ଭାରତୀୟ ସମ୍ବିଧାନ
ଭାରତୀୟ ସମ୍ବିଧାନ | |
---|---|
ବିସ୍ତାର | ଭାରତ |
ଗୃହୀତ | ୨୬ ନଭେମ୍ବର ୧୯୪୯; ୭୧ ବର୍ଷ ପୂର୍ବେ |
ପ୍ରଣୟିତ | ୨୬ ଜାନୁଆରୀ ୧୯୫୦; ୭୧ ବର୍ଷ ପୂର୍ବେ |
ସଂରଚନା | ସଂଘୀୟ ସଂସଦୀୟ ସାମ୍ବିଧାନିକ ସାଧାରଣତନ୍ତ୍ର |
ଶାଖା | ତିନି (ବିଧାୟିକା, କାର୍ଯ୍ୟପାଳିକା ଏବଂ ନ୍ଯାୟପାଳିକା) |
ଗୃହ | ଦ୍ୱିସଦନୀୟ (ରାଜ୍ଯସଭା, ଲୋକ ସଭା) |
କାର୍ଯ୍ୟପାଳିକା | ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବାଧୀନ କ୍ଯାବିନେଟ ଯାହା ସଂସଦର ନିମ୍ନ ସଦନ ପାଖରେ ଉତ୍ତରଦାୟୀ |
ନ୍ଯାୟପାଳିକା | ଭାରତର ସର୍ବୋଚ୍ଚ ନ୍ଯାୟାଳୟ, ରାଜ୍ଯମାନଙ୍କର ଉଚ୍ଚ ନ୍ୟାୟାଳୟ, ଜିଲ୍ଲା ନ୍ଯାୟାଳୟ |
ସଂଘୀୟ ବ୍ଯବସ୍ଥା | ସଂଘୀୟ |
ନିର୍ବାଚନ ମଣ୍ଡଳ | ହଁ, କେବଳ ରାଷ୍ଟ୍ରପତି ତଥା ଉପରାଷ୍ଟ୍ରପତି ନିର୍ବାଚନ ପାଇଁ |
Entrenchments | ୨ |
ସଂଶୋଧନ | ୧୦୬ |
ଅନ୍ତିମ ସଂଶୋଧନ | ୨୫ ଜାନୁଆରୀ ୨୦୨୦ (୧୦୪) |
କମିଶନକର୍ତ୍ତା | commissioned_by |
ଲେଖକ(ବୃନ୍ଦ) | ଲେଖକ |
ଦସ୍ତଖତକାରୀ | ସମ୍ବିଧାନ ସଭାର ୨୮୪ ଜଣ ସଦସ୍ଯ |
ଅଧିକ୍ରମଣ କରିଲା | ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ଆକ୍ଟ ୧୯୩୫, ଇଣ୍ଡିଆ ଇଣ୍ଡିପେଣ୍ଡେନ୍ସ ଆକ୍ଟ ୧୯୪୭ |
ଭାରତୀୟ ସମ୍ବିଧାନ (The Constitution of India, ଦ କଁଷ୍ଟିଚ୍ୟୁସନ୍ ଅଫ୍ ଇଣ୍ଡିଆ) ହେଉଛି ଭାରତର ସର୍ବୋଚ୍ଚ ବିଧି ।[୧][୨] ଏହି ନଥିପତ୍ରଟି ଭାରତରେ ପ୍ରଶାସନର ସଂରଚନା, ଗଠନ, କାର୍ଯ୍ୟଶୈଳୀ, ନୀତିନିୟମ, ଅଧିକାର, କର୍ତ୍ତବ୍ୟ ଆଦି ବିଷୟରେ ମୂଳଦୁଆ ସ୍ଥାପିତ କରିଅଛି । ଏହା ବିଶ୍ୱର ଦୀର୍ଘତମ ଲିଖିତ ସମ୍ବିଧାନ ଅଟେ ।[୩][୪][୫]
