Jump to content

ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର

ଉଇକିପିଡ଼ିଆ‌ରୁ
ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର
A rearward view of the International Space Station backdropped by the limb of the Earth. In view are the station's four large, gold-coloured solar array wings, two on either side of the station, mounted to a central truss structure. Further along the truss are six large, white radiators, three next to each pair of arrays. In between the solar arrays and radiators is a cluster of pressurised modules arranged in an elongated T shape, also attached to the truss. A set of blue solar arrays are mounted to the module at the aft end of the cluster.
୨୩ ମଈ ୨୦୧୦ରେ ମହାକାଶ ଯାନ ଆଟଲାଣ୍ଟିସ ନିଜର ମିସନ ସାରି ଫେରୁଥିବା ସମୟରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରର ଉଠାଇଥିବା ଫଟୋଚିତ୍ର।
Station statistics
COSPAR ID1998-067A
Call signAlpha, Station
CrewFully crewed: 6
Currently aboard: 3
(Expedition 46)
Launch20 November 1998
Launch padBaikonur 1/5 and 81/23
Kennedy LC-39
MassAppx. 419,455 kg (924,740 lb)[]
Length72.8 m (239 ft)
Width108.5 m (356 ft)
Heightc. 20 m (c. 66 ft)
nadir–zenith, arrays forward–aft
(27 November 2009)ପ୍ରକାଶନରେ ଅସୁବିଧା: ଅଜଣା < ଯୁକ୍ତାକ୍ଷର ।
Pressurised volume916 m3 (32,300 cu ft)
(3 November 2014)
Atmospheric pressure101.3 kPa (29.91 inHg, 1 atm)
Perigee409 km (254 mi)
Apogee416 km (258 mi) AMSL[]
Orbital inclination51.65
Average speed7.66 kilometres per second (27,600 km/h; 17,100 mph)[]
Orbital period92.69 minutes[]
Orbit epoch25 January 2015[]
Days in orbit9504
(୨୭ ନଭେମ୍ବର ୨୦୨୪)
Days occupied8791
(୨୭ ନଭେମ୍ବର ୨୦୨୪)
Number of orbits95912[]
Orbital decay2 km/month
Statistics as of 9 March 2011
(unless noted otherwise)
References: [][][][]
Configuration
The components of the ISS in an exploded diagram, with modules on-orbit highlighted in orange, and those still awaiting launch in blue or pink
Station elements ସୁଦ୍ଧା ଜୁଲାଇ 2021
(exploded view)

ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ପୃଥିବୀର ନିକଟତମ କକ୍ଷପଥରେ ଥିବା ବାସଯୋଗ୍ୟ ଏକ କୃତ୍ରିମ ଉପଗ୍ରହ ବା ମହାକାଶ ଯାନ। ପୃଥିବୀ କକ୍ଷପଥରେ ଥିବା ସମସ୍ତ ମନୁଷ୍ୟକୃତ ପଦାର୍ଥ ମଧ୍ୟରେ ଏହା ବୃହତ୍ତମ ଅଟେ। ପୃଥିବୀର ନିକଟତମ କକ୍ଷପଥରେ ଥିବାରୁ ଏହା ପ୍ରାୟତଃ ପୃଥିବୀପୃଷ୍ଠରୁ ଖାଲି ଆଖିରେ ଦେଖାଯାଇଥାଏ। ଏହି ମହାକାଶ କେନ୍ଦ୍ର ଯୁକ୍ତରାଷ୍ଟ୍ର ଆମେରିକା,ରୁଷିଆ,ଜାପାନ,ୟୁରୋପ ଓ କାନାଡାର ମହାକାଶ ଗବେଷଣା ସଂସ୍ଥାମାନଙ୍କର ଏକ ମିଳିତ ଉଦ୍ୟମ।

ଇତିହାସ

[ସମ୍ପାଦନା]

