ଧନେଶ୍ୱର ମହାପାତ୍ର
ଧନେଶ୍ୱର ମହାପାତ୍ର | |
---|---|
ଜନ୍ମ ଓ ଜନ୍ମସ୍ଥାନ | ଆୟତନ, କନିକା, କେନ୍ଦ୍ରାପଡ଼ା | ୫ ଅଗଷ୍ଟ ୧୯୩୧
ମୃତ୍ୟୁ | ୨ ଜୁଲାଇ ୨୦୧୮ କଟକ | (ବୟସ ୮୬)
ବୃତ୍ତି | ଭାଷାବିତ୍ତ |
ଭାଷା | ଓଡ଼ିଆ |
ଶିକ୍ଷା | ପିଏଚଡି (ଓଡ଼ିଆ ଭାଷାତତ୍ତ୍ୱ) |
ପୁରସ୍କାର | ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର |
ଜୀବନସାଥୀ | ଜୀବନ କୁମାରୀ ମହାପାତ୍ର |
ସନ୍ତାନ | ଧର୍ମବତ, କବିତା, ବିନୀତା, ଅନୀତା, ମମତା |
ପିତାମାତା | ରତ୍ନାକର ମହାପାତ୍ର, କମଳା ଦେବୀ[୧] |
ଧନେଶ୍ୱର ମହାପାତ୍ର ଜଣେ ଜଣାଶୁଣା[୨] ଓଡ଼ିଆ ଭାଷାବିତ୍ତ ଓ ସାହିତ୍ୟିକ ।[୩] ୨୦୧୩ ମସିହା ପାଇଁ, ତାଙ୍କୁ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା ।[୪]
ବାଲ୍ୟଜୀବନ ଓ ଶିକ୍ଷା
[ସମ୍ପାଦନା]ଧନେଶ୍ୱର ମହାପାତ୍ର ୫ ଅଗଷ୍ଟ ୧୯୩୧ରେ କେନ୍ଦ୍ରାପଡ଼ା ଜିଲ୍ଲା କନିକା ଅନ୍ତର୍ଗତ ଆୟତନ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।[୫] ସେ ମାତ୍ର ୩ ବର୍ଷ ବୟସରେ ନିଜ ପିତାଙ୍କୁ ହରାଇଥିଲେ । ନିଜ ଗାଁ ସ୍କୁଲରେ ମାତ୍ର ଚତୁର୍ଥ ଶ୍ରେଣୀ ଯାଏଁ ପାଠ ପଢ଼ିଥିଲେ । ଘରୋଇ ଭାବେ ପରୀକ୍ଷାଦେଇ, ସେ ଓଡ଼ିଆରେ ସ୍ନାତକୋତ୍ତର ଓ ସଂସ୍କୃତରେ ସ୍ନାତକୋତ୍ତର, ସାହିତ୍ୟାଚାର୍ଯ୍ୟ ଓ ବି.ଇ.ଡି ପାଠ ପଢ଼ିଥିଲେ । ସେ ଓଡ଼ିଆ ଭାଷାତତ୍ତ୍ୱରେ ପିଏଚଡି କରି, ଡକ୍ଟରେଟ ହାସଲ କରିଥିଲେ ।[୫]
କର୍ମଜୀବନ
[ସମ୍ପାଦନା]ଧନେଶ୍ୱର ମହାପାତ୍ର, ୧୯୫୨ ମସିହାରେ ନିଜ ଗ୍ରାମ ଆୟତନ ଏମ. ଇ ସ୍କୁଲରୁ ଶିକ୍ଷକତା ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ, ସେ ରେଭେନ୍ସା କଲିଜିଏଅଟ ସ୍କୁଲ ଓ କଟକ ସେକେଣ୍ଡାରୀ ଟ୍ରେନିଂ ସ୍କୁଲରେ ମଧ୍ୟ ଶିକ୍ଷକତା କରିଥିଲେ । ଇତିମଧ୍ୟରେ, ସେ ନିଜ ସ୍ନାତକୋତ୍ତର ପାଠ ଶେଷ କରିସାରିଥିଲେ । ଏହାପରେ, ସେ ସୁନ୍ଦରଗଡ଼ କଲେଜ, ରେଭେନ୍ସା କଲେଜ ଓ ଭଦ୍ରକ କଲେଜରେ ଅଧ୍ୟାପନା କରିଥିଲେ । ଏହାପରେ ସେ ଭୁବନେଶ୍ୱରସ୍ଥିତ ରାଜ୍ୟ ପାଠ୍ୟ ପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥାରେ କାମକରି ୧୯୮୪ ମସିହାରେ ଅବସର ଗ୍ରହଣ କରିଥିଲେ । ଏହି ସମୟ ବେଳକୁ କଟକ ରାଜାବଗିଚାରେ ସିଟି କଲେଜ ଆରମ୍ଭ ହେଲା ଓ ସେ ସେଠାରେ ୧୦ବର୍ଷ ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ ।
ପ୍ରକାଶିତ ପୁସ୍ତକ
[ସମ୍ପାଦନା]ଧନେଶ୍ୱର ମହାପାତ୍ରଙ୍କର କେତୋଟି ପ୍ରକାଶିତ ପୁସ୍ତକର ତାଲିକା :
- ସାରଳା ମହାଭାରତର ଭାଷା ତାତ୍ତ୍ୱିକ ଅନୁଶୀଳନ
- ଓଡ଼ିଆ ଧ୍ୱନିତତ୍ତ୍ୱ ଓ ଶବ୍ଦସମ୍ଭାର[୬]
- ଓଡ଼ିଆ ଭାଷାତତ୍ତ୍ୱ - 'ବିଚାର ଓ ବିଶ୍ଳେଷଣ'
- ଆଧୁନିକ ଓଡ଼ିଆ ବ୍ୟାକରଣ
- ସରଳ ଓଡ଼ିଆ ଅଭିଧାନ
- ଆମ ଓଡ଼ିଆ ବ୍ୟାକରଣ(ଭାଗ ୧ ଓ ୨)
- ସାହିତ୍ୟ ତତ୍ତ୍ୱ
- ରମ୍ୟ ଅରମ୍ୟ
- ସେ ଦିନ ସକାଳ
- ହାସ୍ୟ- ହାସିକା
- ବୁଲ ମୁକ୍ତ ବିହଙ୍ଗ ପରି
- ବନ୍ଦୀ ଆଳାପ