ଏହା ସାମ୍ବିଧାନିକ ସର୍ବୋଚ୍ଚତା ସ୍ଥାପନ କରେ (ସଂସଦୀୟ ସର୍ବୋଚ୍ଚତା ନୁହେଁ, ଯେହେତୁ ଏହା ଏକ ସଂସଦ ବଦଳରେ ସମ୍ବିଧାନ ସଭାଦ୍ୱାରା ନିର୍ମିତ) । ଏହା ଲୋକଙ୍କଦ୍ୱାରା ସ୍ୱିକୃତି ପ୍ରାପ୍ତ, ଯାହା ଏହି ସମ୍ବିଧାନର ପ୍ରସ୍ତାବନାରେ ଉଦ୍ଘୋଷିତ । ସଂସଦ, ସମ୍ବିଧାନକୁ ରଦ୍ଦ କରିପାରିବ ନାହିଁ ।[୬]
୧୯୪୯ ମସିହା ନଭେମ୍ବର ୨୬ ତାରିଖ ଦିନ ଭାରତର ସମ୍ବିଧାନ ସଭାଦ୍ୱାରା ଏହି ସମ୍ବିଧାନ ଗୃହୀତ ହୋଇଥିଲା ଏବଂ ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ପ୍ରଣୟନ କରାଗଲା ।[୭] ଭାରତର ସମ୍ବିଧାନ, ଭାରତୀୟ ପ୍ରଶାସନ ଅଧିନିୟମ ୧୯୩୫କୁ ଦେଶର ମୂଳ ପ୍ରଶାସନିକ ଅଧିନିୟମ ରୂପେ ପ୍ରତିସ୍ଥାପିତ କଲା ଏବଂ ଏହାସହିତ ଭାରତୀୟ ଅଧିରାଜ୍ଯ, ଭାରତୀୟ ଗଣରାଜ୍ୟରେ ପରିଣତ ହେଲା । ଭାରତ ଏହାର ସମ୍ବିଧାନକୁ ପ୍ରତିବର୍ଷ ଜାନୁଆରୀ ୨୬ ତାରିଖ ଦିନ ସାଧାରଣତନ୍ତ୍ର ଦିବସ ରୂପେ ପାଳନ କରେ ।[୮]
ସମ୍ବିଧାନ ଭାରତକୁ ଏକ ସାର୍ବଭୌମ, ସମାଜବାଦୀ, ପନ୍ଥ-ନିରପେକ୍ଷ[୯] ତଥା ଗଣତାନ୍ତ୍ରିକ ସାଧାରଣତନ୍ତ୍ର ହେବ ବୋଲି ଉଦ୍ଘୋଷଣା କରିଅଛି । ତତ୍ସହିତ ଏହା ସମସ୍ତ ନାଗରିକଙ୍କୁ ନ୍ଯାୟ, ସମାନତା ଏବଂ ସ୍ୱତନ୍ତ୍ରତା ପ୍ରଦାନ କରିଅଛି ଏବଂ ତାଙ୍କ ମଧ୍ଯରେ ଭ୍ରାତୃଭାବ[୧୦] ସ୍ଥାପନ ଉତ୍ସାହିତ କରୁଅଛି । ୧୯୫୦ର ମୂଳ ସମ୍ବିଧାନଟିକୁ ଏକ ହିଲିଅମ ପୂର୍ଣ୍ଣ କାଚବାକ୍ସରେ ନୂଆଦିଲ୍ଲୀଠାରେ ସୁରକ୍ଷିତ ରଖାଯାଇଅଛି । "ପନ୍ଥ-ନିରପେକ୍ଷ" ତଥା "ସମାଜବାଦୀ" ଶବ୍ଦ ଦୁଇଟିକୁ ୧୯୭୬ ମସିହାରେ ଆପାତକାଳ ସମୟରେ ପ୍ରସ୍ତାବନାରେ ଯୋଡାଯାଇଥିଲା ।[୧୧]
ପୃଷ୍ଠଭୂମି
[ସମ୍ପାଦନା]୧୯୨୮ ମସିହାରେ, ଲକ୍ଷ୍ନୌଠାରେ ସର୍ବଦଳୀୟବୈଠକର ଏକ କମିଟି ଅନୁଷ୍ଠିତ ହେଲା, ଯେଉଁଠାରେ ଭାରତ ପାଇଁ ଏକ ସମ୍ବିଧାନ ନିର୍ମାଣର ଆହ୍ୱାନ ଦିଆଗଲା । ଏଥିରେ ପାରିତ ଚିଠାଟି ନେହେରୁ ରିପୋର୍ଟ ନାମେ କ୍ଷାତ ।
