ବ୍ରଜଭୂଷଣ ମହାନ୍ତି
ବ୍ରଜଭୂଷଣ ମହାନ୍ତି | |
---|---|
ଜନ୍ମ | ୧୦ ଅକ୍ଟୋବର ୧୯୬୧ |
ଜାତୀୟତା | ଭାରତୀୟ |
ବୃତ୍ତି | ବକ୍ସିଂ ପ୍ରଶିକ୍ଷକ |
ପୁରସ୍କାର | ଦ୍ରୋଣାଚାର୍ଯ୍ୟ ପୁରସ୍କାର ୨୦୧୭ |
ବ୍ରଜଭୂଷଣ ମହାନ୍ତି(ଜନ୍ମ : ୧୦ ଅକ୍ଟୋବର ୧୯୬୧),[୧] ଜଣେ ବକ୍ସିଂ ପ୍ରଶିକ୍ଷକ ।[୨]ବକ୍ସିଂ ପ୍ରଶିକ୍ଷଣରେ ଜୀବନବ୍ୟାପି ଅବଦାନ ପାଇଁ ୨୦୧୭ ମସିହାରେ ସେ ଦ୍ରୋଣାଚାର୍ଯ୍ୟ ପୁରସ୍କାର ଲାଭ କରିଥିଲେ ।[୩] ଏହି ପୁରସ୍କାର ହାସଲ କରିବାରେ, ସେ ଓଡ଼ିଶାରେ ଜନ୍ମିତ ଏକମାତ୍ର ବ୍ୟକ୍ତି । ସେ ଜାତୀୟ ବକ୍ସିଂ ଏକାଡେମୀ, ରୋହତକରେ ପ୍ରଶିକ୍ଷକ ଭାବରେ କାର୍ଯ୍ୟ କରିଛନ୍ତି ।[୪]
ବ୍ରଜଭୂଷଣ, ଭାରତୀୟ ସ୍ଥଳବାହିନୀରେ ଚାକିରୀ କରି ଅବସର ଗ୍ରହଣ କରି ସାରିଛନ୍ତି । ସ୍ଥଳବାହିନୀରେ ଚାକିରୀ କରିବା ଆଗରୁ ନିଜ ଜନ୍ମମାଟି ବ୍ରହ୍ମପୁରଠାରେ ବକ୍ସିଂ କରିବା ଆରମ୍ଭ କରିଥିଲେ । ସ୍ଥଳବାହିନୀ ତରଫରୁ, ତାଙ୍କୁ ୨୦୦୧ ମସିହାରେ ଆର୍ମୀ କ୍ରୀଡ଼ା ସଂସ୍ଥାନରେ(Army Sports Institute) ବକ୍ସିଂ ପ୍ରଶିକ୍ଷକ ଭାବରେ ନିଯୁକ୍ତି ଦିଆଯାଇଥିଲା । ସେଠାରେ ସେ ୨୦୧୧ରେ ନିଜ ଅବସର ପର୍ଯ୍ୟନ୍ତ ପ୍ରଶିକ୍ଷଣ ଦେଇଥିଲେ । ଅବସର ପରେ ସେ ପ୍ରଥମେ ଝାଡ଼ଖଣ୍ଡରେ ଓ ପରେ ଜାତୀୟ ବକ୍ସିଂ ଏକାଡେମୀରେ(National Boxing Academy) ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଜାତୀୟ ଓ ଆନ୍ତର୍ଜାତୀୟ ସ୍ଥରର ବକ୍ସିଂ ଖେଳାଳି ଡିଂକା ସିଂ, ମନପ୍ରୀତ ସିଂ, ଶିବା ଥାପ୍ପା, ବି ସନ୍ତୋଷ କୁମାର, ବିକାଶ କ୍ରୀଷ୍ଣନ, ଗୁରୁଚରଣ ସିଂ ଓ ମମତା ପଣ୍ଡା ଆଦି ବ୍ରଜଭୂଷଣଙ୍କଦ୍ୱାରା ପ୍ରଶିକ୍ଷିତ । ଓଡ଼ିଶାରେ ବକ୍ସିଂର ପ୍ରସାର ପାଇଁ ସେ ୨୦୦୭ ଓ ୨୦୦୯ ମସିହାରେ କଳିଙ୍ଗ କପର ଆୟୋଜନ କରିଥିଲେ ।[୫]
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "In Mohanty, the award finds the Dronacharya". The Times of India. Retrieved 29 July 2019.
- ↑ "Braja Bhushan Mohanty". orisports.com. orisports. Retrieved 20 July 2019.
- ↑ "Keen To Train Boxers From Odisha For 2020 Olympics: Dronacharya Awardee". odishatv.in. odisha tv. Retrieved 20 July 2019.
- ↑ "Odisha's boxing coach Braja Bhushan Mohanty to get Dronacharya Award". odishasuntimes.com. odisha suntimes. Retrieved 20 July 2019.
- ↑ "Mohanty's efforts get national recognition". timesofindia.indiatimes.com. times of india. Retrieved 20 July 2019.
- ↑ "National Sports & Adventure Awards 2017". pib.nic.in. Press Information Bureau Government Of India. Retrieved 20 July 2019.
- ↑ "Amit rohidas and Braja bhusan to get osja annual award/". odishabytes.com. odishabytes. Retrieved 20 July 2019.