କୁମ୍ଭ ମେଳା

ଉଇକିପିଡ଼ିଆ ରୁ
କୁମ୍ଭ ମେଳା
କୁମ୍ଭ ମେଳା
ରାଜକୀୟ ସ୍ନାନ ନିମନ୍ତେ ଏକତ୍ରୀତ ହୋଇଥିବା ଶ୍ରଦ୍ଧାଳୁ, ହରିଦ୍ଵାର, ୨୦୧୦
ନାଆଁ କୁମ୍ଭ ମେଳା, ମହା କୁମ୍ଭ ମେଳା
ପାଳନକାରୀ ହିନ୍ଦୁ ଧର୍ମାବଲମ୍ବୀ
ପ୍ରକାର ଧାର୍ମିକ
ଆରମ୍ଭ ମକର ସଂକ୍ରାନ୍ତି
ଶେଷ ମହା ଶିବରାତ୍ରି
ପାଳନ ସବୁ ରାଜକୀୟ ସ୍ନାନ

An article related to
'ହିନ୍ଦୁ ଧର୍ମ

HinduismOm.svg

Hinduଇତିହାସ

Portal:HinduismHinduSwastika.svg

Hinduism Portal
Hindu Mythology Portal

କୁମ୍ଭ ମେଳା, ହିନ୍ଦୁ ଧର୍ମର ପରମ୍ପରା ଓ ସଂସ୍କୃତିରେ ଏକ ମହାମେଳା ବା ମହାପର୍ବ । ଏହା ଭାରତ ଉପଖଣ୍ଡର ତ୍ରିବେଣୀ ସଙ୍ଗମଠାରେ ଆୟୋଜିତ ହୁଏ । ୧୨ ବର୍ଷରେ ଥରେ ହୁଏ କୁମ୍ଭ ମେଳା ଓ ପ୍ରତିତିନି ବର୍ଷରେ ଅଲଗା ଅଲଗା ସ୍ଥାନ ହରିଦ୍ଵାର, ପ୍ରୟାଗ, ଉଜ୍ଜୈନନାଶିକରେ ଅନୁଷ୍ଠିତ ହୁଏ । ଗଙ୍ଗା-ଯମୁନା-ସରସ୍ଵତୀର ସଙ୍ଗମସ୍ଥଳରେ ମହାକୁମ୍ଭମେଳା ସମୟରେ ଲକ୍ଷ ଲକ୍ଷ ସାଧୁସନ୍ଥ ତଥା ହିନ୍ଦୁ ଶ୍ରଦ୍ଧାଳୁ ସ୍ନାନ କରି ପୂଣ୍ୟ ଅର୍ଜନ କରନ୍ତି । ଏହି ମେଳା ଦୁଇ ମାସ ଧରି ଚାଲେ । ହିନ୍ଦୁମତେ ପବିତ୍ର ଗଙ୍ଗା, ଯମୁନା ଓ ପୌରାଣିକ ସରସ୍ଵତୀ ନଦୀର ସଙ୍ଗମ ସ୍ଥଳରେ ରାଜକୀୟ ସ୍ନାନ ଓ ଦର୍ଶନ ନିମନ୍ତେ ଦେଶର ବିଭିନ୍ନ ପ୍ରାନ୍ତରୁ ଲକ୍ଷ ଲକ୍ଷ ସାଧୁ, ସନ୍ଥ, ବାବାଜୀ, ମହନ୍ତ, ଧର୍ମଗୁରୁ ଓ ଉଲଗ୍ନ ନାଗା ସାଧୁଗଣଙ୍କ ସମେତ ପ୍ରାୟ ୧୦କୋଟି ଶ୍ରଦ୍ଧାଳୁ ଏକତ୍ର ହୋଇଥାନ୍ତି ।

ସମୟ[ସମ୍ପାଦନା]

ବର୍ଷ ପ୍ରୟାଗ ନାଶିକ ଉଜ୍ଜୈନ ହରିଦ୍ଵାର
୧୯୮୩ ଅର୍ଦ୍ଧ କୁମ୍ଭ - -
୧୯୮୬ - - - କୁମ୍ଭ
୧୯୮୯ କୁମ୍ଭ - -
୧୯୯୧ - କୁମ୍ଭ -
୧୯୯୨ - - କୁମ୍ଭ ଅର୍ଦ୍ଧ କୁମ୍ଭ
୧୯୯୫ ଅର୍ଦ୍ଧ କୁମ୍ଭ - -
୧୯୯୮ - - - କୁମ୍ଭ
୨୦୦୧ କୁମ୍ଭ - -
୨୦୦୩ - କୁମ୍ଭ -
୨୦୦୪ - - କୁମ୍ଭ ଅର୍ଦ୍ଧ କୁମ୍ଭ
୨୦୦୭ ଅର୍ଦ୍ଧ କୁମ୍ଭ - -
୨୦୧୦ - - - କୁମ୍ଭ
୨୦୧୩ ମହା କୁମ୍ଭ - -
୨୦୧୫ - କୁମ୍ଭ -
୨୦୧୬ - - କୁମ୍ଭ ଅର୍ଦ୍ଧ କୁମ୍ଭ
୨୦୧୯ ଅର୍ଦ୍ଧ କୁମ୍ଭ - -
୨୦୨୨ - - - କୁମ୍ଭ

