ଭାରତୀୟ ସମ୍ବିଧାନର ଅଷ୍ଟମ ପରିଶିଷ୍ଟ

ଉଇକିପିଡ଼ିଆ‌ରୁ
ଭାରତୀୟ ସମ୍ବିଧାନର ପ୍ରାକକଥନ

ଭାରତୀୟ ସମ୍ବିଧାନର ଅଷ୍ଟମ ପରିଶିଷ୍ଟ ହେଉଛି ଭାରତୀୟ ସରକାରୀ ଭାଷାଗୁଡିକର ଏକ ଅନୁସୂଚୀ । ଭାରତୀୟ ସମ୍ବିଧାନର ପ୍ରଣୟନ ବେଳେ ଯେଉଁସବୁ ଭାଷା ଏହି ତାଲିକାରେ ସାମିଲ କରାଗଲା ସେହିସବୁ ଭାଷା ଭାରତର ସରକାରୀ ଭାଷା କମିସନ ତାଲିକାରେ ପ୍ରକାଶ ପାଇଁ ଯୋଗ୍ୟ ବିବେଚିତ ହେଲେ ।[୧] ଏତଦ ବ୍ୟତୀତ ପରିଶିଷ୍ଟ ଅନ୍ତର୍ଗତ ଭାଷାଗୁଡ଼ିକ ଆଧାରରେ ଭାରତର ସରକାରୀ ଭାଷା ହିନ୍ଦୀର ବିକାଶ ତଥା ସମୃଦ୍ଧି ସରକାରୀ ଭାଷା କମିସନ ମାଧ୍ୟମରେ କରାଯିବାର ପ୍ରାବଧାନ ରହିଛି ।[୨] ଏହାର ଅନ୍ୟ ଏକ ବୈଶିଷ୍ଟ୍ୟ ଏହି ଯେ ପରିଶିଷ୍ଟ ଅନ୍ତର୍ଗତ ସମସ୍ତ ଭାଷାକୁ ଭାବ ବିନିମୟର ଏକ ଶ୍ରେଷ୍ଠତର ମାଧ୍ୟମ ଭାବେ ବିକାଶ କରାଇବା ଦିଗରେ ଉପଯୁକ୍ତ ପଦକ୍ଷେପ ନେବା ଭାରତ ସରକାରଙ୍କ ଏକ ନୈତିକ ଦାୟିତ୍ୱ ଭାବେ ପରିଗଣିତ ହେଉଛି ।[୩] ପୁଣି ପରିଶିଷ୍ଟ ଅନ୍ତର୍ଗତ ସମସ୍ତ ଭାଷାର ଆଉ ଏକ ବୈଶିଷ୍ଟ୍ୟ ଏହି ଯେ ସରକାରୀ ଚାକିରି ନିମନ୍ତେ ଅନୁଷ୍ଠିତ ସମସ୍ତ ପରୀକ୍ଷାରେ ଜଣେ ପରୀକ୍ଷାର୍ଥୀ ପରିଶିଷ୍ଟ ଅନ୍ତର୍ଗତ ଯେ କୌଣସି ଭାଷାକୁ ତାହାର ଉତ୍ତର ଦେବାର ମାଧ୍ୟମ ଭାବେ ବ୍ୟବହାର କରିପାରିବ । [୪]

ସମ୍ବିଧାନ ପ୍ରଣୟନ ବେଳେ ମାତ୍ର ୧୪ଟି ଭାଷା ଏହି ସୂଚିର ଅନ୍ତର୍ଗତ ଥିବା ବେଳେ ପରବର୍ତ୍ତୀ ସମୟରେ ଅନ୍ୟ ଆଠଟି ଭାଷା ଏହି ସୂଚିରେ ସାମିଲ କରାଯାଇଛି । ଭାରତୀୟ ସମ୍ବିଧାନର ଧାରା ୩୪୪(କ) ଏବଂ ଧାରା ୩୫୧ ଅନୁଯାୟୀ ଏହାର ଅଷ୍ଟମ ପରିଶିଷ୍ଟ ଅନ୍ତର୍ଗତ ଭାଷାଗୁଡିକର ଅନୁସୂଚୀ ହେଉଛି ଏହିଭଳି :[୫]

ଏହାଛଡା ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ନିମ୍ନ ସୂଚୀ ଅନ୍ତର୍ଗତ ଭାଷାସବୁ ସମ୍ବିଧାନର ଅଷ୍ଟମ ପରିଶିଷ୍ଟରେ ସାମିଲ ନିମନ୍ତେ ଦାବୀ ହୋଇଆସୁଛି ।[୬]

  1. ଅଙ୍ଗିକା
  2. ବଞ୍ଜାରୀ (ଲମ୍ବାଡୀ)
  3. ବାଜ୍ଜିକା
  4. ବିଷ୍ଣୁପ୍ରିୟା (ବିଷ୍ଣୁପ୍ରିୟା ମଣିପୁରୀ)
  5. ଭୋଜପୁରୀ
  6. ଭୋତୀ
  7. ଭୋତିଆ
  8. ବୁନ୍ଦେଲଖଣ୍ଡି
  9. ଛତିଶଗଡି
  10. ଢାଟକୀ
  11. ଭାରତୀୟ ଇଂରାଜୀ
  12. ଭାରତୀୟ ଫ୍ରେଞ୍ଚ
  13. ଗରୱାଲୀ
  14. ଗଣ୍ଡୀ
  15. ଗୁଜ୍ଜରୀ
  16. ହରିୟାନବୀ
  17. ହୋ
  18. କାଚାଛି
  19. କାମତାପୁରୀ
  20. କାର୍ବୀ
  21. ଖାସି
  22. କୋଦାବା
  23. କୋକ ବାରାକ
  24. ପାହାଡି
  25. କୁରାକ
  26. କୁରୁମାଳୀ
  27. ଲେପ୍ଚା
  28. ଲିମ୍ବୁ
  29. ଲୁଶାଇ
  30. ମଗହୀ
  31. ମୁନ୍ଦାରୀ
  32. ନାଗପୁରୀ
  33. ନିକୋବରେସି
  34. ହିମାଚଳୀ
  35. ପାଲୀ
  36. ରାଜସ୍ଥାନୀ
  37. କୋଶଳୀ ବା ସମ୍ବଲପୁରୀ
  38. ସୌରସେନୀ
  39. ଶିରାଇକି
  40. ତେନ୍ତିଡି
  41. ଟୁଲୁ

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Constitution of India, Article 344(1).
  2. Constitution of India, Article 351.
  3. Official Languages Resolution, 1968, para. 2. Archived March 18, 2010, at the Wayback Machine.
  4. Official Languages Resolution, 1968, para. 4. Archived March 18, 2010, at the Wayback Machine.
  5. The Constitution of India by P. M. Bakshi
  6. http://mha.nic.in/hindi/sites/upload_files/mhahindi/files/pdf/Eighth_Schedule.pdf

ବାହାର ଆଧାର[ସମ୍ପାଦନା]