ଗୋପାଇପାଳି , ବରଗଡ

ଉଇକିପିଡ଼ିଆ‌ରୁ

ଗୋପାଇପାଳି , .ଭାରତର ଓଡ଼ିଶା ରାଜ୍ୟର ବରଗଡ ଜିଲ୍ଲାର ବରପାଲି  ବ୍ଲକ ନିକଟସ୍ଥ ଏକ ବଡ଼ ଗ୍ରାମ । 

ଅବସ୍ଥିତି [ସମ୍ପାଦନା]

Gopaipali is a Village in Barpali Tehsil in Bargarh District of Odisha State, India. It is located 19 KM towards South from District head quarters Bargarh and 299 KM from State capital Bhubaneswar.Gopaipali is surrounded by Bijepur Tehsil towards west , Bargarh Tehsil towards North , Dunguripali Tehsil towards South , Bheden Tehsil towards East . The village is 178 meter above from sea level.

Bargarh , Burla , Sambalpur , Balangir are the nearby Cities to Gopaipali.

ଜନ ଆବାଦି[ସମ୍ପାଦନା]

୨୦୧୧ ଜନଗଣନା ଅନୁସାରେ ଗୋପାଇପାଳିର ୩୭୭ଟି ପରିବାରରେ ୧୩୨୨ ଜଣ ଥିଲେ । .[୧] ଏଠୀ ମଧ୍ୟରୁ ପୁରୁଷ ସଂଖ୍ୟା ୭୨୨ ଥିଲାବେଳେ ମହିଳା ସଂଖ୍ୟା ୬୭୩ ଥିଲା । ୬ ବର୍ଷ ଯାଏ ଶିଶୁ ସଂଖ୍ୟା ୧୪୫ ଥିଲା । ହାରାହାରି ଲିଙ୍ଗନୁପାତ ୧୦୦୦:୯୩୨ , ଯାହା ଓଡ଼ିଶା ହାର ଠୁ କମ । 

ସାକ୍ଷ୍ୟରତା  ଗୋପାଇପାଳି ଫ୍ରାମର ସାକ୍ଷ୍ୟରତା ହାର ୭୧.୨୮% ଥିଲା । ଏହା ଓଡ଼ିଶା ହାର ଠୁ ସାମାନ୍ଯ କମ । ପୁରୁଷ ସାକ୍ଷ୍ୟରତା ୮୦.୯୫ %ଥିବା ବେଳେ ମହିଳା ସାକ୍ଷ୍ୟରତା ୬୦.୭୭%

ଧର୍ମ [ସମ୍ପାଦନା]

ଗ୍ରାମର ସମସ୍ତ ଅଧିବାସୀ ହିନ୍ଦୁ ସଂପ୍ରଦାଯର ଥିଲେ । 

ପ୍ରଶାସନ [ସମ୍ପାଦନା]

ଗୋପାଇପାଳି ଗ୍ରାମ ଗୋପାଇପାଳି ପଞ୍ଚାଯତ ଅଧୀନରେ ରହେ । .[୨] ପଞ୍ଚାଯତ ସମିତି ନିୟମ ଅନୁସାରେ ଗ୍ରାମବାସୀଙ୍କଦ୍ୱାରା ସରପଞ୍ଚ ନିର୍ବାଚିତ ହୁଅନ୍ତି ଓ ଗ୍ରାମଟି ବରପାଲି ପଞ୍ଚାଯତ ସମିତି ତଥା ବରଗଡ ଜିଲ୍ଲା ପରିଷଦ ଅଧୀନରେ ଶାସିତ ହୁଏ । 

୫ଟି ୱାର୍ଡରେ ଭିଭକ୍ତ ହେଇଥିବା ଗ୍ରାମରେ ପ୍ରତି ୱାର୍ଡରେ ଜଣେ ଲେଖା ୱାର୍ଡ ମେମ୍ବର ଥାଆନ୍ତି । ସେମାନେ ଗ୍ରାମ ପଞ୍ଚାଯତକୁ ପ୍ରତିନିଧିତ୍ୱ କରନ୍ତି । 

ଉପଲବ୍ଧ ସୁବିଧା ସବୁ [ସମ୍ପାଦନା]