- ସଂସାର ଚିତ୍ର
- ସନ୍ଥ ତୁଳସୀ ଦାସ(ନାଟକ)
- ବେଣୀ ବନ୍ଧନ(ନାଟକ)
- ବାଡ୍ଂମୟ
- ଠିକପଢ଼ ଠିକଲେଖ
- ବୁଦ୍ଧ ଚରିତଂ
- ସେଦିନ ସକାଳ(କବିତା)
- କାଳୀଦାସ ଗ୍ରନ୍ଥାବଳୀ
- ଅଶ୍ୱଘୋଷ ରଚନାବଳୀ
- ମୋ ଜୀବନ କାହାଣୀ(ଆତ୍ମଜୀବନୀ)[୭]
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]ଧନେଶ୍ୱର ମହାପାତ୍ର ଲାଭକରିଥିବା ଏକ ଶତରୁ ଉର୍ଦ୍ଧ ସମ୍ମାନ ଓ ପୁରସ୍କାର ମଧ୍ୟରୁ କେତୋଟି :
- ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ - ୨୦୧୩[୮]
- ସୋଭିଏତ ଦେଶ ନେହେରୁ ପୁରସ୍କାର
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଅନୁବାଦ), ୧୯୯୨ (ବୁଦ୍ଧ ଚରିତଂ)[୯]
- ପ୍ରାଣନାଥ ମଞ୍ଜରୀ ଦେବୀ ସାହିତ୍ୟ ସମ୍ମାନ
- ଉତ୍କଳ ସାହିତ୍ୟ ସମାଜ ସମ୍ମାନ
- ନିଳଚକ୍ର ପୁରସ୍କାର ସହ ଉତ୍କଳ ପାଣିନି ଉପାଧୀ
- ଉତ୍କଳ ପାଠକ ସମ୍ମାନ
- ଜଷ୍ଟିସ ରାଜଗୋପାଳ ଦାସ ସ୍ମୃତି ସମ୍ମାନ
- ପଣ୍ଡିତ ବିରୂପାକ୍ଷ କର ସ୍ମୃତି ସମ୍ମାନ
- ସାରଳା ସାହିତ୍ୟ ସମାଜ ପକ୍ଷରୁ ଗୋଦାବରୀଶ ମିଶ୍ର ସମ୍ମାନ
- ହେତୁବାଦି ଲେଖକ ସମାଜର ଚର୍ଚ୍ଚା ସମ୍ମାନ
- ଗୋକର୍ଣ୍ଣିକା ସାହିତ୍ୟ ସମାଜ ସମ୍ମାନ
- ଉତ୍କଳ ପାଠକ ସଂସଦ ସମ୍ମାନ
- ଖରସ୍ରୋତା ସମ୍ମାନ [୧୦]
ଆଧାର
[ସମ୍ପାଦନା]- ↑ ଧରିତ୍ରୀ ୦୬/୦୮/୨୦୧୪ ପୃଷ୍ଠା ୧୦
- ↑ The Indian Journal of Political Science. Indian Political Science Association. 2007.
- ↑ Sisir Kumar Das (1 January 1995). History of Indian Literature: 1911-1956, struggle for freedom : triumph and tragedy. Sahitya Akademi. pp. 642–. ISBN 978-81-7201-798-9.
- ↑ "ଆର୍କାଇଭ୍ କପି". Archived from the original on 2016-03-05. Retrieved 2014-07-10.
{{cite web}}
: Cite has empty unknown parameter:|1=
(help) - ↑ ୫.୦ ୫.୧ Kartik Chandra Dutt (1 January 1999). Who's who of Indian Writers, 1999: A-M. Sahitya Akademi. pp. 689–. ISBN 978-81-260-0873-5.
- ↑ "ଆର୍କାଇଭ୍ କପି". Archived from the original on 2016-03-05. Retrieved 2014-07-10.
{{cite web}}
: Cite has empty unknown parameter:|1=
(help) - ↑ "ଡକ୍ଟର ଧନେଶ୍ୱର ମହାପାତ୍ରଙ୍କ ପରଲୋକ". ସମ୍ବାଦ ୦୩/୦୭/୨୦୧୮ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧. Retrieved 3 July 2018.
- ↑ http://www.dailypioneer.com/state-editions/bhubaneswar/dhaneswar-mohapatra-to-get-atibadi-puraskar.html
- ↑ http://orissa.gov.in/e-magazine/orissaannualreference/ORA-2011/pdf/92-99.pdf
- ↑ ପ୍ରମେୟ ୧୦/୦୭/୨୦୧୪ ପୃଷ୍ଠା ୧୯