"ଆନିଷା ଶର୍ମା" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Soumendrak (ଆଲୋଚନା | ଅବଦାନ) ନୂଆ ପୃଷ୍ଠା ତିଆରି ହେଲା |
(କିଛି ବଦଳିନାହିଁ)
|
୦୧:୧୦, ୧୨ ଜୁଲାଇ ୨୦୧୮ ଅନୁସାରେ କରାଯାଇଥିବା ବଦଳ
ଆନିଷା ଶର୍ମା | |
---|---|
ଜନ୍ମ | ଆନିଷା ଦାସ ସମ୍ବଲପୁର |
ଜାତୀୟତା | ଭାରତୀୟ |
ବୃତ୍ତି(ସମୂହ) | ଫ୍ୟାଶନ ମଡେଲ, ଅଭିନେତ୍ରୀ, ପୋଷାକ ଡିଜାଇନର |
ଟେଲିଭିଜନ | ସ୍ୱାଭିମାନ, ଉତ୍ତରଦାୟୀ |
ବୈବାହିକ-ସାଥୀ | ଶୁଭାଶିଷ ଶର୍ମା |
ଆନିଷା ଶର୍ମା ହେଉଛନ୍ତି ଜଣେ ଓଡ଼ିଆ ଅଭିନେତ୍ରୀ, ସେ ଛୋଟ ପରଦାରେ ତରଙ୍ଗ ଚ୍ୟାନେଲରେ ପ୍ରସାରିତ ଧାରାବାହିକ ସ୍ୱାଭିମାନ ମାଧ୍ୟମରେ ଲୋକଲୋଚନକୁ ଆସିଥିଲେ। ଅଭିନେତ୍ରୀ ଉଷାଶୀ ମିଶ୍ରଙ୍କ ସହାୟତାରେ ସେ ଉତ୍ତରଦାୟୀ ଧାରାବାହିକ ମାଧ୍ୟମରେ ଅଭିନୟ ଜଗତକୁ ପ୍ରବେଶ କରିଥିଲେ ।[୧] ଅଭିନେତ୍ରୀ ହେବା ସହିତ ସେ ମଡେଲିଂ, ଚିତ୍ର ଅଙ୍କିବା ଏବଂ ପୋଷାକ ଡ଼ିଜାଇନିଂରେ ମଧ୍ୟ ରୁଚି ରଖନ୍ତି ।[୨]
ପ୍ରାରମ୍ଭିକ ଜୀବନ
ସେ ସମ୍ବଲପୁର ଜିଲ୍ଲାର ସୋନପୁର ରେ ଜନ୍ମଗ୍ରହଣ କରିଥିଲେ। ପାଠପଢ଼ା ସେ ଭୁବନେଶ୍ୱରରେ କରିଥିଲେ। ସେ ହୋଟେଲ ମ୍ୟାନେଜମେଣ୍ଟ ରେ ପାଠ ମଧ୍ୟ ପଢ଼ିଛନ୍ତି। ସେ ଧାରାବାହିକ ଜଗତରେ ପ୍ରବେଶ ପୂର୍ବରୁ ବେଙ୍ଗାଳୁରୁର ତାଜ ହୋଟେଲରେ କାମ ମଧ୍ୟ କରିଥିଲେ।[୩][୨]
ଧାରାବାହିକ ଜୀବନ
ସ୍ୱାଭିମାନ ଧାରାବାହିକ ଜରିଆରେ ସେ ବେଙ୍ଗାଲୁରୁରୁ ଭୁବନେଶ୍ୱର ଆସିଥିଲେ। ଯଦିଓ ତାଙ୍କ ପରିବାରେ ରେ କେହି ଅଭିନୟ ଦୁନିଆରୁ ନୁହନ୍ତି ଥଥାପି ସେ ତାଙ୍କର ଉତ୍କୃଷ୍ଟ ଅଭିନୟ ଗୋଟିଏ ପରେ ଗୋଟିଏ ଧାରାବାହିକ ଯେପରି ସ୍ୱାଭିମାନ, ଉତ୍ତରଦାୟୀ, ଆଇନାରେ ତାଙ୍କର ପରାକାଷ୍ଠା ଦେଖେଇଆସୁଛନ୍ତି।
ସ୍ୱାଭିମାନ ଏବଂ ଆଇନାରେ ସେ ଶୁଭାଶିଷ ଶର୍ମାଙ୍କ ସହ ଅଭିନୟ କରିଥିଲେ, ଯିଏକି ବର୍ତ୍ତମାନ ତାଙ୍କର ଜୀବନସାଥୀ ଅଟନ୍ତି।[୩][୨]
ବୈବାହିକ ଜୀବନ
ଆନିଷା, ତାଙ୍କର ଧାରାବାହିକର ଜୀବନସାଥୀ ଶୁଭାଶିଷ ଶର୍ମା ଓରଫ ମଣ୍ଟୁଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ୧୮ ମାର୍ଚ୍ଚ ୨୦୧୬ ରେ ଦୁହିଁଙ୍କର ନିର୍ବନ୍ଧ ହୋଇଥିଲା। ଏହାର ପାଖାପାଖି ଦୁଇ ମାସ ପରେ ୧୩ ଜୁଲାଇ ୨୦୧୬ ରେ ଉଭୟେ ପରସ୍ପରଙ୍କୁ ରାମନାଗେଶ୍ଵର ମନ୍ଦିର, ବିଡାନାସି, କଟକରେ ବିବାହ କରିଥିଲେ । ବର୍ତ୍ତମାନ ଦୁହେଁ କଟକରେ ଅବସ୍ଥାପିତ ଅଟନ୍ତି।[୩][୨]
ଚଳଚ୍ଚିତ୍ର ଜୀବନ
ଆନିଷା ନିମ୍ନଲିଖିତ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।
ଚଳଚ୍ଚିତ୍ର | ମୁକ୍ତିଲାଭ ବର୍ଷ |
---|---|
ଲଭ ୟୁ ହମେଶା | ୨୦୧୫ |
କାବୁଲା ବାରବୁଲା | ୨୦୧୬ |
ଓନଲି ପ୍ୟାର | ୨୦୧୮ |
ଆଧୁନିକ ସଂଗୀତ ଜୀବନ
ଆନିଷା ନିମ୍ନଲିଖିତ ଆଲବମ ଗୀତରେ ମଧ୍ୟ ଅଭିନୟ କରିଛନ୍ତି।
- ବାଜେ ବଇଁଶି ନାଚେ ଘୁଙ୍ଗୁର
- ନିଶ୍ଵାସ ତୋ ବିନା
- ଦିୱାନା ଦିୱାନୀ