ଉଇକିପିଡ଼ିଆ:ଚାଟସଭା/ପ୍ରଶ୍ନ/Archive 2

ଉଇକିପିଡ଼ିଆ‌ରୁ

ଛାଞ୍ଚ ଭିତରେ ଫଟୋ ଯୋଡ଼ି ହେଉନି[ସମ୍ପାଦନା]

ଏଇ ନୂଆ ପୃଷ୍ଠାଟିରେ https://or.wikipedia.org/s/10r7 ଛାଞ୍ଚ ମଧ୍ୟରେ ଫୋଟୋ ଯୋଡ଼ିବା ପାଇଁ Image ଟାଗଟା ( Image:Astrosat folded large.png|250px ) କାମ କାହିଁକି କରୁନି ? English ଏବଂ Hindi ପୃଷ୍ଠାରେ କାମ କରୁଛି। --Kumarnihar (ମୋ ଆଲୋଚନା) ୧୩:୫୩, ୨ ସେପ୍ଟେମ୍ବର ୨୦୧୬ (IST)[reply]

ଉଇକିପିଡ଼ିଆରେ କୌଣସି ଛବି ଦେଖାଯିବା ନିମନ୍ତେ ଛବିଟି ଉଇକିମିଡ଼ିଆ କମନ୍ସରେ କିମ୍ବା ସ୍ଥାନୀୟ ଉଇକିପିଡ଼ିଆରେ ଅପଲୋଡ଼ ହେଇଥିବା ଆବଶ୍ୟକ । (ଉଇକିମିଡ଼ିଆ କମନ୍ସରେ ଅପଲୋଡ଼ ହେଇଥିବା ଛବିସବୁ InstantCommons ଜରିଆରେ ଅନ୍ୟ ସମସ୍ତ ଉଇକିମିଡ଼ିଆ ପ୍ରକଳ୍ପରେ ଉପଲବ୍ଧ ହେଇଥାଏ । ) ଆପଣ ଲେଖିଥିବା ଛବିଟି ଉଭୟ ସ୍ଥାନରେ ଅପଲୋଡ଼ ହେଇନଥିବାରୁ ଏହା କାମ କରୁନି । ଇଂରାଜୀ ଓ ହିନ୍ଦୀ ଉଭୟ ଉଇକିପିଡ଼ିଆରେ ଛବିଟି ଅପଲୋଡ଼ ହେଇଥିବାରୁ ସେଠାରେ ଏହା କାମ କରୁଛି ।
ଅଳ୍ପ କିଛିଦିନ ଭିତରେ ଏହାକୁ ମୁଁ ଓଡ଼ିଆ ଉଇକିପିଡ଼ିଆରେ ଅପଲୋଡ଼ କରିଦେବି, ଯାହା ଫଳରେ ଏହା କାମ କରିବ ।
ବୁଝିବାରେ କିଛି ଅସୁବିଧା ହେଲେ ବା ଛବି ବାବଦରେ ଅନ୍ୟ କିଛି ଜାଣିବାକୁ ଥିଲେ ପୁଣି ପଚାରନ୍ତୁ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୨୦:୪୮, ୨ ସେପ୍ଟେମ୍ବର ୨୦୧୬ (IST)[reply]

ପା‌ଗ୍[ସମ୍ପାଦନା]

juktakhara pancha kemiti heba window 7 re 1.39.36.71 ୧୬:୫୨, ୨୭ ଅଗଷ୍ଟ ୨୦୧୬ (IST)[reply]

ଆପଣ କେଉଁ କିବୋର୍ଡ ବ୍ୟବ‌ହାର କାରୁଛନ୍ତି ? Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୧୦:୪୪, ୨୮ ଅଗଷ୍ଟ ୨୦୧୬ (IST)[reply]

ମୋ ଆଧାର ଠିକ୍ ନା ଭୁଲ୍ ଟିକେ ଯାଞ୍ଚ କରPkp05 (ମୋ ଆଲୋଚନା) ୧୨:୨୮, ୭ ଜୁନ ୨୦୧୬ (IST)[reply]

ସକ୍ରେଟିସ୍ ପ୍ରସଙ୍ଗରେ ୭ଜୁନରେ ଯୋଡ଼ାଯାଇଥିବା ଆଧାର ଭୁଲ ଅଛି । ଇଂରାଜୀ ଉଇକିପିଡ଼ିଆକୁ (ବା ଅନ୍ୟ ଯେକୌଣସି ଉଇକିପିଡ଼ିଆକୁ) ଓଡ଼ିଆ ଉଇକିରେ ଆଧାର ଭାବେ ବ୍ୟବହାର କରାଯାଇପାରିବ ନାହିଁ । ଇଂରାଜୀ ଉଇକିରେ ଥିବା ଆଧାର ଗୁଡ଼ିକୁ ବ୍ୟବହାର କରିହେବ । ପ୍ରଥମ ଆଧାରରେ ଥିବା ଭୁଲଟିକୁ ମୁଁ ସୁଧାରି ଦେଇଛି (କୌଣସି ପ୍ରସଙ୍ଗରେ ରେଫ ନେମ ଆଧାର ଶୈଳିଟି କେବଳ ଥରେ ବ୍ୟବହାର ହେଇଥିଲେ ଏକୁଟିଆ ବ୍ୟବହାର କରାଯାଏ ନାହିଁ, ଏହାସହ ଅନ୍ୟଏକ ଆଧାର ଛାଞ୍ଚ ବ୍ୟବହାର କରାଯାଏ । ସେହି ପ୍ରସଙ୍ଗରେ ପରବର୍ତ୍ତୀ ସମୟରେ ଉକ୍ତ ଆଧାରଟି ଏକାଧିକ ଥର ବ୍ୟବହାର କରାଯାଇଥିଲେ ବାକି ସବୁଥର କେବଳ 'ରେଫ ନେମ' ବ୍ୟବହାର କରାଯାଏ ।)
ବୁଝିବାରେ କିଛି ଅସୁବିଧା ହେଲେ ବା ଅନ୍ୟ କିଛି ଜାଣିବାକୁ ଥିଲେ ପୁଣି ପଚାରନ୍ତୁ । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୭:୧୨, ୧୦ ଜୁନ ୨୦୧୬ (IST)[reply]

ଅନେକ ଗୁଡିଏ ଫୋଟୋ ଗୋଟିଏ ଶ୍ରଣୀରେ କିପରି ରଖାଯିବ?[ସମ୍ପାଦନା]

ଅନେକ ଗୁଡିଏ ଫୋଟୋ ଗୋଟିଏ ଶ୍ରଣୀରେ କିପରି ରଖାଯିବ ଓ ଏକା ଥରକେ କିଭଳି ବର୍ଣନା କରାଯିବ ଟିକେ ଜଣାଇବେ ।ଜଗନ୍ନାଥ ଦୋରା ୨୨:୧୨, ୬ ଜୁନ ୨୦୧୬ (IST)

କମନ୍ସ କଥା କ‌ହୁଛ ଯଦି, ଯେତେବେଳେ ଆମେ ଏକାଧିକ ଫୋଟୋରେ ଏକ ପ୍ରକାର ଶ୍ରେଣୀ ଯୋଡୁ ସେ ଫୋଟୋଗୁଡିକ ଗୋଟିଏ ଶ୍ରେଣୀରେ ରହେ ।Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୦୦:୫୨, ୭ ଜୁନ ୨୦୧୬ (IST)[reply]

ଅକ୍ଷରରେ ପାର୍ଥକ୍ୟ[ସମ୍ପାଦନା]

ମୁଁ ଡ ଓ ଡ଼ ଏବଂ ଡ. ଓ ଡଃ ମଧ୍ୟରେ ପାର୍ଥକ୍ୟ ଜାଣିବାକୁ ଚାହୁଁଛି ।--Abha S Pradhan (ମୋ ଆଲୋଚନା) ୨୦:୩୪, ୨୮ ମଇ ୨୦୧୬ (IST)[reply]