୧୮୫୭ ମସିହାରୁ ୧୯୪୭ ମସିହା ପର୍ଯ୍ୟନ୍ତ, ଔପନିବେଶିକ ଭାରତର ଏକ ବୃହତ ଭାଗ ଇଂରେଜ ଶାସନାଧିନ ଥିଲା । ୧୯୪୭ ମସିହାରେ ଭାରତର ସ୍ୱାଧୀନତା ପରେ ମଧ୍ୟ ଏହା ତିନି ବର୍ଷ ପାଇଁ ବ୍ରିଟେନର ଏକ ଅଧିରାଜ୍ଯ ହୋଇ ରହିଥିଲା । ଏକ ସମ୍ବିଧାନ ବା ରାଷ୍ଟ୍ରୀୟ ନିୟମର ଅଭାବ ହେତୁ ବ୍ରିଟିଶ ସଂସଦଦ୍ୱାରା ପୂର୍ବ ପାରିତ ସମସ୍ତ ଅଧିନିୟମ ଭାରତରେ କାର୍ଯ୍ୟକାରି ରହିଲା । ତେଣୁକରି ଏହି ସମ୍ବିଧାନ ପ୍ରଣୟନ ସହ ପୂର୍ବର ସମସ୍ତ ଅଧିନିୟମ ବିଶେଷକରି, ଭାରତୀୟ ସ୍ୱାଧୀନତା ଅଧିନିୟମ, ୧୯୪୭ ଓ ଭାରତୀୟ ପ୍ରଶାସନ ଅଧିନିୟମ, ୧୯୩୫ ଆଦିର ରଦ୍ଦ କରିଦିଆଗଲା । ସେହିଦିନଠାରୁ ଭାରତ ଅଧିରାଜ୍ଯ ନ ରହି ଏକ ସ୍ୱୟଂସମ୍ପୂର୍ଣ୍ଣ ସାର୍ବଭୌମ ଗଣତାନ୍ତ୍ରିକ ସାଧାରଣତନ୍ତ୍ରରେ ପରିଣତ ହେଲା । ୧୯୪୯ ମସିହା ନଭେମ୍ବର ତା୨୬ରିଖ ଦିନଠାରୁ ସମ୍ବିଧାନ ଧାରା ୫, ୬, ୭, ୮, ୯, ୬୦, ୩୨୪, ୩୬୬, ୩୬୭, ୩୭୯, ୩୮୦, ୩୮୮, ୩୯୧, ୩୯୩ ଓ ୩୯୪ ଆଦିର ପ୍ରଣୟନ କରାଯାଇସାରିଥିଲା । ଅବଶିଷ୍ଟ ଧାରା ୧୯୫୦ ମସିହା ଜାନୁଆରୀ ୨୬ ତାରିଖ ଦିନଠାରୁ ପ୍ରଣୟିତ କରାଗଲା ।
ପୂର୍ବର ଅଧିନିୟମ
[ସମ୍ପାଦନା]ସମ୍ବିଧାନର ନିର୍ମାଣରେ ପୂର୍ବ ପ୍ରଣୟିତ ସମସ୍ତ ଅଧିନିୟମର ସହାୟତା ନିଆଯାଇଥିଲା । ଭାରତର ତତ୍କାଳୀନ ଆବଶ୍ୟକତାକୁ ନଜରରେ ରଖି, ସମ୍ବିଧାନ ସଂରଚକମାନେ ଭାରତୀୟ ପ୍ରଶାସନ ଅଧିନିୟମ, ୧୮୫୮, ଭାରତୀୟ ପରିଷଦ ଅଧିନିୟମ, ୧୮୬୧, ୧୮୯୨ ଓ ୧୯୦୯, ଭାରତୀୟ ପ୍ରଶାସନ ଅଧିନିୟମ, ୧୯୧୯ ଓ ୧୯୩୫ ଏବଂ ଭାରତୀୟ ସ୍ୱାଧୀନତା ଅଧିନିୟମ, ୧୯୪୭ ଆଦିର ଅନେକ ଧାରାର ଉଦ୍ଧାର କରି ସମ୍ବିଧାନରେ ସ୍ଥାନ ଦେଲେ । ୧୯୪୭ର ସ୍ୱାଧୀନତା ଅଧିନିୟମ ଯାହା ଭାରତ ଓ ପାକିସ୍ତାନର ସ୍ଥାପନ କଲା, ତତ୍କାଳୀନ ସମ୍ବିଧାନ ସଭାକୁ ମଧ୍ଯ ଦୁଇଭାଗ କରିଦେଲା । ପ୍ରତ୍ଯେକ ସମ୍ବିଧାନ ସବା ନିଜ ଦେଶପାଇଁ ସମ୍ବିଧାନ ପ୍ରଣୟନ ନିମନ୍ତେ ସ୍ୱତନ୍ତ୍ର ଥିଲା ।