୧୮୬୯ ମସିହାରେ ଜଣେ ଆମେରିକୀୟ ଉପନ୍ୟାସିକଙ୍କ କାହାଣୀରେ ହିଁ ପ୍ରଥମେ ମନୁଷ୍ୟବାସୀ ଏକ ମହାକାଶ ଉପଗ୍ରହ ସମ୍ବନ୍ଧରେ ଉଲ୍ଲେଖ ଅଛି[] । ପୃଥିବୀପୃଷ୍ଠରୁ ଚନ୍ଦ୍ର ଏବଂ ମଙ୍ଗଳକୁ ଯାତ୍ରା କରିବା ପାଇଁ ମହାକାଶରେ ଚକ୍ର-ସଦୃଶ ଏକ କୃତ୍ରିମ ଉପଗ୍ରହର ଆବଶ୍ୟକତା ସମ୍ବନ୍ଧରେ କହିବାକୁ ଯାଇ ୧୯୨୩ ମସିହାରେ ରୋମାନର ପଦାର୍ଥ ବିଜ୍ଞାନୀ ପ୍ରଥମେ "space station" (ମହାକାଶ କେନ୍ଦ୍ର) ଶବ୍ଦର ପ୍ରୟୋଗ କରିଥିଲେ।୧୯୫୨ ମସିହାରେ ୱେର୍ନର ଭନ ବ୍ରୁଆନ କୋଲିୟର୍ସ ପତ୍ରିକାରେ ମହାକାଶ କେନ୍ଦ୍ର ବିଷୟରେ ନିଜର ତଥ୍ୟ ପ୍ରକାଶ କରିଥିଲେ। ପୃଥିବୀପୃଷ୍ଠରୁ ୧୦୦୦ ମାଇଲ ଊର୍ଦ୍ଧରେ ୨୫୦ ଫୁଟ ପରିଧି ବିଶିଷ୍ଟ ଏକ ମହାକାଶ କେନ୍ଦ୍ରର ସେ ପରିକଳ୍ପନା କରିଥିଲେ। ମହାକାଶକୁ ମନୁଷ୍ୟ ପ୍ରେରଣର ଦଶନ୍ଧି ପରେ ୧୯୭୧ ମସିହାରେ ସୋଭିଏତ ସଂଘ ( ରୁଷିଆ ) ପ୍ରେରଣ କରିଥିଲା ବିଶ୍ୱର ପ୍ରଥମ ମହାକାଶ କେନ୍ଦ୍ର ସେଲୟୁତ-୧। ଏହାର ବର୍ଷେ ପରେ ୧୯୭୪ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକା ଏହାର ପ୍ରଥମ ମହାକାଶ କେନ୍ଦ୍ର ସ୍କାଇଲାବ୍ର ଉତକ୍ଷେପଣ କରିଥିଲା ଓ ପରେ ୩ଜଣ ମହାକାଶବାସୀଙ୍କୁ ପଠାଇଥିଲା। ରୁଷିଆ ନିଜର ମହାକାଶ ଗବେଷଣାକୁ ତ୍ୱରାନିତ କାରିବା ଲକ୍ଷ୍ୟରେ ୧୯୮୬ ମସିହାରେ ମିର୍ ନାମକ ବୃହତ୍ତର ମହାକାଶ କେନ୍ଦ୍ରର ପ୍ରଥମ ଉପକରଣାଂଶର ଉତକ୍ଷେପଣ କରିଥିଲା। ୧୯୯୮ ମସିହାର ଶେଷ ବେଳକୁ ପ୍ରଥମେ ରୁଷିଆ ଓ ପରେ ଆମେରିକାଦ୍ୱାରା ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରର ଉପକରଣାଂଶ ପ୍ରେରଣ କରାଯାଇଥିଲା। ପରବର୍ତ୍ତୀ ସମୟରେ ଅନ୍ୟ ଉପକରଣାଂଶଗୁଡ଼ିକ ପ୍ରେରଣ କରାଯାଇ ମହାକାଶରେ ସେଗୁଡିକୁ ଯୋଡ଼ା ଯାଇଥିଲା। ୨୦୦୨ ମସିହା ନଭେମ୍ବର ୨ରେ ଏହି ମହାକାଶ କେନ୍ଦ୍ରକୁ ୩ଜଣ ମହାକାଶବାସୀଙ୍କୁ ପଠାଗଲା ଏବଂ ଏହି କେନ୍ଦ୍ର ଏଯାବତ ଅହରହ ଭାବେ ମହାକାଶବାସୀଙ୍କୁ ଆଶ୍ରୟ ଦେଇଆସିଛି।

