ଉଇକିପିଡ଼ିଆ ଆଲୋଚନା:ବଛା ଛବି

Page contents not supported in other languages.
ଉଇକିପିଡ଼ିଆ‌ରୁ

ଆମେ ନୂଆ ଉଇକିଆଳିଙ୍କୁ ଆଗଭର କରାଇବା ନିମନ୍ତେ ସେମାନଙ୍କ ଦେଇ ଅପଲୋଡ଼ କରାଯାଇଥିବା ଛବି (ଫଟୋ) ସବୁକୁ ଉଇକିପିଡ଼ିଆରେ ଦେବା ପାଇଁ ଏକ ନୂଆ ନୀତି ଆରମ୍ଭ କରିପାରିବା କି, ଏହା ସେମାନଙ୍କୁ ଅଧିକ ଉତ୍ସାହିତ କରିବ ଆଉ ଅଧିକ ନୂଆ ଉଇକିଆଳି ମାନେ ଅଧିକ ଛବି ଅପଲୋଡ଼ କରିବେ । ଉଇକି କମନ୍ସରେ ଜଣେ ଆମେରିକାର ଲୋକ ଅପଲୋଡ଼ କରିଥିବା ଛବି କେବେ ଜଣେ ଓଡ଼ିଆକୁ ସେତେ ଉତ୍ସାହିତ କରିବ ନାହିଁ ଯେତେ ଏକ ଓଡ଼ିଶା ସହ ସମ୍ବନ୍ଧିତ ଛବିଟିଏ ଜଣକୁ ଉତ୍ସାହିତ କରିବ । ଭାରତୀୟ ଭାଷାର ସଫଳ ଉଇକିପିଡ଼ିଆ ତାମିଳ ଓ ମାଲାୟାଳାମ ଉଇକିପିଡ଼ିଆ ଏହି ପନ୍ଥ ଅବଲମ୍ବନ କରି ଅନେକ ନୂତନ ଉଇକିଆଳିଙ୍କୁ ଆଣିପାରିଛନ୍ତି । ଏଥିରେ ଆପଣମାନେ ନିଜର ଅଭିମତ ପୋଷଣ କରନ୍ତୁ ।--ସୁଭାସିସ ପାଣିଗାହିମୋତେ କହିବେ କିଛି? ୦୫:୩୫, ୧୧ ଜୁନ ୨୦୧୨ (UTC)

  • ଏକମତ । ଏଥି ସହ ପ୍ରଚ୍ଛଦ ପୃଷ୍ଠାରେ ସ୍ଥାନ ପାଉଥିବା ଛବିଗୁଡ଼ିକୁ ଉପଯୁକ୍ତ ପ୍ରସଙ୍ଗରେ ବ୍ୟବହାର କରିବା କିମ୍ବା ଆବଶ୍ୟକ ସ୍ଥଳେ ନୂଆ ପ୍ରସଙ୍ଗ ତିଆରି କରିବା ନିମନ୍ତେ ଚେଷ୍ଟା କରିବା (ଏହା ଛବିଟିର କାର୍ଯ୍ୟକାଳ ବା ଏକସପ୍ତାହ ମଧ୍ୟରେ ହେବା ଉଚିତ ) । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୬:୧୪, ୧୧ ଜୁନ ୨୦୧୨ (UTC)
  • ଏକମତ କିନ୍ତୁ ଏହିସବୁ ବିଷୟରେ ବିଚାର କରିବାକୁ ହେବ:
  1. କେବଳ ଓଡ଼ିଆ ଉଇକି ସଭ୍ୟଙ୍କ ଦ୍ଵାରା ଉଠାଯାଇଥିବା ଯେ କୌଣସି ଛବି ?
  2. ଅନ୍ୟ ମାନଙ୍କ ଛବି (ଯେଉଁ ମାନେ ଏଠି ଏଡିଟ କରିନଥିବେ) ତାଙ୍କ ଦ୍ଵାରା ଓଡିଶା ସହ ସମ୍ବନ୍ଧିତ ଛବି ?
  3. ଆଉ ନିମ୍ନ ମାନର ଛବି (blurry) ରଖା ଯିବ କି ନାହିଁ ?
  4. ଲେଖାରେ ବ୍ୟବହାର କରାଯାଇଥିବା ଓଡ଼ିଶା ବାହାରର ଛବି ?
  5. ପ୍ରଧାନ ପୃଷ୍ଠାକୁ ନେବା ପୂର୍ବରୁ ବଛା ଯିବ କି ନାହିଁ / ଛବିର ମାନ ଦେଖାଯିବ କି ନାହିଁ ?
  6. ଯଦି କିଛି ଛବିରୁ ଗୋଟିଏ ବଛା ଯାଏ, ତାହେଲେ ଯେଉଁ ଛବି ବଛା ନ ଯିବ ତାକୁ ଆଉଥରେ ମନୋନୀତ କରାଯିବ କି ନାହିଁ ?
  7. ଯଦି କରାଯିବ ଗୋଟିଏ ଛବିକୁ କେତେଥର ମନୋନୀତ କରାଯାଇପାରିବ ?
  8. ଏହା ପରେ ଭଲ ଛବି ଓଡ଼ିଆ ଉଇକି ସଭ୍ୟଙ୍କ ଦ୍ଵାରା ଅଭାବର ସମ୍ଭାବନା, ତେବେ କଣ କରାଯିବ ?