ଡ଼: ଏ ଅକ୍ଷର ଓଡ଼ିଆ ଶବ୍ଦର ଆରମ୍ଭରେ ଥିଲେ ଏହାର ଉଚ୍ଚାରଣ 'ଡ' ଓ ମଝିରେ ବା ଶେଷରେ ଥିଲେ 'ଡ଼' ହୁଏ ।
ଉଦାହରଣ: ଶବ୍ଦର ଆରମ୍ଭରେ: ଡଗର, ଡଙ୍କ, ଡମ୍ବରୁ, ଡାକ୍ତର, ଡିଣ୍ଡିମ ଇତ୍ୟାଦି; ଶବ୍ଦର ଅନ୍ୟସ୍ଥାନରେ: ନଡ଼ିଆ, ପଇଡ଼, ଦଉଡ଼ି, ପକୋଡ଼ି ଇତ୍ୟାଦି ।
ଡ.: ଗବେଷଣା କରି ଡକ୍ଟରେଟ ଉପାଧି ଲାଭ କରିଥିବା ବ୍ୟକ୍ତିବିଶେଷଙ୍କ ନାମ ପୂର୍ବରୁ ଲେଖାଯାଏ ।
ଡଃ: ଉଭୟ ଡାକ୍ତର ଓ ଡକ୍ଟରେଟ ଉପାଧି ଲାଭ କରିଥିବା ବ୍ୟକ୍ତିଙ୍କ ନାମ ପୂର୍ବରୁ ଲେଖାଯାଏ ।
(ଓଡ଼ିଆ ଉଇକିପିଡ଼ିଆରେ ଚିକିତ୍ସକଙ୍କ ନାମ ପୂର୍ବରୁ ଡା. (ଡା. କୁନ୍ତଳା କୁମାରୀ ସାବତ) ଓ ଡକ୍ଟରେଟ ଉପାଧିଧାରୀଙ୍କ ନାମ ପୂର୍ବରୁ ଡ. ଲେଖାଯାଏ (ଡ. ପ୍ରତିଭା ରାୟ) ।)
ବୁଝିବାରେ କିଛି ଅସୁବିଧା ହେଲେ ବା ଅନ୍ୟ କିଛି (ଧ୍ଵନିତତ୍ତ୍ଵ ବାବଦରେ) ଜାଣିବାକୁ ଥିଲେ ପୁଣି ପଚାରନ୍ତୁ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୨୩:୫୫, ୨୮ ମଇ ୨୦୧୬ (IST)[reply]

ପ୍ରସଙ୍ଗ ସଂଖ୍ୟା ସୂଚନା[ସମ୍ପାଦନା]

The notice in wikipedia shows there is 10507 topics and it targets 10000 in between 20th october. I think it needs to refress the informations given in the site

ଆବଶ୍ୟକୀୟ ବଦଳ କରାଗଲା । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୯:୦୩, ୧୭ ମାର୍ଚ୍ଚ ୨୦୧୬ (IST)[reply]

ଆନ୍ତର୍ଜାତୀୟ ମହିଳା ମାସ ପାଇଁ ଲେଖିବା ବାବଦରେ[ସମ୍ପାଦନା]

ଜୟ ଜଗନ୍ନାଥ ଆନ୍ତର୍ଜାତୀୟ ମହିଳା ମାସରେ ଲେଖିବା ପାଇଁ କେତେକ ନିର୍ଦ୍ଦିଷ୍ଟ ବିଷୟ ରଖାଯାଇଛି । ବର୍ତ୍ତମାନ ଯାହା ବଳିଯାଇଛି, ସେ ସବୁ ବିଷୟରେ ତଥ୍ୟ ଇଂରାଜୀ ଓ୍ଵିକିରେ ନାହିଁ ( ସମସ୍ୟା - ମୁଁ ଇଂରାଜୀରୁ ଓଡିଆ ଓ୍ଵିକି କୁ ଅନୁବାଦ କରେ, ସମ୍ପୂର୍ଣ୍ଣ ନୂଆ ଲେଖିବା ପାଇଁ ସମସ୍ତ ତଥ୍ୟ ଜଣାନାହିଁ ) । ଅନ୍ୟ କୌଣସି ମହିୟସୀ ମହିଳାଙ୍କ (ନିର୍ଦ୍ଦିଷ୍ଟ ବିଷୟ ବ୍ୟତୀତ) ସମ୍ବନ୍ଧରେ ଲେଖିହେବ କି ?Abha S Pradhan (ମୋ ଆଲୋଚନା) ୧୭:୦୦, ୮ ମାର୍ଚ୍ଚ ୨୦୧୬ (IST)[reply]

ନିଶ୍ଚିତ, ଆପଣ କୌଣସିବି ମହିଳାଙ୍କ ବିଷୟରେ ଲେଖିପାରିବେ। :)Sailesh Patnaik  ଶୈଳେଶ (ମୋ ଆଲୋଚନା) ୨୦:୪୭, ୮ ମାର୍ଚ୍ଚ ୨୦୧୬ (IST)[reply]

ଛାଞ୍ଚ ଠିକରେ କାମ କରୁନାହିଁ :([ସମ୍ପାଦନା]

ଓଳଗି ଆଜ୍ଞା,

୧) ନୁଆ ପୃଷ୍ଠା ( https://or.wikipedia.org/s/ykt )ଟିଏ ଗଢିଲାବେଳେ ଇଂରାଜୀର ଏକ ଛାଞ୍ଚକୁ ବ୍ୟବହାର କରୁଛି, କିନ୍ତୁ ଓଡିଆ (https://or.wikipedia.org/s/yku ) କରିବା ସତ୍ତ୍ୱେ ପୃଷ୍ଠାରେ ଇଂରାଜୀ ଦେଖାଯାଉଛି କାହିଁକି ?

୨)ଅଲଗା ଅଲଗା ଛାଞ୍ଚର ଶୈଳୀ ଅଲଗା କାହିଁକି ? ଯେମିତି କି https://or.wikipedia.org/s/ya4 ଏବଂ https://or.wikipedia.org/s/yku

ଧନ୍ୟବାଦ ଇତି, ନିହାରKumarnihar (ମୋ ଆଲୋଚନା) ୧୯:୧୯, ୪ ମାର୍ଚ୍ଚ ୨୦୧୬ (IST)[reply]

ଆଧାର ଯୋଡ଼ିବା[ସମ୍ପାଦନା]

ବୁଢିଆଣୀ ପୃଷ୍ଠା ଟିରେ ଅସୁବିଧା ରହି ଯାଇଛି ବୋଲି ଲେଖା ଆସୁଛି । ବୋଧହୁଏ ଆଧାର ଯାଇନାହିଁ ସେଥିପାଇଁ । ଇଂରାଜୀ spider ରେ ଏଡିଟ ପ୍ରତୀକ ଲକ୍ ଆସୁଛି । ତେଣୁ ଦୟାକରି ଆଧାର କିପରି ଯୋଡାଯିବ କୁହନ୍ତୁ

ଆପଣ ଯାହା କହିଛନ୍ତି ଏହା ସଠିକ ନୁହେଁ । କାରଣ ଆଧାର ଜୋଡ଼ିଲା ବେଳେ ଯେଉଁ ଅସୁବିଧା ହେଉଛି ତାହା ଇଙ୍ଗ୍ରାଜୀ ଉଇକିପିଡ଼ିଆ ଜୋଗୁଁ ନୁହେଁ । ବୋଧୁଏ ଆପଣ ଆଧାର ଠିକ ଭାବେ ଜୋଡ଼ି ପାରୁନାହାନ୍ତି । ଆପଣ ପ୍ରଥମେ ଇଙ୍ଗ୍ରାଜୀ ଉଇକିପିଡ଼ିଆକୁ ଯାଇ refର ଆରମ୍ଭ ଓ refର ଶେଷ ସହିତ ତା ମଧ୍ୟରେ ଲେଖା ହେଇଥିବା ସମସ୍ତ ଲେଖାକୁ କପି କରନ୍ତୁ ଓ ତାହା ଓଡ଼ିଆ ଉଇକିପିଡ଼ିଆରେ ଠିକ ଲେଖା ନିକଟରେ ଜୋଡ଼ନ୍ତୁ । ଏହା କରିବା ପରେ ==ଆଧାର== ବିଭାଗ ତଳେ {{ଆଧାର}} ବୋଲି ଲେଖିଦିଅନ୍ତୁ ଓ ସାଇତି ଦିଅନ୍ତୁ । ଏହା କରିବାପରେ ==ଆଧାର== ବିଭାଗ ତଳେ reference ବା ଆଧାର ଠିକ ଭାବରେ ଦେଖାଇବ । -- T3knikalteenager (ମୋ ଆଲୋଚନା) ୨୧:୪୧, ୩୧ ଜାନୁଆରୀ ୨୦୧୬ (IST)[reply]
ବୁଢ଼ିଆଣୀ ପ୍ରସଙ୍ଗରେ ବ୍ୟବହୃତ ଏକ ଛାଞ୍ଚରେ ସାମାନ୍ୟ ଭୁଲ ଥିଲା, ସେଥିପାଇଁ ଆଧାରରେ ଭୁଲ ଦେଖାଯିବାର ସମ୍ଭାବନା ଥିଲା । ବର୍ତ୍ତମାନ ଛାଞ୍ଚଟିରେ ସୁଧାର କରାଯାଇଛି, ତେଣୁ ଆଶା ଏବେ ଆଧାର ଠିକ ଭାବେ ଦେଖାଇବ ।
ଚାଟସଭାରେ କିଛି ପଚାରିଲେ ପ୍ରଶ୍ନ ଲେଖି ସାରିବା ପରେ ଆଇକନରେ କ୍ଲିକ କରି ପ୍ରଶ୍ନଟିକୁ ସାଇତିବାକୁ ଅନୁରୋଧ, ଏହାଫଳରେ ଆପଣଙ୍କ ସନ୍ତକ/ଦସ୍ତଖତ ଆପେଆପେ ଆସିଯାଏ । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୦:୪୩, ୨ ଫେବୃଆରୀ ୨୦୧୬ (IST)[reply]