ଅଭିଯାନ କାଳକ୍ରମ

[ସମ୍ପାଦନା]
  • ୨୦ ନଭେମ୍ବର ୧୯୯୮: ରୁଷିଆରଦ୍ୱାରା ନିର୍ମିତ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରର ପ୍ରଥମ ଉପକରଣାଂଶ ଜାର୍ୟାର ଉତକ୍ଷେପଣ।
  • ୪ ଡିସେମ୍ବର ୧୯୯୮: ଆମେରିକା ନିର୍ମିତ ପ୍ରଥମ ଉପକରଣାଂଶ ୟୁନିଟିର ଉତକ୍ଷେପଣ।
  • ୨ ନଭେମ୍ବର ୨୦୦୦: ଏକ୍ସପେଡିଶନ-୧ ନାମରେ ଏକ ୩ଜଣିଆ ମହାକାଶବାସୀ ଦଳ ସୁଏଜ ରୋକେଟଦ୍ୱାରା ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ଅବତରଣ।
  • ୭ ଫେବୃଆରୀ ୨୦୦୧: ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ସହ ଯୋଡ଼ାଗଲା ଆମେରିକୀୟ ଗବେଷଣାଗାର ଉପକରଣାଂଶ ଡେଷ୍ଟିନୀ
  • ୭ ଫେବୃଆରୀ ୨୦୦୮: ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ସହ ଯୋଡିହେଲା ୟୁରୋପୀୟ ଗବେଷଣାଗାର ଉପକରଣାଂଶ କଲୋମ୍ବସ।
  • ୧୧ ମାର୍ଚ୍ଚ ୨୦୦୮: ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ସହ ଯୋଡିହେଲା ଜାପାନୀ ଗବେଷଣାଗାର ଉପକରଣାଂଶ କିବୋ।

ଅଭିଯାନର ଲକ୍ଷ୍ୟ

[ସମ୍ପାଦନା]
  • ଏହାକୁ ମହାକାଶରେ ପୃଥିବୀର ନିକଟତମ କକ୍ଷପଥରେ ଥିବା ଏକ ଗବେଷଣାଗାର,ପର୍ଯ୍ୟବେକ୍ଷଣାଗାର ଓ କ୍ଷୁଦ୍ର କାରଖାନା ଭାବେ ପରିକଳ୍ପନା କରାଯାଇଥିଲା।
  • ଭବିଷ୍ୟତରେ ହେବାକୁ ଥିବା ଚନ୍ଦ୍ର,ମଙ୍ଗଳ ଓ ଅନ୍ୟ ମହାକାଶ ଅଭିଯାନ ପାଇଁ ଏହା ଏକ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାର ଯୋଜନା କରାଯାଇଥିଲା।
  1. ୧.୦ ୧.୧ Garcia, Mark (1 October 2015). "About the Space Station: Facts and Figures". NASA. Archived from the original on 25 December 2018. Retrieved 2 October 2015.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ Peat, Chris (25 January 2015). "ISS - Orbit". Heavens-Above. Retrieved 25 January 2015.
  3. "STS-132 Press Kit". NASA. 7 May 2010. Archived from the original (PDF) on 25 December 2018. Retrieved 19 June 2010.
  4. "STS-133 FD 04 Execute Package". NASA. 27 February 2011. Archived from the original (PDF) on 25 December 2018. Retrieved 27 February 2011.
  5. "ମହାକାଶଯାତ୍ରା ଇତିହାସ". Archived from the original on 2016-03-04. Retrieved 2016-03-10.