ବ୍ରୋଙ୍କିଓଲାଇଟିସ

ଉଇକିପିଡ଼ିଆ‌ରୁ
ବ୍ରୋଙ୍କିଓଲାଇଟିସ (Bronchiolitis)
ବ୍ରୋଙ୍କିଓଲାଇଟିସ ରୋଗ ଥିବା ଗୋଟିଏ ପିଲାର ଏକ୍ସ-ରେ ଚିତ୍ର
ବିଭାଗଆଶୁ ଚିକିତ୍ସା (Emergency medicine, ଶିଶୁ ରୋଗ ବିଜ୍ଞାନ (pediatrics)
ଲକ୍ଷଣଜ୍ୱର, କାଶ, ନାକରୁ ପାଣି ବୋହିବା, ହୁଇଜ (wheezing), ଶ୍ୱାସ କ୍ରିୟା ସମସ୍ୟା [୧]
ଆକ୍ରାନ୍ତ ସମୟ୨ ବର୍ଷରୁ କମ ବୟସ୍କ [୨]
କାରଣଭୁତାଣୁ ସଂକ୍ରମଣ - (Viral infection) ରେସ୍ପିରେଟରି ସିନ୍ସିଟିଆଲ ଭୁତାଣୁ (respiratory syncytial virus), ହ୍ୟୁମାନ ରାଇନୋଭାଇରସ (human rhinovirus)[୨]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଅନୁସାରେ [୧]
ସଠିକ ରୋଗ ନିର୍ଣ୍ଣୟଆଜ୍‌ମା, ନିମୋନିଆ, ହୃଦ୍‌ପାତ, ଆଲର୍ଜିକ ପ୍ରତିକ୍ରିୟା (allergic reaction), ସିସ୍ଟିକ ଫାଇବ୍ରୋସିସ (cystic fibrosis)[୧]
ଚିକିତ୍ସାସାହାଯ୍ୟକାରୀ ଯତ୍ନ (Supportive care) ଅମ୍ଳଜାନ ଥେରାପି (oxygen, ଖାଇବା ସାହାଯ୍ୟ, ଶିରାଭ୍ୟନ୍ତର ତରଳ ପଦାର୍ଥ (intravenous fluids)[୩]
ପୁନଃପୌନିକ~୨୦% (୨ ବର୍ଷରୁ କମ୍ ବୟସ୍କ ଶିଶୁ)[୨][୧]
ମୃତ୍ୟୁ ସାନ୍ଦ୍ରତା୧% (ଡାକ୍ତରଖାନାରେ ଆଡମିଶନ ହୋଇଥିବା)[୪]

ବ୍ରୋଙ୍କିଓଲାଇଟିସ (ଇଂରାଜୀ ଭାଷାରେ Bronchiolitis) ଏକ ରୋଗ ଯେଉଁଥିରେ ଭୁତାଣୁ ସଂକ୍ରମଣଦ୍ୱାରା (viral infection) ଫୁସଫୁସର ବ୍ରୋଙ୍କିଓଲ (small airway in the lungs) ଅବରୋଧ ହୋଇଯାଏ ।[୧] ସାଧାରଣତଃ ୨ ବର୍ଷ ବୟସରୁ କମ ବୟସ୍କ ପିଲାଙ୍କୁ ଏହି ରୋଗ ହୁଏ ।[୨] ଜ୍ୱର, କାଶ, ନାକରୁ ପାଣି ବୋହିବା, ହୁଇଜ (wheezing), ଶ୍ୱାସ କ୍ରିୟା ସମସ୍ୟା ଆଦି ଲକ୍ଷଣ ଦେଖାଯାଏ ।[୧] ସାଂଘାତିକ ରୋଗ ହେଲେ ନାମ ଲାଲ ଦେଖାଯାଏ (nasal flaring), ଶ୍ୱାସକ୍ରିୟା ସମୟର ଦୁଇ ପଞ୍ଜରା ଭିତର ଚର୍ମ ଭିତରକୁ ଟାଣି ହୋଇଯାଏ । [୧] ଖାଦ୍ୟ ଖାଇ ନପାରିଲେ ନିର୍ଜଳନ (dehydration) ହୋଇପାରେ । [୧]

(Viral infection) ରେସ୍ପିରେଟରି ସିନ୍ସିଟିଆଲ ଭୁତାଣୁ (respiratory syncytial virus ୭୨%) ବା ହ୍ୟୁମାନ ରାଇନୋଭାଇରସ (human rhinovirus ୨୬%) ଭୁତାଣୁ ଯୋଗୁ ଏହି ରୋଗ ହୁଏ ।[୨] ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରିହୁଏ ।[୧] ରୁଟିନ ଛାତି ଏକ୍ସ‌-ରେ (chest X-ray) ବା ଭୁତାଣୁ ପରୀକ୍ଷା (viral testing) ଆବଶ୍ୟକ ହୁଏ ନାହିଁ ।[୨] ଜ୍ୱର ଥିଲେ ପରିସ୍ରା ପରୀକ୍ଷା କରାଯାଏ । [୨]

କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ ।[୩] ଘରେ କରାଯାଉଥିବା ସାହାଯ୍ୟକାରୀ ଯତ୍ନ (Supportive care) ଯଥେଷ୍ଟ ହୁଏ ।[୧] କ୍ୱଚିତ ଡାକ୍ତରଖାନାରେ ଅମ୍ଳଜାନ ଥେରାପି (oxygen, ଖାଇବାରେ ସାହାଯ୍ୟ ଓ ଶିରାଭ୍ୟନ୍ତର ତରଳ ପଦାର୍ଥ (intravenous fluids) ଆବଶ୍ୟକ ହୁଏ ।[୧] ନେବୁଲାଇଜ୍‌ଡ (nebulized) ହାଇପରଟନିକ ସାଲାଇନ (hypertonic saline) ସାହାଯ୍ୟକାରୀ ହେଉଥିବା ଜଣାଯାଏ ।[୫] ଆଣ୍ଟିବାୟୋଟିକ (antibiotics), ଆଣ୍ଟିଭାଇରାଲ (antivirals), ବ୍ରୋଙ୍କୋଡାଇଲେଟର (bronchodilators), ବା ନେବୁଲାଇଜ୍‌ଡ ଏପିନେଫ୍ରିନ (nebulized epinephrine) ଆବଶ୍ୟକତା ସ୍ପଷ୍ଟ ନୁହେଁ । [୬]

ଦୁଇ ବର୍ଷ ବୟସ୍କ ଶିଶୁମାନଙ୍କ ମଧ୍ୟରୁ ୩୦% ଏହି ରୋଗରେ ଆକ୍ରାନ୍ତ ହୁଅନ୍ତି ।[୧][୨] ଉତ୍ତର ଗୋଲାର୍ଦ୍ଧରେ (Northern hemisphere) ଶୀତ ଋତୁରେ ଏହି ରୋଗ ଅଧିକ ହୁଏ ।[୧] ଡାକ୍ତରଖାନାରେ ଆଡମିଶନ ହେଲେ ୧% ପିଲାଙ୍କର ମୃତ୍ୟୁ ହୁଏ ।[୪] ପ୍ରଥମେ ସନ ୧୯୪୦ରେ ଏହି ରୋଗର ମଡ଼କ ପଡ଼ିଥିବା ବର୍ଣ୍ଣନା ଅଛି ।[୭]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ Friedman JN, Rieder MJ, Walton JM, Canadian Paediatric Society, Acute Care Committee, Drug Therapy and Hazardous Substances (November 2014). "Bronchiolitis: Recommendations for diagnosis, monitoring and management of children one to 24 months of age". Paediatrics & child health. 19 (9): 485–98. doi:10.1093/pch/19.9.485. PMC 4235450. PMID 25414585.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ Schroeder, AR; Mansbach, JM (June 2014). "Recent evidence on the management of bronchiolitis". Current Opinion in Pediatrics. 26 (3): 328–33. doi:10.1097/MOP.0000000000000090. PMC 4552182. PMID 24739493.
  3. ୩.୦ ୩.୧ Hancock, DG; Charles-Britton, B; Dixon, DL; Forsyth, KD (September 2017). "The heterogeneity of viral bronchiolitis: A lack of universal consensus definitions". Pediatric pulmonology. 52 (9): 1234–1240. doi:10.1002/ppul.23750. PMID 28672069.
  4. ୪.୦ ୪.୧ Kendig, Edwin L.; Wilmott, Robert W.; Boat, Thomas F.; Bush, Andrew; Chernick, Victor (2012). Kendig and Chernick's Disorders of the Respiratory Tract in Children (in ଇଂରାଜୀ). Elsevier Health Sciences. p. 450. ISBN 1437719848.
  5. Zhang, L; Mendoza-Sassi, RA; Wainwright, C; Klassen, TP (21 December 2017). "Nebulised hypertonic saline solution for acute bronchiolitis in infants". The Cochrane Database of Systematic Reviews. 12: CD006458. doi:10.1002/14651858.CD006458.pub4. PMID 29265171.
  6. Brooks, CG; Harrison, WN; Ralston, SL (18 April 2016). "Association Between Hypertonic Saline and Hospital Length of Stay in Acute Viral Bronchiolitis: A Reanalysis of 2 Meta-analyses". JAMA Pediatrics. 170: 577–84. doi:10.1001/jamapediatrics.2016.0079. PMID 27088767.
  7. Anderson, Larry J.; Graham, Barney S. (2013). Challenges and Opportunities for Respiratory Syncytial Virus Vaccines (in ଇଂରାଜୀ). Springer Science & Business Media. p. 392. ISBN 9783642389191.

ବାହ୍ୟ ଲିଙ୍କ[ସମ୍ପାଦନା]

ଶ୍ରେଣୀବିଭାଗ
ବାହାର ଉତ୍ସ