ଭୂତାଣୁ
Virus | |
---|---|
Virus | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
(unranked): | ଭୂତାଣୁ |
ଭୂତାଣୁ ଏକ ସଂକ୍ରାମଣ କାରକ ଯାହା କେବଳ ଜୀବନ୍ତ କୋଷ ଭିତରେ ସ୍ୱପ୍ରତିରୂପଣ କରିଥାଏ ।[୧] ଏହା ପ୍ରାଣୀ ବୃକ୍ଷଠାରୁ ଆରମ୍ଭ କରି ବୀଜାଣୁ ତଥା ଆର୍କିଆ ପରି ଅଣୁଜୀବ ପର୍ଯ୍ୟନ୍ତ ସମସ୍ତ ପ୍ରକାର ଜୀବନ ରୂପକୁ ସଂକ୍ରମଣ କରିପାରେ ।[୨]
ସନ ୧୮୯୨ରେ ଡିମିଟ୍ରି ଇଭାନୋଭସ୍କି (Dmitri Ivanovsky) ଲେଖିଥିବା ଆଲେଖ୍ୟରେ ଅଣ-ଜୀବାଣୁ ରୋଗସୃଷ୍ଟିକାରକ ଗୁଡ଼ିକ ଟୋବାକୋ ଗଛକୁ ସଂକ୍ରମଣ କରିବା ଓ ସନ ୧୮୯୮ରେ ମାର୍ଟିନସ ବିଜେରିଙ୍କ (Martinus Beijerinck) ଟୋବାକୋ ମୋଜାଇକ ଭୁତାଣୁ ଆବିଷ୍କାର ପର୍ଯ୍ୟନ୍ତ ପ୍ରାୟ ୫୦୦ ପ୍ରଜାତିର ଭୁତାଣୁମାନଙ୍କର ସବିଶେଷ ବର୍ଣ୍ଣନା [୩] କରାଯାଇଥିଲେ ମଧ୍ୟ ନିୟୁତ ନିୟୁତ ପ୍ରଜାତିର ଭୁତାଣୁ ଅଛନ୍ତି ।[୪] ପୃଥିବୀର ପ୍ରତ୍ୟେକ ଇକୋସିସ୍ଟମରେ ସର୍ବାଧିକ ସଂଖ୍ୟାରେ ଏହି ଭୁତାଣୁ ବିଦ୍ୟମାନ ଅଛନ୍ତି ।[୫] ଭୁତାଣୁ ଅନୁଶୀଳନକୁ ଭାଇରୋଲୋଜି (virology) କୁହାଯାଏ ଯାହା ମାଇକ୍ରୋବାୟୋଲୋଜିର (microbiology) ଏକ ଶାଖା ।
ଜୀବକୋଷ ମଧ୍ୟରେ ନଥିବା ସମୟରେ ବା ସଂକ୍ରମଣ କରୁଥବା ସମୟରେ ଭୁତାଣୁ ଏକ ଭିରିଅନ (virion) ନାମଧାରୀ ସ୍ୱାଧୀନ ପାର୍ଟିକ୍ଲ ଭାବରେ ରହେ । ଏହି ଭିରିଅନରେ (୧) ପ୍ରୋଟିନ କୋଡ଼ ଥିବା ଲମ୍ବା ଡିଏନଏ DNA ବା ଆରଏନଏ RNA ମଲିକ୍ୟୁଲ, (୨) ଏହି ଜେନେଟିକ ପଦାର୍ଥକୁ କାପସିଡ (capsid) ନାମକ ଏକ ଘୋଡ଼େଇ ରଖୁଥିବା ପ୍ରୋଟିନ କୋଟ (coat) ଓ ବେଳେ ବେଳେ (୩) ଏକ ବାହ୍ୟ ଲିପିଡ ଖୋଳ ଥାଏ । ଏହି ଭୁତାଣୁର ଆକୃତି ହେଲିକ୍ସ ଓ ଇକୋସାହେଡ୍ରାଲ (icosahedral) ଆକାରରୁ ଆରମ୍ଭ କରି ଅଧିକ ଜଟିଳ ହୋଇପାରେ । ଅଧିକାଂଶ ଭୁତାଣୁ ପ୍ରଜାତିଙ୍କର ଅତି କ୍ଷୁଦ୍ର ଭିରିଅନ ଥାଏ ଯାହା ଅପ୍ଟିକାଲ ଅଣୁବୀକ୍ଷଣ (optical microscope) ସାହାଯ୍ୟରେ ଦେଖିବା ମଧ୍ୟ ଦୁଃସାଧ୍ୟ ହୋଇଯାଏ ।
ଭୁତାଣୁର ଇଭୋଲ୍ୟୁସନ ବା ସୃଷ୍ଟିଠାରୁ ଆରମ୍ଭ କରି ବିକାଶ ପର୍ଯ୍ୟନ୍ତ କୌଣସି ଇତିହାସ (evolution) ସ୍ପଷ୍ଟ ହୋଇନାହିଁ । କେତେକ ମତରେ ଏହା ଡିଏନଏର ପ୍ଲାଜମିଡ ଅଂଶରୁ ଅନ୍ୟ ଅନ୍ୟ କେତକ ମତରେ ଜୀବାଣୁରୁ ସୃଷ୍ଟି ହୋଇଛି । ଇଭୋଲ୍ୟୁସନ ଯୋଗୁ ଅନୁପ୍ରସ୍ଥ ବା ହୋରାଇଜୋଣ୍ଟାଲ ଜିନ ଟ୍ରାନ୍ସଫର ହୁଏ । ଏହାକୁ ଜୀବନ୍ତ ଆକାର କହିବାର କାରଣ ଏଥିରେ ପ୍ରଜନନ ଭଳି ଜେନେଟିକ ଟ୍ରାନ୍ସଫର ହୁଏ, କିନ୍ତୁ ଏହାର ନିୟମିତ ଜୀବକୋଷ ଗଠନ ନଥିବାରୁ ଏହାକୁ ଜୀବନ୍ତ ନାମ ଦେବାକୁ ଅନେକ ଅନିଚ୍ଛୁକ ହୁଅନ୍ତି । ଏହାକୁ କେବଳ ରେପ୍ଲିକେଟର କୁହାଯାଇପାରେ ।