ମୁଁ ମୋର ଲେଖା ସହ ଏକ ଛବି ଦେଇ ପାରିବି କି ?ଶୁଭରଂଜନ ଦାଶ (ମୋ ଆଲୋଚନା) ୧୨:୨୨, ୨୧ ନଭେମ୍ବର ୨୦୧୫ (UTC)

ଆପଣଙ୍କ ଲେଖା ସହ ଛବି ନିଶ୍ଚିତ ଭାବେ ଦେଇପାରିବେ । ଛବି କିପରି ଯୋଡ଼ିବେ ଜାଣିବା ପାଇଁ ପୂର୍ବରୁ ଦିଆଯାଇଥିବା ୧ ଫେବୃଆରୀର ପ୍ରଶ୍ନ related to photo insertion ର ଉତ୍ତର ଦେଖନ୍ତୁ । କିଛି ବୁଝିବାରେ ଅସୁବିଧା ହେଲେ ବା ଅଧିକ କିଛି ଜାଣିବାକୁ ଥିଲେ ପୁଣି ପଚାରନ୍ତୁ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୭:୪୫, ୨୧ ନଭେମ୍ବର ୨୦୧୫ (UTC)

ଦେଖଣା ବାବଦରେ[ସମ୍ପାଦନା]

ଅର୍ଟିକିଲ ର ବ୍ୟାକଗ୍ରାଉଣ୍ଡ କଲର ଚେଞ୍ଜ କରାଯାଇ ପାରିବ କି?? ଅର୍ଟିକିଲର ହେଡିଙ୍ଗର କଲର ଚେଞ୍ଜ କରାଯାଇ ପାରିବ କି??? ଯଦି ଏହା କରାଯାଇ ପାରିବ ତାହାହେଲେ ଏହା ସାମସ୍ତଙ୍କୁ ଦେଖା ଯିବ କି?? --Buddhadeva sahoo (ମୋ ଆଲୋଚନା) ୦୬:୩୭, ୧୯ ଜୁଲାଇ ୨୦୧୫ (UTC)

ବୁଦ୍ଧଦେବ ବାବୁ ଆପଣଙ୍କ ଆଗ୍ରହ ନିମନ୍ତେ ଧନ୍ୟବାଦ । ହଁ, ଉଭୟ ପଚ୍ଛଦ ଓ ଶିରୋନାମର ରଙ୍ଗ ବଦଳାଯାଇପାରିବ । ଏହା ବୈଷୟିକ ଦିଗରୁ ସମ୍ଭବ ଯେପରି ଚାଟସଭା ଉତ୍ତର ପୃଷ୍ଠାରେ ଅନ୍ୟ ରଙ୍ଗ ବ୍ୟବହାର କରାଯାଇଛି କିନ୍ତୁ ନୀତିଗତ ଦୃଷ୍ଟିରୁ ସାଧାରଣତଃ ପ୍ରସଙ୍ଗ ଗୁଡ଼ିକରେ ଅଲଗା ରଙ୍ଗ ବ୍ୟବହାର କରାଯାଏ ନାହିଁ । ଏହା ସମସ୍ତଙ୍କୁ ଦେଖାଯିବ କି ନାହିଁ, ତାହା ଅନ୍ୟ କେତେକ କାରକ ଉପରେ ନିର୍ଭର କରେ, ଯେପରିକି, ଦେଖୁଥିବା ବ୍ୟବହାରକାରୀଙ୍କ ପସନ୍ଦ ଦେଖଣାରେ କେଉଁ ବହିରାବରଣ ଅଛି (Cologne Blue/ Modern/ MonoBook/ Vector) ଅଛି, ନିଜର ବ୍ୟକ୍ତିଗତ ପସନ୍ଦ କିଛି ରଖିଛନ୍ତି କି? ଇତ୍ୟାଦି । ଚାଟସଭା ଉତ୍ତର ପୃଷ୍ଠାରେ ଅନ୍ୟ ରଙ୍ଗ ବ୍ୟବହାର କରାଯାଇଛି । ନିଜ ବ୍ୟବହାରକାରୀ ପୃଷ୍ଠାରେ ରଙ୍ଗ ବ୍ୟବହାର କରିବାକୁ ଚାହୁଁଥିଲେ କେତେକ ଦରକାରୀ ପୃଷ୍ଠା ଦେଖନ୍ତୁ : Background color, Font color User page style ଇତ୍ୟାଦି... ବୁଝିବାରେ କିଛି ଅସୁବିଧା ହେଲେ ବା ଅଧିକ କିଛି ଜାଣିବାକୁ ଥିଲେ ପୁଣି ପଚାରନ୍ତୁ । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୯:୧୩, ୧୯ ଜୁଲାଇ ୨୦୧୫ (UTC)


ବଛା ଛବି ଏବଂ ବଛା ଲେଖା ବାବଦରେ[ସମ୍ପାଦନା]

  1. ମାସର ଏବଂ ସପ୍ତାହର ବଛା ଛବି ଏବଂ ବଛା ଲେଖା କେଉଁ ଆଧାରରେ ଚୟନ କରାଯାଏ ? ଅନୁରୋଧ କେଉଁଠାରେ ରଖାଯାଏ ?
  2. ନୂଆ ଶ୍ରେଣୀଟିଏ ପାଇଁ ଛାଞ୍ଚ କିପରି ଅନୁରୋଧ କରାଯାଏ ? ନା ଶ୍ରେଣୀ ଯୋଡ଼ିବା ବ୍ୟବସ୍ଥାପକଙ୍କ ଉପରେ ଛାଡ଼ିଦିଆଯାଏ ?
  3. ବାହ୍ୟ ଲିଙ୍କ ବାବଦରେ ବିସ୍ତୃତ ଜଣାନ୍ତୁ । ନିଷ୍ଠା ରଞ୍ଜନ ଦାଶ ୧୯:୨୬, ୧୦ ମଇ ୨୦୧୫ (UTC)
  1. ସପ୍ତାହର ବଛା ଛବି ପୁରୁଣା ଆଲୋଚନା ଅନୁସାରେ ସ୍ଥିର କରାଯାଇଥାଏ । ବଛା ଲେଖା ନିମନ୍ତେ ସମ୍ପୃକ୍ତ ମାସ ସହ ସମ୍ବନ୍ଧ ଥିବା ଗୋଟିଏ ଭଲ ଲେଖାକୁ ଚୟନ କରାଯାଇଥାଏ (ଭଲ ଲେଖା ଅର୍ଥାତ ଅତି କମରେ ତଥ୍ୟ ପେଡ଼ି, ଗୋଟିଏ ଯୋଗ ସୂତ୍ର ପେଡ଼ି, ଗୋଟିଏ ଛବି ଓ ୫ଟି ଆଧାର ଥିବା ପ୍ରସଙ୍ଗ) । ଏଠାରେ ବଛା ଲେଖା ସମ୍ବନ୍ଧୀୟ କିଛି ପୁରୁଣା ଆଲୋଚନା ଦେଖିପାରିବ । ପୂର୍ବର ସ୍ପଷ୍ଟିକରଣ ଅନୁସାରେ ଓଡ଼ିଆ ଉଇକିପିଡ଼ିଆର କେତେକ ବିଷୟ ନିମନ୍ତେ ସ୍ଵତନ୍ତ୍ର ନିୟମାବଳୀ ନଥିବାରୁ ଓ କିଛି ବୈଷୟିକ ଅସୁବିଧା ହେତୁ ଅନେକ ସମୟରେ ବଛା ଲେଖା ଓ ବଛା ଛବି ବାଛିବା ବେଳେ କେତେକ ନିଷ୍ପତି ମୁଁ ନିଜେ ନିଜେ ନେଇଥାଏ, ଯଦି କେହି ଏବାବଦରେ ଅସନ୍ତୁଷ୍ଟ ଥାଆନ୍ତି କିମ୍ବା କିଛି ସ୍ପଷ୍ଟିକରଣ ଚାହୁଁଥାଆନ୍ତି ତେବେ ନିଃସଙ୍କୋଚରେ ପଚାରିପାରିବେ । ଉଇକିପିଡ଼ିଆରେ ପ୍ରତ୍ୟେକ ପୃଷ୍ଠାର ବାମପଟେ ସହଯୋଗ କରନ୍ତୁ ଶିର୍ଷକ ଅଧିନରେ ଥିବା ବଛା ଛବି ଓ ବଛା ଲେଖାକୁ ଯାଇ, ବଛା ଛବି ଓ ବଛା ଲେଖା ନିମନ୍ତେ ଅନୁରୋଧ କରାଯାଇ ପାରିବ ।
  2. ନୂଆ ଶ୍ରେଣୀଟିଏ ପାଇଁ ଛାଞ୍ଚ ନିଜ ସୁବିଧା ମୁତାବକ ସମ୍ବନ୍ଧୀୟ ପ୍ରସଙ୍ଗର ଆଲୋଚନା ପୃଷ୍ଠାରେ, ଜଣେ ସକ୍ରିୟ ପୁରୁଖା ଉଇକିଆଳିଙ୍କ ଆଲୋଚନା ପୃଷ୍ଠାରେ, ଫେସବୁକରେ, ଗୁଗଲମେଲରେ କିମ୍ବା ଫୋନ ଦ୍ଵାରା ଅନୁରୋଧ କରିପାରିବେ । ପ୍ରସଙ୍ଗ ତିଆରି କରିବା ଭଳି ଶ୍ରେଣୀ ମଧ୍ୟ ନିଜେ ତିଆରି କରିପାରିବେ (ସହଯୋଗ ଦରକାର ହେଲେ ଜଣାନ୍ତୁ) । ଜଣେ ସାଧାରଣ ଉଇକିଆଳି ଓ ବ୍ୟବସ୍ଥାପକଙ୍କ ମଧ୍ୟରେ ଫରକ ହେଲା କେବଳ ଲିଭାଇବା କ୍ଷମତା (ସେହି ଲିଭାଇବା କ୍ଷମତାଟି ବ୍ୟବହାର କରିବାବେଳେ ପରିଚାଳକ ମାନେ ଉଇକିପିଡ଼ିଆର ନୀତିନିୟମ ଗୁଡ଼ିକ ମାନିବାକୁ ବାଧ୍ୟ) । ଅଧିକାଂଶ ଉଇକିଆଳି ସ୍ଵେଚ୍ଛାକୃତ ଭାବେ ବିନା ପାରିଶ୍ରମିକରେ କାମ କରୁଥିବାରୁ ଏହାକୁ ରକ୍ଷଣାବେକ୍ଷଣ କରିବା ଦାୟିତ୍ଵ ମଧ୍ୟ ସମସ୍ତଙ୍କର । ନୀତିଗତ ଦୃଷ୍ଟିରୁ କେବଳ ଲିଭାଇବା ଦାୟିତ୍ଵ ବ୍ୟବସ୍ଥାପକଙ୍କର ଏହାବାଦ ଆଉ ସମସ୍ତ କାମ ସମସ୍ତେ ମିଳିମିଶି କରିବା ଉଚିତ ।
  3. ପ୍ରସଙ୍ଗର ସମ୍ପର୍କୀୟ ତଥ୍ୟ ଥିବା ଓ ଆଧାରରେ ବ୍ୟବହାର ହେଇନଥିବା ଠିକଣା ଗୁଡିକ ବାହ୍ୟ ଲିଙ୍କ (ବା ଅଧିକ ତଥ୍ୟ) ଅଧୀନରେ ରଖାଯାଇଥାଏ । ଇଂରାଜୀ ଉଇକିପିଡ଼ିଆରୁ ବାହ୍ୟ ଲିଙ୍କ ବାବଦରେ ଅଧିକ ତଥ୍ୟ ଜାଣିପାରିବେ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୦:୩୬, ୧୧ ମଇ ୨୦୧୫ (UTC)

