ସୁବ୍ରତ ବାଗଚୀ

ଉଇକିପିଡ଼ିଆ‌ରୁ
ସୁବ୍ରତ ବାଗଚୀ
ସୁବ୍ରତ ବାଗଚୀ
Born (1957-05-31) ୩୧ ମଇ ୧୯୫୭ (ବୟସ ୬୬)
Nationalityଭାରତୀୟ
Citizenshipଭାରତୀୟ
Alma materଉତ୍କଳ ବିଶ୍ୱବିଦ୍ୟାଳୟ
Employerମାଇଣ୍ଡଟ୍ରୀ
Titleମାଇଣ୍ଡଟ୍ରୀର ପ୍ରତିଷ୍ଠାତା, ଓଡ଼ିଶା ସ୍କିଲ ଡେଭଲପମେଣ୍ଟ ଅଥରିଟିର ଅଧ୍ୟକ୍ଷ
Board member ofମାଇଣ୍ଡଟ୍ରୀ
Spouseସୁସ୍ମିତା ବାଗ୍‌ଚୀ
Websiteସୁବ୍ରତ ବାଗଚୀଙ୍କ ବ୍ଳଗ

ସୁବ୍ରତ ବାଗଚି (ଜନ୍ମ: ୩୧ ମଇ ୧୯୫୭) ମାଇଣ୍ଡଟ୍ରୀ କନସଲଟିଂ ସଂସ୍ଥାନର ପ୍ରତିଷ୍ଠାତା ଏବଂ ଓଡ଼ିଶା ସ୍କିଲ ଡେଭଲପମେଣ୍ଟ ଅଥରିଟିର ଅଧ୍ୟକ୍ଷ ଅଟନ୍ତି ।[୧] ଓଡ଼ିଶାରେ କୋଭିଡ-୧୯ ମହାମାରୀ ମୁକାବିଲା ସମୟରେ ତାଙ୍କୁ ଓଡ଼ିଶା ସରକାରଙ୍କ ମୁଖ୍ୟ ମୁଖପାତ୍ର ରୂପରେ ଦାୟିତ୍ୱ ମିଳିଥିଲା ।[୨]

ସୁବ୍ରତ ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ମାଖନ ଗୋପାଳ ବାଗଚି ଓ ମାତାଙ୍କ ନାମ ଲାବଣ୍ୟପ୍ରଭା ବାଗଚି ଥିଲା । ତାଙ୍କ ପିତା ଜଣେ ସରକାରୀ କର୍ମଚାରୀ ଥିଲେ । ପିତାଙ୍କ ଚାକିରି ଯୋଗୁ ସୁବ୍ରତଙ୍କ ବାଲ୍ୟକାଳ ଓଡ଼ିଶାର ବିଭିନ୍ନ ଆଦିବାସୀ ବହୁଳ ଅଞ୍ଚଳରେ ବିତିଥିଲା । ଏ ବିଷୟରେ ସେ ନିଜ ପୁସ୍ତକ "ଗୋ କିସ୍ ଦ ୱର୍ଲଡ଼"ରେ ଲେଖିଛନ୍ତି ।

ଶିକ୍ଷା[ସମ୍ପାଦନା]

ସୁବ୍ରତ ଉତ୍କଳ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ କରିଛନ୍ତି । ସେ ୧୯୭୪ ମସିହାରେ ଭାରତୀୟ ସେନାବାହିନୀର ପାରାଚୁଟ ରେଜିମେଣ୍ଟ ଅଧିନରେ ଟ୍ରେନିଙ୍ଗ ଗ୍ରହଣ କରି "ପାରା ଉଇଙ୍ଗସ" ହାସଲ କରିଥିଲେ । ୧୯୭୫ ମସିହାର ଗଣତନ୍ତ୍ର ଦିବସ ପରେଡ଼ରେ ସୁବ୍ରତଙ୍କୁ ଶ୍ରେଷ୍ଠ ଏନସିସି କାଡେଟ ଭାବେ ଚୟନ କରାଯାଇଥିଲା ଓ ସେ ପ୍ରଧାନମନ୍ତ୍ରୀ ଟ୍ରଫି ହାସଲ କରିଥିଲେ ।

ବୃତ୍ତିଗତ ଜୀବନ[ସମ୍ପାଦନା]

