ଅପରାଜିତା ଗୋଛିକାର

ଉଇକିପିଡ଼ିଆ‌ରୁ
ଅପରାଜିତା ଗୋଛିକାର
ନାମଅପରାଜିତା ଗୋଛିକାର
ଦେଶଭାରତ
ଜନ୍ମ (1993-02-11) ୧୧ ଫେବୃଆରୀ ୧୯୯୩ (ବୟସ ୩୧)
ପୁରୀ, ଓଡ଼ିଶା, ଭାରତ
ଉପାଧୀକ୍ୟାଣ୍ଡିଡ଼େଟ୍ ମାଷ୍ଟର୍ (୨୦୧୬), ନ୍ୟାସନାଲ୍ ଇନଷ୍ଟ୍ରକ୍ଟର (ଏନ୍ ଆଇ)
ସର୍ବଶ୍ରେଷ୍ଠ ରେଟିଂ୨୬୨୩ (ଜୁଲାଇ ୨୦୦୯)

ଅପରାଜିତା ଗୋଛିକାର (ଜନ୍ମ ୧୧ ଫେବୃଆରୀ ୧୯୯୩, ପୁରୀ, ଭାରତ)[୧] ଜଣେ ଭାରତୀୟ କ୍ୟାଣ୍ଡିଡ଼େଟ୍ ମାଷ୍ଟର୍ । ସେ ଓଡ଼ିଶାର କିଟ୍ ବିଶ୍ୱବିଦ୍ୟାଳୟର ଛାତ୍ରୀ ଓ ବର୍ତ୍ତମାନ ସେଠାରେ ପ୍ରବନ୍ଧକ ବିଭାଗରେ କାମ କରନ୍ତି ।

ଖେଳ ଜୀବନ[ସମ୍ପାଦନା]

ରାଜ୍ୟ[ସମ୍ପାଦନା]

  • ୨୦୧୩ରେ ବାରବାଟୀ ଷ୍ଟାଡ଼ିୟମରେ ଅନୁଷ୍ଠିତ ଓଡ଼ିଶା ରାଜ୍ୟ ମହିଳା ଚେସ୍ ପ୍ରତିଯୋଗିତାରେ ଦ୍ୱିତୀୟ ।
  • ୨୦୧୨ରେ ରାଉରକେଲାରେ ଅନୁଷ୍ଠିତ ୧୯ ବର୍ଷରୁ କମ୍ ଓଡ଼ିଶା ରାଜ୍ୟ ଚେସ୍ ପ୍ରତିଯୋଗିତାରେ ବାଳିକା ବିଭାଗରେ ଦ୍ୱିତୀୟ ।
  • ୨୦୦୮, ୨୦୧୦ ଓ ୨୦୧୨ର ରାଜ୍ୟ ମହିଳା ଚେସ୍ ପ୍ରତିଯୋଗିତା ବିଜେତା
  • ୨୦୦୨ରେ ୯ ବର୍ଷରୁ କମ୍ ରାଜ୍ୟ ପ୍ରତିଯୋଗିତା ବିଜେତା
  • ୨୦୦୪ରେ ୧୧ ବର୍ଷରୁ କମ୍ ରାଜ୍ୟ ପ୍ରତିଯୋଗିତା ବିଜେତା
  • ୨୦୦୪ ଓ ୨୦୦୬ରେ ୧୩ ବର୍ଷରୁ କମ୍ ରାଜ୍ୟ ପ୍ରତିଯୋଗିତାରେ ଦ୍ୱିତୀୟ
  • ୨୦୦୫ରେ ୧୩ ବର୍ଷରୁ କମ୍ ରାଜ୍ୟ ପ୍ରତିଯୋଗିତା ବିଜେତା
  • ୨୦୦୫, ୨୦୦୬, ୨୦୦୭ ଓ ୨୦୦୮ରେ ୧୫ ବର୍ଷରୁ କମ୍ ରାଜ୍ୟ ପ୍ରତିଯୋଗିତା ବିଜେତା
  • ୨୦୦୬, ୨୦୦୭ରେ ବିଦ୍ୟାଳୟସ୍ତରୀୟ ପ୍ରତିଯୋଗିତା ବିଜେତା
  • ୨୦୦୭, ୨୦୦୮, ୨୦୦୯ ଓ ୨୦୧୦ରେ ୧୭ ବର୍ଷରୁ କମ୍ ରାଜ୍ୟ ପ୍ରତିଯୋଗିତା ବିଜେତା
  • ୨୦୦୮ ଓ ୨୦୦୯ରେ ୧୯ ବର୍ଷରୁ କମ୍ ରାଜ୍ୟ ପ୍ରତିଯୋଗିତା ବିଜେତା

