ମହାଶ୍ୱେତା ସାହୁ

ଉଇକିପିଡ଼ିଆ‌ରୁ
ମହାଶ୍ୱେତା ସାହୁ
ଜନ୍ମ ଓ ଜନ୍ମସ୍ଥାନ (1981-06-15) ୧୫ ଜୁନ ୧୯୮୧ (ବୟସ ୪୨)
ଯାଜପୁର
ବୃତ୍ତିଅଧ୍ୟାପିକା
ଭାଷାଓଡ଼ିଆ
ଜାତୀୟତାଭାରତୀୟ

ମହାଶ୍ୱେତା ସାହୁ (ଜନ୍ମ : ୧୫ ଜୁନ ୧୯୮୧) ଜଣେ ଓଡ଼ିଆ ଗାଳ୍ପିକା ।[୧] ଗଳ୍ପ ଭିନ୍ନ ସେ ଉପନ୍ୟାସ, କବିତା, ପ୍ରବନ୍ଧ ଓ ସମାଲୋଚନା ସାହିତ୍ୟରେ ମଧ୍ୟ ନିଜ ଲେଖନୀ ଚାଳନା କରନ୍ତି । ବୃତ୍ତିରେ ସେ ଜଣେ ଅଧ୍ୟାପିକା ଓ ଓଡ଼ିଆ ଭାଷା ସାହିତ୍ୟର ଶିକ୍ଷାଦାନ କରନ୍ତି ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ମହାଶ୍ୱେତା ୧୯୮୧ ମସିହାରେ ଯାଜପୁରରେ ଜନ୍ମଗ୍ରହଣ କରିଥିଲେ । ରମାଦେବୀ ମହିଳା ମହାବିଦ୍ୟାଳୟରେ ସେ ଶିକ୍ଷାଗ୍ରହଣ କରିଥିଲେ । ନବମ ଶ୍ରେଣୀରେ ପଢ଼ିଲାବେଳୁ ସେ ଲେଖାଲେଖି ଆରମ୍ଭ କରିଥିଲେ । ୧୯୯୭ ମସିହାରେ ରମାଦେବୀ ମହିଳା ମହାବିଦ୍ୟାଳୟର ପତ୍ରିକାରେ ତାଙ୍କର ପ୍ରଥମ ଗଳ୍ପ ପ୍ରକାଶିତ ହେଇଥିଲା । ଶେଷସୀମା ପରେ ଶୀର୍ଷକରେ ତାଙ୍କର ଅନ୍ୟଏକ ଗପ ସମୟର ରବିବାର ପୃଷ୍ଠାରେ ପ୍ରକାଶିତ ହୋଇ ଖୁବ ଲୋକପ୍ରିୟ ହୋଇଥିଲା ।[୨]

ରଚନାବଳୀ[ସମ୍ପାଦନା]

ଗଳ୍ପ[ସମ୍ପାଦନା]

  • ବିଷାଦବୃତ୍ତର ରାଜପୁତ୍ର - ୨୦୦୫
  • ପ୍ରେମିକା - ୨୦୦୫
  • ଅବ୍ୟକ୍ତ ନିରବତା - ୨୦୧୫
  • ପୁନଶ୍ଚ ବଳିଦତ୍ତ - ୨୦୧୭
  • ଏବଂ ଅବଶିଷ୍ଟ - ୨୦୧୯

ଉପନ୍ୟାସ[ସମ୍ପାଦନା]

  • ଦର୍ପଣର ଛାଇ - ୨୦୦୮
  • ପାପୁଲିଏ କ୍ଷତ - ୨୦୧୫
  • ଅନ୍ଧାରର ଇନ୍ଦ୍ରଧନୁ - ୨୦୧୫
  • ରକ୍ତ ଝୋଟି - ୨୦୧୯

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ରବି ପଟ୍ଟନାୟକ ସ୍ମୃତି ଗଳ୍ପ ପୁରସ୍କାର
  • ଦୁର୍ଗାମାଧବ ସ୍ମୃତି ପୁରସ୍କାର
  • କଥାକଳିକା ଯୁବ ଗଳ୍ପ ପୁରସ୍କାର
  • କାଦମ୍ବିନୀ ଗଳ୍ପ ଉନ୍ମେଶ ପୁରସ୍କାର[୩]

ଆଧାର[ସମ୍ପାଦନା]

  1. "ସାହିତ୍ୟ ଅକାଦେମୀ 'ଅସ୍ମିତା' ୧୪ ମଇ ୨୦୧୭" (PDF). www.sahitya-akademi.gov.in. ସାହିତ୍ୟ ଅକାଦେମୀ. Archived from the original (PDF) on 15 January 2022. Retrieved 15 January 2022.
  2. "ସାହିତ୍ୟ ଓ ଜୀବନ ପରସ୍ପର ପରିପୂରକ : ମହାଶ୍ୱେତା ସାହୁ". www.odishasambad.in. odisha sambad. Archived from the original on 15 January 2022. Retrieved 15 January 2022. {{cite web}}: |archive-date= / |archive-url= timestamp mismatch; 26 ଡିସେମ୍ବର 2021 suggested (help)
  3. "ସୃଜନ ସ୍ମୃତି". No. ଧରିତ୍ରୀ ୧୫/୦୧/୨୦୨୧ ସାହିତ୍ୟାୟନ. ଧରିତ୍ରୀ. ଧରିତ୍ରୀ. p. ୫. Archived from the original on 15 January 2022. Retrieved 15 January 2022.