ଦୂତୀ ଚାନ୍ଦ

ଉଇକିପିଡ଼ିଆ‌ରୁ
(ଦୁତି ଚାନ୍ଦରୁ ଲେଉଟି ଆସିଛି)
ଦୂତୀ ଚାନ୍ଦ
ବ୍ୟକ୍ତିଗତ ତଥ୍ୟ
ଜନ୍ମ (1996-02-03) ୩ ଫେବୃଆରୀ ୧୯୯୬ (ବୟସ ୨୮)
ଗୋପାଳପୁର, ଯାଜପୁର ଜିଲ୍ଲା, ଓଡ଼ିଶା
Sport
କ୍ରୀଡ଼ାTrack and field
Event(s)Sprints
ClubONGC
Achievements and titles
Personal best(s)100 m: 11.62
(Donetsk 2013)
200 m: 23.73
(Ranchi 2013)
Medal record
Women's Athletics
Competitor for  ଭାରତ
Asian Championships
Bronze 2013 Pune 200 m
Updated on 3 October 2013.

ଦୂତୀ ଚାନ୍ଦ (ଜନ୍ମ- ୩ ଫେବୃୟାରୀ ୧୯୯୬ ମସିହା) ଜଣେ ମହିଳା ଧାବିକା ଅଟନ୍ତି। ସେ ବର୍ତ୍ତମାନ ୧୦୦ ମି. ଦୌଡ଼ରେ ଜାତୀୟ ଚ୍ୟାମ୍ପିୟନ ଅଟନ୍ତି ।[୧] ୨୦୧୮ ଏସୀୟ କ୍ରୀଡାରେ ୧୦୦ମି ଦୌଡ଼ ପ୍ରତିଯୋଗିତାରେ ସେ ରୌପ୍ୟପଦକ ଜିତିଥିଲେ । ୨୦୨୦ ମସିହାରେ ତାଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା ।[୨]

ଜୀବନ[ସମ୍ପାଦନା]

ଦୂତୀ ଚାନ୍ଦ ୩ ଫେବୃୟାରୀ ୧୯୯୬ରେ ଓଡ଼ିଶାର ଯାଜପୁର ଜିଲ୍ଲାସ୍ଥ ଗୋପାଳପୁରରେ ଜନ୍ମ ଗ୍ରହଣ କରିଥିଲେ ।[୩][୪] ପିତା ଚକ୍ରଧର ଆନନ୍ଦ ଓ ମାତା ଅଖୁଜି ଆନନ୍ଦ ବୁଣାକାର ପରିବାରର ଅଟନ୍ତି। ଭଉଣୀ ସରସ୍ୱତୀ ଚାନ୍ଦ ହେଉଛନ୍ତି ଦୂତୀଙ୍କର ପ୍ରେରଣାର ଉତ୍ସ। ଦାରିଦ୍ର୍ୟତା ଓ ଅନିୟମିତ ତାଲିମ ସତ୍ତ୍ୱେ ନିଜ ପରିଶ୍ରମ ବଳରେ ଅନେକ ପଦକ ହାସଲ କରିପାରିଛନ୍ତି। ସେ କିଟ୍ ୟୁନିଭର୍ସିଟିରେ ଲ’ ପଢୁଛନ୍ତି ।[୫] ନିଜର ଘନିଷ୍ଠ ବାନ୍ଧବୀଙ୍କ ସହ ସମଲିଙ୍ଗୀ ସମ୍ପର୍କରେ ଥିବା ଦୂତୀ ପ୍ରକାଶ କରିଥିଲେ ।[୬]

କ୍ୟାରିୟର୍[ସମ୍ପାଦନା]