ପୃଷ୍ଠାର ନାମ, ଶ୍ରେଣୀ ଏବଂ ଲିଙ୍କ ବାବଦରେ[ସମ୍ପାଦନା]

  1. କୌଣସି ବିଷୟ/ପୃଷ୍ଠାର ନାମ କେମିତି ସଂଶୋଧନ କରିହେବ ? ପୃଷ୍ଠାକୁ ଘୁଞ୍ଚାଇ ପୁନଃସ୍ଥାପନ କରିବା ଠିକ ବାଟ କି?
  2. ଅଦରକାରୀ ପୃଷ୍ଠାକୁ କିପରି ଲିଭାଯାଇ ପାରିବ ?
  3. ପୃଷ୍ଠା ନାମ ଶେଷରେ ହଳନ୍ତ ରହିଲେ ସେଠି zero width non joiner ଲଗେଇବା ଉଚିତ ହେବ ନା ନାହଁ? ଏହା ଖୋଜା ରେ ପ୍ରଭାବ ପକେଇବ କି ?
  4. ଇଂରାଜୀ ଲିଂକ କିପରି କାର୍ଯ୍ୟ କରୁଛି ଏହା en.wikipedia.org ସହ ସମ୍ବନ୍ଧ ରଖୁଛି ନା ନାହିଁ ?
  5. ଯଦି କେହି en.wikipedia.org ରେ ଥାଇ କୌଣସି ଇଂରାଜୀ key word ଦ୍ଵାରା ଖୋଜୁଛନ୍ତି, ଓଡ଼ିଆ ଲେଖା କେମିତି ମିଳିବ ?
  6. ଧରାଯାଉ ମୁଁ ଉଇକିପିଡ଼ିଆରେ ଥିବା ସମସ୍ତ ରୋଗର ପୃଷ୍ଠାମାନ ଦେଖିବାକୁ ଚାହୁଁଛି ଏହାକୁ ଶ୍ରେଣୀ ଅନୁଯାୟୀ କେମିତି ଖୋଜିବି ?
  7. ବିଷୟର infobox କୁ କେମିତି ଗଠନ କରାଯାଉଛି ?ଯେ କେହି ବ୍ୟବହାରକାରୀ ଏହାକୁ ତିଆରି ଗଠନ କରିପାରିବେ କି ? --nistha ୦୬:୫୩, ୨୮ ଅକ୍ଟୋବର ୨୦୧୪ (UTC)
  1. ପ୍ରସଙ୍ଗ/ ପୃଷ୍ଠାର ନାମ ସଂଶୋଧନ ନିମନ୍ତେ ପୃଷ୍ଠା ଘୁଞ୍ଚାଇ ପୁନଃସ୍ଥାପନ କରିବା ଠିକ ବାଟ ଅଟେ ।
  2. ଅଦରକାରୀ ପୃଷ୍ଠାକୁ କେବଳ ପରିଚାଳକମାନେ ଲିଭାଇପାରିବେ, ତେବେ ଯେକୌଣସି ବ୍ୟବହାରକାରୀ ଅଦରକାରୀ ପୃଷ୍ଠାଗୁଡ଼ିକୁ ଲିଭାଇବା ନିମନ୍ତେ ଛାଞ୍ଚ:ଲିଭାଇଦିଅନ୍ତୁ ବ୍ୟବହାର କରି ଅନୁରୋଧ କରିପାରିବେ ।
  3. Zero width non joiner ବାବଦରେ ଗୋଟିଏ ଅଭିଯୋଗ ସମାଧାନ ଅପେକ୍ଷାରେ ରହିଛି ତେଣୁ ନିଶ୍ଚିତ ଭାବେ କିଛି କହିହେବନି । ପ୍ରସଙ୍ଗ ଖୋଜିବା ବେଳେ ଗୋଟିଏ /ଦୁଇଟି ଅକ୍ଷର ଟାଇପ କରିବାକ୍ଷଣି ଏହା କିଛି ସମ୍ଭାବିତ ପ୍ରସଙ୍ଗର ନାମ ଦେଖାଉଥିବାରୁ ଏହା ଖୋଜାରେ ପ୍ରଭାବ ପକାଇବନି ।
  4. ଇଂରାଜୀ ସମେତ ପ୍ରତ୍ୟେକ ଭାଷାର ଉଇକିପିଡ଼ିଆରେ ପ୍ରତ୍ୟେକ ପୃଷ୍ଠାର ବାମପଟେ ତଳେ ଦେଖାଯାଉଥିବା Languages (ଅଲଗା ଭାଷାରେ) ଶିର୍ଷକ ଅଧିନରେ ଅନ୍ୟାନ୍ୟ ଭାଷାର ଉଇକି ପ୍ରସଙ୍ଗ ସବୁର ତାଲିକା ଥାଏ, ସେହି ତାଲିକାରୁ ଓଡ଼ିଆ ପ୍ରସଙ୍ଗ ପାଇଯିବେ ।
  5. ଇଂରାଜୀ ଲିଙ୍କଟି ଓଡ଼ିଆ ପ୍ରସଙ୍ଗକୁ ହିଁ ବାଟ ବତାଇଥାଏ । ଓଡ଼ିଆ ଉଇକିପିଡ଼ିଆର ପାଠକମାନେ (ଅଗଷ୍ଟ ମାସରେ ୬,୫୫,୪୯୨ ଜଣ ଓଡ଼ିଆ ଉଇକିପିଡ଼ିଆକୁ ଆସିଥିଲେ) (ଯେଉଁମାନେ ଠିକରେ/ ଭଲଭାବେ ଓଡ଼ିଆ ଟାଇପ କରିଜାଣନ୍ତି ନାହିଁ) ସହଜରେ ପ୍ରସଙ୍ଗ ଖୋଜି ପାଇବା ନିମନ୍ତେ ଇଂରାଜୀ ଲିଙ୍କ ରଖାଯାଉଛି । ଏହା ପ୍ରାୟତଃ ଇଂରାଜୀ ଉଇକିପିଡ଼ିଆରେ ଥିବା ପ୍ରସଙ୍ଗ ନାମ ସହ ସମାନ ବନାନ ରଖାଯାଇଥାଏ ଏହା ଛଡ଼ା ଇଂରାଜୀ ଉଇକିପିଡ଼ିଆ ସହ ଏହାର ଅନ୍ୟ କିଛି ସମ୍ଭନ୍ଧ ନାହିଁ ।
  6. ରୋଗ ସମ୍ପର୍କୀୟ ସମସ୍ତ ପ୍ରସଙ୍ଗ ନିମନ୍ତେ ଶ୍ରେଣୀ:ଚିକିତ୍ସା ବିଜ୍ଞାନ ପୃଷ୍ଠାଟି ଦେଖନ୍ତୁ ।
  7. ଇଂରାଜୀ ଉଇକିପିଡ଼ିଆରେ ଆମ ଦରକାରରେ ଆସିବା ଭଳି ପ୍ରାୟ ସମସ୍ତ Infobox (ତଥ୍ୟପେଡ଼ି) ପୂର୍ବରୁ ତିଆରି ହେଇ ବ୍ୟବହୃତ ହେଉଅଛି, ତେଣୁ ଆମେ କେବଳ ସେଗୁଡ଼ିକୁ Transwiki (ଆମଦାନୀ) ଓ ଅନୁବାଦ କରି ବ୍ୟବହାର କରିଥାଉ । ଯେ କେହି ବ୍ୟବହାରକାରୀ ତଥ୍ୟପେଡ଼ି ତିଆରି କରିପାରିବେ ନାହିଁ, ଏଥିନିମନ୍ତେ କିଛି ପରିମାଣର ବୈଷୟିକ ଦକ୍ଷତା ଥିବା ଆବଶ୍ୟକ । ଯଦି କୌଣସି ନୂଆ ତଥ୍ୟପେଡ଼ି ଦରକାର ହୁଏ ତେବେ, ଯେ କେହି ବ୍ୟବହାରକାରୀ ସେଥି ନିମନ୍ତେ ଚାଟସଭା ବା ଆଲୋଚନା ସଭାରେ ଅନୁରୋଧ କରିପାରିବେ ।
ବୁଝିବାରେ କିଛି ଅସୁବିଧା ହେଲେ ବା ଅଧିକ କିଛି ଜାଣିବାକୁ ଥିଲେ ପୁଣି ପଚାରନ୍ତୁ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୮:୨୮, ୨୮ ଅକ୍ଟୋବର ୨୦୧୪ (UTC)

