍ରହଲାଦ ଦୋରା
ନିର୍ବାଚନ ମଣ୍ଡଳୀଚିତ୍ରକୋଣ୍ଡା
ବିଧାୟିକା: ୧୪ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୯ – ୨୦୧୪
ପୂର୍ବ ଅଧିକାରୀପ୍ରହଲାଦ ଦୋରା
ପର ଅଧିକାରୀଡମ୍ବରୁ ଶିଶା
ନିର୍ବାଚନ ମଣ୍ଡଳୀଚିତ୍ରକୋଣ୍ଡା
ବ୍ୟକ୍ତିଗତ ସବିଶେଷ
ଜନ୍ମ (1971-12-11) ୧୧ ଡିସେମ୍ବର ୧୯୭୧ (ବୟସ ୫୨)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀନବ କିଶୋର ମାଢ଼ୀ
ସନ୍ତାନ୧ ପୁଅ
ବାପା/ବୋଉରାମଚନ୍ଦ୍ର ଖରା (ବାପା)
ବୃତ୍ତିରାଜନୀତିଜ୍ଞ

ମମତା ମାଢ଼ୀ (ଜନ୍ମ: ୧୧ ଡିସେମ୍ବର ୧୯୭୧) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ୧୨ଶ୧୪ଶ ଓଡ଼ିଶା ବିଧାନ ସଭାରେ ଚିତ୍ରକୋଣ୍ଡା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜାତୀୟ କଂଗ୍ରେସ ଦଳର ପ୍ରତିନିଧି ଭାବରେ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧] ୨୦୦୯ ଓଡ଼ିଶା ସାଧାରଣ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ଦଳର ପାର୍ଥୀ ମମତା ମାଢ଼ୀ ଏବଂ ବିଜୁ ଜନତା ଦଳର ପାର୍ଥୀ ଡମ୍ବରୁ ଶିଶାଙ୍କ ମଧ୍ୟରେ ଲଢ଼େଇ ଜୋରଦାର ହୋଇଥିଲା ଏବଂ ମାତ୍ର ୨୫୦ ଖଣ୍ଡ ଭୋଟରେ ଡମ୍ବରୁ ଶିଶାଙ୍କୁ ପରାଜିତ କରି ମମତା ମାଢ଼ୀ ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୨]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ମମତା ମାଢ଼ୀ ୧୯୭୧ ମସିହାର ଡିସେମ୍ବର ମାସ ୧୧ ତାରିଖରେ ମାଲକାନଗିରି ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଥିଲେ ରାମଚନ୍ଦ୍ର ଖରା ।[୧] ସେ କମ୍ପ୍ୟୁଟର ସଫ୍ଟୱେୟାରରେ ଡିପ୍ଲୋମା କରିଥିଲେ ଏବଂ ପରେ ୧୯୯୩ରୁ ୧୯୯୫ ଯାଏଁ ଜୟପୁରର ସରକାରୀ ମହିଳା ମହାବିଦ୍ୟାଳୟରେ ଗୃହ ବିଜ୍ଞାନ ବିଭାଗରେ ପଢ଼ିଥିଲେ ଏବଂ ସେ ଏଠାରୁ ସ୍ନାତକ କରିଥିଲେ ।[୩] ପରବର୍ତ୍ତୀ ସମୟରେ ସେ ଜଣେ କୃଷିବିତ୍ ଭାବରେ କାର୍ଯ୍ୟ କରୁଥିଲେ ।[୧] ମମତା ନବ କିଶୋର ମାଢ଼ୀଙ୍କୁ ବିବାହ କରିଥିଲେ । ଏହି ଦମ୍ପତିଙ୍କର ଗୋଟିଏ ପୁଅ ଅଛି ।

ରାଜନୈତିକ ଜୀବନ[ସମ୍ପାଦନା]

ମମତା ୨୦୦୦ ମସିହାରେ ପ୍ରଥମ ଥର ପାଇଁ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୨୦୦୦ ଓଡ଼ିଶା ବିଧାନ ସଭା ନିର୍ବାଚନରେ ମମତା ଭାରତୀୟ ଜାତୀୟ କଂଗ୍ରେସ ଦଳର ପ୍ରତିନିଧି ଭାବରେ ଚିତ୍ରକୋଣ୍ଡା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୪] ଏହି ବିଧାନ ସଭାରେ ସେ ପରିବେଶ, ମହିଳା ଓ ଶିଶୁ ବିକାଶ, ପାଠାଗାର କମିଟି ଆଦିର ଜଣେ ସଭ୍ୟା ଭାବରେ ୨୦୦୦ ମସିହାରୁ ୨୦୦୧ ମସିହାଯାଏଁ କାର୍ଯ୍ୟ କରିଥିଲେ ।[୧]