ଜାତୀୟ[ସମ୍ପାଦନା]

  • ୨୦୧୪ରେ କୋଲକାତାରେ ୩ୟ ଜାତୀୟ ଆର୍ମେଚର୍ ଚେସ୍ ପ୍ରତିଯୋଗିତାରେ ମହିଳା ବିଭାଗରେ ୩ୟ ହୋଇଥିଲେ ।
  • ୨୦୦୭ରେ ତିରୁପତିରେ ଅନୁଷ୍ଠିତ ସର୍ବଭାରତୀୟ ବିଦ୍ୟାଳୟ ଚେସ୍ ପ୍ରତିଯୋଗିତାରେ ବିଜେତା

ଆନ୍ତର୍ଜାତୀୟ[ସମ୍ପାଦନା]

  • ୨୦୧୬ରେ ଅନୁଷ୍ଠିତ ହାଲଦିକି, ଗ୍ରୀସରେ ଅନୁଷ୍ଠିତ ବିଶ୍ୱ ଆର୍ମେଚର୍ ଚେସ୍ ପ୍ରତିଯୋଗିତାରେ ୨୦୦୦ରୁ କମ୍ ରେଟିଂ ଶ୍ରେଣୀରେ ରୌପ୍ୟ ଓ କାଂସ୍ୟ ପଦକ ଜିତିଥିଲେ । ଏହାଦ୍ୱାରା ସେ ମଧ୍ୟ କ୍ୟାଣ୍ଡିଡ଼େଟ୍ ମାଷ୍ଟର୍ ବିଜେତା ହୋଇଥିଲେ ।
  • ୨୦୧୫ରେ ଗ୍ରୀସରେ ଅନୁଷ୍ଠିତ ବିଶ୍ୱ ମହିଳା ଆର୍ମେଚର୍ ଚେସ୍ ପ୍ରତିଯୋଗିତାରେ ଷଷ୍ଠ ସ୍ଥାନରେ ଥିଲେ ।
  • ୨୦୧୩ରେ ଚେନ୍ନାଇଠାରେ ଅନୁଷ୍ଠିତ ମହିଳା ଗ୍ରାଣ୍ଡମାଷ୍ଟର୍ ମୁକ୍ତ ଚେସ୍ ପ୍ରତିଯୋଗିତାରେ ୧୬୦୦ରୁ ୨୦୦୦ ପର୍ଯ୍ୟନ୍ତ ପାଇ ଦ୍ୱିତୀୟ ସ୍ଥାନରେ ଥିଲେ ।
  • ୨୦୧୩ରେ ଦକ୍ଷିଣ ଆଫ୍ରିକାର ପୋର୍ଟ୍ ଏଲିଜାବେଥରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ ଚେସ୍ ପ୍ରତିଯୋଗିତାରେ ୨୦ ବର୍ଷରୁ କମ୍ ବିଭାଗରେ ରୌପ୍ୟ ପଦକ ଜିତିଥିଲେ ।
  • ୨୦୧୨ରେ ଚେନ୍ନାଇରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ ଚେସ୍ ପ୍ରତିଯୋଗିତାରେ ୨୦ ବର୍ଷରୁ କମ୍ ପ୍ରତିଯୋଗିତାରେ ବିଜେତା ଥିଲେ ।
  • ୨୦୧୧ରେ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଅନୁଷ୍ଠିତ ୧୮ ବର୍ଷରୁ କମ୍ ବିଭାଗରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ।
  • ୨୦୦୮ରେ ଏସୀୟ କନିଷ୍ଠ ଚେସ୍ ପ୍ରତିଯୋଗିତାରେ ୨୨ତମ ସ୍ଥାନରେ ଥିଲେ ।

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ସେ, ଶ୍ରୀମତୀ ଗୀତା ଗୋଛିକାର ଓ ଶ୍ରୀଯୁକ୍ତ ରାମ ନାରାୟଣ ଗୋଛିକାରଙ୍କ ଝିଅ । ସେ କିଟ୍ ବିଶ୍ୱବିଦ୍ୟାଳୟର ଏମ୍.ବି.ଏ ଛାତ୍ରୀ ।[୧]

ସଫଳତା[ସମ୍ପାଦନା]

  • ତାଙ୍କର ଫିଡେ ରେଟିଂ ୫୦୪୬୫୫୬[୨]
  • ୨୦୧୭ପେ ଓଡ଼ିଶାରେ ଅନୁଷ୍ଠିତ ଏସୀୟ ସହର ପ୍ରତିଯୋଗିତାରେ ସେ ଅନ୍ୟତମ ଆର୍ବିଟର୍ ଥିଲେ ।
  • ସେ ଭାରତର ସର୍ବକନିଷ୍ଠ ଚେସ୍ ପ୍ରଶିକ୍ଷକ ଓ ତାଙ୍କ ପ୍ରଶିକ୍ଷଣରେ ୨୦୧୭ରେ ଉଜବେକିସ୍ଥାନର ତାସକେଣ୍ଟରେ ଅନୁଷ୍ଠିତ ଏସୀୟ ଯୁବ ପ୍ରତିଯୋଗିତାରେ ୨୬ଟି ପଦକ ଜିତିଥିଲେ ।[୩]
  • ୨୦୧୪ରେ ଓଡ଼ିଶା ସରରାର ତାଙ୍କୁ ୩୦,୦୦୦ ଆର୍ଥିକ ସାହାଯ୍ୟ କରିଥିଲେ, ଯାହା ଚେନ୍ନାଇଠାରେ ୨୦୦୮, ୨୦୧୦ରେ ଅନୁଷ୍ଠିତ ଏସୀୟ କନିଷ୍ଠ ପ୍ରତିଯୋଗିତାରେ ଭାଗ ନେଇଥିବା ହେତୁ ୧୫,୦୦୦ (ପ୍ରତ୍ୟେକ) ଥିଲା।.
  • ୨୦୧୪ରେ ଭୁବନେଶ୍ୱରରେ ଅନୁଷ୍ଠିତ ସର୍ବଓଡ଼ିଶା ଚେସ୍ ସଂଘ ତରଫରୁ ୬ଷ୍ଠ ବାର୍ଷିକ ସହାୟତା ଉତ୍ସବରେ ୧୫,୦୦୦ ଟଙ୍କାର ଆର୍ଥିକ ସହାୟତା ପାଇଥିଲେ ।
  • ୨୦୦୭ରେ ଶ୍ରେଷ୍ଠ ଖେଳାଳି ହିସାବରେ ମୁଖ୍ୟମନ୍ତ୍ରୀ ଦକ୍ଷତା ପୁରସ୍କାର ପାଇଥିଲେ ।

ଆଧାର[ସମ୍ପାଦନା]

  1. ୧.୦ ୧.୧ "PERSONALITIES". Orisports.com. Retrieved 24 February 2017.
  2. "Gochhikar Aparajita chess games and profile - Chess-DB.com". Chess-db.com. Retrieved 14 January 2018.[permanent dead link]
  3. "Meet Aparajita Gochhikar of Odisha : India's youngest Chess Coach to represent the country in Asian Youth Chess Championship - Bhubaneswar Buzz". Bhubaneswarbuzz.com. 12 March 2017. Retrieved 14 January 2018.