ସାଂଡ୍ ବକ୍ସ[ସମ୍ପାଦନା]

ସାଂଡ୍ ବକ୍ସ କେମିତି ଖୋଲିହେବ ଦୟାକରି ମୋତେ କହଂତୁ । ହରିହର ପ୍ରସାଦ ଶତପଥୀHpsatapathy (ମୋ ଆଲୋଚନା) ୧୫:୦୫, ୨୯ ସେପ୍ଟେମ୍ବର ୨୦୧୪ (UTC)

ଆପଣଙ୍କ ପରଖ ସ୍ଥାନ ନିମନ୍ତେ ବ୍ୟବହାରକାରୀ:Hpsatapathy/Test ଉପରେ କ୍ଳିକ କରନ୍ତୁ । 'Test' ବଦଳରେ ଆପଣ 'Sand box', ପରଖ, 'ବାଲିଘର' ଓ 'ଟେଷ୍ଟ' ଇତ୍ୟାଦି ଯେକୌଣସି ନାମ ବ୍ୟବହାର କରିପାରିବେ । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୭:୩୬, ୨୯ ସେପ୍ଟେମ୍ବର ୨୦୧୪ (UTC)

ସାଇତିବା ପ୍ରସଂଗ[ସମ୍ପାଦନା]

ମୁଁ ଏବେ ଦୁଆ ଗାଁ ବିଷୟରେ ଲେଖିଥିବା ପାଠକୁ କିପରି ଗୁଗ୍‌ଲ ସର୍ଚ କରି ଦେଖିପାରିବି ? ଶିରୋନାମା ବଡ଼ ଅକ୍ଷରରେ ଦେଖାଯିବ କେମିତି ସନ୍ତୋଷ ମହାନ୍ତି (ମୋ ଆଲୋଚନା) ୧୦:୩୫, ୧୯ ସେପ୍ଟେମ୍ବର ୨୦୧୪ (UTC)

ସନ୍ତୋଷ ବାବୁ ଆପଣଙ୍କ ଆଗ୍ରହ ନିମନ୍ତେ ଧନ୍ୟବାଦ । ଦୁଇଟି ଉପାୟରେ ଶିରୋନାମ ବଡ଼ ଅକ୍ଷରରେ ଦେଖାଯିବା ନିମନ୍ତେ ଦୁଇଟି ବାଟ ଅଛି:
  • ପ୍ରଥମ ବାଟ: ଉଇକିପିଡ଼ିଆ:ଚାଟସଭା ପୃଷ୍ଠାର 'କିପରି ଉଇକିପିଡ଼ିଆରେ ଲେଖିବେ?' ଦେଖନ୍ତୁ । ଖୋଜିବା ଜାଗାରେ ଦୁଆ ଲେଖି ଖୋଜନ୍ତୁ ଓ ଦୁଆ ନାମରେ ଏକ ନୂଆ ପ୍ରସଙ୍ଗ ତିଆରି କରି ଏବେ ଲେଖିଥିବା ପାଠ ସବୁକୁ ସେ ସ୍ଥାନକୁ ନକଲ (copy and paste) କରି, ସାଇତି ଦିଅନ୍ତୁ ।
  • ଦ୍ଵିତୀୟ ବାଟ: ଆପଣ ଲେଖିଥିବା ପାଠ ବର୍ତ୍ତମାନ ବ୍ୟବହାରକାରୀ ପୃଷ୍ଠାରେ ଅଛି । ଏହାକୁ ମୂଳ ପୃଷ୍ଠାକୁ ଘୁଞ୍ଚାଇଲେ ଶିରୋନାମ ବଡ଼ ଅକ୍ଷରରେ ଦେଖାଯିବ । ଏହାକୁ ଘୁଞ୍ଚାଇବା ପାଇଁ ପ୍ରଥମେ ବ୍ୟବହାରକାରୀ:ସନ୍ତୋଷ ମହାନ୍ତି ପୃଷ୍ଠାର ଡାହାଣ ପଟ ଉପରେ, ଖୋଜିବା ଜାଗା ପୂର୍ବରୁ ଥିବା ଘୁଞ୍ଚାଇବେ (Move page) କୁ ଚୟନ କରନ୍ତୁ କିମ୍ବା (alt+shift+m) ଦବାନ୍ତୁ କିମ୍ବା ପୃଷ୍ଠା ଘୁଞ୍ଚାଇବେ ଉପରେ କ୍ଳିକ କରନ୍ତୁ । ତାହା ଫଳରେ ଏକ ନୂଆ ପୃଷ୍ଠା ଆସିବ, ସେହି ପୃଷ୍ଠାରେ 'ବ୍ୟବହାରକାରୀ' ସ୍ଥାନରେ '(ମୂଳ)' ବାଛନ୍ତୁ ଓ ସନ୍ତୋଷ ମହାନ୍ତି ସ୍ଥାନରେ 'ଦୁଆ' ଲେଖି ପୃଷ୍ଠା ଘୁଞ୍ଚେଇବେ ଉପରେ କ୍ଳିକ କରନ୍ତୁ ।

ବୁଝିବାରେ କିଛି ଅସୁବିଧା ହେଲେ ବା ଅଧିକ କିଛି ଜାଣିବାକୁ ପୁଣି ପଚାରନ୍ତୁ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୧:୪୭, ୧୯ ସେପ୍ଟେମ୍ବର ୨୦୧୪ (UTC)

DITIA D KEMITI LEKIBA[ସମ୍ପାଦନା]

ଦୀତୀୟ ଦ କେମୀତୀ ଲେକୀବା117.203.211.136 ୦୬:୦୩, ୩୦ ଜୁଲାଇ ୨୦୧୪ (UTC)

ଦ୍ଵିତୀୟ ଧ (ଦ୍ଧ) ଲେଖିବା ନିମନ୍ତେ, ଟ୍ରାନ୍ସଲିଟରେସନ ଇନପୁଟ ଚୟନ କରି dda ଲେଖନ୍ତୁ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୭:୦୭, ୩୦ ଜୁଲାଇ ୨୦୧୪ (UTC)

କେମିତି ଛବିଟେ ଯୋଡିବି[ସମ୍ପାଦନା]