ମମତା ପୁଣିଥରେ ୨୦୦୯ ଓଡ଼ିଶା ବିଧାନ ସଭା ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ଦଳର ପ୍ରତିନିଧି ଭାବରେ ଚିତ୍ରକୋଣ୍ଡା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଓଡ଼ିଶା ବିଧାନ ସଭା୧୪ଶ ସଭାକୁ ନିର୍ବାଚିତ ହୋଇଥିଲେ ।[୧][୫] ଏହି ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସର ପାର୍ଥୀ ଓ ବିଜୁ ଜନତା ଦଳର ପାର୍ଥୀ ମଧ୍ୟରେ ଲଢ଼େଇ ଜୋରଦାର ହୋଇଥିଲା । ମମତା ସମୁଦାୟ ୨୨,୮୨୨ଟି ଭୋଟ ପାଇ ପ୍ରଥମ ସ୍ଥାନରେ ରହିଥିଲେ ଏବଂ ବିଜୁ ଜନତା ଦଳର ପାର୍ଥୀ ଡମ୍ବରୁ ଶିଶା ସମୁଦାୟ ୨୨,୫୬୨ ଖଣ୍ଡ ଭୋଟ ପାଇ ୨ୟ ସ୍ଥାନରେ ଥିଲେ । ଉଭୟଙ୍କ ମଧ୍ୟରେ ଭୋଟର ଶତକଡ଼ାର ଅନ୍ତର ଥିଲା ୦.୩୧ ପ୍ରତିଶତ ।[୨][୬] ମାତ୍ର ୨୦୧୪ ଓଡ଼ିଶା ସାଧାରଣ ନିର୍ବାଚନରେ ମମତା ନିର୍ବାଚନ ଲଢ଼ିନଥିଲେ ଏବଂ ପୂର୍ବଥର ୨୫୦ ଖଣ୍ଡ ଭୋଟର ନିର୍ବାଚନ ହାରିଯାଇଥିବା ଡମ୍ବରୁ ଶିଶା ଏହି ନିର୍ବାଚନ ଜିତି ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୨][୭][୮][୯]

୨୦୧୧ ମସିହାରେ ମାଲକାନାଗିରି ଜିଲ୍ଲାର ଜିଲ୍ଲାପାଳ ଏବଂ କନିଷ୍ଠ ଯନ୍ତ୍ରୀଙ୍କୁ ମାଓବାଦୀମାନେ ଅପହରଣ କରିନେଇଥିଲେ । ସେହି ସମୟରେ ସେ ସେମାନଙ୍କର ମୁକ୍ତି ପାଇଁ ସରକାର ଏବଂ ମାଓବାଦୀଙ୍କୁ ଅନୁରୋଧ କରିଥିଲେ ଓ ଓଡ଼ିଶା ବିଧାନ ସଭାରେ ସେ କାର୍ଡ଼ବୋର୍ଡ଼ ଧରି ଅନଶନ କରିଥିଲେ ।[୧୦]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Smt. Mamta Madhi". odishaassembly.nic.in. Odisha Assembly. Retrieved 18 February 2019.
  2. ୨.୦ ୨.୧ ୨.୨ http://eci.nic.in/eci_main/StatisticalReports/AE2009/stat_OR_April2009.pdf
  3. "MLA Mamta Madhi Profile | CHITRAKONDA Constituency". naveenpatnaik.com. Archived from the original on 2022-09-20. Retrieved 2019-02-20.
  4. "Chitrakonda Elections Results 2014, Current MLA, Candidate List of Assembly Elections in Chitrakonda, Orissa". www.elections.in. Retrieved 2019-02-20.
  5. "Polling Booths in Chitrakonda (Orissa) Assembly Constituency". www.elections.in. Retrieved 2019-02-20.
  6. "Orissa Election Result 2009 With Vote Margin". leadtech.in. Archived from the original on 2013-05-27. Retrieved 17 March 2014. 260
  7. "Constituency Wise odisha Assembly Election result 2014". Retrieved 2 September 2014.
  8. "Odisha - Chitrakonda". Election Commission of India. Retrieved 1 September 2014.[permanent dead link]
  9. "Orissa Assembly Election 2014 Constituency: Chitrakonda (147)". EmpoweringIndia.org. Retrieved 1 September 2014.
  10. "MLA makes silent appeal in assembly for kidnapped Collector". Zee News (in ଇଂରାଜୀ). 2011-02-19. Retrieved 2019-02-20.