ସମ୍ବିଧାନ ସଭା
[ସମ୍ପାଦନା]ସମ୍ବିଧାନ ସଭାଦ୍ୱାରା ଭାରତୀୟ ସମ୍ବିଧାନର ରଚନା କରାଯାଇଥିଲା । ଏହାର ସଦସ୍ଯଗଣ ପ୍ରାନ୍ତୀୟ ବିଧାୟିକାର ସଦସ୍ଯମାନଙ୍କଦ୍ୱାରା ନିର୍ବାଚିତ ହୋଇଥିଲେ ।[୧୨] ଏହାର ସଦସ୍ଯ ସଂଖ୍ଯା ୩୮୯ (ଦେଶର ବିଭାଜନ ପରେ ୨୯୯କୁ ହ୍ରାସ ପାଇଥିଲା) ଥିଲା । ଦୀର୍ଘ ତିନିବର୍ଷ କାଳ ବ୍ଯାପ୍ତ, ୧୬୫ ଦିନରେ ୧୧ଟି ଅଧିବେଶନ ସହ ଏହା ଭାରତୀୟ ସମ୍ବିଧାନର ରୂପରେଖ ସ୍ଥିରକୃତ କଲା ।[୧୩][୧୪]
ଡ. ଭୀ. ରା. ଆମ୍ବେଦକର ଜଣେ ବିଜ୍ଞ ସାମ୍ବିଧାନିକ ବୁଦ୍ଧିଜୀବୀ ଥିଲେ । ସେ ପ୍ରାୟ ୬୦ଟି ଦେଶର ସମ୍ବିଧାନ ଅଧ୍ଯୟନ କରିଥିଲେ । ଆମ୍ବେଦକରଙ୍କୁ ଭାରତୀୟ ସମ୍ବିଧାନର ଜନକ ବୋଲି ଗ୍ରହଣ କରାଯାଇଛି ।[୧୫][୧୬] ସମ୍ବିଧାନ ସଭାରେ ଚିଠା ପ୍ରସ୍ତୁତକାରୀ କମିଟିର ଏକ ସଦସ୍ଯ, ତି. ଥି. କ୍ରିଷ୍ଣାମଚାରୀ କହିଥିଲେ:
"ମାନନୀୟ ସଭାପତି ମହୋଦୟ, ଏହି ଗୃହରେ ଡ. ଆମ୍ବେଦକରଙ୍କ ସମ୍ଭାଷଣ ଭଲଭାବରେ ଶୁଣିଥିବା ଲୋକଙ୍କ ମଧ୍ଯରୁ ମୁଁ ଜଣେ । ଏହି ସମ୍ବିଧାନର ନିର୍ମାଣ ପାଇଁ ସେ ଯେଉଁ ଉତ୍ସାହ ଓ ଉଦ୍ଦୀପନା ଦେଖାଇଛନ୍ତି ଏବଂ ଯେଉଁ ପରିମାଣର କଠିନ କାର୍ଯ୍ୟ କରିଛନ୍ତି ତାହା ବିଷୟରେ ମୁଁ ଅବଗତ ଅଟେ । ତା ସହିତ, ମୁଁ ଅନୁଭବ କରୁଛି ଯେ ସମ୍ବିଧାନ ନିର୍ମାଣ ପାଇଁ, ଯେଉଁ ପରିମାଣର ଧ୍ଯାନ ଆବଶ୍ୟକ, ଯାହା ଏବେକାର ସମୟରେ ନିତାନ୍ତ ଜରୁରୀ ଅଟେ, ତାହା ଚିଠା ପ୍ରସ୍ତୁତକାରୀ କମିଟିଦ୍ୱାରା ଏ ପର୍ଯ୍ୟନ୍ତ ଦିଆଯାଇ ନାହିଁ । ଏହି ସଦନଟି ବୋଧହୁଏ ଜାଣିଥିବ ଯେ ଆପଣଙ୍କଦ୍ୱାରା ମନୋନୀତ ସାତ ଜଣ ସଦସ୍ଯଙ୍କ ମଧ୍ଯରୁ ଜଣେ ଇସ୍ତଫା ଦେଇଛନ୍ତି ଏବଂ ବିସ୍ଥାପିତ ହୋଇସାରିଛନ୍ତି । ଜଣେ ମରିଯାଇଛନ୍ତି ଏବଂ ତାଙ୍କ ସ୍ଥାନ କେହି ଭରି ନାହାଁନ୍ତି । ଜଣେ ଆମେରିକାରେ ଅଛନ୍ତି ଓ ତାଙ୍କର ସ୍ଥାନ ମଧ୍ଯ ରିକ୍ତ ଅଛି । ଅନ୍ୟ ଜଣେ ସଦସ୍ଯ ପ୍ରଶାସନିକ କାର୍ଯ୍ୟରେ ବ୍ଯସ୍ତ ଅଛନ୍ତି । ଜଣେ ବା ଦୁଇ ଜଣ ସଦସ୍ଯ ଦିଲ୍ଲୀଠାରୁ ଦୂରରେ ଅଛନ୍ତି ଏବଂ ତାଙ୍କର ସ୍ୱାସ୍ଥ୍ୟ ତାଙ୍କୁ ଯୋଗଦେବା ପାଇଁ ଅନୁମତି ଦେଇନି । ଅନ୍ତତଃ ସମ୍ବିଧାନ ଚିଠା ପ୍ରସ୍ତୁତ ପାଇଁ ସମସ୍ତ ଦାୟିତ୍ୱ ଡ. ଆମ୍ବେଦକରଙ୍କ ଉପରେ ପଡିଅଛି । ଏହି ଅସମ୍ଭବ ବା ଦୁଃସାଧ୍ୟ କାର୍ଯ୍ୟକୁ ପୂରଣ କରିପାରିଥିବା ଯୋଗୁଁ ନିଃସନ୍ଦେହ ଆମେ ତାଙ୍କଠାରେ ଚିରଋଣୀ ହୋଇ ରହିବା ।"[୧୭][୧୮]
ଭାରତୀୟ ସମ୍ବିଧାନ ନିର୍ମାଣର ସମୟରେଖା
[ସମ୍ପାଦନା]- ଡିସେମ୍ବର ୬, ୧୯୪୬ - ଫ୍ରାନ୍ସର ଅନୁକରଣରେ ସମ୍ବିଧାନ ସଭାର ସ୍ଥାପନ
- ଡିସେମ୍ବର ୯, ୧୯୪୬ - ସମ୍ବିଧାନ ସଭାଗୃହରେ (ଏବେକାର ସଂସଦର ମୁଖ୍ଯ ଗୃହରେ) ସଭାର ପ୍ରଥମ ବୈଠକ ବସିଥିଲା । ଏଥିରେ ଜେ. ବି. କୃପାଳିନି ପ୍ରଥମେ ସମ୍ଭାଷଣ ଦେଇଥିଲେ । ସଚ୍ଚିଦାନନ୍ଦ ସିନ୍ହା ଏହାର ଅସ୍ଥାୟୀ ସଭାପତି ହୋଇଥିଲେ । (ଏକ ସ୍ୱତନ୍ତ୍ର ରାଜ୍ଯର ଦାବିକରି ମୁସଲିମ ଲିଗ ଏହି ସଭାର ପରିତ୍ଯାଗ କରିଥିଲା ।)
- ଡିସେମ୍ବର ୧୧, ୧୯୪୬ - ସମ୍ବିଧାନ ସଭା, ରାଜେନ୍ଦ୍ର ପ୍ରସାଦଙ୍କୁ ସଭାପତି, ଏଚ୍. କେ. ମୁଖାର୍ଜୀଙ୍କୁ ଉପାଧ୍ୟକ୍ଷ ଏବଂ ବି.ଏନ୍. ରାଓଙ୍କୁ ସାମ୍ବିଧାନିକ ନ୍ଯାୟିକ ଉପଦେଷ୍ଟା ରୂପେ ନିଯୁକ୍ତି ଦେଲା । (ପ୍ରାରମ୍ଭରେ ଏହି ସଭାର ସଦସ୍ଯ ସଂଖ୍ଯା ୩୮୯ ଥିଲା । ବିଭାଜନ ପରେ ଏଥିରେ ଅବନତି ହୋଇ ୨୯୯ ହୋଇଗଲା । ୩୮୯ ଜଣ ସଦସ୍ଯଙ୍କ ମଧ୍ଯରୁ ୨୯୨ ଜଣ ପ୍ରଶାସନିକ ପ୍ରାନ୍ତରୁ, ୪ ଜଣ କମିଶନର ପ୍ରାନ୍ତରୁ ଓ ୯୩ ଜଣ ଦେଶୀୟ ରାଜ୍ଯମାନଙ୍କରୁ ଆସିଥିଲେ ।)
