ଉଇକିପିଡ଼ିଆ:ଶିକ୍ଷଣ/Formatting

ଉଇକିପିଡ଼ିଆ‌ରୁ
ଆରମ୍ଭ   ସମ୍ପାଦନା   ସଜାଡ଼ିବା   ଉଇକିପିଡ଼ିଆର ଲିଙ୍କସବୁ   ଆଧାର ଦେବା   ଆଲୋଚନା ପୃଷ୍ଠା   ଜାଣିବା କଥା   ନୂଆ ଖାତା ଖୋଲିବା   ଶେଷ କଥା    

ଏକ ଉଇକିପିଡ଼ିଆ ପ୍ରସଙ୍ଗକୁ ସଜାଡ଼ିବା ପାଇଁ ଏଥିରେ ସହଜରେ ଲେଖିବାର ସୁବିଧା ଅଛି ।

ମୋଟା ଅକ୍ଷର (ବୋଲ୍ଡ଼) ଓ ତେରେଛା ଅକ୍ଷର (ଇଟାଲିସାଇଜ)

ମୋଟା ଅକ୍ଷର (ବୋଲ୍ଡ଼) ଓ ତେରେଛା ଅକ୍ଷର (ଇଟାଲିସାଇଜ)ଅକ୍ଷର ସବୁସାଧାରଣ ଭାବେ ଏକାଧିକ '' ଚିହ୍ନର ବ୍ୟବହାର କରି ଲେଖାଯାଇଥାଏ ।

ଆପଣ କଣ ଟାଇପ କରିବେ କେମିତି ଦେଖାଯିବ
''ତେରେଛା ଅକ୍ଷର'' ତେରେଛା ଅକ୍ଷର

'''ମୋଟା ଅକ୍ଷର (ବୋଲ୍ଡ଼)'''

ମୋଟା ଅକ୍ଷର (ବୋଲ୍ଡ଼)

'''''ମୋଟା (ବୋଲ୍ଡ଼) ଓ ତେରେଛା ଅକ୍ଷର'''''

ମୋଟା (ବୋଲ୍ଡ଼) ଓ ତେରେଛା ଅକ୍ଷର

ଉଇକିପିଡ଼ିଆରେ ପ୍ରଥମ ନାମଟି ସବୁବେଳେ ମୋଟା (ବୋଲ୍ଡ଼) କରି ଲେଖାଯାଇଥାଏ, ଯେପରି, ଓଡ଼ିଶା ଉପରେ ଥିବା ପ୍ରସଙ୍ଗଟି ଏହି ପରି ଲେଖାଯାଇଥାଏ:

ଓଡ଼ିଶା ଭାରତର ଏକ ପ୍ରଶାସନିକ ରାଜ୍ୟ...

ତେରେଛା ଅକ୍ଷର ବହି, କଥାଚିତ୍ର, ଆଲବମ, କମ୍ପୁଟର ବା ଭିଡିଓ ଗେମର ନାମ ପାଇଁ ବ୍ୟବହାର କରାଯାଇପାରେ ।

ଅଧିକ ଜାଣିବା ପାଇଁ ଲିଖନଶୈଳୀ ଦେଖନ୍ତୁ

ଶିରୋନାମା ଓ ଉପ ଶିରୋନାମା (Headings and subheadings)

ଶିରୋନାମା ଓ ଉପ ଶିରୋନାମାସବୁ ଏକ ପ୍ରସଙ୍ଗ ପାଇଁ ଜରୁରି । ଆପଣ ଏକାଧିକ ବିଭାଗ ଏକ ପ୍ରସଙ୍ଗରେ ଲେଖିବାକୁ ଚାହିଁଲେ (ଯଥା: ଓଡ଼ିଶା ପ୍ରସଙ୍ଗଟିରେ ଅବସ୍ଥିତି, ଇତିହାସ, ଆଦିକୁ ଶିରୋନାମା ଓ ଉପ ଶିରୋନାମା କରି ସଜାଇ ଲେଖାଯାଇପାରେ) ।

ଶିରୋନାମା କେମିତି ତିଆରି କରାଯାଏ ତଳେ ଦେଖନ୍ତୁ:

ଆପଣଙ୍କୁ କଣ ଟାଇପ କରିବାକୁ ପଡ଼ିବ ସାଇତିଲା ପରେ କିପରି ଦିଶିବ

==ଶିରୋନାମା==

ଶିରୋନାମା

===ଉପ ଶିରୋନାମା===

ଶିରୋନାମା ଓ ଉପ ଶିରୋନାମା

ଯଦି ଏକ ପ୍ରସଙ୍ଗର ୪ରୁ ଅଧିକ ଶିରୋନାମା ରହେ ତେବେ ଆପେଆପେ ଏକ ଏକ ବିଷୟ ସୂଚୀ ତିଆରି ହୋଇଯାଏ । ଏହି ପୃଷ୍ଠାର ପରଖଘରକୁ ଯାଇ କିଛି ଶିରୋନାମା ତିଆରି କରି ଦେଖନ୍ତୁ ।

ଏକ ପୃଷ୍ଠା କିପରି ସମ୍ପାଦନ କରିବେ କିମ୍ବା ଚିଟ ସିଟ ଜାଣିବା ନିମନ୍ତେ ଦେଖନ୍ତୁ ।
ଆପଣ ଯାହା ଶିଖିଲେ ତାହା ପରଖଘରେ ପରଖନ୍ତୁ ।