ପଦ୍ମ ଫୁଲ

ଉଇକିପିଡ଼ିଆ‌ରୁ

ପଦ୍ମ ଫୁଲ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
ଅଶ୍ରେଣୀକୃତ: Angiosperms
ଅଶ୍ରେଣୀକୃତ: Eudicots
ଗଣ: Proteales
କୁଳ: Nelumbonaceae
ପ୍ରଜାତି: Nelumbo
ଜାତି: N. nucifera
ବାଇନୋମିଆଲ ନାମ
Nelumbo nucifera
Synonyms
  • Nelumbium speciosum Willd.
  • Nymphaea nelumbo

[[ଫୁଲ]] ମଧ୍ୟରେ ପବିତ୍ର ଓ ଶ୍ରଦ୍ଧାର ପ୍ରତୀକ ହେଉଛି ପଦ୍ମ । ଏହା ନେଲୁମ୍ବୋ ପ୍ରଜାତିର ଓ ନେଲୁମ୍ବନାସି ପରିବାର ଅନ୍ତର୍ଭୁକ୍ତ । ଓଡ଼ିଶାରେ ଏହା ସାଧାରଣତଃ ପୋଖରୀ ମାନଙ୍କରେ ଦେଖାଯାଇଥାଏ । ପଦ୍ମର ମୂଳଜନ୍ମ ଭିଏତନାମଆଫଗାନିସ୍ତାନ ବୋଲି କୁହାଯାଏ । ପଦ୍ମକୁ ଭାରତ ଏବଂ ଭିଏତନାମରେ ଜାତୀୟ ଫୁଲ ଭାବେ ଗ୍ରହଣ କରାଯାଇଛି । [୧]

ସାଂସ୍କୃତିକ ମହତ୍ୱ[ସମ୍ପାଦନା]

ବୈଶିଷ୍ଟ୍ୟ[ସମ୍ପାଦନା]

ପଦ୍ମ ଦେବତାମାନଙ୍କର ପୁଷ୍ପ । ତେଣୁ ପଦ୍ମଫୁଲକୁ ପଦ୍ମାବତାର କୁହାଯାଏ । ସେ ଲାଲକମଳ ବା ସଫେଦକମଲ (ଶ୍ୱେତପଦ୍ମ) ହେଉ ତାହା ଦିବ୍ୟଚେତନାର ପ୍ରତୀକ । ପଙ୍କୁଆ/କାଦୁଆ ପୋଖରୀରେ ପଦ୍ମଜାତ ହୋଇ ଅତ୍ୟୁଚ୍ଚ ସ୍ଥାନକୁ ଯାଇଛି ପଦ୍ମ । ଆମ ଚତୁପାର୍ଶ୍ୱର ଦୁନିଆ କର୍ଦ୍ଦମାକ୍ତ, ଅପରିଚ୍ଛନ୍ନ । ଭଗବାନଙ୍କ ସୃଷ୍ଟିରେ ଯେଉଁ ମଣିଷ ଶ୍ରେଷ୍ଠ ବିବେଚିତ ହୁଏ, ସେ ଉଚ୍ଚତର ସୋପାନରେ ପହଞ୍ଚେ । ପଦ୍ମ ଏହି ଉଦାହରଣ ରଖିଛି ଏବଂ ମନୁଷ୍ୟ ଏହି ଗୁଣକୁ ଉଦ୍ଧାର କରିବା ଉଚିତ । ଲାଲକମଳ ପାର୍ଥିବ ସଂମ୍ପଦ ଦିଏ ଓ ଶ୍ୱେତପଦ୍ମ ଯଥେଚ୍ଛା ଜ୍ଞାନ ଓ ଭକ୍ତି ଦିଏ । ଲକ୍ଷ୍ମୀ ଐଶ୍ୱର୍ଯ୍ୟର ଅଧିକାରିଣୀ , ପଦ୍ମବନ ନିବାସିନୀ , ପଦ୍ମକୁ ଆଧାର କରି ତାଙ୍କ ସ୍ମୃତି ନିମ୍ନମତେ କରାଗଲା -

ପଦ୍ମାଳୟା ପଦ୍ମକରଂ


ପଦ୍ମପତ୍ର ନିଭେକ୍ଷଣାମ୍


ବନ୍ଦେ ପଦ୍ମମୁଖୀଂ ପ୍ରିୟାମହମ୍

ବ୍ୟବହାର[ସମ୍ପାଦନା]

ଓଡ଼ିଆ ରାନ୍ଧଣାରେ ପଦ୍ମନାଡରେ ତରକାରୀ ତିଆରୀ ହୁଏ ।

କିଛି ଛବି[ସମ୍ପାଦନା]

ଆଧାର[ସମ୍ପାଦନା]

ବାହାର ଆଧାର[ସମ୍ପାଦନା]

ଉଇକିମିଡ଼ିଆ କମନ୍ସରେ Nelumbo nucifera-ସମ୍ପର୍କିତ ମିଡ଼ିଆ