ଦେବାଶିଷ ମହାନ୍ତି

ଉଇକିପିଡ଼ିଆ ରୁ
ଦେବାଶିଷ ସର୍ବେଶ୍ଵର ମହାନ୍ତି
ଖେଳାଳିଙ୍କ ତଥ୍ୟ
ଜନ୍ମ ତାରିଖ ୨୦ ଜୁଲାଇ ୧୯୭୬ (1976-07-20) (୩୭ ବର୍ଷ)


ଭୁବନେଶ୍ୱର, ଓଡ଼ିଶା, ଭାରତ

ବ୍ୟାଟିଙ୍ଗ ପ୍ରକାର ଡାହାଣ-ହାତୀ
ବୋଲିଂ ପ୍ରକାର ଡାହାଣ-ହାତୀ
ବିଶ୍ଵ ତଥ୍ୟ
ନିଜ ଦେଶ ପଟ ଭାରତ
ପ୍ରଥମ ଟେଷ୍ଟ ୯ ଅଗଷ୍ଟ ୧୯୯୭ v ଶ୍ରୀଲଙ୍କା
ଓଡିଆଇ ପ୍ରଥମ ୧୩ ସେପ୍ଟେମ୍ବର ୧୯୯୭ v ପାକିସ୍ଥାନ
Domestic team information
Years ଦଳ
ସହିଦ ସ୍ପୋଟିଙ୍ଗ
କ୍ୟାରିଅର ତଥ୍ୟ
Competition ଟେଷ୍ଟ୍ ଦିନିକିଆ ପ୍ରଥମ ଶ୍ରେଣୀ କ୍ରିକେଟ୍ ଲିଷ୍ଟ୍ ଏ କ୍ରିକେଟ୍
Matches ୪୫ ୧୧୭ ୧୨୯
Runs scored ୨୮ ୧୫୫୩ ୨୧୮
Batting average ୫.୬ ୧୩.୬୨ ୭.୨୬
100s/50s ୦/୦ ୦/୫
Top score ୧୮* ୯୭ ୨୨
Balls bowled ୪୩୦ ୧୯୯୬ ୨୨୦୫୩ ୬୦୨୪
Wickets ୫୭ ୪୧୭ ୧୬୦
Bowling average ୫୯.୭୫ ୨୯.୧୫ ୨୧.୦୩ ୨୬.୮୪
5 wickets in innings ୧୯
10 wickets in match
Best bowling ୪/୭୮ ୪/୫୬ ୨୨/୫
Catches/stumpings
Source: ESPNcricinfo, ୨୬ ଜୁଲାଇ ୨୦୧୨

ଦେବାଶିଷ ମହାନ୍ତି ଭାରତୀୟ କ୍ରିକେଟ ଦଳରେ ପ୍ରତିନିଧିତ୍ଵ କରିଥିବା ପ୍ରଥମ ଓଡ଼ିଆ ଖେଳାଳି ।[୧] ତାଙ୍କ ବ୍ୟତିତ,ଶିବସୁନ୍ଦର ଦାସ,ସଞ୍ଜୟ ରାଉଳ, ପ୍ରଜ୍ଞାନ ଓଝା ମଧ୍ୟ ଭାରତୀୟ କ୍ରିକେଟ ଦଳରେ ପ୍ରତିନିଧିତ୍ଵ କରିଛନ୍ତି ।

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ଦେବାଶିଷ ମହାନ୍ତିଙ୍କର ପୁର୍ଣ ନାମ 'ଦେବାଶିଷ ସର୍ବେଶ୍ଵର ମହାନ୍ତି'। ସେ ୧୯୭୬ ମସିହା ଜୁଲାଇ ୨୦[୨] ତାରିଖରେ ପିତା ସର୍ବେଶ୍ଵର ମହାନ୍ତି ଓ ମାତା ମଞ୍ଜୁଳା ମହାନ୍ତିଙ୍କ ଠାରୁ ଭୁବନେଶ୍ଵର ଠାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ତିନି ଜଣ ଭଉଣୀ ମଧ୍ୟ ଅଛନ୍ତି । ଶିକ୍ଷାଗତ ଯୋଗ୍ଯତା ଅନୁଯାୟି, ସେ ଜଣେ ସ୍ନାତକ । ସେ ସମ୍ବଲପୁରର ବିଶିଷ୍ଟ ଆଇନୀଜୀବୀ, ମୋତିଲାଲ ଦାସ ଓ ଚନ୍ଦ୍ରପ୍ରଭା ଦେବୀଙ୍କ କନ୍ୟା ରିତିମୁକ୍ତାଙ୍କୁ ବିବାହ କରିଛନ୍ତି ।[୩] ସେ ବର୍ତ୍ତମାନ ନାଲକୋ ରେ କାର୍ଯରତ।

କ୍ରିକେଟ ଜୀବନ[ସମ୍ପାଦନା]

