ବ‌ହିଃ କର୍ଣ୍ଣ ପ୍ରଦାହ

ଉଇକିପିଡ଼ିଆ‌ରୁ
ବ‌ହିଃ କର୍ଣ୍ଣ ପ୍ରଦାହ
ଇଂରାଜୀରେ external otitis, swimmer's ear[୧]
ସାଂଘାତିକ ବ‌ହିଃ କର୍ଣ୍ଣ ପ୍ରଦାହ । କାନ ନଳୀ ସରୁ ହୋଇଛି, ନିଃସ୍ରାବ ବ‌ହୁତ ବାହାରିଛି exudate ଓ ପିନା ବା ବାହାର କାନ outer ear ଫୁଲିଛି ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିକର୍ଣ୍ଣ ନାସା ଗଳା ବିଭାଗ
ଆଇସିଡ଼ି-୧୦H60.
ଆଇସିଡ଼ି-୯-ସିଏମ୍053.71, 054.73, 112.82, 380.1-380.2
ରୋଗ ଡାଟାବେସ9401
ମେଡ଼ିସିନ-ପ୍ଲସ000622
ଇ-ମେଡ଼ିସିନped/1688 emerg/350
MeSHD010032

ବ‌ହିଃ କର୍ଣ୍ଣ ପ୍ରଦାହ, (ଇଂରାଜୀ ଭାଷାରେ External otitis ବା swimmer's ear),[୧] କ‌ହିଲେ ବାହ୍ୟ କର୍ଣ୍ଣ ନଳୀର (ear canal) ପ୍ରଦାହକୁ ବୁଝାଏ ।[୨] ଏହି ରୋଗରେ କାନ ଯନ୍ତ୍ରଣା (ear pain), ବାହ୍ୟ କାନ ଫୁଲା ଓ ବେଳେବେଳେ ଶ୍ରବଣହାନୀ ହୁଏ ।[୨] ପିନା ବା ବାହାର କାନ (outer ear) ହଲିଲେ ଯନ୍ତ୍ରଣା ହୁଏ । ଅତି ସାଂଘାତିକ ନ ହେଲେ ପ୍ରାୟ ଜ୍ୱର ହୁଏନାହିଁ । [୩]

ବ‌ହିଃ କର୍ଣ୍ଣ ପ୍ରଦାହ ଛଅ ସପ୍ତାହରୁ କମ ହୋଇଥିଲେ ଆକ୍ୟୁଟ ଓ ୩ ମାସରୁ ଅଧିକ ହୋଇଥିଲେ କ୍ରନିକ, ଏହି ଦୁଇ ପ୍ରକାର ହୋଇପାରେ ।[୨] ଜୀବାଣୁ ସଂକ୍ରମଣ ଯୋଗୁ ଆକ୍ୟୁଟ ଓ ଆଲର୍ଜି (allergies) ବା ଅଟୋଇମ୍ମ୍ୟୁନ (autoimmune disorder) ରୋଗ ହୋଇଥିଲେ କ୍ରନିକ ହୁଏ । ଆକ୍ୟୁଟ ହେବା ନିମନ୍ତେ ପ‌ହଁରା, ସାଧାରଣ ଆଘାତ, ଶ୍ରବଣ ଯନ୍ତ୍ର ବ୍ୟବ‌ହାର, ସୋରିଆସିସଚର୍ମ ପ୍ରଦାହ ରୋଗ ଇତ୍ୟାଦି ସଙ୍କଟ ଜନ‌କ ପରିସ୍ଥିତ ସୃଷ୍ଟି କରନ୍ତି ।[୨][୩] ମଧୁମେହ ରୋଗ ଥିଲେ ଏହି ରୋଗ ସାଂଘାତିକ ହୋଇ ମାଲିଗନାଣ୍ଟ ବ‌ହିଃ କର୍ଣ୍ଣ ପ୍ରଦାହ ହୋଇଯାଏ । ଲକ୍ଷଣ ଓ ଚିହ୍ନ ଦେଖି ରୋଗ ନିର୍ଣ୍ଣୟ କରାଯାଏ । କ୍ରନିକ ଓ ସାଂଘାତିକ କେଶ୍‌ରେ କାନ କେନାଲରୁ ସ୍ୱାବ ନେଇ କଲଚର (Culturing|) କରାଯାଏ ।[୨]

