Jump to content

ରେଟିନୋଲ

ଉଇକିପିଡ଼ିଆ‌ରୁ
ରେଟିନୋଲ
Retinol
Clinical data
AHFS/Drugs.commonograph
Pregnancy
category
Routes of
administration
by mouth, IM[]
Drug classvitamin
ATC code
Legal status
Legal status
Identifiers
  • (2E,4E,6E,8E)-3,7-dimethyl-9-(2,6,6-trimethylcyclohex-1-enyl)nona-2,4,6,8-tetraen-1-ol
CAS Number
PubChem CID
IUPHAR/BPS
ChemSpider
UNII
ChEBI
ChEMBL
ECHA InfoCard100.000.621 Edit this at Wikidata
Chemical and physical data
FormulaC20H30O
Molar mass286.4516
3D model (JSmol)
Melting point62–64 °C (144–147 °F)
Boiling point137–138 °C (279–280 °F) (୧୦−୬mm Hg)
  • OC/C=C(C)/C=C/C=C(C)/C=C/C1=C(C)/CCCC1(C)C
  • InChI=1S/C20H30O/c1-16(8-6-9-17(2)13-15-21)11-12-19-18(3)10-7-14-20(19,4)5/h6,8-9,11-13,21H,7,10,14-15H2,1-5H3/b9-6+,12-11+,16-8+,17-13+
     checkY
  • Key:FPIPGXGPPPQFEQ-OVSJKPMPSA-N

ରେଟିନୋଲ (ଇଂରାଜୀ ଭାଷାରେ Retinol, ଅନ୍ୟ ନାମ ଜୀବସାର କ/Vitamin A1) ଏକ ଜୀବକୋଷ (vitamin) ଯାହା ଖାଦ୍ୟ ଅନୁପୂରକ (dietary supplement) ଭାବରେ ବ୍ୟବ‌ହାର କରାଯାଏ ।[] ଅନୁପୂରକ ଭାବରେ ଏହା ଜୀବସାର କ ଅଭାବର (vitamin A deficiency) ଚିକିତ୍ସା ଓ ପ୍ରତିଷେଧ ଭାବରେ ଦିଆଯାଏ ବିଶେଷତଃ ଜେରୋଫଥାଲମିଆ (xerophthalmia) ରୋଗରେ ଦିଆଯାଏ ।[] ଏହି ରୋଗ ସଙ୍କଟ ଥିବା ସ୍ଥାନରେ ଲୋକଙ୍କୁ ବର୍ଷକୁ ଅଧିକ ମାତ୍ରାର ରେଟିନୋଲ ଦୁଇ ଥର ଦିଆଯାଏ । ମିଳିମିଳା (measles) ରୋଗରେ ଅଧିକ ଅସୁବିଧା ନ ହେବା ନିମନ୍ତେ ପ୍ରତିଷେଧ ଭାବରେ ମଧ୍ୟ ଏହା ଦିଆଯାଏ ।[] ଏହା ପାଟିରେ ବା ମାଂସପେଶୀ ଇଞ୍ଜେକସନ (injection into a muscle) ଆକାରରେ ଦିଆଯାଏ ।[]

ସାଧାରଣ ମାତ୍ରାରେ ଦେହରେ ରେଟିନୋଲ ଭଲରୂପେ ସ‌ହ୍ୟ କରିହୁଏ ।[] ମାତ୍ରାଧିକ ରେଟିନୋଲ ଦେଲେ ବର୍ଦ୍ଧିତ ଯକୃତ (enlarged liver) , ଶୁଷ୍କ ଚର୍ମ ବା ହାଇପରଭିଟାମିନୋସିସ (hypervitaminosis A) ଇତ୍ୟାଦି ବେମାରୀ ହେବା ଦେଖାଯାଏ ।[][] ଗର୍ଭାବସ୍ଥାରେ ମାତ୍ରାଧିକ ଦେଲେ ଶିଶୁର ହାନୀ ହୁଏ । ଜୀବସାର କ (vitamin A) ଶ୍ରେଣୀର ରେଟିନୋଲ ଏକ ସଦସ୍ୟ । ଉତ୍ତମ ଦୃଷ୍ଟି ଶକ୍ତି ଓ ଚର୍ମ ତ‌ଥା ଶରୀର ବିକାଶ ନିମନ୍ତେ ଏହି ଔଷଧ ବା ଅନ୍ୟାନ୍ୟ ଜୀବସାର 'କ' ଆବଶ୍ୟକ ହୁଏ ।[] ଦେହରେ ରେଟିନୋଲ ପରିବର୍ତ୍ତିତ ହୋଇ ରେଟିନାଲ (retinal) ଓ ରେଟିନୋଇକ ଏସିଡ (retinoic acid), ଏହି ଦୁଇ ପ୍ରକାରରେ ପରିଣତ ହୁଏ । ମାଛ, ଦୁଗ୍ଧଜାତ ପଦାର୍ଥ (dairy products) ଓ ମାଂସରେ ଏହି ରେଟିନୋଲ ଥାଏ ।[]

ସନ ୧୯୦୯ରେ ରେଟିନୋଲ ଆବିଷ୍କୃତ ହୋଇ ସନ ୧୯୩୧ରେ ପୃଥକ କରାଯାଇଥିଲା ଓ ସନ ୧୯୪୭ରେ ପ୍ରଥମେ ତିଆରି ହୋଇଥିଲା ।[][] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ଏହା ଜେନେରିକ ଔଷଧ ନାମରେ (generic medication) ବିନା ପ୍ରେସକ୍ରିପସନରେ ବିକ୍ରୟ ହୁଏ । [] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ୫୦,୦୦୦ୟୁନିଟର ହୋଲସେଲ ମୂଲ୍ୟ ୦.୦୨ରୁ ୦.୩୦ ଆମେରିକୀୟ ଡଲାର ।[] ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ଦାମିକା ନୁହେଁ ।[]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Vitamin A". The American Society of Health-System Pharmacists. Retrieved 8 December 2016.
  2. ୨.୦ ୨.୧ "Office of Dietary Supplements - Vitamin A". ods.od.nih.gov. 31 August 2016. Archived from the original on 12 December 2016. Retrieved 30 December 2016.
  3. WHO Model Formulary 2008 (PDF). World Health Organization. 2009. p. 500. ISBN 9789241547659. Retrieved 8 December 2016.
  4. British national formulary : BNF 69 (69 ed.). British Medical Association. 2015. p. 701. ISBN 9780857111562.
  5. Squires, Victor R. (2011). The Role of Food, Agriculture, Forestry and Fisheries in Human Nutrition - Volume IV (in ଇଂରାଜୀ). EOLSS Publications. p. 121. ISBN 9781848261952.
  6. Ullmann's Food and Feed, 3 Volume Set (in ଇଂରାଜୀ). John Wiley & Sons. 2016. p. Chapter 2. ISBN 9783527695522.
  7. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  8. "Vitamin A". International Drug Price Indicator Guide. Retrieved 8 December 2016.[permanent dead link]
  9. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 230. ISBN 9781284057560.