ରୁପି

ଉଇକିପିଡ଼ିଆ‌ରୁ
ରୁପି (Dandruff)
ରୁପିର ଚିତ୍ର, ଅଣୁବୀକ୍ଷଣ ଯନ୍ତ୍ରରେ
ବିଭାଗଚର୍ମ ରୋଗ ବିଜ୍ଞାନ (Dermatology)
ଲକ୍ଷଣସ୍କାଲ୍ପରେ scalp ଗଲୁକାରୀ ଓ କାତି ସମ୍ପନ୍ନ ଚର୍ମ [୧]
ଆକ୍ରାନ୍ତ ସମୟଯୌବନାରମ୍ଭ (Puberty)[୧]
କାରଣଜେନେଟିକ ଓ ପରିବେଶ କାରଣ [୧]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଅନୁଯାୟୀ[୧]
ସଠିକ ରୋଗ ନିର୍ଣ୍ଣୟସୋରିଆସିସ, ଆଟୋପିକ ଡର୍ମାଟାଇଟିସ, ଟିନିଆ କ୍ୟାପିଟିସ (tinea capitis), ରୋଜେସା, ସିସ୍ଟମିକ ଲୁପସ୍ ଏରିଦେମାଟୋସସ୍ [୧]
ଔଷଧଆଣ୍ଟିଫଙ୍ଗାଲ କ୍ରିମ (Antifungal cream) - କିଟୋକୋନାଜୋଲ (ketoconazole)[୧]
ପୁନଃପୌନିକ~୫୦% ଯୁବାବସ୍ଥାରେ[୧]

ରୁପି (ଇଂରାଜୀ ଭାଷାରେ Dandruff) ଏକ ଚର୍ମ ରୋଗ ଯାହା କେବଳ ସ୍କାଲ୍ପରେ (scalp ଦେଖାଯାଏ ।[୧] ଏହି ରୋଗରେ ଚର୍ମରୁ କାତି ବାହାରେ ଓ ବେଳେ ବେଳେ ସାମାନ୍ୟ ଗଲୁ ହୁଏ ।[୧] ଏଥି ଯୋଗୁ ସାମାଜିକ ସମସ୍ୟା ହୁଏ ଓ ନିଜ ସ୍ୱାଭିମାନରେ (self-esteem) ବାଧା ଆସେ ।[୨][୧] ରୋଗ ଏହାଠାରୁ ଅଧିକ ବଢ଼ିଲେ ସେବୋରିକ ଡର୍ମାଟାଇଟିସ ନାମ ଦିଆଯାଏ । [୧]

ଏହି ରୋଗର କାରଣ ଅସ୍ପଷ୍ଟ ଥିଲେ ମଧ୍ୟ ଜେନେଟିକ ଓ ପରିବେଶ କାରଣ ଥିବା ବିଶ୍ୱାସ କରାଯାଏ ।[୧] ଶୀତ ଋତୁରେ ଏହି ରୋଗ ବଢ଼ିଯାଏ ।[୩] ଉପ‌ଯୁକ୍ତ ସ୍ୱାସ୍ଥ୍ୟରକ୍ଷାର (hygiene ଅଭାବ ଯୋଗୁ ଏହା ହୁଏନି ।[୪] କେରାଟିନୋସାଇଟ (skin cells) ଜୀବକୋଷମାନଙ୍କ ଅଧିକ ବୃଦ୍ଧି ଯୋଗୁ ଏହା ହୁଏ ।[୩] ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରିହୁଏ । [୧]

ଏହି ରୋଗର କୌଣସି ଜଣାଶୁଣା ଚିକିତ୍ସା ନାହିଁ ।[୫] ଆଣ୍ଟିଫଙ୍ଗାଲ କ୍ରିମ (Antifungal cream) ଯେପରିକି କିଟୋକୋନାଜୋଲ (ketoconazole) ଦେଇ ଚିକିତ୍ସା କରାଯାଏ । [୧] ଯୁବାବସ୍ଥାରେ ଥିବା ଅଧା ଲୋକଙ୍କର ଏହି ରୋଗ ହୁଏ ।[୧] ଯୁବାରମ୍ଭରେ (puberty) ଏହା ଦେଖାଯାଏ ।[୧] ମହିଳାଙ୍କ ଅପେକ୍ଷା ପୁରୁଷମାନେ ଅଧିକ ଆକ୍ରାନ୍ତ ହୁଅନ୍ତି ।[୧] ବୟସ ୫୦ ପରେ ଏ ରୋଗ ହାର କମିଯାଏ । [୧]


ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ Borda, Luis (2015). "Seborrheic Dermatitis and Dandruff: A Comprehensive Review". Journal of Clinical and Investigative Dermatology. 3 (2). doi:10.13188/2373-1044.1000019.
  2. "A Practical Guide to Scalp Disorders". Journal of Investigative Dermatology Symposium Proceedings. 12: 10–14. December 2007. doi:10.1038/sj.jidsymp.5650048. PMID 18004290.
  3. ୩.୦ ୩.୧ Ranganathan, S; Mukhopadhyay, T (2010). "Dandruff: the most commercially exploited skin disease". Indian journal of dermatology. 55 (2): 130–4. doi:10.4103/0019-5154.62734. PMC 2887514. PMID 20606879.{{cite journal}}: CS1 maint: unflagged free DOI (link)
  4. "Dandruff: How to treat". American Academy of Dermatology. Archived from the original on 21 October 2017. Retrieved 20 October 2017.
  5. Turkington, Carol; Dover, Jeffrey S. (2007). The Encyclopedia of Skin and Skin Disorders (Third ed.). Facts On File, Inc. p. 100. ISBN 0-8160-6403-2. Archived from the original on 19 May 2016.

ବାହ୍ୟ ଲିଙ୍କ[ସମ୍ପାଦନା]

ଶ୍ରେଣୀବିଭାଗ