କିମ୍ବଦନ୍ତୀ[ସମ୍ପାଦନା]

ପୌରାଣିକ ମତେ ଅମୃତ ଭାଣ୍ଡ ପାଇଁ ଦେବାସୁରଙ୍କ ମଧ୍ୟରେ ସଂଘର୍ଷ ଚାଲିଥିବା ବେଳେ ଉକ୍ତ ଭାଣ୍ଡରୁ ଚାରିଟୋପା ଅମୃତ ଚାରୋଟି ସ୍ଥାନ ଆଲ୍ଲାହାବାଦ (ପ୍ରୟାଗ), ହରିଦ୍ଵାର, ଉଜ୍ଜୈନ ଓ ନାଶିକରେ ପଡ଼ିଯାଇଥିଲା । ଏବେ ସେହି ଚାରୋଟି ସ୍ଥାନରେ କୁମ୍ଭମେଳା ଅନୁଷ୍ଠିତ ହେଉଛି ।

ଆଧ୍ୟାତ୍ମିକ ତାତ୍ପର୍ଯ୍ୟ[ସମ୍ପାଦନା]

ହିନ୍ଦୁ ଧର୍ମ ବିଶ୍ଵାସ ଅନୁସାରେ ମହାକୁମ୍ଭ ସ୍ନାନ ଦ୍ଵାରା ପାପ କ୍ଷୟ ହୁଏ, ଏହା ମୋକ୍ଷ ପ୍ରାପ୍ତିର ମାର୍ଗ । ଜ୍ୟୋତିଷ ଶାସ୍ତ୍ରମତରେ ମଧ୍ୟ ମକର ସଂକ୍ରାନ୍ତି ଠାରୁ ମହା ଶିବରାତ୍ରି ପର୍ଯ୍ୟନ୍ତ ମହାକୁମ୍ଭ ସ୍ନାନ ଆଧ୍ୟାତ୍ମିକ, ଶାରୀରିକ ଓ ମାନସିକ ଶକ୍ତିରେ ବିକାଶ ଘଟାଏ । କାରଣ ଏହି ସମୟରେ ବୃହସ୍ପତି ବୃଷ ରାଶିରେ ଅବସ୍ଥାନ କରନ୍ତି ଏବଂ ମକର ରାଶିରେ ରହିଥାନ୍ତି ରବି ଓ ଚନ୍ଦ୍ର । ଫଳରେ ପ୍ରୟାଗର ବାୟୁମଣ୍ଡଳ ପରିପୂର୍ଣ୍ଣ ହୋଇଥାଏ ଆଧ୍ୟାତ୍ମିକ ଶକ୍ତି ଦ୍ଵାରା । ଭକ୍ତ ଓ ଶ୍ରଦ୍ଧାଳୁମାନେ ଗଙ୍ଗାର ଜଳ, ବାୟୁମଣ୍ଡଳ ତଥା ସମଗ୍ର ଅଞ୍ଚଳରେ ଆଧ୍ୟାତ୍ମିକ ଶକ୍ତିର ସତ୍ତା ଅନୁଭବ କରନ୍ତି । ତେଣୁ କୁମ୍ଭ ମେଳାରେ ଯୋଗ ଦେଲେ ସ୍ଵତଃ ମାନସିକ, ଶାରୀରିକ ଓ ବୌଦ୍ଧିକ ଅଭିବୃଦ୍ଧି ହୋଇଥାଏ । ଏହା ହିଁ ମୋକ୍ଷର ମାର୍ଗ । କୁମ୍ଭ ସ୍ନାନର ଶ୍ରେଷ୍ଠ ଦିବସ ହେଉଛି ମୌନୀ ଅମାବାସ୍ୟା । ଏହି ଦିନ ସୃଷ୍ଟି ସର୍ଜନା କରିଥିଲେ ବ୍ରହ୍ମା । ତେଣୁ ମୌନୀ ଅମାବାସ୍ୟାର ସ୍ନାନରେ ମିଳେ ଅମାପ ଆଧ୍ୟାତ୍ମିକ ଶକ୍ତି । ମହାକୁମ୍ଭ ସମୟରେ ପ୍ରୟାଗଠାରେ ବ୍ରହ୍ମା-ବିଷ୍ଣୁ-ମହେଶ୍ଵର ଓ ସକଳ ଦେବ, ସମସ୍ତ ବେଦର ମିଳନ ଘଟିଥାଏ । ଗଙ୍ଗାର ପବିତ୍ର ଜଳ ମଧ୍ୟ ମକର ସଂକ୍ରାନ୍ତି ସମୟରେ ଆଧ୍ୟତ୍ମିକ ଶକ୍ତି ଦ୍ଵାରା ଶକ୍ତିଶାଳୀ ମନେ ହୁଏ । ତେଣୁ ଗଙ୍ଗା ବୁଡ଼ ଫଳରେ ଅମୃତର ସ୍ଵାଦ ଅର୍ଥାତ ଐଶ୍ଵରିକ ସତ୍ତାର ଉପଲବ୍ଧି ମିଳେ ବୋଲି ବିଶ୍ଵାସ ରହିଛି । ପୌରାଣିକ ମତେ ଧର୍ମ, ଅର୍ଥ, କାମ ଓ ମୋକ୍ଷ ପୁରୁଷାର୍ଥ ଅଟେ। ଏଥିମଧ୍ୟରୁ ଅର୍ଥ ଓ କାମ ଲୌକିକ ଏବଂ ଧର୍ମ ଓ ମୋକ୍ଷ ପାରଲୌକିକ ଶ୍ରେଷ୍ଠତା ପାଇଁ ଉଦ୍ଦିଷ୍ଠ । କୁମ୍ଭସ୍ନାନ ଏହି ଚତୁର୍ବର୍ଗ ଫଳ ପ୍ରଦାନ କରିଥାଏ । କୁମ୍ଭପର୍ବରେ ବିଧିବିଧାନ ପୂର୍ବକ ସ୍ନାନ ଓ ଦାନ ଆଦି କଲେ ଶତ ଅଶ୍ଵମେଧ ଯଜ୍ଞର ଫଳପ୍ରାପ୍ତି ତଥା ପରଲୋକ ମୁକ୍ତି ଅମୃତତ୍ଵ ପ୍ରାପ୍ତି ହୁଏ ।[୧][୨]

