ଉତ୍କଳ ଦୀପିକା
ପ୍ରତିଷ୍ଠାତା | ଗୌରୀଶଙ୍କର ରାୟ |
---|---|
ସମ୍ପାଦକ | ଗୌରୀଶଙ୍କର ରାୟ |
ପ୍ରତିଷ୍ଠିତ | ୧୮୬୬ |
ଭାଷା | ଓଡ଼ିଆ |
ମୁଖ୍ୟାଳୟ | କଟକ |
ଉତ୍କଳ ଦୀପିକା, ଓଡ଼ିଶାର ପ୍ରଥମ ଓଡ଼ିଆ ସମ୍ବାଦପତ୍ର ।[୧][୨] ଏହା ୪ ଅଗଷ୍ଟ ୧୮୬୬ ତାରିଖରେ ପ୍ରଥମ କରି ପ୍ରକାଶିତ ହୋଇଥିଲା । [୩] ଗୌରୀଶଙ୍କର ରାୟ ଏହାର ପ୍ରତିଷ୍ଠାତା ତଥା ପ୍ରଥମ ସମ୍ପାଦକ ଥିଲେ ।[୪] ଏହା ପ୍ରଥମେ ସାପ୍ତାହିକ ଆକାରରେ ପ୍ରକାଶିତ ହୋଇଥିଲେ ସୁଦ୍ଧା ପରେ ଏହା ଦୈନିକ ହୋଇଥିଲା । ଗୌରୀଶଙ୍କର ରାୟ ଏବଂ ତାଙ୍କର ଘନିଷ୍ଠ ସହଯୋଗୀ ବିଚିତ୍ରାନନ୍ଦ ଦାସଙ୍କ ଉଦ୍ୟମରେ କଟକଠାରେ ପ୍ରତିଷ୍ଠିତ 'କଟକ ପ୍ରିଣ୍ଟିଂ କମ୍ପାନୀ'ରୁ ଏହି ସମ୍ବାଦପତ୍ର ପ୍ରକାଶ ପାଉଥିଲା ।[୫] ଉତ୍କଳ ଦୀପିକା ତତ୍କାଳିନ ଓଡ଼ିଶାକୁ ସାମାଜିକ, ନୈତିକ ତଥା ରାଜନୈତିକ [୬] କ୍ଷେତ୍ରରେ ନୂତନ ଦିଗଦର୍ଶନ ଦେବାରେ ସଫଳ ହୋଇଥିଲା ଏବଂ ଓଡ଼ିଆମାନଙ୍କ ସ୍ୱାର୍ଥରକ୍ଷା ପାଇଁ ସରକାରଙ୍କ ପାଖରେ ଦୃଢ଼ ଦାବି ଉପସ୍ଥାପିତ କରିବାରେ ଅଗ୍ରଣି ଭୂମିକା ଗ୍ରହଣ କରିଥିଲା । ଗୌରୀଶଙ୍କର ରାୟ ନିଜ ଅନ୍ତିମ ସମୟ ପର୍ଯ୍ୟନ୍ତ ଉତ୍କଳ ଦୀପିକାର ସମ୍ପାଦନା କରିଆସୁଥିଲେ ।[୭] ଏତଦ ବ୍ୟତୀତ ଉତ୍କଳ ଦୀପିକା ବାଲ୍ୟବିବାହ ପରି ଘୃଣ୍ୟ ପ୍ରଥା ବିରୋଧରେ ମଧ୍ୟ ସ୍ୱର ଉତ୍ତୋଳନ କରିଥିଲା ।[୮] ଏହାର ସଫଳତା ଓଡ଼ିଶାରେ ସମ୍ବାଦପତ୍ର ପ୍ରକାଶନର ମୂଳଦୁଆ ପକାଇଥିଲା । [୯]
ଜାତୀୟ ସ୍ୱର
[ସମ୍ପାଦନା]ଓଡ଼ିଶାରେ ଜାତୀୟ ସ୍ୱର ଉଠାଇବାରେ ଏହି ପତ୍ରିକାର ବଡ଼ ଭୂମିକା ରହିଛି ।
ଓଡ଼ିଶାର ପୁରାତନ କବିମାନଙ୍କ ଅସଂଖ୍ୟ ରଚନା ଯେତେବେଳେ ମୁଦ୍ରଣ ନ ହେବା ଯୋଗୁଁ ଲୁପ୍ତ ହୋଇଯାଉଥିଲା, ଉତ୍କଳ ଦୀପିକା ପକ୍ଷରୁ ଜାତିର ସାହିତ୍ୟ ରକ୍ଷା ପାଇଁ ଅନେକ କାର୍ଯ୍ୟ କରାଯାଇଥିଲା । ଉତ୍କଳ ଦୀପିକା ୧୨।୧।୧୮୬୬ ସଂଖ୍ୟା ୨ରେ ଏହା ବିଷୟରେ ଲେଖାଯାଇଥିଲା ।[୧୦]
