ହିମିରିକା ରଘୁନାଥ
ଦେଖଣା
ହିମିରିକା ରଘୁନାଥ | |
---|---|
ବିଧାୟକ: ୫ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୭୧ – ୧୯୭୩ | |
ପୂର୍ବ ଅଧିକାରୀ | ଅନନ୍ତରାମ ମାଝି |
ପର ଅଧିକାରୀ | ରାମଚନ୍ଦ୍ର ଉଲାକା |
ନିର୍ବାଚନ ମଣ୍ଡଳୀ | ରାୟଗଡ଼ା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧ ଫେବୃଆରୀ ୧୯୪୦ |
ମୃତ୍ୟୁ | ୨୧ ନଭେମ୍ବର ୧୯୮୪ | (ବୟସ ୪୪)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ (ଆର୍) |
ଜୀବନ ସାଥୀ | ହିମିରିକା ଅରାଲୁ |
ସନ୍ତାନ | ୪ |
ବାପା/ବୋଉ | ହିମିରିକା ଗୁରିଆ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ହିମିରିକା ରଘୁନାଥ (୧ ଫେବୃଆରୀ ୧୯୪୦ - ୨୧ ନଭେମ୍ବର ୧୯୮୪) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୭୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ରାୟଗଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୫ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ହିମିରିକା ରଘୁନାଥ ୧୯୪୦ ମସିହାର ଫେବୃଆରୀ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ହିମିରିକା ଗୁରିଆ ଓ ପତ୍ନୀଙ୍କ ନାମ ହିମିରିକା ଅରାଲୁ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ହିମିରିକା ରଘୁନାଥ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
[ସମ୍ପାଦନା]ହିମିରିକା ରଘୁନାଥ ୧୯୮୪ ମସିହାର ନଭେମ୍ବର ୨୧ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୪୪ ବର୍ଷ ବୟସ ହୋଇଥିଲା ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Shri Himirika Raghunath". odishaassembly.nic.in. Odisha Assembly. Retrieved 15 February 2022.