ଯମୁନା

Coordinates: 25°30′N 81°53′E / 25.500°N 81.883°E / 25.500; 81.883
ଉଇକିପିଡ଼ିଆ‌ରୁ
ଯମୁନା
ନଦୀ
ଆଗ୍ରାସ୍ଥିତ ତାଜମହଲ ଯମୁନା ନଦୀ କୂଳରେ ଅବସ୍ଥିତ
ଦେଶ ଭାରତ
ରାଜ୍ୟ ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶ, ହରିଆଣା
Tributaries
 - left Tons, Hindon, Sharda, Kunta, Gir, Rishiganga, Hanuman Ganga
 - right Chambal, Betwa, Ken, Sindh
Cities ଯମୁନା ନଗର, ଦିଲ୍ଲୀ, ମଥୁରା, ଆଗ୍ରା, ଇଟାବାହ, କଳ୍ପି
Source ଯମୁନେତ୍ରୀ
 - location ଉତ୍ତରକାଶୀ ଜିଲ୍ଲା, ଉତ୍ତରାଖଣ୍ଡ, India
 - elevation ୩,୨୯୩ m (୧୦,୮୦୪ ft)
 - coordinates 31°01′0.12″N 78°27′0″E / 31.0167000°N 78.45000°E / 31.0167000; 78.45000
Mouth ତ୍ରିବେଣୀ ସଙ୍ଗମ
 - location ଆଲାହାବାଦ, ଭାରତ
 - elevation ୭୪ m (୨୪୩ ft)
 - coordinates 25°30′N 81°53′E / 25.500°N 81.883°E / 25.500; 81.883
Length ୧,୩୭୬ km (୮୫୫ mi)
Basin ୩,୬୬,୨୨୩ km2 (୧,୪୧,୩୯୯ sq mi)
Map

ଯମୁନା ନଦୀ, ଗଙ୍ଗା ନଦୀର ଦୀର୍ଘତମ ଓ ଦ୍ୱିତୀୟ ବୃହତ୍ତମ ଉପନଦୀ । ଯମୁନା ନଦୀ “ଯମୁନୋତ୍ରୀ” ନାମକ ହିମାଳୟରେ ଅବସ୍ଥିତ ଏକ ତୁଷାରକ୍ଷେତ୍ରରୁ ଉତ୍ପତି ଲାଭ କରିଛି । ଉତ୍ତର ଭାରତରେ ୧୩୭୬ କି.ମି ଅତିକ୍ରମ କରି ଆହ୍ଲାବାଦ ନିକଟରେ ଗଙ୍ଗା ନଦୀରେ ମିଶିଛି । ସମୁଦ୍ରରେ ମିଶି ନ'ଥିବା ନଦୀମାନଙ୍କ ମଧ୍ୟରେ ଏହା ଭାରତର ଦୀର୍ଘତମ ନଦୀ । ଆହ୍ଲାବାଦ ନିକଟରେ (ପ୍ରୟାଗ ଠାରେ) ଗଙ୍ଗା, ଯମୁନା ଓ ସରସ୍ୱତୀ ନଦୀର ମିଳନ ସ୍ଥଳ “ ତ୍ରିବେଣୀ ସଙ୍ଗମ” ନାମରେ ପ୍ରସିଦ୍ଧ ଓ ଏହା ହିନ୍ଦୁମାନକର ଏକ ପ୍ରଧାନ ତୀର୍ଥସ୍ଥଳ । ପ୍ରତି ୧୨ବର୍ଷରେ ଥରେ ସେଠାରେ “କୁମ୍ଭ ମେଳା ଆୟୋଜିତ ହୋଇଥାଏ ।


ଉପନଦୀ ଗଣ[ସମ୍ପାଦନା]

ଯମୁନା ନଦୀର କେତେକ ପ୍ରମୁଖ ଉପନଦୀସମୂହ ହେଲେ:

  1. ଟନ୍ସ ନଦୀ
  2. ବେତ୍ୱୱା
  3. ଚମ୍ବଲ ନଦୀ
  4. କେନ
  5. ସିନ୍ଧ ନଦୀ
  6. ହିଣ୍ଡନ ନଦୀ

ଟନ୍ସ ନଦୀ ଯମୁନା ନଦୀର ବୃହତ୍ତମ ଓ ଦୀର୍ଘତମ ଉପନଦୀ ଅଟେ ।

ପୌରାଣିକ ସମ୍ବନ୍ଧ[ସମ୍ପାଦନା]

ଯମୁନା ହିନ୍ଦୁ ମାନକର ଅନ୍ୟତମ ପବିତ୍ର ନଦୀ ଅଟେ । ଏହା “ଦେବୀ ଯମୁନା” ନାମରେ ପୁଜିତ । ବେଦ ଅନୁସାରେ ଯମୁନାଙ୍କର ଅନ୍ୟ ନାମ “ଯମୀ” ଏବଂ ସେ ସୁର୍ଯ୍ୟ ଦେବତା ଓ 'ଶରଣ୍ୟୁ'ଙ୍କର କନ୍ୟା ଏବଂ ମୃତ୍ୟୁର ଦେବତା ଯମଙ୍କର ଜମଜ ଭଉଣୀ । ଦ୍ୱାପର ଯୁଗରେ ଭଗବାନ କୃଷ୍ଣଙ୍କର କାହାଣୀ ଓ ଯମୁନା ନଦୀର ପ୍ରଗାଢ଼ ସମ୍ପର୍କ ଦେଖିବାକୁ ମିଳେ । ଯଥା, କୃଷ୍ଣଙ୍କର ଜନ୍ମ ସମୟରେ ବସୁଦେବ ତାଙ୍କୁ ବନ୍ୟା ଜଳପୂର୍ଣ୍ଣ ଯମୁନା ପାର କରିନେବା, କାଳିନ୍ଦୀ ନଦୀରେ (ଯମୁନା ନଦୀର ପୌରାଣିକ ନାମ)[୧] କାଳୀୟ ଦଳନ, ଯମୁନା ନଦୀ ତୀରରେ ବୃନ୍ଦାବନ ଓ ମଥୁରାରେ କୃଷ୍ଣଙ୍କର ବାଲ୍ୟ ଜୀବନ, ଇତ୍ୟାଦି ।

ଆଧାର[ସମ୍ପାଦନା]

  1. ପଟ୍ଟନାୟକ, ଦେବଦତ୍ତ. "ବିଷର୍ଣ୍ଣା ଯମୁନା". ଧରିତ୍ରୀ. Retrieved 20 December 2016.

ଅଧିକ ତଥ୍ୟ[ସମ୍ପାଦନା]