ପ୍ରାଣୀ

ଉଇକିପିଡ଼ିଆ ରୁ
Jump to navigation Jump to search
ପ୍ରାଣୀ
ଜୀବାଶ୍ମ କାଳ: କ୍ର୍ୟୋଗେନିଆ – ବର୍ତ୍ତମାନ
EchinodermCnidariaBivalveTardigradeCrustaceanArachnidSpongeInsectMammalBryozoaAcanthocephalaFlatwormCephalopodAnnelidTunicateFishBirdPhoronidaAnimal diversity.jpg
ଏହି ଛବି ବାବଦରେ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ e
Domain: Eukaryota
(unranked): Unikonta
(unranked): Obazoa
(unranked): Opisthokont
(unranked): Holozoa
(unranked): Filozoa
Kingdom: Animalia
Linnaeus, 1758
Synonyms
  • Metazoa
  • Choanoblastaea

ପ୍ରାଣୀ ବହୁ କୋଶିକାମାନଙ୍କ ସହିତ ଏକ (eukaryotic) ୟୁକେରୀୟୋଟିକ ଜୀବ ଅଟନ୍ତି । ସେମାନେ ଉର୍ଜା ପ୍ରାପ୍ତ କରିବା ପାଇଁ ପ୍ରକାଶର ବ୍ୟବହାର କରି ନଥାନ୍ତି, ଯେପରି ଗଛ କରିଥାଏ । ପ୍ରାଣୀମାନଙ୍କ ଅଧ୍ୟୟନକୁ ପ୍ରାଣୀ ବିଜ୍ଞାନ କୁହାଯାଏ ।.[୧][୨] ପ୍ରାଣୀ ଅନ୍ୟ ଜୀବିତ ବସ୍ତୁଠାରୁ ଉର୍ଜା ପ୍ରାପ୍ତ କରିବା ପାଇଁ ବିଭିନ୍ନ ଉପାୟର ବ୍ୟବହାର କରନ୍ତି । ସେମାନେ ସାଧାରଣତଃ ଅନ୍ୟ ଜିବନ୍ତ ବସ୍ତୁକୁ ଖାଇଥାନ୍ତି । ପ୍ରାଣୀ କିମ୍ବା ଜନ୍ତୁ "ଆନିମାଲିଆ" (Animalia) କିମ୍ବା "ମେଟାଜୋଆ" (Metazoa) ଜଗତ (ଜୀବ ବିଜ୍ଞାନ)ର ବହୁକୋଶିକୀୟ ଜନ୍ତୁସମ ପୋଷଣ ପ୍ରଦର୍ଶନ କରୁଥିବା ଏବଂ ସୁକେନ୍ଦ୍ରିକ ଜୀବର ଏକ ମୁଖ୍ୟ ସମୂହ ଅଟେ । ଜନ୍ମହେବା ପରେ ଯେପରି କୌଣସି ପ୍ରାଣୀ ବଡ଼ ହୁଏ , ତାହାର ଶାରୀରିକ ଯୋଜନା ନିର୍ଦ୍ଧାରିତ ରୂପେ ବିକଶିତ ହେବାରେ ଲାଗିଥାଏଇବ। କିଛି ପ୍ରାଣୀ ଜୀବନରେ ଆଗକୁ ଯାଇ "କାୟାନ୍ତରଣ" / ରୂପାନ୍ତର (metamorphosis) ପକ୍ରିୟାରେ ଅତିକ୍ରମ କରିଥାନ୍ତି । ଅଧିକାଂଶ ଜନ୍ତୁ ଗତିଶୀଳ ହୋଇଥାନ୍ତି, ଅର୍ଥାତ ସ୍ୱତନ୍ତ୍ର ରୂପେ ଗତି କରିପାରନ୍ତି ।

ଅଧିକାଂଶ ଜନ୍ତୁ ପରପୋଷୀ ମଧ୍ୟ ଅଟନ୍ତି, ଅର୍ଥାତ ସେମାନେ ଉପଜୀବନ ପାଇଁ ଅନ୍ୟ ଜନ୍ତୁ ମାନଙ୍କ ଉପରେ ନିର୍ଭର କରିଥାନ୍ତି । ଅଧିକତମ ଜ୍ଞାତ ହୋଇଥିବା ଜନ୍ତୁ ସଂଘ 542 କୋଟି ବର୍ଷ ପୂର୍ବେ ( Cambrian explosion ) ଅନୁସାରେ ଜୀବାସ୍ମ ରେକର୍ଡରେ ସାମୁଦ୍ରିକ ପ୍ରଜାତୀ ରୂପେ ପ୍ରକଟ ହୋଇଥିଲେ ।

ଶବ୍ଦ ବ୍ୟୁପ୍ତତ୍ତି[ସମ୍ପାଦନା]