ଉତ୍କଳ ଦେଶସ୍ଥ ପୁରାତନ କବିମାନଙ୍କର ଚିରସ୍ମରଣୀୟ ନାମ ଆମ୍ଭମାନଙ୍କର ଅଯୋଗ୍ୟତାରୁ ଏତାବତ୍ କାଳ ଦେଶାନ୍ତରରେ ପ୍ରଚାର ହେବାର ଦୁସ୍ତର ଥିଲା । ଏବର୍ଷ ତାହା ଖଣ୍ଡନାଶାରେ କେତେକ ଲୋକ ଯତ୍ନବାନ ହୋଇ ଅଛନ୍ତି ଓ ଯେଋପ ସୃଷ୍ଟି ପୂର୍ବରେ କେବଳ ଜଳମୟ ଥିଲା ଓ ତହିଁରୁ ସମସ୍ତ ବସ୍ତୁ ଉଦ୍ଭବ ହେଲା ସେହିଋପ ଉତ୍କଳ ସାହିତ୍ୟର ପୁନଃ ସୃଷ୍ଟି ନିମିତ୍ତ ପ୍ରଥମେ ପ୍ରେମସୁଧାନିଧିର ସଞ୍ଚାର ହୋଇଛି ।
ପରେ ଯେତେବେଳେ ଓଡ଼ିଶାରୁ ଓଡ଼ିଆ ଭାଷା ଉଠାଇ ଦେଇ ସ୍କୁଲମାନଙ୍କରେ ବଙ୍ଗଳାଭାଷା ପ୍ରବର୍ତ୍ତନ କରାଇ ଶେଷରେ ଓଡ଼ିଶାକୁ ବଙ୍ଗାଳରେ ସାମିଲ କରାଇ ନେବାର ଅପଚେଷ୍ଟା କରାଯାଉଥିଲା, ସେତେବେଳେ ଉତ୍କଳ ଦୀପିକା ଜନମତ ଜାଗ୍ରତ କରାଇ ପ୍ରତିରୋଧ କରିଥିଲା । ବଙ୍ଗଳା କାବ୍ୟ ବିଦ୍ୟାସୁନ୍ଦର ଓ ଓଡ଼ିଆ କାବ୍ୟ ରସକଲ୍ଲୋଳ ସମ୍ବନ୍ଧରେ ଏକ ତୁଳନାତ୍ମକ ବିଚାର କରାଯାଇ "ଓଡ଼ିଶାର ସାହିତ୍ୟ ଶିଳ୍ପ ବିଭବ ପ୍ରତି ଜାତିକୁ ସଚେତନ କରାଯିବାର" ପ୍ରୟାସ ପତ୍ରିକାଦ୍ୱାରା ବାରମ୍ବାର କରାଯାଇଥିଲା । ୧୮୬୬ ମସିହାରେ ପତ୍ରିକାର ପୃ-୪୬-୪୭ରେ ଛପାଯାଇଥିଲା-
ଶିଳ୍ପ ବିଦ୍ଯାରେ ମଧ୍ୟ ଉତ୍କଳୀୟମାନେ ନିପୁଣ ଥିଲେ । ପୂର୍ବେ ବାଲେଶ୍ୱରୀ ବସ୍ତ୍ର ବିଖ୍ୟାତ ଥିଲା । ବର୍ତ୍ତମାନ କଟକ ରଜତ କାଞ୍ଚନ ନିର୍ମିତ ଅଳଙ୍କାର ବିଷୟେ କେ ନଜାଣେ । ସେ ଯାହାହେଉ ଉତ୍କଳୀୟମାନେ ଯେ ପୂର୍ବେ ଭାରତ ବର୍ଷ ମଧ୍ୟରେ ସର୍ବବିଷୟରେ ବିଖ୍ୟାତ ଥିଲେ ତାହାର ସନ୍ଦେହାଭାବ । ହେ ଉତ୍କଳୀୟ ମାନେ! ଉଠ! ଆପଣମାନଙ୍କର ପୂର୍ବପୁଋଷର ଯାଥାର୍ଥ ନାମ ରକ୍ଷା ଓ ଆପଣା ଆପଣାର ଲଲାଟସ୍ଥ ଅଜ୍ଞତାପବାଦ ରୂପ କଳଙ୍କରେଖା ଉନ୍ମୋଚନ କରିବାକୁ ତତ୍ପର ହୁଅ । ଆଉ କେତେକାଳ ଆଳସ୍ୟ ସଲିଳରେ ଜୀବନ ବିସର୍ଜନ କରିବ?
ଆଧାର
[ସମ୍ପାଦନା]- ↑ Chatterjee, Mrinal (2012). "History of Oriya Journalism". indianfaculty.com. Retrieved 29 June 2012.
The first Oriya newspaper to be printed was the weekly Utkal Dipika by Gouri Shankar Ray in 1866
- ↑ "PRINTING INDIA". printingindia.com. 2000. Retrieved 30 June 2012.
First Oriya weekly at Cuttack Printing Company