  • ୨୦୧୨ ମସିହାରେ ଦୂତୀ ୧୮ ବର୍ଷରୁ କମ୍ ୧୦୦ ମି. ଦୌଡ଼ରେ ଜାତୀୟ ଚ୍ୟାମ୍ପିୟନ ହେଲେ (ସମୟ:୧୧.୮ ସେ.)।[୭]
  • ସେ ପୁଣେରେ ଆୟୋଜିତ Asian Championshipsରେ ୨୦୦ ମି. ଦୌଡ଼ ୨୩ . ୮୧୧ ସେ.ରେ ପୂର୍ଣ୍ଣ କରି ବ୍ରୋଞ୍ଜ ପଦକ ଅକ୍ତିଆର କରିଥିଲେ ।
  • ୨୦୧୩ରେ ଦୂତୀ ପ୍ରଥମ ଭାରତୀୟ ଭାବେ World Youth Championshipsର ଫାଇନାଲରେ ପ୍ରବେଶ କରିଥିଲେ ।
  • ସେହି ବର୍ଷ ରାଞ୍ଚିରେ ଆୟୋଜିତ National Senior Athletics Championshipsରେ ୧୦୦ ମି. ଦୌଡ଼ ୧୧.୭୩ ସେ.ରେ ପୂର୍ଣ୍ଣ କରି ସ୍ୱର୍ଣ୍ଣ ପଦକ ଅକ୍ତିଆର କରିଥିଲେ ।[୮]
  • ସେ ମଧ୍ୟ ଉକ୍ତ କ୍ରୀଡ଼ାର ୨୦୦ ମି. ଦୌଡ଼ରେ ନିଜ କ୍ୟାରିୟର ଶ୍ରେଷ୍ଠ (ସମୟ ୨୧.୭୩ ସେ.) ରେକର୍ଡ କରି ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ।[୧][୯]
  • ୨୦୧୮ ଏସୀୟ କ୍ରୀଡାରେ, ୧୦୦ମି ଦୌଡ଼ ପ୍ରତିଯୋଗିତାରେ ସେ ରୌପ୍ୟପଦକା ହାସଲ କରିଥିଲେ । ଏଥିରେ ସେ ୧୦୦ମି ଦୌଡ଼ ୧୧.୩୨ ସେକେଣ୍ଡରେ ଶେଷ କରିଥିଲେ ।[୧୦]
  • ୨୦୧୯ରେ ହୋଇଥିବା ଫେଡେରେସନ କପରେ ସେ ୧୧.୪୫ ସେକେଣ୍ଡରେ ୧୦୦ ମିଟର ଦୂରତା ଅତିକ୍ରମ କରି ସ୍ୱର୍ଣ୍ଣ ପଦକ ଲାଭ କରିଥିଲେ ।[୧୧]
  • ୨୦୧୯ରେ ଇଟାଲିର ନାପୋଲିଠାରେ ଅନୁଷ୍ଠିତ ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ମହିଳା ୧୦୦ ମିଟର ଦୌଡ଼ରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଏହି କୃତିତ୍ୱଦ୍ୱାରା, ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ଟ୍ରାକ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ହାସଲ କରିବାରେ ସେ ପ୍ରଥମ ଭାରତୀୟ ହେବାର ଗୌରବ ହାସଲ କରିଥିଲେ ।[୧୨]


ଆଧାର[ସମ୍ପାଦନା]

  1. ୧.୦ ୧.୧ "Anirudha, Dutee emerge fastest; Jyothi settles for silver medal". Deccan Herald. 8 September 2013. Retrieved 9 September 2013.
  2. "क्रिकेटर इंशांत शर्मा और एथलीट दुती चंद समेत 27 खिलाड़ियों को मिलेगा अर्जुन अवॉर्ड". www.zeenews.india.com. ZEE NEWS. Archived from [www.zeenews.india.com/hindi/sports/cricket/ishant-sharma-dutee-chand-among-27-recipients-of-arjuna-award-2020/732795 the original] on 29 August 2020. Retrieved 29 August 2020. {{cite web}}: Check |url= value (help)
  3. "Dutee Chand biography". Orissasports. Retrieved 9 September 2013.
  4. "Dutee to lead India in Asian Youth Games". The Times of India. 31 July 2013. Archived from the original on 4 October 2013. Retrieved 9 September 2013.
  5. "Rousing welcome to Dutee Chand in KIIT". Odisha Live. 13 September 2013. Archived from the original on 4 October 2013. Retrieved 2 October 2013.
  6. "ସାକ୍ଷାତ୍‌କାରରେ ଜାତୀୟ ଗଣମାଧ୍ୟମକୁ କହିଲେ ଧାବିକା ଦୂତୀ ଚାନ୍ଦ : ବାନ୍ଧବୀ ସହ ମୋର ସମଲିଙ୍ଗୀ ସମ୍ପର୍କ ଅଛି". Sambad (in ଆମେରିକୀୟ ଇଂରାଜୀ). 2019-05-19. Retrieved 2019-05-20.
  7. "Dutee Chand breaks 100m record". The Hindu. 14 July 2012. Retrieved 9 September 2013.
  8. "Dutee Chand is the first Indian sprinter in World 100m final". drinksbreak. Archived from the original on 4 October 2013. Retrieved 9 September 2013.
  9. "National Open Athletics: Golden double for Dutee, Surya". Times of India. 11 September 2013. Archived from the original on 4 October 2013. Retrieved 19 September 2013.
  10. "Asian Games 2018: India's Dutee Chand wins silver in Women's 100m Final event" (in ଆମେରିକୀୟ ଇଂରାଜୀ). Retrieved 2018-08-26.
  11. Bureau, Samajalive. "ଫେଡେରେସନ କପ୍ ଆଥଲେଟିକ୍ : ଦୂତିଙ୍କୁ ସ୍ବର୍ଣ୍ଣ | Samaja Live" (in ଆମେରିକୀୟ ଇଂରାଜୀ). Retrieved 2019-03-18.
  12. "Dutee Chand wins 100m gold in World Universiade, creates his .. Read more at: timesofindia.indiatimes.com/articleshow/70151745.cms?utm_source=contentofinterest&utm_medium=text&utm_campaign=cppst". timesofindia.indiatimes.com. The Times of India. Retrieved 10 July 2019.

ବାହାର ଲିଙ୍କ[ସମ୍ପାଦନା]