ଆନୀମଲ (Animal) ଶବ୍ଦ ଲାଟିନ ଭାଷା "ଆନୀମାଲେ" , (ବ୍ୟାକରଣ ଅନୁସାରେ ଲିଙ୍ଗ - ନୟୁଟର) ଅଫ "ଆନୀମାଲିସ"ରୁ ଆସିଛି ଏବଂ "ଆନୀମ"ରୁ ବ୍ୟୁତ୍ପନ୍ନ ହୋଇଛି ଯାହାର ଅର୍ଥ ଜୀବିତ ଶ୍ୱାସ କିମ୍ବା ଆତ୍ମା ଅଟେ । ସାଧାରଣ ଭାଷାରେ , ଏହି ଶବ୍ଦର ବ୍ୟବହାର ବାହାର ମାନବୀୟ ପ୍ରାଣୀ ମାନଙ୍କ ପାଇଁ କରାଯାଏ । ଏହି ଶବ୍ଦର ଜୈବିକ ପରିଭାଷାରେ ମାନବ ସହିତ କିଙ୍ଗଡ଼ମ ଆନୀମାଲ୍ୟାର ସମସ୍ତ ସଦସ୍ୟ ସାମିଲ ଅଛନ୍ତି ।[୩]

ଲକ୍ଷଣିକ ଗୁଣ[ସମ୍ପାଦନା]

ପ୍ରାଣୀ ମାନଙ୍କ ମଧ୍ୟରେ ବହୁ ବିଶେଷ ଗୁଣ ରହିଛି ଯାହା ସେମାନଙ୍କୁ ଅନ୍ୟ ସଜୀବ ବସ୍ତୁ ଠାରୁ ଅଲଗା କରିଥାଏ । ଜନ୍ତୁମାନେ ସାଧାରଣତଃ (Eukaryotic) "ୟୁକେରିୟୋଟିକ" ଏବଂ ବହୁକୋଶିକୀୟ ହୋଇଥାନ୍ତି ,[୪] "ମେକ୍ସୋଜୋଆ", ସେମାନଙ୍କୁ ଜୀବାଣୁ ଏବଂ ଅଧିକାଂଶ ପ୍ରୋଟିଷ୍ଟାରୁ ଅଲଗା ରଖିଥାଏ । ପ୍ରାଣୀମାନେ ମୁଖ୍ୟତଃ ଭାବ ପରପୋଷୀ ଅଟନ୍ତି,[୫] ସାମାନ୍ୟତଃ ଏକ ଆନ୍ତରିକ କକ୍ଷରେ ଭୋଜନର ପାଚନ କ୍ରୀୟା କରିଥାନ୍ତି । ଏହି ଲକ୍ଷଣ ସେମାନଙ୍କୁ ଗଛ ଏବଂ ଶୈବାଳ ଠାରୁ ଅଲଗା ବନେଇଥାଏ , ଯଦିଓ କିଛି ସ୍ପଞ୍ଜ ପ୍ରକାଶ ସଂଶ୍ଲେଷଣ ଏବଂ ନାଇଟ୍ରୋଜେନ ସ୍ଥିରିକରଣରେ ସକ୍ଷମ ଅଟନ୍ତି ।[୬] ସେମାନେ ମଧ୍ୟ ଗଛ, ଶୈବାଳ ଓ କବକ ଠାରୁ ବିଭାଜନ କରାଯାଇ ପାରେ କାରଣ ସେମାନଙ୍କ ମଧ୍ୟରେ କଠୋର କୌଶିକ ଭିତ୍ତିର ଅଭାବ ରହିଥାଏ ।[୭] ସମସ୍ତ ଜନ୍ତୁ ଶାନ୍ତଶୀଳ ହୋଇଥାନ୍ତି ,[୮] ଅଧିକତମ ଜନ୍ତୁ ମାନଙ୍କ ମଧ୍ୟରେ "ଭୃଣ" ଏକ ବ୍ଲାସଟୁଳା ଅବସ୍ଥାରୁ ହୋଇ ଅତିକ୍ରମ କରିଥାନ୍ତି, ଏହା ଜନ୍ତୁମାନଙ୍କର ଏକ ବିଭେଦକ ଗୁଣ ଅଟେ ।

ଜୀବନ ଶୈଳୀ[ସମ୍ପାଦନା]