- ଡିସେମ୍ବର ୧୩, ୧୯୪୬ - ପଣ୍ଡିତ ନେହେରୁଙ୍କଦ୍ୱାରା ସମ୍ବିଧାନର ମୌଳିକ ସିଦ୍ଧାନ୍ତ ରୂପେ ଏକ 'ଉଦ୍ଦ୍ଯେଶିକା ସଂକଳ୍ପ' ଆଗତ କରାଗଲା । ପରେ ଏହି ଉଦ୍ଦ୍ଯେଶିକା ସମ୍ବିଧାନର ପ୍ରସ୍ତାବନା ରୂପେ ଲିପିବଦ୍ଧ ହେଲା ।
- ଜାନୁଆରୀ ୨୨, ୧୯୪୭ - ଉଦ୍ଦ୍ଯେଶିକା ସଂକଳ୍ପ ସର୍ବସମ୍ମତି କ୍ରମେ ସ୍ୱୀକାର କରାଗଲା ।
- ଜୁଲାଇ ୨୨, ୧୯୪୭ - ଜାତୀୟ ପତାକା ଅଙ୍ଗୀକୃତ କରାଗଲା ।
- ଅଗଷ୍ଟ ୧୫, ୧୯୪୭ - ସ୍ୱାଧୀନତା ପ୍ରାପ୍ତ ହେଲା । ଭାରତ, ଭାରତୀୟ ଅଧିରାଜ୍ୟ ଓ ପାକିସ୍ତାନୀ ଅଧିରାଜ୍ଯ ରୂପେ ଦୁଇ ଭାଗ ହେଲା ।
- ଅଗଷ୍ଟ ୨୯, ୧୯୪୭ - ବାବାସାହେବ ଆମ୍ବେଦକରଙ୍କ ନେତୃତ୍ବରେ ଚିଠା ପ୍ରସ୍ତୁତକାରୀ କମିଟି ଗଠନ କରାଗଲା । ଏହି କମିଟିର ଅନ୍ଯାନ୍ଯ ସଦସ୍ଯମାନେ ହେଲେ ମୁନ୍ସି, ମୁହମ୍ମେଦ ସଦୁଲ୍ଲାଃ, ଆଲ୍ଲାଦି କ୍ରିଷ୍ଣସ୍ୱାମୀ ଅୟର, ଏନ୍. ଗୋପାଳସ୍ୱାମୀ ଅୟଙ୍ଗର, ଖୈତାନ, ମିତ୍ତର ।
- ଜୁଲାଇ ୧୬,୧୯୪୮ - ହରେନ୍ଦ୍ର କୁମାର ମୁଖାର୍ଜୀଙ୍କ ସହ ଭି. ଟି. କ୍ରିଷ୍ଣାମଚାରୀ ମଧ୍ଯ ସମ୍ବିଧାନ ସଭାର ଉପସଭାପତି ରୂପେ ନିର୍ବାଚିତ ହୋଇଥିଲେ ।
- ନଭେମ୍ବର ୨୬, ୧୯୪୯ - ସଭାଦ୍ୱାରା ସମ୍ବିଧାନ ଗୃହୀତ ଏବଂ ଅଙ୍ଗୀକୃତ ହେଲା ।
- ଜାନୁଆରୀ ୨୪, ୧୯୫୦ - ସମ୍ବିଧାନ ସଭାର ଅନ୍ତିମ ବୈଠକ । ସମ୍ବିଧାନରେ ଦସ୍ତଖତ କରାଯାଇ ପ୍ରଣୟନ କରାଗଲା ।
- ଜାନୁଆରୀ ୨୬, ୧୯୫୦ - ସମ୍ବିଧାନ କାର୍ଯ୍ୟକାରୀ କରାଗଲା । ( ଏହି ପ୍ରକ୍ରିୟାକୁ ୨ ବର୍ଷ, ୧୧ ମାସ ଓ ୧୮ ଦିନ ସମୟ ଲାଗିଥିଲା । ଏଥିରେ ୬.୪ ନିୟୁତ ଟଙ୍କା ଖର୍ଚ୍ଚ ହୋଇଥିଲା । )
ଅନ୍ଯାନ୍ଯ ସମ୍ବିଧାନଗୁଡ଼ିକର ପ୍ରଭାବ
[ସମ୍ପାଦନା]ପ୍ରଶାସନ | ପ୍ରଭାବ |
---|---|
ଯୁକ୍ତରାଜ୍ୟ |
|
ଛାଞ୍ଚ:Country data ଯୁକ୍ତରାଷ୍ଟ୍ର |
|
ଛାଞ୍ଚ:Country data ଆୟାର୍ଲାଣ୍ଡ | ରାଜ୍ଯ ନିତୀ ନିର୍ଦ୍ଦେଶକ ସିଦ୍ଧାନ୍ତ |
ଅଷ୍ଟ୍ରେଲିଆ |
|