ମୁଁ କାହା ସଂପର୍କରେ ଲେଖିବାକୁ ଚାହିଁଲେ ବା କୌଣଷି ପ୍ରସଙ୍ଗରେ ଲେଖିବାକୁ ଚାହିଁଲେ ତାଙ୍କର ବା ସେହି ପ୍ରସଙ୍ଗର ଫଟୋଟେ ଦେବାକୁ ଚାହୁଁଚି ହେଲେ ପାରୁନି, ଦୟାକରି କହିବେ କି ମୁଁ କେମିତି ମୋ କଥା ସହ ଛବିଟେ ବି ଯୋଡି ପାରିବି. Mousumee mishra (ମୋ ଆଲୋଚନା) ୦୯:୫୨, ୪ ଜୁଲାଇ ୨୦୧୪ (UTC)

ଏହି ପ୍ରଶ୍ନର ତଳେ, ପୂର୍ବରୁ ଦିଆଯାଇଥିବା ୧ ଫେବୃଆରୀର ପ୍ରଶ୍ନ related to photo insertion ର ଉତ୍ତର ଦେଖନ୍ତୁ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୨:୦୩, ୫ ଜୁଲାଇ ୨୦୧୪ (UTC)

ଫୋଟ କିପରି ଅପଲୋଡ କରାଯାଏ ?[ସମ୍ପାଦନା]

ପ୍ରତ୍ୟେକ ସପ୍ତାହରେ ବିଭିନ୍ନ କ୍ଷେତ୍ରରେ ସଫଳ ହୋଇଥିବା ଏକ ବୈଜ୍ଞାନିକଙ୍କ ବିଷୟରେ ମୁଁ କିଛି ତଥ୍ୟ ଲେଖିବାକୁ ଚାହେଁ । କିନୁ ସେହି ବୈଜ୍ଞାନିକଙ୍କ ଫଟୋ ଅପଲୋଡ କରିପାରୁନାହିଁ। ଫୋଟ କିପରି ଅପଲୋଡ କରାଯାଏ ସେ ବିଷୟରେ ମୋତେ ସୁଚାଇବାକୁ ଅନୁରୋଧ । ଗିରିଜାଗିରିଜା ୦୯:୧୩, ୨୩ ଅପ୍ରେଲ ୨୦୧୪ (UTC)

ପ୍ରିୟ ଗିରିଜା ବାବୁ ଛବି ଅପଲୋଡ଼ କିପରି କରାଯାଏ ଜାଣିବା ନିମନ୍ତେ ଚାଟସଭା ଅଭିଲେଖରେ ପୂର୍ବରୁ ଉତ୍ତର ଦିଆଯାଇଥିବା ତିନିଟି କମନ୍ସରେ ଥିବା ଛବି କିପରି ବ୍ୟବହାର କରିବେ?, ଛବି କିପରି ଅପଲୋଡ଼ କରିବେ?କେଉଁ ଛବି ଅପଲୋଡ଼ କରିପାରିବେ? ପ୍ରଶ୍ନର ଉତ୍ତର ଦେଖନ୍ତୁ, କିଛି ବୁଝିବାରେ ଅସୁବିଧା ହେଲେ ବା ଅଧିକ କିଛି ଜାଣିବାକୁ ଥିଲେ ପୁଣି ପଚାରନ୍ତୁ । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୧:୦୫, ୨୩ ଅପ୍ରେଲ ୨୦୧୪ (UTC)

kemiti odiya keybord download karajiba[ସମ୍ପାଦନା]

kemiti odiya keybord download karajiba 5.108.37.7 ୧୭:୧୨, ୩୧ ମାର୍ଚ୍ଚ ୨୦୧୪ (UTC)

ଆପଣ ଯଦି ଉଇକିପିଡିଆ ରେ ଓଡିଆ ରେ ଲେଖିବାକୁ ଚାହୁଁଛନ୍ତି ତାହାଲେ ଆପଣଙ୍କୁ କୋଣସି keyboard download କରିବା ଦରକାର ନାହିଁ ।
  • ପ୍ରଥମେ ନିଜ ସଭ୍ୟ ଖାତା ଟି ଖୋଲନ୍ତୁ।
  • ପସନ୍ଦ ରେ click କରି ନିଜର ଭାଷା ଚୟନ କରନ୍ତୁ--Sailesh Patnaik  ଶୈଳେଶ, [T]/[C] ୧୯:୨୩, ୩୧ ମାର୍ଚ୍ଚ ୨୦୧୪ (UTC)

ଓଡିଆ software[ସମ୍ପାଦନା]

କମ୍ପୁଟର ରେ ଓଡିଆ ଟାଇପ୍ କରିବା ପାଇଁ ଗୋଟିଏ ଭଲ software ର ନାମ କୁହନ୍ତୁ .ଏବଂ software ଟି କେଉଁ ଠାରୁ ଡାଉନ୍ ଲୋଡ୍ ହେବ ତାହା ବତାନ୍ତୁଜାନକୀବଲ୍ଲଭ ଛାଟୋଇ (ମୋ ଆଲୋଚନା) ୦୦:୩୧, ୧୫ ମାର୍ଚ୍ଚ ୨୦୧୪ (UTC)

ଓଡ଼ିଆରେ ଟାଇପ କରିବା ପାଇଁ ଭାଷାଇଣ୍ଡିଆ ପୃଷ୍ଠାରୁ ଇଣ୍ଡିକ ଇନପୁଟ ଟୁଲ ଡାଉନଲୋଡ଼ କରନ୍ତୁ । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୦:୩୪, ୧୮ ମାର୍ଚ୍ଚ ୨୦୧୪ (UTC)

ଆଉ ଏକ ବିକଳ୍ପ ହେଲା ଆପଣ ଆକୃତି ନାମକ ଏକ software ବ୍ୟବହାର କରିପରିବେ ଯାହାକି କୌଣସି କମ୍ପ୍ୟୁଟର ବ୍ୟବସାୟୀ ଙ୍କ ପାଖରେ ଉପଲବ୍ଧ ଥାଏ......ସବ୍ୟସାଚୀ ଗଡନାୟକ

I want to traslate many english book in odia please help me?I want to write all letter in odia?I want to write all application in odia?I want to learn very speed how I can know so early to type odia languages?All my work experience I want to write in odia?How I can learn odia type so soon?RAJENDRA KUMAR CHETTY (ମୋ ଆଲୋଚନା) ୧୭:୧୮, ୧୧ ମାର୍ଚ୍ଚ ୨୦୧୪ (UTC)

ଓଡ଼ିଆ ଲିପିରେ ଲେଖିବା ନିମନ୍ତେ ଓଡ଼ିଆରେ ଟାଇପ କରିବେ କେମିତି ପୃଷ୍ଠାଟି ଦେଖନ୍ତୁ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୨:୦୧, ୧୪ ମାର୍ଚ୍ଚ ୨୦୧୪ (UTC)

odia kemiti lekha heba?[ସମ୍ପାଦନା]

odia kemiti lekha haba 101.62.86.68 ୧୩:୪୪, ୨ ମାର୍ଚ୍ଚ ୨୦୧୪ (UTC)

ଓଡ଼ିଆ ଶିଖିବା ନିମନ୍ତେ ପ୍ରଥମେ ଓଡ଼ିଆ ଉଇକିପିଡିଆ ମୂଖ୍ୟ ପୃଷ୍ଠା or.wikipedia.org ଦେଖନ୍ତୁ । ସେଠାରେ କିପରି ଲେଖିବ, ବିଶଦ ଭାବରେ ଲେଖାଅଛି । --Subas Chandra Rout (ମୋ ଆଲୋଚନା) ୧୦:୩୨, ୩ ମାର୍ଚ୍ଚ ୨୦୧୪ (UTC)

ବିଷୟସୂଚୀ[ସମ୍ପାଦନା]

ବିଷୟସୂଚୀ କିପରି ଯୋଡିବାTwnxyy (ମୋ ଆଲୋଚନା) ୧୭:୪୦, ୧ ମାର୍ଚ୍ଚ ୨୦୧୪ (UTC)

ସଜାଣି ପୃଷ୍ଠାରେ ଲେଖାଯାଇଥିବା ପରି ନୂଆ ଶିରୋନାମା ଓ ଉପଶିରୋନାମା ତିଆରି କରି ପ୍ରସଙ୍ଗଟିକୁ ସଜାଇ ଲେଖିଲେ ବିଷୟସୂଚୀ ଆପେ ଆପେ ତିଆରି ହେଇଯିବ । ଯେପରିକି ବେଲେଶ୍ଵର ମନ୍ଦିର ପ୍ରସଙ୍ଗରେ ଥିବା ୪ଟି ଶିରୋନାମାକୁ ନେଇ ବିଷୟସୂଚୀ ତିଆରି ହେଇଛି । କିଛି ବୁଝିବାରେ ଅସୁବିଧା ହେଲେ ବା ଅଧିକ କିଛି ଜାଣିବାକୁ ଥିଲେ ପୁଣି ପଚାରନ୍ତୁ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୯:୨୭, ୧ ମାର୍ଚ୍ଚ ୨୦୧୪ (UTC)

