Jump to content

"ବ୍ରଜଭୂଷଣ ମହାନ୍ତି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ବ୍ରଜଭୂଷଣ ମହାନ୍ତି ଆରମ୍ଭ କରାଗଲା
(କିଛି ବଦଳିନାହିଁ)

୧୩:୨୧, ୨୦ ଜୁଲାଇ ୨୦୧୯ ଅନୁସାରେ କରାଯାଇଥିବା ବଦଳ

ବ୍ରଜଭୂଷଣ ମହାନ୍ତି
ରାଷ୍ଟ୍ରପତିଙ୍କଠାରୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ଗ୍ରହଣ କରୁଥିବା ଅବସରରେ
ଜନ୍ମ୧୯୬୧
ଜାତୀୟତାଭାରତୀୟ
ବୃତ୍ତିବକ୍ସିଂ ପ୍ରଶିକ୍ଷକ
ପୁରସ୍କାରଦ୍ରୋଣାଚାର୍ଯ୍ୟ ପୁରସ୍କାର ୨୦୧୭[]

ବ୍ରଜଭୂଷଣ ମହାନ୍ତି(ଜନ୍ମ : ୧୯୬୧), ଜଣେ ବକ୍ସିଂ ପ୍ରଶିକ୍ଷକ ।[] ଦ୍ରୋଣାଚାର୍ଯ୍ୟ ପୁରସ୍କାର ହାସଲ କରିବାରେ, ସେ ଓଡ଼ିଶାରେ ଜନ୍ମିତ ଏକମାତ୍ର ବ୍ୟକ୍ତି । ୨୦୧୭ ମସିହାରେ ବକ୍ସିଂ ପ୍ରଶିକ୍ଷଣରେ ଜୀବନବ୍ୟାପି ଅବଦାନ ପାଇଁ ସେ ଏହି ପୁରସ୍କାର ଲାଭ କରିଥିଲେ ।[] ସେ ଜାତୀୟ ବକ୍ସିଂ ଏକାଡେମୀ, ରୋହତକରେ ପ୍ରଶିକ୍ଷକ ଭାବରେ କାର୍ଯ୍ୟ କରିଛନ୍ତି ।[]

ବ୍ରଜଭୂଷଣ, ଭାରତୀୟ ସ୍ଥଳବାହିନୀରେ ଚାକିରୀ କରି ଅବସର ଗ୍ରହଣ କରି ସାରିଛନ୍ତି । ସ୍ଥଳବାହିନୀରେ ଚାକିରୀ କରିବା ଆଗରୁ ନିଜ ଜନ୍ମମାଟି ବ୍ରହ୍ମପୁରଠାରେ ବକ୍ସିଂ କରିବା ଆରମ୍ଭ କରିଥିଲେ । ସ୍ଥଳବାହିନୀ ତରଫରୁ, ତାଙ୍କୁ ୨୦୦୧ ମସିହାରେ ଆର୍ମୀ କ୍ରୀଡ଼ା ସଂସ୍ଥାନରେ(Army Sports Institute) ବକ୍ସିଂ ପ୍ରଶିକ୍ଷକ ଭାବରେ ନିଯୁକ୍ତି ଦିଆଯାଇଥିଲା । ସେଠାରେ ସେ ୨୦୧୧ରେ ନିଜ ଅବସର ପର୍ଯ୍ୟନ୍ତ ପ୍ରଶିକ୍ଷଣ ଦେଇଥିଲେ । ଅବସର ପରେ ସେ ପ୍ରଥମେ ଝାଡ଼ଖଣ୍ଡରେ ଓ ପରେ ଜାତୀୟ ବକ୍ସିଂ ଏକାଡେମୀରେ(National Boxing Academy) ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଜାତୀୟ ଓ ଆନ୍ତର୍ଜାତୀୟ ସ୍ଥରର ବକ୍ସିଂ ଖେଳାଳି ଡିଂକା ସିଂ, ମନପ୍ରୀତ ସିଂ, ଶିବା ଥାପ୍ପା, ବି ସନ୍ତୋଷ କୁମାର, ବିକାଶ କ୍ରୀଷ୍ଣନ, ଗୁରୁଚରଣ ସିଂ ଓ ମମତା ପଣ୍ଡା ଆଦି ବ୍ରଜଭୂଷଣଙ୍କଦ୍ୱାରା ପ୍ରଶିକ୍ଷିତ । ଓଡ଼ିଶାରେ ବକ୍ସିଂର ପ୍ରସାର ପାଇଁ ସେ ୨୦୦୭ ଓ ୨୦୦୯ ମସିହାରେ କଳିଙ୍ଗ କପର ଆୟୋଜନ କରିଥିଲେ ।[]

ସମ୍ମାନ ଓ ପୁରସ୍କାର

  • ଦ୍ରୋଣାଚାର୍ଯ୍ୟ ସମ୍ମାନ - ୨୦୧୭
  • ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ଆସୋସିଏସନ ସମ୍ବର୍ଦ୍ଧନା - ୨୦୧୯[]

ଆଧାର

  1. "National Sports & Adventure Awards 2017". http://pib.nic.in. Press Information Bureau Government Of India. Retrieved 20 July 2019. {{cite web}}: External link in |website= (help)
  2. http://orisports.com. orisports http://orisports.com/PersonDetails.aspx?pId=MzYyNw==. Retrieved 20 July 2019. {{cite web}}: External link in |website= (help); Missing or empty |title= (help)
  3. "Keen To Train Boxers From Odisha For 2020 Olympics: Dronacharya Awardee". odishatv.in. odisha tv. Retrieved 20 July 2019.
  4. "Odisha's boxing coach Braja Bhushan Mohanty to get Dronacharya Award". odishasuntimes.com. odisha suntimes. Retrieved 20 July 2019.
  5. "Mohanty's efforts get national recognition Read more at: http://timesofindia.indiatimes.com/articleshow/60222952.cms?utm_source=contentofinterest&utm_medium=text&utm_campaign=cppst". timesofindia.indiatimes.com. times of india. Retrieved 20 July 2019. {{cite web}}: External link in |title= (help)
  6. http://www.odishabytes.com. odishabytes http://www.odishabytes.com/amit-rohidas-and-braja-bhusan-to-get-osja-annual-award/. Retrieved 20 July 2019. {{cite web}}: External link in |website= (help); Missing or empty |title= (help)