ସୁବ୍ରତ ୧୯୭୬ ମସିହାରେ ଓଡ଼ିଶା ସରକାରଙ୍କ ଶିଳ୍ପ ବିଭାଗରେ ଜଣେ କିରାଣି ଭାବରେ ନିଜ ଚାକିରି ଜୀବନ ଆରମ୍ଭ କରିଥିଲେ । ୧୯୭୭ ମସିହାରେ ସେଇ ଚାକିରି ଛାଡି ସୁବ୍ରତ ଡିସିଏମ କମ୍ପାନୀରେ ଜଣେ ପ୍ରଶିକ୍ଷାର୍ଥୀ ଭାବରେ ଯୋଗ ଦେଇଥିଲେ । ଡିସିଏମ କମ୍ପାନୀରେ ସେ ୫ ବର୍ଷ ଚାକିରି କରିଥିଲେ । ୧୯୮୧-୧୯୯୯ ମଧ୍ୟରେ ସେ ବିଭିନ୍ନ କମ୍ପ୍ୟୁଟର କମ୍ପାନୀରେ ଚାକିରି କରି, ଭିନ୍ନ ଭିନ୍ନ ଭୂମିକାରେ କାର୍ଯ୍ୟ କରିଥିଲେ । ଉଇପ୍ରୋ କମ୍ପାନୀ ସହିତ ସେ ସର୍ବାଧିକ ସମୟ କାମ କରିଥିଲେ । ସେ  ସେହି କମ୍ପାନୀର ଅନୁସନ୍ଧାନ ଓ ବିକାଶ ବିଭାଗର ମୁଖ୍ୟ ଏବଂ ଉପାଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ । ଉଇପ୍ରୋ ପରେ ସେ ଲୁସେଣ୍ଟ ଟେକନୋଲୋଜି କମ୍ପାନୀରେ ଚାକିରି କରିଥିଲେ ।  ୧୯୯୯ ମସିହାରେ ସେ ମାଇଣ୍ଡଟ୍ରୀ କମ୍ପାନୀ ପ୍ରତିଷ୍ଠା କରିଥିଲେ । ଏଥିରେ ସୁବ୍ରତଙ୍କ ବ୍ୟତିତ ଅନ୍ୟ ୯ଜଣ ସଂସ୍ଥାପକ ମଧ୍ୟ ଥିଲେ । ବର୍ତ୍ତମାନ ମାଇଣ୍ଡଟ୍ରୀ ୫୦୦ ବିଲିଅନ ଡଲାର ବିଶିଷ୍ଟ ଏକ ବିଶ୍ୱସ୍ତରୀୟ ଆଇଟି କମ୍ପାନୀ ଓ ଏଥିରେ ୧୬୦୦୦ରୁ ଅଧିକ କର୍ମଚାରୀ କାମ କରନ୍ତି ।[୩] ମାଇଣ୍ଡଟ୍ରି କମ୍ପାନୀ ଆରମ୍ଭରୁ ସୁବ୍ରତ ସେଠାରେ ସି.ଓ.ଓ ଭାବରେ କାମ କରୁଥିଲେ । କ୍ରମେ ୨୦୧୦ମସିହାରେ ସେ ଉପାଧ୍ୟକ୍ଷ ଓ ୨୦୧୨ ମସିହାରେ ସେ ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରି ୨୦୧୬ମସିହାରେ ସେବାବନିବୃତ ହୋଇଥିଲେ । ସୁବ୍ରତ ହ୍ୱାଇଟ ସ୍ୱାନ ଫାଉଣ୍ଡେସନ ସହିତ ମଧ୍ୟ ଜଡ଼ିତ ରହିଛନ୍ତି । ଏହି ସଂସ୍ଥା ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଉପରେ ଜାଗୃକତା ସୃଷ୍ଟିଦିଗରେ କାର୍ଯ୍ୟ କରିଥାଏ ।

ରଚନାବଳି[ସମ୍ପାଦନା]

  • ହାଇ-ପରଫରମାନ୍ସ ଏଣ୍ଟ୍ରପ୍ରିନ୍ୟୁର(High-Performance Entrepreneur) (2006)[୪]
  • ଗୋ କିସ୍ ଦ ୱର୍ଲଡ଼(Go Kiss the World: Life Lessons For The Young Professional)
  • ଦ ହାଇ-ପରଫରମାନ୍ସ ଏଣ୍ଟ୍ରପ୍ରିନ୍ୟୁର( The High Performance Entrepreneur) (2008)
  • ଦ ପ୍ରଫେସନାଲ(The Professional) (2009)
  • ଏମବିଏ ଆଟ ୧୬(MBA at 16) (2012)
  • ଟ୍ରବୁଲ ଇନ୍ ଗାଙ୍ଗଟକ(Trouble in Gangtok) (2012)
  • The Captainship: First-gen Entrepreneurs (2013)
  • ଦ ଏଲିଫ୍ୟାଣ୍ଟ କ୍ୟାଚରସ(The Elephant Catchers) (2013)[୫]
  • ଦ ପ୍ରଫେସନାଲ କମ୍ପାନିୟନ(The Professional Companion) (2013)
  • ଅନ ଲିଡ଼ରସିପ ଆଣ୍ଡ ଇନୋଭେସନ(On Leadership and Innovation) (2014)

ଆଧାର[ସମ୍ପାଦନା]

  1. http://kanaknews.com/skill-development-authority/
  2. "Subroto Bagchi Appointed Odisha Govt's Chief Spokesperson On COVID-19". pragativadi.com/. pragativadi. Retrieved 27 March 2020.
  3. "Mindtree Q3 net profit up 7.2%; rejigs management". Retrieved 10 May 2017.
  4. "MindTree's Subroto Bagchi becomes best-selling business author". Retrieved 23 August 2013.
  5. "This one is for those seeking breakout success". Archived from the original on 18 December 2013. Retrieved 23 August 2013.

ବାହାର ଆଧାର[ସମ୍ପାଦନା]