ଫ୍ରାନ୍ସ | liberté, égalité, fraternité ଆଦିର ଧାରଣା |
କାନାଡା |
|
ଛାଞ୍ଚ:Country data ସୋଭିଏତ ସଙ୍ଘ |
|
ୱେଇମାର ସାଧାରଣତନ୍ତ୍ର | ଧାରା ୩୫୬ ଅଧୀନସ୍ଥ ଆପାତକାଳୀନ ବ୍ଯବସ୍ଥା |
ଦକ୍ଷିଣ ଆଫ୍ରିକା | ସମ୍ବିଧାନ ସଂଶୋଧନ |
ଜାପାନ | ଧାର୍ଯ୍ୟ ପ୍ରକ୍ରିୟା |
ସଂରଚନା
[ସମ୍ପାଦନା]ଭାରତୀୟ ସମ୍ବିଧାନ ବିଶ୍ୱର ଦୀର୍ଘତମ ଲିଖିତ ସମ୍ବିଧାନ ଅଟେ । ପ୍ରଣୟନ ସମୟରେ ଏଥିରେ ୨୨ଟି ଭାଗରେ ୩୯୫ଟି ଧାରା ଏବଂ ଆଠଟି ପରିଶିଷ୍ଟ ଥିଲା । ପ୍ରାୟ ୧,୪୫,୦୦୦ଟି ଶବ୍ଦ ସହ ଏହା ବିଶ୍ୱରେ, ଆଲାବାମାର ସମ୍ବିଧାନ ପରେ ଦ୍ୱିତୀୟ ଦୀର୍ଘତମ ସକ୍ରିୟ ସମ୍ବିଧାନ ଅଟେ ।[୧୯]
ବର୍ତ୍ତମାନ ଏହି ସମ୍ବିଧାନରେ ଏକ ପ୍ରସ୍ତାବନା ଓ ୨୫ଟି ଭାଗରେ ୪୭୦ଟି ଧାରା ରହିଛି । ତା ସହିତ ଏଥିରେ ୧୨ଟି ପରିଶିଷ୍ଟ ଓ ୫ଟି [ଅତିରିକ୍ତ?][୨୦] ରହିଛି । ୨୫ ଜାନୁଆରୀ ୨୦୨୦ର ଶହେ ଚତୁର୍ଥ ସଂଶୋଧନ ସହିତ ଏହାକୁ ଶହେ ଚାରିଥର ସଂଶୋଧନ କରାଯାଇଅଛି ।[୨୧][୨୨]
ସମ୍ବିଧାନର ଧାରାଗୁଡ଼ିକ ନିମ୍ନମତେ ବିଭିନ୍ନ ଅଧ୍ଯାୟରେ ବିଭକ୍ତ କରାଯାଇଅଛି:
- ମୁଖବନ୍ଧ
- ଭାଗ ୧ - ରାଜ୍ଯ ଓ କେନ୍ଦ୍ରଶାସିତ ଅଞ୍ଚଳ
- ଭାଗ ୨ - ନାଗରିକତା
- ଭାଗ ୩ - ମୌଳିକ ଅଧିକାର
- ଭାଗ ୪ - ରାଜ୍ଯ ନିତୀ ନିର୍ଦ୍ଦେଶକ ସିଦ୍ଧାନ୍ତ
- ଭାଗ ୪କ - ମୌଳିକ କର୍ତ୍ତବ୍ଯ
- ଭାଗ ୫ - ସଂଘ
- ଭାଗ ୬ - ରାଜ୍ଯ
- ଭାଗ ୭ - ପ୍ରଥମ ପରିଶିଷ୍ଟର ଖ ବିଭାଗରେ ଥିବା ରାଜ୍ଯ (ପ୍ରତ୍ଯାହୃତ)
- ଭାଗ ୮ - କେନ୍ଦ୍ରଶାସିତ ଅଞ୍ଚଳ
- ଭାଗ ୯ - ପଞ୍ଚାୟତ
- ଭାଗ ୯କ - ମୁନିସିପାଲିଟି
- ଭାଗ ୯ଖ - ସହାୟକ ଗୋଷ୍ଠୀ?
- ଭାଗ ୧୦ - ସୂଚିତ ଓ ଅନୁସୂଚିତ? ଅଞ୍ଚଳ
- ଭାଗ ୧୧ - କେନ୍ଦ୍ର ଓ ରାଜ୍ଯ ମଧ୍ଯରେ ସମ୍ପର୍କ
- ଭାଗ ୧୨ - ଅର୍ଥ, ସମ୍ପତ୍ତି, ଚୁକ୍ତି ଓ ସୁଟ୍?