କୁମ୍ଭ ଯୋଗ[ସମ୍ପାଦନା]

  • ବୃହସ୍ପତି ଓ ସୂର୍ଯ୍ୟ ସିଂହ ରାଶିରେ: ତ୍ର୍ୟମ୍ବକେଶ୍ଵର, ନାସିକ
  • ବୃହସ୍ପତି ଓ ସୂର୍ଯ୍ୟ ବିଛା ରାଶିରେ: ଉଜ୍ଜୟନୀ
  • ବୃହସ୍ପତି ବୃଷ ରାଶିରେ ଓ ସୂର୍ଯ୍ୟ ମକର ରାଶିରେ: ପ୍ରୟାଗ, ଆହ୍ଲାବାଦ
  • ସୂର୍ଯ୍ୟ ମେଷ ରାଶିରେ: ହରିଦ୍ଵାର
  • ବୃହସ୍ପତି ବୃଷ ରାଶିସ୍ଥ ହୋଇଥିବା ସମୟରେ, ରବି ଓ ଚନ୍ଦ୍ର ମକର ରାଶିରେ ପ୍ରବେଶ କଲେ ମାଘ ମାସ ଅମାବାସ୍ୟାରେ ମହାକୁମ୍ଭ ଯୋଗ ପଡ଼େ

୨୦୧୩ କୁମ୍ଭସ୍ନାନ ଯୋଗ[ସମ୍ପାଦନା]

୫୫ଦିନ ପର୍ଯ୍ୟନ୍ତ ଆୟୋଜିତ ହେଉଥିବା କୁମ୍ଭମେଳାରେ ୬ଟି ମହାସ୍ନାନ ଆୟୋଜିତ ହେବ, ଯଥା:

  • ପ୍ରଥମ: ୧୪ ଜାନୁଆରୀ (ମକର ସଂକ୍ରାନ୍ତି)
  • ଦ୍ଵିତୀୟ: ୨୭ ଜାନୁଆରୀ (ପୌଷ ପୂର୍ଣ୍ଣିମା)
  • ତୃତୀୟ: ୧୦ ଫେବୃଆରୀ (ମୌନୀ ଅମାବାସ୍ୟା)
  • ଚତୁର୍ଥ: ୧୫ ଫେବୃଆରୀ (ବସନ୍ତ ପଞ୍ଚମୀ)
  • ପଞ୍ଚମ: ୨୫ ଫେବୃଆରୀ (ମାଘ ପଞ୍ଚମୀ)
  • ଷଷ୍ଠ ତଥା ଶେଷ: ୧୦ ମାର୍ଚ୍ଚ (ଶିବରାତ୍ରି)

ଆଧାର[ସମ୍ପାଦନା]

ଅଧିକ ତଥ୍ୟ[ସମ୍ପାଦନା]