କାଟୁଲୁ ରବି କୁମାର

ଉଇକିପିଡ଼ିଆ‌ରୁ
କାଟୁଲୁ ରବି କୁମାର
Born (1988-04-24) ୨୪ ଅପ୍ରେଲ ୧୯୮୮ (ବୟସ ୩୫)

କାଟୁଲୁ ରବି କୁମାର (୨୪ ଅପ୍ରେଲ ୧୯୮୮ରେ ଜନ୍ମିତ) ଓଡ଼ିଶାରେ ଜନ୍ମିତ ଜଣେ ଭାରତୀୟ ଭାରଉତ୍ତୋଳନକାରୀ । ସେ ୨୦୧୦ର ରାଜ୍ୟଗୋଷ୍ଠି କ୍ରୀଡ଼ା ରେ ପୁରୁଷ ୬୯ କି.ଗ୍ରା. ଭାରଉତ୍ତୋଳନରେ ସ୍ୱର୍ଣ୍ଣପଦକ ଜିତିଥିଲେ ।[୧]

ଜୀବନ[ସମ୍ପାଦନା]

୨୪ ଅପ୍ରେଲ ୧୯୮୮ରେ ବ୍ରହ୍ମପୁରର ଗୋଟିଏ ସାଧାରଣ ଘରେ ରବି କୁମାର ଜନ୍ମଗ୍ରହଣ କରିଥିଲେ। ସେ ବ୍ରହ୍ମପୁରର ଗୋଟିଏ ବ୍ୟାୟାମଶାଳାରେ ଭାର ଉତ୍ତୋଳନ ଅଭ୍ୟାସ କରୁଥିଲେ । ପରେ ତାଙ୍କ ଗୁରୁଙ୍କ କହିବା ଅନୁସାରେ ଭାରତ୍ତୋଳନ ପ୍ରତି ମନ ବଳାଇଥିଲେ । ଏହା ପରେ ସେ ୨୦୦୯ ରାଜ୍ୟଗୋଷ୍ଠି କ୍ରୀଡ଼ାରେ ୩ଟି ସ୍ୱର୍ଣ୍ଣ ପଦକ ଅର୍ଜନ କରିଥିଲେ ସେହିପରି ୨୦୧୦ରେ ଭାରତରେ ଅନୁଷ୍ଠିତ ରାଜ୍ୟଗୋଷ୍ଠି କ୍ରୀଡ଼ାରେ ପୁଣି ୩ଟି ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ୨୦୧୧ରେ ଚାଇନାରେ ଅନୁଷ୍ଠିତ ସିନିୟର ଭାରତ୍ତେଳନ ପ୍ରତିଯୋଗୀତାରେ ୩ଟି ବ୍ରୋଞ୍ଜ ପଦକ ହାସଲ କରିଥିଲେ । ବର୍ତ୍ତମାନ ସେ ଭାରତୀୟ ସେନା ପାଇଁ କାର୍ଯ୍ୟରତ ।

କ୍ୟାରିଅର[ସମ୍ପାଦନା]

ଜାତୀୟ[ସମ୍ପାଦନା]

  • ୨୦୦୭ ନଭେମ୍ବରରେ ଇମ୍ଫାଲଠାରେ ଅନୁଷ୍ଠିତ ୪୪ତମ ଜାତୀୟ ଜୁନିୟର ଭାର ଉତ୍ତୋଳନର ୬୯ କେଜି ବିଭାଗରେ ସ୍ୱର୍ଣ୍ଣ ପଦକ ଅର୍ଜନ।
  • ୨୦୦୭ ଡିସେମ୍ବରରେ ଭୁବନେଶ୍ୱରରେ ଆୟୋଜିତ ସିନିୟର ଭାର ଉତ୍ତୋଳନ ଚାମ୍ପିଆନଶିପରେ ରୌପ୍ୟ ପଦକ।
  • ୨୦୦୧ ଫେବୃୟାରୀରେ ଜାମସେଦପୁରରେ ଆୟୋଜିତ ୪୪ତମ ନ୍ୟାଶନାଲ ଗେମ୍ସରେ ସର୍ଭିସେସ ପକ୍ଷରୁ ପ୍ରତିନିଧିତ୍ୱ କରି ସ୍ୱର୍ଣ୍ଣ ପଦକ ଅର୍ଜନ।
  • ୨୦୧୧ ମାର୍ଚ୍ଚରେ ବାଙ୍ଗାଲୋରଠାରେ ଅନୁଷ୍ଠିତ ସିନିୟର ଜାତୀୟ ଭାର ଉତ୍ତୋଳନ ପ୍ରତିଯୋଗିତାରେ ୭୭ କେଜି ବିଭାଗରେ ସ୍ୱର୍ଣ୍ଣ ପଦକ ହାସଲ।

ଆନ୍ତର୍ଜାତୀକ[ସମ୍ପାଦନା]

  • ୨୦୦୭ ନଭେମ୍ବରରେ ଜୋର୍ଡାନରେ ଆୟୋଜିତ ୨୦ତମ ଏସିଆନ ଜୁନିଅର ଭାର ଉତ୍ତୋଳନ ଚାମ୍ପିଆନଶିପରେ ରୌପ୍ୟପଦକ।
  • ୨୦୦୯ ଅକ୍ଟୋବର ୨୨ରେ ମାଲେସିଆର ପେନାଙ୍ଗରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ ଭାର ଉତ୍ତୋଳନ ଚାମ୍ପିଆନଶିପର ୬୯କେଜି ବିଭାଗରେ ୩ଟି ସ୍ୱର୍ଣ୍ଣ ପଦକ।
  • ୨୦୧୦ ନୂଆଦିଲ୍ଲୀରେ ଆୟୋଜିତ ରାଜ୍ୟଗୋଷ୍ଠୀ କ୍ରୀଡାର ୬୯କେଜି ବିଭାଗରେ ସ୍ୱର୍ଣ୍ଣ ପଦକ ଅର୍ଜନ।
  • ୨୦୧୦ ନଭେମ୍ବର ୧୫ ତାରିଖରେ ଚୀନର ଗୁଆଙ୍ଗଝଉରେ ଅନୁଷ୍ଠିତ ୧୬ଶ ଏସିଆନ ଗେମ୍ସରେ ୫ମ ସ୍ଥାନ।
  • ୨୦୧୧ ଏପ୍ରିଲ ୧୫ରେ ଚୀନର ଟୋଙ୍ଗଲିଙ୍ଗରେ ଅନୁଷ୍ଠିତ ସିନିୟର ଏସିଆନ ଭାର ଉତ୍ତୋଳନ ଚମ୍ପିଆନଶିପର ୬୯ କେଜି ବିଭାଗରେ ୩ଟି ବ୍ରୋଞ୍ଜ ପଦକ।
  • ୨୦୧୨ ଏପ୍ରିଲ ୨୬ ଦକ୍ଷିଣ କୋରିଆର ପେଙ୍ଗଟେକରେ ଅନୁଷ୍ଠିତ ଏସିଆନ ଭାର ଉତ୍ତୋଳନ ଚାମ୍ପିଆନଶିପରେ ୬ଷ୍ଠ ସ୍ଥାନ।

ପୁରସ୍କାର[ସମ୍ପାଦନା]

ଆଧାର[ସମ୍ପାଦନା]