ସମସ୍ତଙ୍କୁ potw ବାଛିବା ପାଇଁ ସୁଯୋଗ ଦିଆଯିବ, ବଛା ହେଲା ପରେ କେହି ବି ଛାଞ୍ଚରେ ଯୋଡ଼ିପାରିବେ । ଆଉ ମନୋନୀତ କଲାବେଳେ ଛବିର ବର୍ଣ୍ଣନା ବି ଲେଖିବା ପାଇଁ ହେବ, ଅନ୍ୟ ମାନେ ସାହାଯ୍ୟ କରି ପାରିବେ । ଆଉ ସମାନ ଛବି (ସାମାନ୍ୟ ଅଲଗା) ଦୁଇଥର ବ୍ୟବହାର କରାଯିବନି । -- ଅଂଶୁମାନ ତାର ଯୋଡ଼ିବେ? ୦୭:୦୩, ୧୧ ଜୁନ ୨୦୧୨ (UTC)

  • ମୋ ମତରେ
  1. ଯେ କୌଣସି ଛବି ମଧ୍ୟରୁ ପ୍ରସଙ୍ଗ ସମ୍ପର୍କିତ ଛବିକୁ ଅଗ୍ରାଧିକାର ଦିଆଯାଉ
  2. ଅନ୍ୟମାନଙ୍କ ଛବି ମଧ୍ୟ ସାମିଲ କରାଯାଉ
  3. ନିମ୍ନ ମାନର ଛବି ରଖାଯିବା ଠିକ ହେବନି (କୌଣସି ପରିସ୍ଥିତିରେ ଗୁଣବତ୍ତା ସହ ସାଲିସ କରା ନ ଯାଉ)
  4. ପ୍ରସଙ୍ଗରେ ବ୍ୟବହାର ହୋଇଥିବା ବାହାରର ଛବି ବି ରଖାଯାଉ
  5. ପ୍ରଧାନ ପୃଷ୍ଠାକୁ ଯିବା ପୂର୍ବରୁ ନିଶ୍ଚିତ ଭାବେ ମାନ ଦେଖାଯାଉ, ଛବି ବଛା ଯିବା ଉଚିତ ହେବ
  6. ପୁଣି ଥରେ ମନୋନିତ କରାଯାଇ ପାରିବ
  7. କେତେଥର ମନୋନୀତ କରାଯିବ ତାହା ମନୋନୀତ କରୁଥିବା ଓକିଆଳିଙ୍କ ଉପରେ ନିର୍ଭର କରେ
  8. ଓକିଆଳିଙ୍କ ଦ୍ଵାରା ଛବିର ଅଭାବ ହେଲେ ନିର୍ଦ୍ଵନ୍ଦରେ ବାହର ଛବି ବାଛି ବ୍ୟବହାର କରାଯିବା ଉଚିତ ହେବ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୭:୪୩, ୧୧ ଜୁନ ୨୦୧୨ (UTC)