ଗ୍ରାମରେ ଗ୍ରାମ ପଞ୍ଚାଯତ ଅଫିସ ରହିଛି ।  ,[୩] ଗ୍ରାମରେ ଏକ ପ୍ରାଇମେରୀ ସ୍କୁଲ ସହ ଏକ ହାଇ ସ୍କୁଲ ମଧ୍ୟ ରହିଛି । ଗ୍ରାମରେ ଜୁନକମାନଙ୍କ ପାଇଁ ଏକ କ୍ଲବ ଓ ଗ୍ରାମ ପୋସ୍ତ ଅଫିସ ମଧ୍ୟ ରହିଛି । ପୋସ୍ତ ଅଫିସର ପିନ ୭୬୮୦୨୯ । [୪]

ଯୋଗାଯୋଗ [ସମ୍ପାଦନା]

  • ଗୋପାଇପାଳିର ନିକଟତମ ରେଳ ଷ୍ଟେସନ ହେଲା ବରପାଲି । ଏହା ଗ୍ରାମରୁ ୩ କିଲୋମିଟର ଦୁରବର୍ତୀ । ବରଗଡ , ସମ୍ବଲପୁର ଓ ଦୁଙ୍ଗୁରିପାଳି , ଏହାର ନିକଟବରତି ଷ୍ଟେସନ ସବୁ । 
  • ବରପାଲି ସୋହେଲା ରାଜ୍ୟ ପଥଦ୍ୱାରା ଏହି ଗ୍ରାମ ସଂଯୁକ୍ତ । 

ଯାନୀ ଯାତ୍ରା [ସମ୍ପାଦନା]

ପଶ୍ଚିମ ଓଡ଼ିଶାର ପର୍ବ ନୂଆଖାଇ , ଦୁର୍ଗାପୂଜା ଆଦି ଏହି ଗ୍ରାମରେ ପାରମ୍ପରିକ ରୀତି ଭାବରେ ପାଳିତ ହୁଏ। ଭଗବାନ ଶିବ ଓ ପାର୍ବତୀଙ୍କ ବିବାହ ପାଇଁ ହାଉଥିବା ଶୀତଳଷଷ୍ଠୀ ଯାତ୍ରା ମଧ୍ୟ ସ୍ୱତନ୍ତ୍ର ଭାବେ ଏହି ଗ୍ରାମରେ ହୁଏ । ପ୍ରତିବର୍ଷ ବସନ୍ତ ଋତୁରେ ଗ୍ରାମରେ ନାମ ଶଙ୍କିର୍ତନ ମଧ୍ୟ ହେଇଥାଏ। 

ଆର୍ଥିକ ସ୍ଥିତି [ସମ୍ପାଦନା]

ମୁଖ୍ୟତ କୃଷି ଉପରେ ନିର୍ଭର କରୁଥିବା ଏହି ଗ୍ରାମରେ ସାଂପ୍ରତିକ କୁଟୀର ଶିଳ୍ପଗୁଡ଼ିକ ମଧ୍ୟ ଆରମ୍ଭ ହୋଇଛି । ଖରିଫ ଋତୁରେ ମୁଖ୍ଯତଃ ଧାନ ଚାଷ ହୁଏ । ଜଳସେଚନର ସୁବିଧା ନ ଥିବା ହେତୁ ରବି ଋତୁରେ କିଛି ପରିମାଣରେ ଚୀନା ବାଦାମ , ଡାଲି ଜାତୀୟ ଚାଷ ହାଉଥିଲେ ମଧ୍ୟ ତାହା ବ୍ୟାପକ ଭାବେ ହେଇପାରେ ନାହିଁ । ତେବେ ଗ୍ରାମରେ ଥିବା ୨ଟି ବନ୍ଧ ( ପୁଷ୍କରିଣୀ) ବ୍ୟତୀତ ବୋର ୱେଲଦ୍ୱାରା ଉଠା ଜଳସେଚନ ମଧ୍ୟ ହୁଏ । ଏହାଦ୍ୱାରା ଆଖୁ ଚାଷ ମଧ୍ୟ ଜନପ୍ରିୟ ହେଇ ଆସୁଛି ।

ଇଟା ଭାଟି , ଧାନ ବାହାର କରିବା ଜନ୍ତ୍ର ତିଆରି ମଧ୍ୟ ଗ୍ରାମରେ ଗଢ଼ି ଉଠୁଛି ।  

ଆଧାର [ସମ୍ପାଦନା]

ଅଧିକ ପଠନ [ସମ୍ପାଦନା]