ମହାଶ୍ୱେତା ସାହୁ
ଦେଖଣା
ମହାଶ୍ୱେତା ସାହୁ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ଯାଜପୁର | ୧୫ ଜୁନ ୧୯୮୧
ବୃତ୍ତି | ଅଧ୍ୟାପିକା |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ମହାଶ୍ୱେତା ସାହୁ (ଜନ୍ମ : ୧୫ ଜୁନ ୧୯୮୧) ଜଣେ ଓଡ଼ିଆ ଗାଳ୍ପିକା ।[୧] ଗଳ୍ପ ଭିନ୍ନ ସେ ଉପନ୍ୟାସ, କବିତା, ପ୍ରବନ୍ଧ ଓ ସମାଲୋଚନା ସାହିତ୍ୟରେ ମଧ୍ୟ ନିଜ ଲେଖନୀ ଚାଳନା କରନ୍ତି । ବୃତ୍ତିରେ ସେ ଜଣେ ଅଧ୍ୟାପିକା ଓ ଓଡ଼ିଆ ଭାଷା ସାହିତ୍ୟର ଶିକ୍ଷାଦାନ କରନ୍ତି ।
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ମହାଶ୍ୱେତା ୧୯୮୧ ମସିହାରେ ଯାଜପୁରରେ ଜନ୍ମଗ୍ରହଣ କରିଥିଲେ । ରମାଦେବୀ ମହିଳା ମହାବିଦ୍ୟାଳୟରେ ସେ ଶିକ୍ଷାଗ୍ରହଣ କରିଥିଲେ । ନବମ ଶ୍ରେଣୀରେ ପଢ଼ିଲାବେଳୁ ସେ ଲେଖାଲେଖି ଆରମ୍ଭ କରିଥିଲେ । ୧୯୯୭ ମସିହାରେ ରମାଦେବୀ ମହିଳା ମହାବିଦ୍ୟାଳୟର ପତ୍ରିକାରେ ତାଙ୍କର ପ୍ରଥମ ଗଳ୍ପ ପ୍ରକାଶିତ ହେଇଥିଲା । ଶେଷସୀମା ପରେ ଶୀର୍ଷକରେ ତାଙ୍କର ଅନ୍ୟଏକ ଗପ ସମୟର ରବିବାର ପୃଷ୍ଠାରେ ପ୍ରକାଶିତ ହୋଇ ଖୁବ ଲୋକପ୍ରିୟ ହୋଇଥିଲା ।[୨]
ରଚନାବଳୀ
[ସମ୍ପାଦନା]ଗଳ୍ପ
[ସମ୍ପାଦନା]- ବିଷାଦବୃତ୍ତର ରାଜପୁତ୍ର - ୨୦୦୫
- ପ୍ରେମିକା - ୨୦୦୫
- ଅବ୍ୟକ୍ତ ନିରବତା - ୨୦୧୫
- ପୁନଶ୍ଚ ବଳିଦତ୍ତ - ୨୦୧୭
- ଏବଂ ଅବଶିଷ୍ଟ - ୨୦୧୯
ଉପନ୍ୟାସ
[ସମ୍ପାଦନା]- ଦର୍ପଣର ଛାଇ - ୨୦୦୮
- ପାପୁଲିଏ କ୍ଷତ - ୨୦୧୫
- ଅନ୍ଧାରର ଇନ୍ଦ୍ରଧନୁ - ୨୦୧୫
- ରକ୍ତ ଝୋଟି - ୨୦୧୯
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ରବି ପଟ୍ଟନାୟକ ସ୍ମୃତି ଗଳ୍ପ ପୁରସ୍କାର
- ଦୁର୍ଗାମାଧବ ସ୍ମୃତି ପୁରସ୍କାର
- କଥାକଳିକା ଯୁବ ଗଳ୍ପ ପୁରସ୍କାର
- କାଦମ୍ବିନୀ ଗଳ୍ପ ଉନ୍ମେଶ ପୁରସ୍କାର[୩]
ଆଧାର
[ସମ୍ପାଦନା]- ↑ "ସାହିତ୍ୟ ଅକାଦେମୀ 'ଅସ୍ମିତା' ୧୪ ମଇ ୨୦୧୭" (PDF). www.sahitya-akademi.gov.in. ସାହିତ୍ୟ ଅକାଦେମୀ. Archived from the original (PDF) on 15 January 2022. Retrieved 15 January 2022.
- ↑ "ସାହିତ୍ୟ ଓ ଜୀବନ ପରସ୍ପର ପରିପୂରକ : ମହାଶ୍ୱେତା ସାହୁ". www.odishasambad.in. odisha sambad. Archived from the original on 15 January 2022. Retrieved 15 January 2022.
{{cite web}}
:|archive-date=
/|archive-url=
timestamp mismatch; 26 ଡିସେମ୍ବର 2021 suggested (help) - ↑ "ସୃଜନ ସ୍ମୃତି". No. ଧରିତ୍ରୀ ୧୫/୦୧/୨୦୨୧ ସାହିତ୍ୟାୟନ. ଧରିତ୍ରୀ. ଧରିତ୍ରୀ. p. ୫. Archived from the original on 15 January 2022. Retrieved 15 January 2022.