ଭାରତ ମାଝୀ

ଉଇକିପିଡ଼ିଆ‌ରୁ
ଭାରତ ମାଝୀ
ନିଜ ଭୁବନେଶ୍ୱରସ୍ଥିତ ବାସଭବନରେ ଭାରତ ମାଝୀ
ଜନ୍ମ୧୯୭୨
ଘୁମରିଗୁଡା, କଳାହାଣ୍ଡି
ଜାତୀୟତାଭାରତୀୟ
ଶିକ୍ଷାସ୍ନାତକୋତ୍ତର ୧୯୯୪
ବୃତ୍ତି(ସମୂହ)ଓଡ଼ିଆ ସାହିତ୍ୟିକ, ସାମ୍ବାଦିକ


ଭାରତ ମାଝୀ ଜଣେ ଜଣାଶୁଣା ଓଡ଼ିଆ କବି ଓ ସାମ୍ବାଦିକ । ସେ ୧୯୭୨ ମସିହାରେ କଳାହାଣ୍ଡି ଜିଲ୍ଲାର ଘୁମରିଗୁଡାରେ ଜନ୍ମଗ୍ରହଣ କରିଥିଲେ । ପିଲାବେଳୁ ଦୀନକୃଷ୍ଣ ଦାସ, ଉପେନ୍ଦ୍ର ଭଞ୍ଜଅଭିମନ୍ୟୁ ସାମନ୍ତସିଂହାରଙ୍କ କବିତାଦ୍ୱାରା ପ୍ରଭାବିତ[୧] କବି ଭାରତ, ନିଜ କବିତା ମାଧ୍ୟମରେ ଲୋକସଂସ୍କୃତି, ସମକାଳୀନ ସମସ୍ୟା ଓ ଲୋକଙ୍କ ସୁଖଦୁଃଖକୁ ଦେଖାଇବାକୁ ଚେଷ୍ଟା କରିଥାନ୍ତି । ୧୯୯୪ରେ ସ୍ନାତକୋତ୍ତର ପାଠ୍ୟକ୍ରମ ଶେଷ କରିବା ପରେ ଭାରତ, ଆକାଶବାଣୀ, ସମ୍ବାଦ ତଥା କନକ ଟିଭି, ଓଟିଭିନକ୍ଷତ୍ର ନିଉଜ୍ ଆଦି ଟେଲିଭିଜନ ମାଧ୍ୟମରେ ଜଣେ ସାମ୍ବାଦିକ ଭାବରେ କାମ କରିଛନ୍ତି ।[୨]

ରଚନାବଳୀ[ସମ୍ପାଦନା]

ଭାରତ ମାଝୀ ନିଜର ପ୍ରଥମ ବହି ଅଗାଧୁ ଦୁଆରୀର ଶିରୋନାମ କବିତା "ଅଗାଧୁ ଦୁଆରୀ"ର ଆବୃତ୍ତି କରୁଛନ୍ତି
  • ଢୋ(ଟାଇମପାସ ପବ୍ଳିକେଶନ) - ୨୦୦୯
  • ହାଇୱେରେ କୁହୁଡି(ପକ୍ଷୀଘର ପ୍ରକାଶନୀ) - ୨୦୦୮
  • ମୂର୍ତ୍ତିକାର(ପେନ୍ ଇନ୍) - ୨୦୦୬
  • ମହାନଗର ପଦ୍ୟ(ପ୍ରାଚୀ ପ୍ରକାଶନୀ) - ୨୦୦୬
  • ସରଳରେଖା(ପଶ୍ଚିମା) - ୨୦୦୨
  • ଅଗାଧୁ ଦୁଆରି(ବର୍ଷାପଲ୍ଲବୀ) - ୧୯୯୯

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଭୁବନେଶ୍ୱର ପୁସ୍ତକମେଳା ପୁରସ୍କାର - ୨୦୦୮[୩]
  • ସଂସ୍କୃତି ସମ୍ମାନ - ୨୦୦୪[୪]

ଆଧାର[ସମ୍ପାଦନା]

  1. "ଆର୍କାଇଭ୍ କପି". Archived from the original on 2017-11-19. Retrieved 2014-09-26. {{cite web}}: Cite has empty unknown parameter: |1= (help)
  2. "ଆର୍କାଇଭ୍ କପି". Archived from the original on 2016-03-05. Retrieved 2014-09-26. {{cite web}}: Cite has empty unknown parameter: |1= (help)
  3. "ଆର୍କାଇଭ୍ କପି". Archived from the original on 2016-03-05. Retrieved 2014-09-26. {{cite web}}: Cite has empty unknown parameter: |1= (help)
  4. http://www.sanskritifoundation.org/awardees-list.pdf