ଦେବାଶିଷ ମହାନ୍ତି, ୧୯୯୧ ମସିହାରୁ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ । ପରବର୍ତି ସମୟରେ ସେ ପ୍ରଖ୍ୟାତ ସହିଦ ସ୍ପୋଟିଙ୍ଗ କ୍ଳବରେ ଯୋଗଦାନ କରି ସ୍ଵର୍ଗତ କମଳ ଗାଙ୍ଗୁଲୀଙ୍କ ଠାରୁ କ୍ରିକେଟ ପ୍ରଶିକ୍ଷଣ ଗ୍ରହଣ କରିଥିଲେ । [୪] ସେ କ୍ରମେ ଭୁବନେଶ୍ୱର, ଓଡ଼ିଶା, ପୂର୍ବାଞ୍ଚଳ ପାଇଁ ଖେଳିଥିଲେ । ୧୯୯୭ରେ ବଙ୍ଗଳାଦେଶରେ ଅନୁଷ୍ଟିତ ସାର୍କ ଟୁର୍ଣାମେନ୍ଟରେ ତାଙ୍କର ବୋଲିଙ୍ଗରେ ପ୍ରଭାବିତ ହୋଇ, ତତକାଳୀନ ଭାରତ 'ଏ' ଦଳର ପ୍ରଶିକ୍ଷକ, ଭାରତୀୟ ଦଳ ପାଇଁ ତାଙ୍କ ନାମ ସୁପାରିସ କରିଥିଲେ । [୫] ୧୯୯୭ ମସିହାରେ ଶ୍ରୀଲଙ୍କା ବିରୋଧରେ ସେ ପ୍ରଥମ କରି ଭାରତୀୟ ଦଳରେ ସ୍ଥାନ ପାଇଥିଲେ । ଏହି ମ୍ଯାଚର ପ୍ରଥମ ଇନିଙ୍ଗସରେ ସେ ୨୦.୪ ଓଭର ବୋଲିଙ୍ଗ କରି ୪ଟି ଉଇକେଟ ନେବାରେ ସଫଳ ହୋଇଥିଲେ।[୬] ଏହି ପ୍ରଦର୍ଶନ ପରେ, ସେ ଜଣେ ଭଲ ସୁଇଙ୍ଗ ବୋଲର ହିସାବରେ ପରିଗଣିତ ହୋଇଥିଲେ । ଭାରତୀୟ ପିଚ ଅପେକ୍ଷା, ଭାରତ ବାହାରର ସୁଇଙ୍ଗ ପିଚରେ ତାଙ୍କର ପ୍ରଦର୍ଶନ ଉଚ୍ଚକୋଟିର ହୋଇପାରିଥିଲା । ପରବର୍ତି ସମୟରେ ତାଙ୍କୁ ଟେଷ୍ଟ ମ୍ଯାଚରେ ବିଶେଷ ସୁଯୋଗ ମିଳି ପାରିନଥିଲା । ୧୯୯୭ ରେ ହି ସେ ପାକିସ୍ଥାନ ବିରୋଧରେ ଟରୋଣ୍ଟ ଠାରେ ପ୍ରଥମ ଦିନିକିଆ ମ୍ଯାଚ ଖେଳିଥିଲେ। ଏହି ମ୍ଯାଚରେ ଚମତ୍କାର ବୋଲିଙ୍ଗ କରିଥିଲେ ଓ ୭ ଓଭର ରେ ୨୨ ରନ ଦେଇ ଗୋଟିଏ ଉଇକେଟ ନେବାରେ ସଫଳ ହୋଇଥିଲେ। [୭] ଭାରତର, ଏହି ସିରିଜ ଜିତିବାରେ ଦେବାଶିଷ ମହାନ୍ତିଙ୍କର ପ୍ରମୁଖ ଭୁମିକା ରହିଥିଲା । ୧୯୯୯ ବିଶ୍ଵକପରେ ସେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ । ଏହି ବିଶ୍ଵକପରେ ସେ ସମୁଦାୟ ୬ଟି ମ୍ଯାଚ ଖେଳି ୧୦ଟି ଉଇକେଟ ନେଇଥିଲେ ଓ ଭାରତ ତରଫରୁ ଦ୍ଵିତୀୟ ସର୍ବାଧିକ ଉଇକେଟ ଅର୍ଜନ କରିଥିଲେ । ୨୦୦୧ ମସିହାରେ ଶ୍ରୀଲଙ୍କା ବିରୋଧରେ ସେ ନିଜର ଶେଷ ଆନ୍ତର୍ଯାତୀୟ ମ୍ଯାଚ ଖେଳିଥିଲେ ।[୮] ୨୦୦୬ରେ ସେ କଲଉଇନୀ କ୍ରିକେଟ କ୍ଳବ ସହ ଅନୁବନ୍ଧିତ ହୋଇଥିଲେ । ତାଙ୍କ ନିଜ ମତରେ , ଭାରତୀୟ କ୍ରିକେଟ ଦଳ ପାଇଁ ବଛାଯିବା ଓ ବିଶ୍ଵକପରେ ଅଷ୍ଟ୍ରେଲୀୟ ଅଧିନାୟକ ଷ୍ଟିଭ ଵାଗଙ୍କର ଉଇକେଟ ନେବା ତାଙ୍କ କ୍ରିକେଟ ଜୀବନର ଦୁଇଟି ସ୍ମରଣିୟ ଘଟଣା ।[୪]

ବର୍ତମାନ ସେ ଓଡ଼ିଶା ରଣଜୀ ଦଳର ପ୍ରଶିକ୍ଷକ ରୁପେ କାର୍ଯ୍ୟରତ । [୯] ସେ ପୁର୍ବାଞ୍ଚଳ ଦଳର ପ୍ରଶିକ୍ଷକ ରୁପେ ମଧ୍ୟ କାର୍ଯ୍ୟ କରି ଏହାକୁ ଦୁଲୀପ ଟ୍ରଫି ଜିତାଇ ସାରିଛନ୍ତି ।[୧୦]

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

ଆଧାର[ସମ୍ପାଦନା]

ବାହାର ଆଧାର[ସମ୍ପାଦନା]