ବିମଳା ମନ୍ଦିର, ଗୋବର୍ଦ୍ଧନ ପୀଠ

ଉଇକିପିଡ଼ିଆ‌ରୁ

ବିମଳା ମନ୍ଦିର ପୁରୀ ଗୋବର୍ଦ୍ଧନ ପୀଠ ପରିସର ମଧ୍ୟସ୍ଥ ଦେବୀ ବିମଳାଙ୍କର ଏକ ପ୍ରାଚୀନ ଆସ୍ଥାନ । ୨୦୧୭ ଜାନୁଆରୀ ୧୮ତାରିଖରେ ସେଠାରେ ବିମଳାଙ୍କ ଏକ ନୂତନ ମନ୍ଦିର ପ୍ରତିଷ୍ଠା ହୋଇଥିଲା ।

ଇତିହାସ[ସମ୍ପାଦନା]

ଶ୍ରୀମନ୍ଦିରରେ ବିମଳାଙ୍କ ମନ୍ଦିର ମୂଳପୀଠ ହୋଇଥିବାବେଳେ ଗୋବର୍ଦ୍ଧନ ମଠରେ ଗାଦି ପୀଠ ରହିଛି । ଏଠାରେ ମଧ୍ୟ ଶ୍ରୀଜଗନ୍ନାଥ ଓ ମା’ ବିମଳାଙ୍କ ପୂଜା ଶହଶହ ବର୍ଷ ଧରି ଚାଲିଛି । ୨୫୦୦ ବର୍ଷତଳେ ଆଦିଶଙ୍କରାଚାର୍ଯ୍ୟ ଶ୍ରୀମନ୍ଦିରକୁ ପୁନଃପ୍ରତିଷ୍ଠା କରିବା ସହ ଗୋବର୍ଦ୍ଧନ ପୀଠର ସ୍ଥାପନା କରିଥିଲେ । ଏଠାରେ ଇଷ୍ଟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥ, ଇଷ୍ଟଦେବୀ ମା’ ବିମଳା ଓ ତୀର୍ଥ ମହୋଦଧି । ଆବାହମାନ କାଳରୁ ପ୍ରତ୍ୟେକ ଦିନ ମହାପ୍ରଭୁଙ୍କର ଖେଇ(ଖେଚୁଡ଼ି ଭୋଗ) ଗୋବର୍ଦ୍ଧନ ପୀଠକୁ ଆସିଥାଏ । ଏଠାରେ ମା’ ବିମଳାଙ୍କୁ ସମର୍ପଣ ହୋଇ ସାଧୁସନ୍ଥଙ୍କୁ ପ୍ରଦାନ କରାଯାଏ । [୧] ଶ୍ରୀମନ୍ଦିରରେ ବିମଳା ବାମାଚାର ପଦ୍ଧତିରେ ପୂଜା ପାଉଥିବା ବେଳେ ଏଠାରେ ମା’ଙ୍କୁ ପରମ ବୈଷ୍ଣବୀ ରୂପରେ ଦକ୍ଷିଣାଚାର ପଦ୍ଧତିରେ ପୂଜା ହୋଇଥାଏ ।

ଗଠନ ଓ ବୈଶିଷ୍ଟ୍ୟ[ସମ୍ପାଦନା]

୨୦୧୨ମସିହାରୁ ୪ ବର୍ଷ ଧରି ଦ୍ୱିତୀୟ ବିମଳା ମନ୍ଦିର ନିର୍ମାଣ ଚାଲିଥିଲା ।

ଶ୍ରୀମନ୍ଦିର ସେବାୟତଙ୍କ ବିରୋଧ[ସମ୍ପାଦନା]

ଜଗନ୍ନାଥ ମନ୍ଦିର ପରିସରରେ ଏକ ବିମଳା ମନ୍ଦିର ଥିବାବେଳେ ଏହା ନିକଟରେ ଅନ୍ୟ ଏକ ମନ୍ଦିର ପ୍ରତିଷ୍ଠା ହେଲେ ଜଗନ୍ନାଥ ସଂସ୍କୃତି ଉପରେ ଆଞ୍ଚ ଆସିବା ସନ୍ଦେହ କରି ୨୦୧୬ ମସିହା ନଭେମ୍ବରରେ ଶ୍ରୀମନ୍ଦିର ସେବାୟତମାନେ ବିରୋଧ କରିଥିଲେ । ପ୍ରତିଷ୍ଠାକୁ ନେଇ ଉଠିଥିବା ବିବାଦ ଉପରେ ପୁରୀ ଶଙ୍କରାଚାର୍ଯ୍ୟଗଜପତି ମହାରାଜା ଦିବ୍ୟସିଂହ ଦେବ ସ୍ପଷ୍ଟୀକରଣ ଦେବାପରେ ସେବାୟତମାନେ ଶାନ୍ତ ହୋଇଥିଲେ ।[୨]

ଆଧାର[ସମ୍ପାଦନା]

  1. "ବିମଳାଙ୍କ ନୂଆ ମନ୍ଦିରକୁ ନେଇ ବିବାଦ : ଜାନୁଆରୀ ୧୭ରେ ଗୋବର୍ଧନ ପୀଠରେ ହେବ ପ୍ରତିଷ୍ଠା ବିଧାନ ନଥିଲେ ସେବାୟତ କରିବେ ବିରୋଧ". ସମ୍ବାଦ. Retrieved 18 January 2017.[permanent dead link]
  2. "'ବିମଳା ମନ୍ଦିର ପ୍ରତିଷ୍ଠା ହେବାକୁ ନେଇ ବିଭ୍ରାନ୍ତ ହେବାର କାରଣ ନାହିଁ'". ଓଡ଼ିଶା ରିପୋର୍ଟର. Retrieved 18 January 2017.