ରେଟିନୋଲ
Clinical data | |
---|---|
AHFS/Drugs.com | monograph |
Pregnancy category | |
Routes of administration | by mouth, IM[୧] |
Drug class | vitamin |
ATC code | |
Legal status | |
Legal status |
|
Identifiers | |
| |
CAS Number | |
PubChem CID | |
IUPHAR/BPS | |
ChemSpider | |
UNII | |
ChEBI | |
ChEMBL | |
ECHA InfoCard | 100.000.621 |
Chemical and physical data | |
Formula | C20H30O |
Molar mass | 286.4516 |
3D model (JSmol) | |
Melting point | 62–64 °C (144–147 °F) |
Boiling point | 137–138 °C (279–280 °F) (୧୦−୬mm Hg) |
| |
|
ରେଟିନୋଲ (ଇଂରାଜୀ ଭାଷାରେ Retinol, ଅନ୍ୟ ନାମ ଜୀବସାର କ୧/Vitamin A1) ଏକ ଜୀବକୋଷ (vitamin) ଯାହା ଖାଦ୍ୟ ଅନୁପୂରକ (dietary supplement) ଭାବରେ ବ୍ୟବହାର କରାଯାଏ ।[୨] ଅନୁପୂରକ ଭାବରେ ଏହା ଜୀବସାର କ ଅଭାବର (vitamin A deficiency) ଚିକିତ୍ସା ଓ ପ୍ରତିଷେଧ ଭାବରେ ଦିଆଯାଏ ବିଶେଷତଃ ଜେରୋଫଥାଲମିଆ (xerophthalmia) ରୋଗରେ ଦିଆଯାଏ ।[୧] ଏହି ରୋଗ ସଙ୍କଟ ଥିବା ସ୍ଥାନରେ ଲୋକଙ୍କୁ ବର୍ଷକୁ ଅଧିକ ମାତ୍ରାର ରେଟିନୋଲ ଦୁଇ ଥର ଦିଆଯାଏ । ମିଳିମିଳା (measles) ରୋଗରେ ଅଧିକ ଅସୁବିଧା ନ ହେବା ନିମନ୍ତେ ପ୍ରତିଷେଧ ଭାବରେ ମଧ୍ୟ ଏହା ଦିଆଯାଏ ।[୩] ଏହା ପାଟିରେ ବା ମାଂସପେଶୀ ଇଞ୍ଜେକସନ (injection into a muscle) ଆକାରରେ ଦିଆଯାଏ ।[୧]
ସାଧାରଣ ମାତ୍ରାରେ ଦେହରେ ରେଟିନୋଲ ଭଲରୂପେ ସହ୍ୟ କରିହୁଏ ।[୧] ମାତ୍ରାଧିକ ରେଟିନୋଲ ଦେଲେ ବର୍ଦ୍ଧିତ ଯକୃତ (enlarged liver) , ଶୁଷ୍କ ଚର୍ମ ବା ହାଇପରଭିଟାମିନୋସିସ (hypervitaminosis A) ଇତ୍ୟାଦି ବେମାରୀ ହେବା ଦେଖାଯାଏ ।[୧][୪] ଗର୍ଭାବସ୍ଥାରେ ମାତ୍ରାଧିକ ଦେଲେ ଶିଶୁର ହାନୀ ହୁଏ । ଜୀବସାର କ (vitamin A) ଶ୍ରେଣୀର ରେଟିନୋଲ ଏକ ସଦସ୍ୟ । ଉତ୍ତମ ଦୃଷ୍ଟି ଶକ୍ତି ଓ ଚର୍ମ ତଥା ଶରୀର ବିକାଶ ନିମନ୍ତେ ଏହି ଔଷଧ ବା ଅନ୍ୟାନ୍ୟ ଜୀବସାର 'କ' ଆବଶ୍ୟକ ହୁଏ ।[୧] ଦେହରେ ରେଟିନୋଲ ପରିବର୍ତ୍ତିତ ହୋଇ ରେଟିନାଲ (retinal) ଓ ରେଟିନୋଇକ ଏସିଡ (retinoic acid), ଏହି ଦୁଇ ପ୍ରକାରରେ ପରିଣତ ହୁଏ । ମାଛ, ଦୁଗ୍ଧଜାତ ପଦାର୍ଥ (dairy products) ଓ ମାଂସରେ ଏହି ରେଟିନୋଲ ଥାଏ ।[୨]
ସନ ୧୯୦୯ରେ ରେଟିନୋଲ ଆବିଷ୍କୃତ ହୋଇ ସନ ୧୯୩୧ରେ ପୃଥକ କରାଯାଇଥିଲା ଓ ସନ ୧୯୪୭ରେ ପ୍ରଥମେ ତିଆରି ହୋଇଥିଲା ।[୫][୬] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୭] ଏହା ଜେନେରିକ ଔଷଧ ନାମରେ (generic medication) ବିନା ପ୍ରେସକ୍ରିପସନରେ ବିକ୍ରୟ ହୁଏ । [୧] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ୫୦,୦୦୦ୟୁନିଟର ହୋଲସେଲ ମୂଲ୍ୟ ୦.୦୨ରୁ ୦.୩୦ ଆମେରିକୀୟ ଡଲାର ।[୮] ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ଦାମିକା ନୁହେଁ ।[୯]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Vitamin A". The American Society of Health-System Pharmacists. Retrieved 8 December 2016.
- ↑ ୨.୦ ୨.୧ "Office of Dietary Supplements - Vitamin A". ods.od.nih.gov. 31 August 2016. Retrieved 30 December 2016.
- ↑ WHO Model Formulary 2008 (PDF). World Health Organization. 2009. p. 500. ISBN 9789241547659. Retrieved 8 December 2016.
- ↑ British national formulary : BNF 69 (69 ed.). British Medical Association. 2015. p. 701. ISBN 9780857111562.
- ↑ Squires, Victor R. (2011). The Role of Food, Agriculture, Forestry and Fisheries in Human Nutrition - Volume IV (in ଇଂରାଜୀ). EOLSS Publications. p. 121. ISBN 9781848261952.
- ↑ Ullmann's Food and Feed, 3 Volume Set (in ଇଂରାଜୀ). John Wiley & Sons. 2016. p. Chapter 2. ISBN 9783527695522.
- ↑ "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
- ↑ "Vitamin A". International Drug Price Indicator Guide. Retrieved 8 December 2016.[permanent dead link]
- ↑ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 230. ISBN 9781284057560.