- ଭାଗ ୧୩ - ଭାରତ ମଧ୍ଯରେ ବାଣିଜ୍ଯ ଓ ବ୍ଯବସାୟ
- ଭାଗ ୧୪ - କେନ୍ଦ୍ର ଓ ରାଜ୍ଯ ଅଧିନସ୍ଥ ସେବା
- ଭାଗ ୧୪କ - ଟ୍ରିବ୍ୟୁନାଲ
- ଭାଗ ୧୫ - ନିର୍ବାଚନ
- ଭାଗ ୧୬ - କେତେକ ପରିସ୍ଥିତି ପାଇଁ ବିଶେଷ ବ୍ଯବସ୍ଥା
- ଭାଗ ୧୭ - ଭାଷା
- ଭାଗ ୧୮ - ଆପାତକାଳ ବ୍ଯବସ୍ଥା
- ଭାଗ ୧୯ - ବିବିଧ ବ୍ଯବସ୍ଥା
- ଭାଗ ୨୦ - ସମ୍ବିଧାନ ସଂଶୋଧନ
- ଭାଗ ୨୧ - ଅସ୍ଥାୟୀ, ମାଧ୍ଯମିକ ଓ ବିଶେଷ ବ୍ଯବସ୍ଥା
- ଭାଗ ୨୨ - ଲଘୁ ଶୀର୍ଷକ, ଆରମ୍ଭ ତାରିଖ, ହିନ୍ଦୀରେ ଆଧିକାରିକ ପାଠ ଏବଂ ପ୍ରତ୍ଯାହାର
ଆଧାର
[ସମ୍ପାଦନା]- ↑ Original edition with original artwork - The Constitution of India. New Delhi: Government of India. 26 November 1949. Archived from the original on 22 March 2019. Retrieved 22 March 2019.
- ↑ "Preface, The constitution of India" (PDF). Government of India. Archived (PDF) from the original on 31 March 2015. Retrieved 5 February 2015.
- ↑ Krithika, R. (21 January 2016). "Celebrate the supreme law". The Hindu. ISSN 0971-751X. OCLC 13119119. Archived from the original on 21 December 2016. Retrieved 24 July 2018.
- ↑ Nix, Elizabeth (9 August 2016). "Which country has the world's shortest written constitution?". History. A&E Networks. Archived from the original on 24 July 2018. Retrieved 24 July 2018.
- ↑ Pylee, Moolamattom Varkey (1994). India's Constitution (5th rev. and enl. ed.). New Delhi: R. Chand & Company. p. 3. ISBN 978-8121904032. OCLC 35022507.
- ↑ Limbach, Jutta (January 2001). "Constitutional Supremacy vs Parliamentary Supremacy". The Modern Law Review. Blackwell Publishing. 64 (1): 1–10. doi:10.1111/1468-2230.00306. Retrieved 14 June 2012.
- ↑ "Introduction to Constitution of India". Ministry of Law and Justice of India. 29 July 2008. Archived from the original on 22 October 2014. Retrieved 14 October 2008.
- ↑ Das, Hari (2002). Political System of India (Reprint ed.). New Delhi: Anmol Publications. p. 120. ISBN 978-8174884961.
- ↑ WP(Civil) No. 98/2002 (12 September 2002). "Aruna Roy & Ors. v. Union of India & Ors" (PDF). Supreme Court of India. p. 18/30. Archived (PDF) from the original on 7 May 2016. Retrieved 11 November 2015.
- ↑ "Preamble of the Constitution of India" (PDF). Ministry of Law & Justice. Archived from the original (PDF) on 9 October 2017. Retrieved 29 March 2012.
- ↑ Dhavan, Rajeev (26 November 2015). "Document for all ages: Why Constitution is our greatest achievement". Hindustan Times. OCLC 231696742. Archived from the original on 24 July 2018. Retrieved 24 July 2018.
- ↑ "The Constituent Assembly Debates (Proceedings):(9th December,1946 to 24 January 1950)". The Parliament of India Archive. Archived from the original on 29 September 2007. Retrieved 22 February 2008.
- ↑ Krithika, R. (21 January 2016). "Celebrate the supreme law". The Hindu. ISSN 0971-751X. OCLC 13119119. Archived from the original on 21 December 2016. Retrieved 24 July 2018.
- ↑ Yellosa, Jetling (26 November 2015). "Making of Indian Constitution". The Hans India. Archived from the original on 24 July 2018. Retrieved 24 July 2018.
- ