ଆମିବାୟାସିସ

ଉଇକିପିଡ଼ିଆ‌ରୁ
ଆମିବାୟାସିସ (Amoebiasis)
ଆମିବିକ ଡିସେଣ୍ଟେରି, ଆମେବାୟାସିସ (amebiasis), ଏଣ୍ଟାମିବାୟାସିସ (entamoebiasis)[୧][୨]
ଅନ୍ତନଳୀ ଏଣ୍ଟାମିବା (Entamoebaର) ଜୀବନ ଚକ୍ର
ବିଭାଗସଂକ୍ରାମକ ରୋଗ (Infectious disease)
ଲକ୍ଷଣଉଦର ଯନ୍ତ୍ରଣା (Abdominal pain), ତରଳ ଝାଡ଼ା, ରକ୍ତିମ ଝାଡ଼ା (bloody diarrhea)[୩]
କାରଣଏଣ୍ଟାମିବାର (Entamoeba) ଦଳର ଆମିବା (Amoeba) [୩]
ରୋଗ ନିର୍ଣ୍ଣୟ ପଦ୍ଧତିମଳ ପରୀକ୍ଷା (Stool examination), ସେରୋଲୋଜି ପରୀକ୍ଷା (antibodies in the blood)[୩]
ସଠିକ ରୋଗ ନିର୍ଣ୍ଣୟବ୍ୟାକ୍ଟେରିଆଲ କୋଲାଇଟିସ (Bacterial colitis)[୩]
ପ୍ରତିକାରଉନ୍ନତ ପରିମଳ (sanitation) ବ୍ୟବସ୍ଥା [୩]
ଚିକିତ୍ସାତନ୍ତୁ ରୋଗ (Tissue disease): ମେଟ୍ରୋନିଡାଜୋଲ, ଟିନିଡାଜୋଲ (tinidazole), ନିଟାଜୋକ୍ସାନାଇଡ (nitazoxanide), ଡିହାଇଡ୍ରୋଏମେଟିନ (dehydroemetine), କ୍ଲୋରୋକୁଇନ,
ଅନ୍ତନଳୀ ସଂକ୍ରମଣ (Intestinal infection): (diloxanide furoate), (iodoquinoline)[୩]
ପୁନଃପୌନିକ>୪୮୦ ନିୟୁତ[୩]

ଆମିବାୟାସିସ (ଇଂରାଜୀ ଭାଷାରେ Amoebiasis, ଅନ୍ୟ ନାମ ଆମିବିକ ଡିସେଣ୍ଟେରି/amoebic dysentery) ଏକ ସଂକ୍ରମଣ ଯାହା ଏଣ୍ଟାମିବା (Entamoeba) ଦଳର ଆମିବା (amoeba)ଦ୍ୱାରା ସୃଷ୍ଟି ହୁଏ ।[୩] ଏଣ୍ଟାମିବା ହିସ୍ଟୋଲିଟିକା (Entamoeba histolytica) ପରଜୀବୀଦ୍ୱାରା ସାଧାରଣତଃ ଏହି ରୋଗ ଲକ୍ଷଣ ଦେଖାଯାଏ ।[୩] ଆମିବାୟାସିସ ଦେହରେ ଥିଲେ ସାମାନ୍ୟ, ସାଂଘାତିକ ଲକ୍ଷଣ (symptoms) ଦେଖାଯାଏ ଓ କିଛି ମଧ୍ୟ ନ ହୋଇପାରେ ।[୩] ଉଦର ଯନ୍ତ୍ରଣା (Abdominal pain), ତରଳ ଝାଡ଼ା, ରକ୍ତିମ ଝାଡ଼ା (bloody diarrhea) ଆଦି ଲକ୍ଷଣମାଣ ଦେଖାଯାଇପାରେ ।[୩] ରୋଗ ଜଟିଳ ହେଲେ କୋଲୋନ ପ୍ରଦାହ (inflammation of the colon) ସ‌ହିତ ତନ୍ତୁ ମୃତ୍ୟୁ (tissue death) ହୁଏ ବା ଜଠରାନ୍ତ୍ର ଛିଦ୍ର ହୋଇ ପେରିଟୋନାଇଟିସ (peritonitis) ହୋଇପାରେ ।[୩] ରୋଗ‌ଗ୍ରସ୍ତ ଲୋକର ରକ୍ତ ହାନୀ ହୋଇ ଆନିମିଆ ହୋଇପାରେ । [୩]

ଏଣ୍ଟାମିବାର ସିସ୍ଟ ମାଟିରେ ପ୍ରାୟ ୪୫ ଦିନ ଓ ନ‌ଖ ସନ୍ଧିରେ ପ୍ରାୟ ୪୫ ମିନିଟ ବଞ୍ଚିରହିପାରେ ।[୩] ଅନ୍ତନଳୀର ଆଭ୍ୟନ୍ତରୀବ ସ୍ତର ଭିତରେ ପଶିଲେ ରକ୍ତ ଝାଡ଼ା (bloody diarrhea) ହୁଏ ।[୩] ରକ୍ତରେ ଏହି ପରଜୀବୀ ମିଶି ଯକୃତରେ ପ‌ହଞ୍ଚିଲେ ଆମିବିକ ଯକୃତ ଆବସେସ (amoebic liver abscesses) ହୁଏ ।[୩] ତରଳ ଝାଡ଼ା ନହୋଇ ମଧ୍ୟ ଯକୃତରେ (Liver) ଆବସେସ ହୋଇପାରେ । [୩] ଅଣୁବୀକ୍ଷଣରେ (microscope) ମଳ ପରୀକ୍ଷା (stool examination) କରି ରୋଗ ନିର୍ଣ୍ଣୟ କରାଯାଏ କିନ୍ତୁ ପରଜୀବୀ ନ ମିଳିଲେ ରୋଗ ନଥିବା ନିର୍ଣ୍ଣୟ ସର୍ବଦା ସଠିକ ନୁହେଁ ।[୩] ସାଂଘାତିକ କେଶ୍‌ରେ ବର୍ଦ୍ଧିତ ଶ୍ୱେତ ରକ୍ତ କଣିକା ସଂଖ୍ୟା (increased white blood cell count) ଦେଖାଯାଏ ।[୩] ରକ୍ତରେ ଆଣ୍ଟବଡି (antibodies in the blood) ମିଳିଲେ ରୋଗ ନିଧାର୍ଯ୍ୟ ହୁଏ କିନ୍ତୁ ଚିକିତ୍ସା ସତ୍ତ୍ୱେ ଏହା ଯୁକ୍ତାତ୍ମକ ରହେ ।[୩] ଏକା ଭଳି ଲକ୍ଷଣ ବ୍ୟାକ୍ଟେରିଆଲ କୋଲାଇଟିସ (Bacterial colitis) ରୋଗରେ ମଧ୍ୟ ମିଳେ । [୩]

ଉନ୍ନତ ପରିମଳ ବ୍ୟବସ୍ଥାଦ୍ୱାରା ଏହି ରୋଗର ପ୍ରତିଷେଧ ସମ୍ଭବ ହୁଏ ଓ ଖାଦ୍ୟ ତ‌ଥା ଜଳ ଅପମିଶ୍ରିତ ନ କାରିବାକୁ ଧ୍ୟାନ ଦେବା ବିଧେୟ ।[୩] ଏହି ନିମନ୍ତେ କୌଣସି ଟିକା ନାହିଁ ।[୩] ସଂକ୍ରମଣର ସ୍ଥାନ ଅନୁସାରେ ଦୁଇ ପ୍ରକାର ଚିକିତ୍ସା ଉପଲବ୍ଧ ଅଛି ।[୩] ତନ୍ତୁରେ ଥିବା ଆମିବାୟାସିସ ରୋଗ ନିମନ୍ତେ ମେଟ୍ରୋନିଡାଜୋଲ, ଟିନିଡାଜୋଲ (tinidazole), ନିଟାଜୋକ୍ସାନାଇଡ (nitazoxanide), ଡିହାଇଡ୍ରୋଏମେଟିନ (dehydroemetine), କ୍ଲୋରୋକୁଇନ ଇତ୍ୟାଦି ଔଷଧ ଦିଆଯାଏ ।[୩] ରୋଗର ପ୍ରତ୍ୟେକ ସୋପାନ ନିମନ୍ତେ ଏକାଧିକ ଔଷଧ ଆବଶ୍ୟକ ହୋଇପାରେ ।[୩] ଲକ୍ଷଣ ବିହୀନ ରୋଗକୁ ଚିକିତ୍ସା ଆବଶ୍ୟକ ହୁଏନି, କିନ୍ତୁ ସେମାନଙ୍କଠାରୁ ରୋଗ ବ୍ୟାପିବା ସମ୍ଭାବନା ଥିବାରୁ ଚିକିତ୍ସା ଆବଶ୍ୟକ ହୁଏ ।[୩] ଏଣ୍ଟାମିବା ହିସ୍ଟୋଲିଟିକା ବ୍ୟତୀତ ଅନ୍ୟ ଏଣ୍ଟାମିବା ସଂକ୍ରମଣ ନିମନ୍ତେ ଚିକିତ୍ସା ଆବଶ୍ୟକ ନୁହେଁ ।[୩]