ଭୁତାଣୁ ଏକ ମାଧ୍ୟମ ବା ଭେକ୍ଟର ସାହାଯ୍ୟରେ ସ୍ଥାନାନ୍ତର ହୁଏ ଯେପରି ଗୋଟିଏ ପୋକ ଭୁତାଣୁମାନଙ୍କୁ ଅନ୍ୟ ବୃକ୍ଷକୁ ସ୍ଥାନାନ୍ତର କରେ । ସେହିପରି ରକ୍ତଶୋଷଣକାରୀ ପୋକଙ୍କଦ୍ୱାରା ଭୁତାଣୁ ଅନ୍ୟଦେହରୁ ଯାଏ । କାଶ ଓ ଛିଙ୍କ ସାହାଯ୍ୟରେ ଇନଫ୍ଲୁଏଞ୍ଜା ଭୁତାଣୁ ସ୍ଥାନାନ୍ତର ହୁଏ । ଗାସ୍ଟ୍ରୋଏଣ୍ଟେରାଇଟିସ ରୋଗ ସୃଷ୍ଟିକାରୀ ନୋରୋ ଓ ରୋଟା ଭୁତାଣୁ ଗୁଡ଼ିକ ଖାଦ୍ୟ ବା ଜଳରୁ ମଳ-ପାଟି ଦେଇ ସ୍ଥାନାନ୍ତର ହୁଏ । ଏଚଆଇଭି ସେହିପରି ଯୌନ ସମ୍ପର୍କ ବା ସଂକ୍ରମିତ ରକ୍ତ ମାଧ୍ୟମରେ ବ୍ୟାପିଥାଏ ।
ପଶୁମାନଙ୍କର ଭୁତାଣୁ ସଂକ୍ରମଣ ହେଲେ ଏକ ଇମ୍ମ୍ୟୁନ ପ୍ରତିକ୍ରିୟା ହେବା ଫଳରେ ଭୁତାଣୁ ନଷ୍ଟ ହୋଇଯାଆନ୍ତି । ଭୁତାଣୁ ଟିକା ଦେଲେ କୃତ୍ରିମ ଉପାୟରେ ଇମ୍ମ୍ୟୁନିଟି ସୃଷ୍ଟି ହୁଏ । ଏଆଇଡିଏସ ଓ ଭୁତାଣୁ ହେପାଟାଇଟିସ ରୋଗରେ ଇମ୍ମ୍ୟୁନ ପ୍ରତିକ୍ରିୟା ହୋଇପାରେ ନାହିଁ, ତେଣୁ ରୋଗ କ୍ରନିକ ହୋଇ ରହେ ।
ଆଧାର
[ସମ୍ପାଦନା]- ↑ Wu, Katherine J. (15 April 2020). "There are more viruses than stars in the universe. Why do only some infect us? – More than a quadrillion quadrillion individual viruses exist on Earth, but most are not poised to hop into humans. Can we find the ones that are?". National Geographic Society. Retrieved 18 May 2020.
- ↑ Are viruses alive? The replicator paradigm sheds decisive light on an old but misguided question. Studies in History and Philosophy of Biological and Biomedical Sciences. 2016;59:125–134. doi:10.1016/j.shpsc.2016.02.016. PMID 26965225.
- ↑ Dimmock p. 49
- ↑ Breitbart M. Here a virus, there a virus, everywhere the same virus?. Trends in Microbiology. 2005;13(6):278–84. doi:10.1016/j.tim.2005.04.003. PMID 15936660.
- ↑ Lawrence CM, Menon S, Eilers BJ, et al.. Structural and functional studies of archaeal viruses. The Journal of Biological Chemistry. 2009;284(19):12599–603. doi:10.1074/jbc.R800078200. PMID 19158076.