- ↑ S. C. Patra (1979). Formation of the Province of Orissa: the success of the first linguistic movement in India. Punthi Pustak. Retrieved 29 June 2012.
- ↑ "Orissa news media". orissadiary.com. 2012. Archived from the original on 2006-10-19. Retrieved 29 June 2012.
'The Utkal Deepika' made its appearance in early 1866 under the able editorship of late Gourisankar Ray
[permanent dead link] - ↑ "Oriya Literature". indianetzone.com. 2012. Retrieved 29 June 2012.
The Utkal Deepika, made its appearance in 1866 under the editorship of late Gouri Sankar Ray, with able assistance from late Bichitrananda
- ↑ Prasanna Kumar Mishra (1983). Political unrest in Orissa in the 19th century: anti-British, anti-feudal, and agrarian risings. Punthi Pustak. Retrieved 29 June 2012.
- ↑ K. M. George. Modern Indian Literature, an Anthology. Sahitya Akademi. pp. 298–. ISBN 978-81-7201-324-0. Retrieved 2 February 2013.
- ↑ University of Allahabad. Dept. of Modern Indian History; University of Kerala; University of Travancore (2005). Journal of Indian history. p. 189. Retrieved 29 June 2012.
- ↑ Bina Kumari Sarma (1 January 1996). Development of Modern Education in India: An Empirical Study of Orissa. M.D. Publications Pvt. Ltd. pp. 97–. ISBN 978-81-85880-94-5. Retrieved 29 June 2012.
- ↑ ଉତ୍କଳ ଦୀପିକା ୧୨।୧।୧୮୬୬ ସଂଖ୍ୟା ୨
ଅଧିକ ତଥ୍ୟ
[ସମ୍ପାଦନା]- [୧]
- Dr. Mrinal Chatterjee. History of Oriya Journalism. IndianFaculty.com. ୧୮ ନଭେମ୍ବର ୨୦୧୧