ଲିଙ୍କ ଯୋଡିବା[ସମ୍ପାଦନା]

ନିଜ ପ୍ରବନ୍ଧର ଆଧାର ବା ସୂତ୍ର କିପରି ଯୋଡାଯ।ଉଛିTwnxyy (ମୋ ଆଲୋଚନା) ୧୭:୩୪, ୧ ମାର୍ଚ୍ଚ ୨୦୧୪ (UTC)

ଚାଟସଭା ପୃଷ୍ଠାରେ ଥିବା ତୃତୀୟ ପ୍ରଶ୍ନର ଉତ୍ତର ଦେଖନ୍ତୁ । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୯:୧୫, ୧ ମାର୍ଚ୍ଚ ୨୦୧୪ (UTC)

prativaraynkajeebanee[ସମ୍ପାଦନା]

117.211.94.251 ୧୦:୨୩, ୧୨ ଫେବୃଆରୀ ୨୦୧୪ (UTC)

ପ୍ରତିଭା ରାୟ, ଆପଣ ଉପର ଡାହାଣପଟେ ଥିବା ସର୍ଚବକ୍ସରେ ଯେକୌଣସି ପ୍ରସଙ୍ଗ ଖୋଜିପାରିବେ । ପ୍ରସଙ୍ଗ ଥିଲେ ତଥ୍ୟ ଯୋଡିପାରିବେ, ନଥିଲେ ନୂଆ ତିଆରି କରି ପାରିବେ । -- ଅଂଶୁମାନ ତାର ଯୋଡ଼ିବେ? ୧୩:୪୫, ୧୨ ଫେବୃଆରୀ ୨୦୧୪ (UTC)

59.93.155.242 ୦୭:୦୦, ୧୨ ଫେବୃଆରୀ ୨୦୧୪ (UTC)

ସୁଭାଷ ଚନ୍ଦ୍ର ବୋଷ, ଆପଣ ଉପର ଡାହାଣପଟେ ଥିବା ସର୍ଚବକ୍ସରେ ଯେକୌଣସି ପ୍ରସଙ୍ଗ ଖୋଜିପାରିବେ । ପ୍ରସଙ୍ଗ ଥିଲେ ତଥ୍ୟ ଯୋଡିପାରିବେ, ନଥିଲେ ନୂଆ ତିଆରି କରି ପାରିବେ । -- ଅଂଶୁମାନ ତାର ଯୋଡ଼ିବେ? ୧୩:୪୫, ୧୨ ଫେବୃଆରୀ ୨୦୧୪ (UTC)

Sir, Many many thanks for your brilliant effort for the odia wikipedia.I have been in Wikipedia since 2013 Nov, and I am very much interested to add odia articles to the encyclopedia. I feel sorry to say that I could not activate my odia language setting in my Firefox browser ,perhaps due to want of the required latest version. Can you please share me more ideas about how to type odia letters .Hariharprasadsatapathy (ମୋ ଆଲୋଚନା) ୦୦:୪୯, ୧୦ ଫେବୃଆରୀ ୨୦୧୪ (UTC)

ଏହି ପ୍ରଶ୍ନର ତଳେ, ପୂର୍ବରୁ ଦିଆଯାଇଥିବା ୨୧ ଜାନୁଆରୀର ପ୍ରଶ୍ନ odia lekhi haunahni? ର ଉତ୍ତର ଦେଖନ୍ତୁ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୪:୦୦, ୧୦ ଫେବୃଆରୀ ୨୦୧୪ (UTC)

related to photo insertion[ସମ୍ପାଦନା]

how to insert a photo? Can i insert any photo downloaded from google? how i could insert bullet points, dots? how could i give ଆଧାର? Arpita aparajita (ମୋ ଆଲୋଚନା) ୧୫:୪୩, ୧ ଫେବୃଆରୀ ୨୦୧୪ (UTC)

ଉତ୍ତର[ସମ୍ପାଦନା]

  • ଛବି ବା ଫଟୋ ଯୋଡ଼ିବା ନିମନ୍ତେ ନିମ୍ନରେ ଥିବା ମୁ ଫଟ କିପରି ଲଗାଇବି ?ଛବି କିପରି upload କରିବି ପ୍ରଶ୍ନ ଦୁଇଟିର ଉତ୍ତର ଦେଖନ୍ତୁ ।
  • ଗୁଗଲରୁ ଡାଉନଲୋଡ଼ କରାଯାଇଥିବା ଯେକୌଣସି ଛବିକୁ ଉଇକିପିଡ଼ିଆରେ ବ୍ୟବହାର କରାଯାଇ ପାରିବ ନାହିଁ । କେବଳ ଉଇକିମିଡ଼ିଆ କମନ୍ସରେ ଥିବା ଛବି ମଧ୍ୟରୁ ଯେକୌଣସି ଛବିକୁ ବ୍ୟବହାର କରାଯାଇପାରିବ ।
  • ଉଇକିପିଡ଼ିଆରେ ଚିହ୍ନାଙ୍କିତ (ବୁଲେଟ) ତାଲିକା ନିମନ୍ତେ *ଚିହ୍ନ ବ୍ୟବହାର କରାଯାଏ (ଏହି ଉତ୍ତରରେ ତାହା ବ୍ୟବହାର କରାଯାଇଛି), ଅଧିକ ଜାଣିବା ନିମନ୍ତେ ସାହାଯ୍ୟ ତାଲିକା ପୃଷ୍ଠାଟି ଦେଖନ୍ତୁ ।
  • ଆଧାର କିପରି ଦେବେ ଜାଣିବା ନିମନ୍ତେ ଚାଟସଭା ପୃଷ୍ଠାରେ ଥିବା ତୃତୀୟ ପ୍ରଶ୍ନର ଉତ୍ତର ଦେଖନ୍ତୁ । କିଛି ବୁଝିବାରେ ଅସୁବିଧା ହେଲେ ବା ଅଧିକ କିଛି ଜାଣିବାକୁ ଥିଲେ ପୁଣି ପଚାରନ୍ତୁ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୮:୫୧, ୧ ଫେବୃଆରୀ ୨୦୧୪ (UTC)

odia lekhi haunahni?[ସମ୍ପାଦନା]

aame jeunthi bisaya khojila bele inscript2.translation ba odia karithau sethi aaji odia lekhi haunahni kan pain?Mtapaswini (ମୋ ଆଲୋଚନା) ୧୩:୨୪, ୨୧ ଜାନୁଆରୀ ୨୦୧୪ (UTC)

ଡାହାଣ ପଟ ପୂରା ଉପରେ ଦେଖାଯାଉଥିବା ପସନ୍ଦ ଉପରେ କ୍ଳିକ କରି ଭିତରକୁ ଯାଆନ୍ତୁ । ସେଠାରେ ସଭ୍ୟ ପ୍ରଫାଇଲର ଦ୍ଵିତୀୟ ଉପବିଭାଗ ଜଗତୀକରଣରେ ଥିବା Enable the Universal Language Selector କୁ ଚୟନ କରନ୍ତୁ । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୯:୧୭, ୨୧ ଜାନୁଆରୀ ୨୦୧୪ (UTC)

I want to know about the process of writing[ସମ୍ପାଦନା]

Respected Sir/Madam,i can not know the using process of the odia letter writing from the english letter.There is so many wrong.So how i can find the process chart,please inform me. My contact Email id is-t.hrusikesh@rediffmail.com

Your's Hrusikesh Tripathy180.87.255.225 ୧୦:୩୧, ୧୪ ଜୁଲାଇ ୨୦୧୩ (UTC)

ଓଡ଼ିଆ ଲିପିରେ ଲେଖିବା ନିମନ୍ତେ ଓଡ଼ିଆରେ ଟାଇପ କରିବେ କେମିତି ପୃଷ୍ଠାଟି ଦେଖନ୍ତୁ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୧:୩୩, ୧୪ ଜୁଲାଇ ୨୦୧୩ (UTC)

How I Can Type Odia[ସମ୍ପାଦନା]

How I Can Type Odia Language In WikipediaSanat KumarSahu (ମୋ ଆଲୋଚନା) ୧୦:୫୦, ୩୦ ଜୁନ ୨୦୧୩ (UTC)

ଉଇକିପିଡ଼ିଆରେ ଓଡ଼ିଆ ଲିପିରେ ଲେଖିବା ନିମନ୍ତେ ଚାଟସଭା ପୃଷ୍ଠାର ପ୍ରଥମ ପ୍ରଶ୍ନର ଉତ୍ତର ଦେଖନ୍ତୁ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୪:୦୮, ୨ ଜୁଲାଇ ୨୦୧୩ (UTC)


ଚାଟସଭା କଣ?[ସମ୍ପାଦନା]

