ବ୍ରଜଭୂଷଣ ମହାନ୍ତି

ଉଇକିପିଡ଼ିଆ‌ରୁ
ବ୍ରଜଭୂଷଣ ମହାନ୍ତି
ରାଷ୍ଟ୍ରପତିଙ୍କଠାରୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ଗ୍ରହଣ କରୁଥିବା ଅବସରରେ
ଜନ୍ମ(1961-10-10)୧୦ ଅକ୍ଟୋବର ୧୯୬୧
ଜାତୀୟତାଭାରତୀୟ
ବୃତ୍ତିବକ୍ସିଂ ପ୍ରଶିକ୍ଷକ
ପୁରସ୍କାରଦ୍ରୋଣାଚାର୍ଯ୍ୟ ପୁରସ୍କାର ୨୦୧୭

ବ୍ରଜଭୂଷଣ ମହାନ୍ତି(ଜନ୍ମ : ୧୦ ଅକ୍ଟୋବର ୧୯୬୧),[୧] ଜଣେ ବକ୍ସିଂ ପ୍ରଶିକ୍ଷକ ।[୨]ବକ୍ସିଂ ପ୍ରଶିକ୍ଷଣରେ ଜୀବନବ୍ୟାପି ଅବଦାନ ପାଇଁ ୨୦୧୭ ମସିହାରେ ସେ ଦ୍ରୋଣାଚାର୍ଯ୍ୟ ପୁରସ୍କାର ଲାଭ କରିଥିଲେ ।[୩] ଏହି ପୁରସ୍କାର ହାସଲ କରିବାରେ, ସେ ଓଡ଼ିଶାରେ ଜନ୍ମିତ ଏକମାତ୍ର ବ୍ୟକ୍ତି । ସେ ଜାତୀୟ ବକ୍ସିଂ ଏକାଡେମୀ, ରୋହତକରେ ପ୍ରଶିକ୍ଷକ ଭାବରେ କାର୍ଯ୍ୟ କରିଛନ୍ତି ।[୪]

ବ୍ରଜଭୂଷଣ, ଭାରତୀୟ ସ୍ଥଳବାହିନୀରେ ଚାକିରୀ କରି ଅବସର ଗ୍ରହଣ କରି ସାରିଛନ୍ତି । ସ୍ଥଳବାହିନୀରେ ଚାକିରୀ କରିବା ଆଗରୁ ନିଜ ଜନ୍ମମାଟି ବ୍ରହ୍ମପୁରଠାରେ ବକ୍ସିଂ କରିବା ଆରମ୍ଭ କରିଥିଲେ । ସ୍ଥଳବାହିନୀ ତରଫରୁ, ତାଙ୍କୁ ୨୦୦୧ ମସିହାରେ ଆର୍ମୀ କ୍ରୀଡ଼ା ସଂସ୍ଥାନରେ(Army Sports Institute) ବକ୍ସିଂ ପ୍ରଶିକ୍ଷକ ଭାବରେ ନିଯୁକ୍ତି ଦିଆଯାଇଥିଲା । ସେଠାରେ ସେ ୨୦୧୧ରେ ନିଜ ଅବସର ପର୍ଯ୍ୟନ୍ତ ପ୍ରଶିକ୍ଷଣ ଦେଇଥିଲେ । ଅବସର ପରେ ସେ ପ୍ରଥମେ ଝାଡ଼ଖଣ୍ଡରେ ଓ ପରେ ଜାତୀୟ ବକ୍ସିଂ ଏକାଡେମୀରେ(National Boxing Academy) ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଜାତୀୟ ଓ ଆନ୍ତର୍ଜାତୀୟ ସ୍ଥରର ବକ୍ସିଂ ଖେଳାଳି ଡିଂକା ସିଂ, ମନପ୍ରୀତ ସିଂ, ଶିବା ଥାପ୍ପା, ବି ସନ୍ତୋଷ କୁମାର, ବିକାଶ କ୍ରୀଷ୍ଣନ, ଗୁରୁଚରଣ ସିଂ ଓ ମମତା ପଣ୍ଡା ଆଦି ବ୍ରଜଭୂଷଣଙ୍କଦ୍ୱାରା ପ୍ରଶିକ୍ଷିତ । ଓଡ଼ିଶାରେ ବକ୍ସିଂର ପ୍ରସାର ପାଇଁ ସେ ୨୦୦୭ ଓ ୨୦୦୯ ମସିହାରେ କଳିଙ୍ଗ କପର ଆୟୋଜନ କରିଥିଲେ ।[୫]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଦ୍ରୋଣାଚାର୍ଯ୍ୟ ସମ୍ମାନ - ୨୦୧୭ [୬]
  • ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ଆସୋସିଏସନ ସମ୍ବର୍ଦ୍ଧନା - ୨୦୧୯[୭]

ଆଧାର[ସମ୍ପାଦନା]

  1. "In Mohanty, the award finds the Dronacharya". The Times of India. Retrieved 29 July 2019.
  2. "Braja Bhushan Mohanty". orisports.com. orisports. Retrieved 20 July 2019.
  3. "Keen To Train Boxers From Odisha For 2020 Olympics: Dronacharya Awardee". odishatv.in. odisha tv. Retrieved 20 July 2019.
  4. "Odisha's boxing coach Braja Bhushan Mohanty to get Dronacharya Award". odishasuntimes.com. odisha suntimes. Retrieved 20 July 2019.
  5. "Mohanty's efforts get national recognition". timesofindia.indiatimes.com. times of india. Retrieved 20 July 2019.
  6. "National Sports & Adventure Awards 2017". pib.nic.in. Press Information Bureau Government Of India. Retrieved 20 July 2019.
  7. "Amit rohidas and Braja bhusan to get osja annual award/". odishabytes.com. odishabytes. Retrieved 20 July 2019.