ପ୍ରାଣୀ ମାନଙ୍କ ପୋଷଣ ପ୍ରଣାଳୀକୁ "ପରପୋଷୀ" (heterotrophic) କୁହାଜାଏ କାରଣ ସେ ଅନ୍ୟ ଜୀବ ମାନଙ୍କ ଠାରୁ ନିଜ ଭୋଜନ ପ୍ରାପ୍ତ କରିଥାନ୍ତି । କିଛି ପ୍ରାଣୀ କେବଳ ଗଛ ପତ୍ର ଖା'ନ୍ତି ;ସେମାନଙ୍କୁ ଶାକାହାରୀ କୁହାଜାଏ । ଅନ୍ୟ ପ୍ରାଣୀ କେବଳ ମାଂସ ଖାଇଥାନ୍ତି; ସେମାନଙ୍କୁ ମାଂସାହାରୀ କୁହାଯାଏ । ଯେଉଁ ପ୍ରାଣୀ ଗଛ-ପତ୍ର ଏବଂ ମାଂସ ଦୁଇଟି ଯାକ ଖାଇଥାଏ ; ସେମାନଙ୍କୁ ସର୍ବହାରୀ କୁହାଯାଏ । ପ୍ରାଣୀ ମାନଙ୍କ ବାତାବରଣ ବହୁତ ଭିନ୍ନ ହୋଇଥାଏ । ବିକାଶ ପ୍ରକ୍ରୀୟାରୁ, ପ୍ରାଣୀ ମାନେ ନିଜ ଆବାସରୁ ଅନୁକୂଳ ହୋଇଯାନ୍ତି ଯେଉଁଠାରେ ସେମାନେ ବାସ କରନ୍ତି । ପ୍ରାଣୀମାନଙ୍କ ଜୀବାଷ୍ମ ରେକର୍ଡ ପାଖାପାଖି ୬୦୦ ମିଲିୟନ ବର୍ଷ ପୂର୍ବେ ଏଡିଆକରଣ ଅବଧି କିମ୍ବା କିଛି ଅବସ୍ଥା ପର୍ଯ୍ୟନ୍ତ ପଛକୁ ପଳେଇ ଯାଇଥାଏ ।[୯] ଏହି ସମ୍ପୁର୍ଣ୍ଣ ଲମ୍ବା ସମୟ ଅନୁଶାରେ, ପ୍ରାଣୀ ମାନେ ବାରମ୍ବାର ବିକଶିତ ହେବାକୁ ଲାଗିଲେ, ଯେଉଁଥିରେ ଆଜି ପୃଥିବୀରେ ବଞ୍ଚିଥିବା ପ୍ରାଣୀ ଏଡିଆର୍କନରେ ସମୁଦ୍ର-ତଳ କୂଳରୁ ବହୁତ ଅଲଗା ଅଟନ୍ତି ।

ପ୍ରାଣୀମାନଙ୍କ ସମୂହୀକରଣ[ସମ୍ପାଦନା]

ପ୍ରାଣୀମାନେ ସାଧାରଣତଃ ବହୁ ପ୍ରକାରର ହୋଇଥାନ୍ତି । ସାଧାରଣ ଲୋକଙ୍କୁ ଜଣା ଯେ, ଅଧିକାଂଶ ଲୋକ ପ୍ରାଣୀ ମାନଙ୍କ ସାମ୍ରାଜ୍ୟର କେବଳ ୩% ରହିଛନ୍ତି । ଯେତେବେଳୈ ଜୀବବିଜ୍ଞାନୀ ମାନେ ପ୍ରାଣୀ ମାନଙ୍କୁ ଦେଖି ସେମାନଙ୍କ ଠାରୁ କିଛି ଏମିତି ଜିନିଷ ପାଇଲେ ଯାହା କିଛି ପ୍ରାଣୀମାନଙ୍କ ପାଖେ ସାଧାରଣ ଅଟେ । ସେମାନେ ଏହାର ବ୍ୟବହାର ପ୍ରାଣୀମାନଙ୍କୁ ଜୈବୀକ ବର୍ଗୀକରଣରେ ସମୂହିତ କରିବା ପାଇଁ କରିଥାନ୍ତି ।

ଆଧାର[ସମ୍ପାଦନା]

  1. Ville C.A; Walker W.F. & Barnes R.D. 1984. General zoology. Saunders
  2. Hamilton, Gina. Kingdoms of life – Animals. Lorenz Educational Press. ISBN 978-1-4291-1610-7
  3. "Animal". The American Heritage Dictionary (Forth ed.). Houghton Mifflin Company. 2006.
  4. National Zoo. "Panda Classroom" (in English). Retrieved ସେପ୍ଟେମ୍ବର 30, 2007. Unknown parameter |dateformat= ignored (help); Check date values in: |accessdate= (help)CS1 maint: Unrecognized language (link)
  5. Jennifer Bergman. "Heterotrophs" (in English). Retrieved सितंबर 30 2007. Unknown parameter |dateformat= ignored (help); Check date values in: |accessdate= (help)CS1 maint: Unrecognized language (link)
  6. Douglas AE, Raven JA (2003). "Genomes at the interface between bacteria and organelles". Philosophical transactions of the Royal Society of London. Series B, Biological sciences. 358 (1429): 5–17, discussion 517–8. doi:10.1098/rstb.2002.1188. PMC 1693093. PMID 12594915. Unknown parameter |month= ignored (help)
  7. Davidson, Michael W. "Animal Cell Structure" (in English). Retrieved ସେପ୍ଟେମ୍ବର 20 2007. Unknown parameter |dateformat= ignored (help); Check date values in: |accessdate= (help)CS1 maint: Unrecognized language (link)
  8. Saupe, S.G. "Concepts of Biology" (in English). Retrieved ସେପ୍ଟେମ୍ବର 30 2007. Unknown parameter |dateformat= ignored (help); Check date values in: |accessdate= (help)CS1 maint: Unrecognized language (link)
  9. Maloof, Adam C. et al 2010. "Possible animal-body fossils in pre-Marinoan limestones from South Australia". Nature Geoscience. 3 (9): 653–659. Bibcode:2010NatGe...3..653M. doi:10.1038/ngeo934. Pdf. These fossils are interpreted as being early sponges. They were found in 665-million-year-old rock.