ଲୌହ ପରିପୂରକ

ଉଇକିପିଡ଼ିଆ‌ରୁ
ଲୌହ ପରିପୂରକ
ଊନବିଂଶ ଶତାବ୍ଦୀର ଶେଷ ଭାଗ ଓ ବିଂଶ ଶତାବ୍ଦୀର ଆରମ୍ଭ ଭାଗରେ ମିଳୁଥିବା ଲୌହ ପରିପୂରକ (ବଟିକା) ।
Clinical data
Trade namesFeosol, Feostat, Feratab, others
Synonymsiron pills, iron salts, ferrous salts, ferric salts
AHFS/Drugs.commonograph
Routes of
administration
by mouth, IV, IM
ATC code
Legal status
Legal status
Identifiers
CAS Number
ChemSpider
  • none

ଲୌହ ପରିପୂରକ (ଇଂରାଜୀ ଭାଷାରେ Iron supplements ବା ଲୌହ ଲବଣ/ iron salts ବା ଲୌହ ବଟିକା/ iron pills), କେତେକ ଲୌହ (iron) ଉପାଦାନ ଥିବା ଔଷଧ ଯାହା ଦେହରେ ଲୌହ ଅଭାବର (iron deficiency) ଚିକିତ୍ସା ଓ ପ୍ରତିଷେଧ ଭାବରେ ଦିଆଯାଏ ଓ ତାହା ମଧ୍ୟରେ ଲୌହ ଅଭାବୀ ଆନିମିଆ (iron deficiency anemia) ଅନ୍ତର୍ଗତ ।[୧][୨] ସ୍ୱଳ୍ପ ଅବଶୋଷଣ (poor absorption), ଅତ୍ୟଧିକ ଋତୁସ୍ରାବ (heavy menstrual periods), ଗର୍ଭାବସ୍ଥା (pregnancy), ହେମୋଡାଏଲିସିସ (hemodialysis) ଓ ସ୍ୱଳ୍ପ ଲୌହ ଥିବା ଖାଦ୍ୟ ଇତ୍ୟାଦି ଅବସ୍ଥାରେ ପ୍ରତିଷେଧ ନିମନ୍ତେ ଲୌହ ପରିପୂରକ ଦିଆଯାଏ ।[୨][୩] ସ୍ୱଳ୍ପ ଜନ୍ମ ଓଜନ (low birth weight) ବିଶିଷ୍ଟ ଶିଶୁଙ୍କୁ ମଧ୍ୟ ପ୍ରତିଷେଧ ଭାବରେ ଏହା ଦିଆଯାଏ । ଏହା ଶିରାଭ୍ୟନ୍ତରରେ (injection into a vein) ଓ ମାଂସପେଶୀ ଇଞ୍ଜେକସନ (injection into a muscle) ଆକାରରେ ଓ ପାଟିରେ ଦିଆଯାଏ ।[୨] ସାଧାରଣ ଲୌହ ସ୍ତର ଆସିବାକୁ କିଛି ଦିନରୁ ୨ମାସ ପର୍ଯ୍ୟନ୍ତ ସମୟ ଲାଗେ ।[୪]

ଲୌହ ପରିପୂରକର ପାର୍ଶ୍ୱ ପ୍ରତିକ୍ରିୟାରେ କୋଷ୍ଠକାଠିନ୍ୟ (constipation), ପେଟ ଯନ୍ତ୍ରଣା, କଳା ଝାଡ଼ା ଓ ତରଳ ଝାଡ଼ା ହୋଇପାରେ ।[୪] ଅତ୍ୟଧିକ ଲୌହ ପରିପୂରକ ବ୍ୟବ‌ହାର କଲେ ଲୌହ ବିଷକ୍ରିୟା (iron toxicity) ଓ ଅତ୍ୟଧିକ ଲୌହ (iron overload) ଦେହରେ ହୁଏ ।[୩][୧] ଫେରସ୍ ଲବଣ ମଧ୍ୟରେ ଫେରସ ଫୁମାରେଟ (ferrous fumarate), ଫେରସ ଗ୍ଲୁକୋନେଟ (ferrous gluconate), ଫେରସ ସକସିନେଟ (ferrous succinate) ଓ ଫେରସ ସଲଫେଟ (ferrous sulfate) ଆଦି ପାଟିରେ ଦିଆଯାଏ । ଇଞ୍ଜେକସନ ଆକାରରେ ଲୌହ ଡେକ୍ସଟ୍ରାନ (iron dextran) ଓ ଲୌହ ସୁକ୍ରୋଜ (iron sucrose) ଦିଆଯାଏ ।[୩] ଏହି ଔଷଧ ଲୋହିତ ରକ୍ତ କଣିକା ପ୍ରସୁତିରେ (making red blood cells) ସ‌ହାୟକ ହୁଏ ।[୪]

ଚିକିତ୍ସା କ୍ଷେତ୍ରରେ ସନ ୧୬୮୧ରୁ ଲୌହ ବ୍ୟବ‌ହୃତ ହୋଇଆସୁଛି ଓ ଏହାର ସନ ୧୮୩୨ରୁ ଏହାର ବିଭିନ୍ନ ଫର୍ମୁଲା ତିଆରି ହୋଇଆସୁଛି ।[୫] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୬] ଫେରସ ଲବଣ ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହେଉଛି ।[୧] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ମାସ ଡୋଜର ହୋଲସେଲ ମୂଲ୍ୟ ୦.୦୫ରୁ ୦.୬୩ ଆମେରିକୀୟ ଡଲାର ।[୭] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧ ବାବଦ ଏକ ମାସରେ ପ୍ରାୟ ୨୫ ଆମେରିକୀୟ ଡଲାର ଖର୍ଚ୍ଚ ହୁଏ ।[୧] ଧୀର ନିର୍ଗମନ (Slow release) ଫର୍ମୁଲେସନ ମିଳୁଥିଲେ ମଧ୍ୟ ବ୍ୟବ‌ହାର କରିବାକୁ ସୁପାରିସ କରାଯାଏନାହିଁ । [୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 217. ISBN 9781284057560.
  2. ୨.୦ ୨.୧ ୨.୨ ୨.୩ British national formulary : BNF 69 (69 ed.). British Medical Association. 2015. pp. 660–664. ISBN 9780857111562.
  3. ୩.୦ ୩.୧ ୩.୨ WHO Model Formulary 2008 (PDF). World Health Organization. 2009. pp. 247–250. ISBN 9789241547659. Retrieved 8 January 2017.
  4. ୪.୦ ୪.୧ ୪.୨ "Iron Preparations, Oral". The American Society of Health-System Pharmacists. Retrieved 8 January 2017.
  5. Upfal, Jonathan (2006). Australian Drug Guide (in ଇଂରାଜୀ). Black Inc. pp. 378–379. ISBN 9781863951746.
  6. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  7. "Ferrous Salt". International Drug Price Indicator Guide. Retrieved 8 December 2016.[permanent dead link]