ସାରା ପୃଥିବୀରେ ଆମିବାୟାସିସ ରୋଗ ଅଛି ।[୪] ପ୍ରତି ବର୍ଷ ପ୍ରାୟ ୪୮୦ ନିୟୁତ ଲୋକ ସଂକ୍ରମିତ ହେଉଛନ୍ତି ଓ ଏହା ଫଳରେ ୪୦,୦୦୦ରୁ ୧୧୦,୦୦୦ ଲୋକ ମୃତ୍ୟୁ ବରଣ କରୁଛନ୍ତି ।[୩] ଅଧୁନା ଅଧିକାଂଶ ସଂକ୍ରମଣ ଏଣ୍ଟାମିବା ଡିସପାର (E. dispar), ସଂକ୍ଷେପରେ ଇ.ଡିସପାର ଯୋଗୁ ହେଉଛି ।[୩] କେତେକ ସ୍ଥାନରେ ଇ.ଡିସପାର ଅଧିକ ଦେଖାଯାଉଛି ଓ ଏହା ଯୋଗୁ ଲକ୍ଷଣ କମ୍ ହେଉଛି ଯାହା ପୂର୍ବେ ଅଧିକ ଦର୍ଶାଯାଉଥିଲା ।[୩] ସନ ୧୮୭୫ରେ ପ୍ରଥମେ ଏହି ରୋଗ ବିଷୟ ଲିପିବଦ୍ଧ ହୋଇଥିଲା ଓ ସବିଶେଷ ବିବରଣୀ ସନ ୧୮୯୧ରେ ଦିଆଯିବା ପରେ ଆମିବିକ ଡିସେଣ୍ଟେରି ଓ ଆମିବିକ ଲିଭର ଆବସେସ ଆଦି ନାମ ଦିଆଯାଇଥିଲା ।[୩] ସନ ୧୯୧୩ରେ ଫିଲିପାଇନସ ଦେଶରେ ସ୍ୱେଚ୍ଛସେବିମାନେ ଏଣ୍ଟାମିବା ସିସ୍ଟ ଖାଇବା ପରେ ରୋଗ ହୋଇଥିବା ଲକ୍ଷ କରାଗଲା ।[୩]

ଆଧାର[ସମ୍ପାଦନା]

  1. "Entamoebiasis - MeSH - NCBI". www.ncbi.nlm.nih.gov. Archived from the original on 2016-05-15. Retrieved 2015-07-21.
  2. "Entamoebiasis". mesh.kib.ki.se. Archived from the original on 2015-07-22. Retrieved 2015-07-21.
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ ୩.୧୧ ୩.୧୨ ୩.୧୩ ୩.୧୪ ୩.୧୫ ୩.୧୬ ୩.୧୭ ୩.୧୮ ୩.୧୯ ୩.୨୦ ୩.୨୧ ୩.୨୨ ୩.୨୩ ୩.୨୪ ୩.୨୫ ୩.୨୬ ୩.୨୭ ୩.୨୮ ୩.୨୯ ୩.୩୦ ୩.୩୧ ୩.୩୨ Farrar, Jeremy; Hotez, Peter; Junghanss, Thomas; Kang, Gagandeep; Lalloo, David; White, Nicholas J. (2013-10-26). Manson's Tropical Diseases. Elsevier Health Sciences. pp. 664–671. ISBN 9780702053061.
  4. Beeching, Nick; Gill, Geoff (2014-04-17). "19". Lecture Notes: Tropical Medicine. John Wiley & Sons. pp. 177–182. ISBN 9781118734568.

ବାହ୍ୟ ଲିଙ୍କ[ସମ୍ପାଦନା]

ଶ୍ରେଣୀବିଭାଗ
ବାହାର ଉତ୍ସ