ଆସ୍ପିରେସନ ନିମୋନିଆ

ଉଇକିପିଡ଼ିଆ‌ରୁ
ଆସ୍ପିରେସନ ନିମୋନିଆ (Aspiration pneumonia)
ଜଣେ ବୟସ୍କ ଲୋକର ସ୍ନାୟୁଗତ ବେମାରୀ ସ‌ହିତ ଆସ୍ପିରେସନ ନିମୋନିଆ ଥିବା ଚିତ୍ର । ଏଥିରେ ଫରେନ ବଡି ଜାଏଣ୍ଟ ସେଲ ରିଆକସନ (foreign-body giant cell reaction) ଦେଖାଯାଉଛି ।
ବିଭାଗଆଶୁ ଚିକିତ୍ସା ବିଜ୍ଞାନ (Emergency medicine), ଫୁସଫୁସୀୟ ବିଜ୍ଞାନ (pulmonology)
ଲକ୍ଷଣଜ୍ୱର, କାଶ (cough)[୧]
ଆକ୍ରାନ୍ତ ସମୟବୟସ୍କ ଲୋକ[୨]
ବିପଦ କାରକକମ୍ ଚେତନା ଶକ୍ତି (Decreased level of consciousness), ଡିସଫେଜିଆ (problems with swallowing), ମଦ୍ୟାତ୍ୟୟ, ଟ୍ୟୁବ ଫିଡିଙ୍ଗ (tube feeding), ଖରାପ ମୁଖ ସ୍ୱାସ୍ଥ୍ୟ (oral health)[୧]
ରୋଗ ନିର୍ଣ୍ଣୟ ପଦ୍ଧତିରୋଗ ଇତିହାସ, ଲକ୍ଷଣ, ଛାତି ଏକ୍ସ-ରେ (chest X-ray), ସ୍ପୁଟମ କଲଚର (sputum culture) [୨][୧]
ସଠିକ ରୋଗ ନିର୍ଣ୍ଣୟକେମିକାଲ ନିମୋନିଆ (Chemical pneumonitis), ଯକ୍ଷ୍ମା[୧][୨]
ଔଷଧକ୍ଲିଣ୍ଡାମାଇସିନ, ମେରୋପେନେମ (meropenem), ଆମ୍ପିସିଲିନ/ସଲବାକ୍ଟମ (ampicillin/sulbactam), ମୋକ୍ସିଫ୍ଲୋକ୍ସାସିନ (moxifloxacin)[୧]
ପୁନଃପୌନିକ~ ନିମୋନିଆ ରୋଗୀଙ୍କ ମଧ୍ୟରୁ ୧୦% ଡାକ୍ତରଖାନାରେ ଆଡମିସନ ହେବା ଆବଶ୍ୟକ ହୁଅନ୍ତି ।[୧]

ଆସ୍ପିରେସନ ନିମୋନିଆ (ଇଂରାଜୀ ଭାଷାରେ Aspiration pneumonia) ଏକ ପ୍ରକାର ନିମୋନିଆ ଯେଉଁଥିରେ ଅନେକ ପରିମାଣର ପଦାର୍ଥ ପାଟିରୁ ବା ପାକସ୍ଥାଳୀରୁ ଫୁସଫୁସକୁ ପଶିଯାଇଥାଏ । [୧] ଏହି ରୋଗ ହଠାତ୍ ଆରମ୍ଭ ହୋଇ ଦୃତ ଗତିରେ ଜ୍ୱର ଓ କାଶ (cough) ହୁଏ ।[୧] ରୋଗ ଜଟିଳ ହେଲେ ଫୁସଫୁସ ଆବସେସ (Lung abscess) ହୋଇଯାଏ ।[୧] ପାକସ୍ଥଳୀର ଅଣସଂକ୍ରମଣୀୟ ଅମ୍ଳ ଫୁସଫୁସରେ ପଶି କେମିକାଲ ନିମୋନିଆ (chemical pneumonitis) ହେଉଥିବା ରୋଗକୁ ଆସ୍ପିରେସନ ନିମୋନିଆର ସବଟାଇପ ଭାବରେ ଅନେକ ଗ୍ରହଣ କରନ୍ତି ।[୧][୨]

ବିଭିନ୍ନ ପ୍ରକାରର ଜୀବାଣୁ ଯୋଗୁ ସଂକ୍ରମଣ (bacteria) ହୁଏ । [୨] କମ୍ ଚେତନା ଶକ୍ତି (Decreased level of consciousness), ଡିସଫେଜିଆ (problems with swallowing), ମଦ୍ୟାତ୍ୟୟ, ଟ୍ୟୁବ ଫିଡିଙ୍ଗ (tube feeding), ଖରାପ ମୁଖ ସ୍ୱାସ୍ଥ୍ୟ (oral health) ଇତ୍ୟାଦି କାରଣ ଯୋଗୁ ଏହି ରୋଗ ସଙ୍କଟ ସୃଷ୍ଟି ହୋଇପାରେ ।[୧] ରୋଗ ଇତିହାସ, ଲକ୍ଷଣ, ଛାତି ଏକ୍ସ-ରେ (chest X-ray), ସ୍ପୁଟମ କଲଚର (sputum culture) ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ ।[୧][୨] ଅନ୍ୟାନ୍ୟ ନିମୋନିଆ ରୋଗର ପାର୍ଥକ୍ୟ ନିର୍ଣ୍ଣୟ କରିବା କଷ୍ଟକର । [୧]

ଏହାର ଚିକିତ୍ସାରେ କ୍ଲିଣ୍ଡାମାଇସିନ, ମେରୋପେନେମ (meropenem), ଆମ୍ପିସିଲିନ/ସଲବାକ୍ଟମ (ampicillin/sulbactam), ମୋକ୍ସିଫ୍ଲୋକ୍ସାସିନ (moxifloxacin) ଆଦି ଆଣ୍ଟିବାୟୋଟିକ ବ୍ୟବ‌ହୃତ ହୁଏ ।[୧] କେବଳ କେମିକାଲ ନିମୋନିଆ ହୋଇଥିଲେ ଆଣ୍ଟିବାୟୋଟିକ ଆବଶ୍ୟକ ହୁଏନାହିଁ ।[୨] ଡାକ୍ତରଖାନାରେ ଆଡମିସନ ହୋଇଥିବା ରୋଗୀଙ୍କ ମଧ୍ୟରୁ ୧୦% ଲୋକ କେବଳ ଆସ୍ପିରେସନ ଯୋଗୁ ହୋଇଥାଏ ।[୧] ଅଧିକାଂଶ କେଶ୍‌ରେ ନର୍ସିଙ୍ଗ ହୋମରେ ବୟସ୍କ ଲୋକଙ୍କୁ ଏହି ବେମାରୀ ହୁଏ ।[୨] ପୁରୁଷ ଓ ମହିଳା ଉଭୟ ସମ ଭାବରେ ଆକ୍ରାନ୍ତ ହୁଅନ୍ତି ।[୨]

See also[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ DiBardino DM, Wunderink RG (February 2015). "Aspiration pneumonia: a review of modern trends". Journal of Critical Care. 30 (1): 40–8. doi:10.1016/j.jcrc.2014.07.011. PMID 25129577.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ ୨.୮ Ferri, Fred F. (2017). Ferri's Clinical Advisor 2018 E-Book: 5 Books in 1 (in ଇଂରାଜୀ). Elsevier Health Sciences. p. 1006. ISBN 9780323529570. Archived from the original on 2017-07-31.

ବାହ୍ୟ ଲିଙ୍କ[ସମ୍ପାଦନା]

ଶ୍ରେଣୀବିଭାଗ
ବାହାର ଉତ୍ସ