ଆସେଟିକ ଏସିଡ (Acetic acid) କାନ ଡ୍ରପ ଏହି ରୋଗର ପ୍ରତିଷେଧ ଭାବରେ କାମ କରେ ।[୩] ଆକ୍ୟୁଟ କେଶ୍‌ରେ ଆଣ୍ଟିବାୟୋଟିକ (antibiotic) ଯେପରିକି ଓଫ୍ଲୋକ୍ସାସିନ (ofloxacin) ବା ଆସେଟକ ଏସିଡ ଦିଆଯାଏ । [୨][୩] ସ୍ଟିରଏଡ (Steroid) ଡ୍ରପ ମଧ୍ୟ ଆଣ୍ଟିବାୟୋଟିକ ସ‌ହିତ ଦିଆଯାଏ । କଷ୍ଟ ହେଲେ ଆଇବୁପ୍ରୋଫେନ ଭଳି ଯନ୍ତ୍ରଣା ଲାଘବକାରୀ ଔଷଧ ଦିଆଯାଇପାରେ । ଚର୍ମ ସଂକ୍ରମଣ ବା ଇମ୍ମ୍ୟୁନିଟି ଅଭାବ ଥିଲେ ପାଟିବାଟେ ଆଣ୍ଟିବାୟୋଟିକ ଦିଆଯାଏ ନ ହେଲେ ଏହା ପାଟିରେ ଦିଆଯାଏ ନାହିଁ । ଚିକିତ୍ସା ଆରମ୍ଭ କରିବାର ଏକ ଦିନ ମଧ୍ୟରେ ଉପଶମ ହେବା ଆରମ୍ଭ ହୁଏ । କ୍ରନିକ କେଶ୍‌ରେ କାରଣ ଅନୁସାରେ ଚିକିତ୍ସା କରାଯାଏ । [୨]

ପ୍ରତି ବର୍ଷ ୧-୩% ଲୋକଙ୍କୁ ବ‌ହିଃ କର୍ଣ୍ଣ ପ୍ରଦାହ ରୋଗ ହୁଏ ଓ ତାଙ୍କ ମଧ୍ୟରୁ ୯୫% ଆକ୍ୟୁଟ ଧରଣର ଥାଏ ।[୨] ଜୀବନରେ କେବେବି ଥରେ ହେଲେ ୧୦% ଲୋକ ଏହି ରୋଗରେ ଆକ୍ରାନ୍ତ ହୁଅନ୍ତି ।[୩] ବୟସ୍କ ଲୋକ ଓ ୭ରୁ ୧୦ ବର୍ଷ ବୟସର ପିଲାଙ୍କଠାରେ ସାଧାରଣତଃ ଏହି ରୋଗ ଦେଖାଯାଏ ।[୨][୪] ପୁରୁଷ ଓ ମହିଳା ସମ ଭାବରେ ଆକ୍ରାନ୍ତ ହୁଅନ୍ତି । [୪] ଉଷୁମ ଓ ଆର୍ଦ୍ର ଜଳବାୟୁରେ ରୋଗ ଅଧିକ ହୁଏ । [୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ Rapini, Ronald P.; Bolognia, Jean L.; Jorizzo, Joseph L. (2007). Dermatology: 2-Volume Set. St. Louis: Mosby. ISBN 1-4160-2999-0.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ Wipperman, J (March 2014). "Otitis externa". Primary care. 41 (1): 1–9. PMID 24439876.
  3. ୩.୦ ୩.୧ ୩.୨ ୩.୩ ୩.୪ Schaefer, P; Baugh, RF (1 December 2012). "Acute otitis externa: an update". American family physician. 86 (11): 1055–61. PMID 23198673.
  4. ୪.୦ ୪.୧ Lee, H; Kim, J; Nguyen, V (September 2013). "Ear infections: otitis externa and otitis media". Primary care. 40 (3): 671–86. PMID 23958363.