ଏହାନୂଆ ସଭ୍ୟମାନଙ୍କୁ ସହଯୋଗ କରିବା ନିମନ୍ତେ ଏକ ସଭା, ଏଠାରେ ନୂଆ ମାନେ ପୁରୁଖା ସଭ୍ୟମାନଙ୍କୁ ଉଇକିପିଡ଼ିଆରେ ସମ୍ପାଦନା କରିବାରେ ଯେଉଁସବୁ ଅସୁବିଧା ହେଉଛି ତାହା ଜଣାଇପାରିବେ, ପୁରୁଖା ମାନେ ତାହାର ଉତ୍ତର ଦେବେ ।

ମୁଁ ଉଇକିପିଡ଼ିଆରେ ନୂଆ, ଏଥିରେ କେମିତି ଲେଖା ଲେଖିବି?[ସମ୍ପାଦନା]

ଏକ ପ୍ରସଙ୍ଗ ଉଇକିପିଡ଼ିଆରେ ଖୋଜିବା ପାଇଁ ସଭା ଉପରେ ଡାହାଣ ପାଖରେ ଥିବା ଖୋଜିବା ଘର (ସର୍ଚ ବକ୍ସ) ରେ କିଛି ଟାଇପ କରି ଲେଖନ୍ତୁ ଆଉ "ଏଣ୍ଟର" ଦବାଇ ଖୋଜନ୍ତୁ । ଯଦି ପ୍ରସଙ୍ଗଟି ଆଗରୁ ଥାଏ ତେବେ ତାହା ଖୋଲିଯିବ, ଯଦି ନଥାଏ ତେବେ ତାହା ନାଲି ଲିଙ୍କ ହୋଇ ଦେଖାଯିବ, ସେହି ନାଲି ଲିଙ୍କ ଉପରେ କ୍ଲିକ କରି ସମ୍ପାଦନା କରନ୍ତୁ । ଆପଣ ଶିକ୍ଷଣକୁ ଯାଇ ଏଥିରେ କିପରି ସମ୍ପାଦନା କରାଯାଏ ତାହା ଶିଖି ପାରିବେ ।

ଉଇକି ପୃଷ୍ଠାରେ ବିଭିନ୍ନ ଟାମ୍ପ୍ଲେଟ୍‌ ବ୍ୟବହାର ସମ୍ପର୍କରେ ମୁଁ ଜାଣିବାକୁ ଚାହେଁ । କେଉଁଠି ପାଇବି ? Hpsatapathy (ମୋ ଆଲୋଚନା) ୦୫:୦୦, ୮ ଅକ୍ଟୋବର ୨୦୧୪ (UTC)

ଟାମ୍ପ୍ଲେଟ୍‌ ବ୍ୟବହାର[ସମ୍ପାଦନା]

ଉଇକି ପୃଷ୍ଠାରେ ବିଭିନ୍ନ ଟାମ୍ପ୍ଲେଟ୍‌ ବ୍ୟବହାର ସମ୍ପର୍କରେ ମୁଁ ଜାଣିବାକୁ ଚାହେଁ । କେଉଁଠି ପାଇବି ? Hpsatapathy (ମୋ ଆଲୋଚନା) ୦୫:୦୨, ୮ ଅକ୍ଟୋବର ୨୦୧୪ (UTC)

Hpsatapathy ବାବୁ, ଏ ସମ୍ପର୍କରେ କିଛି ଲେଖା ଇଂରାଜୀ ଉଇକିରେ ଅଛି । Help:TemplateHelp:A quick guide to templates ପୃଷ୍ଠା ଦେଖନ୍ତୁ । ଯଦି କିଛି ଅସୁବିଧା ହେଉଛି ଜଣାନ୍ତୁ ।--ଶିତିକଣ୍ଠ (ଆଲୋଚନା) ୧୨:୪୯, ୧୫ ଅକ୍ଟୋବର ୨୦୧୪ (UTC)
  • ନୂଆ ଉଇକି ପୃଷ୍ଠାଟିଏ ପାଇଁ " ଛୋଟ URL" ଟାମ୍ପ୍ଲେଟ୍‌ଟିଏ କେମିତି ତିଆରି ହୁଏ ? ଦୟାକରି ଜଣାନ୍ତୁ । --Hpsatapathy (ମୋ ଆଲୋଚନା) ୧୧:୫୫, ୧୬ ଅକ୍ଟୋବର ୨୦୧୪ (UTC)
ଏହି ଛାଞ୍ଚ:Prettyurl ପୃଷ୍ଠାଟି ଦେଖନ୍ତୁ । ଯଦି କିଛି ଅସୁବିଧା ହେବ ଜଣେଇବେ ।--ଶିତିକଣ୍ଠ (ଆଲୋଚନା) ୧୭:୪୦, ୧୭ ଅକ୍ଟୋବର ୨୦୧୪ (UTC)


ଆଧାର ଲେଖିବା କେମିତି[ସମ୍ପାଦନା]

ମହାଶୟ, ବିଭିନ୍ନ ଲେଖାରେ କିପରି ଆଧାର ଦିଆଯାଏ, ତାହା ମୁଁ ଜାଣିପାରିନାହିଁ I ଟିକେ ଜଣେଇଲେ ଉପକୃତ ହୁଅନ୍ତି I

ଯେକୌଣସି ୱେବସାଇଟର URL (Link) ବା ପୁସ୍ତକ ଆଧାର ଟାଇପ କରିବେ ବା କପି କରିବେ (ଲେଖାର ଯେଉଁ ସ୍ଥାନରେ ଆଧାର ଦେବାକୁ ଚାହୁଁଛନ୍ତି ସେଇଠି) I ଏହି Link ବା ପୁସ୍ତକ ଆଧାରର ଆଗରେ <ref> ଓ ପରେ </ref> ଲେଖନ୍ତୁ I ବି.ଦ୍ର: ଚାଟସଭା ଆଦି ସ୍ଥାନରେ ଲେଖିଲା ପରେ ଦୟାକରି ଦସ୍ତଖତ ଦେବାକୁ ଭୁଲନ୍ତୁ ନାହିଁ, ଏଥିଲାଗି ନିଜ ଲେଖା ପରେ ଚାରିଟି ଟିଲ୍‌ଡ଼େ (~) ଦିଅନ୍ତୁ I Swagatika91 (ମୋ ଆଲୋଚନା) ୧୧:୧୩, ୧୩ ଅକ୍ଟୋବର ୨୦୧୫ (UTC)

kepare lakhebu[ସମ୍ପାଦନା]

Sir/Madam, How to write the oriya in wikipedia, which software we use there, Akruti, Shreelipe, I Lipi or others. I know better Akruti Software.phease help me

ଆପଣଙ୍କୁ ଉଇକିପେଡିଆରେ ଲେଖିବା ପାଇଁ କୌଣସି ସଫ୍ଟୱେର ଦରକାର ନାହିଁ । ଯେକୌଣସି ଲେଖା ହେବା ଜାଗାରେ ଏକ ଛୋଟ କିବୋର୍ଡ ଭଳି ଚିତ୍ର ସେହି ବକ୍ସର ଡାହାଣ ପଟେ ଆସିବ । ତା ଉପରେ କ୍ଲିକ କଲେ ଓଡିଆ ଲେଖିବା ପାଇଁ ଅପସନ୍ସ ଆସିବ । ନିଜ ଇଚ୍ଛା ମୁତାବକ ଲେଖିବା ଶୈଳୀ ବାଛି ଲେଖିବା ଆରମ୍ଭ କରନ୍ତୁ । --Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୨୩:୫୩, ୪ ମାର୍ଚ୍ଚ ୨୦୧୬ (IST)[reply]

ଔ-କାର ଦେଇହେଉ ନାହିଁ[ସମ୍ପାଦନା]

ମୁଁ ଲେଖନୀ ରେ ଲେଖିଲେ, କିଛି ବି ଅକ୍ଷର, ଯଥା 'କ', 'ଖ' ଇତ୍ୟାଦି ରେ ଔ-କାର ଦେଲେ ସେ ଅକ୍ଷର ରେ କିଛି ମାତ୍ରା ଅସୁନି। 'କଔ', 'ଖଔ'.....ଏମିତି ଅସୁଛି। ଅକ୍ଷର ରେ ଔ-କାର କେମିତି ଅସିବ?--Rajmishra757 (ମୋ ଆଲୋଚନା) ୨୧:୫୩, ୪ ମାର୍ଚ୍ଚ ୨୦୧୬ (IST)[reply]

kau = କୌ ଏଇଟା ଚେଷ୍ଟା କର ଆସିଯିବ, khau = ଖୌ । ଆପଣ କୋଉଠି ଲେଖୁଛନ୍ତି? ଉଇକିରେ ତ ଲେଖୁନାହାନ୍ତି ? Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୨୩:୪୨, ୪ ମାର୍ଚ୍ଚ ୨୦୧୬ (IST)[reply]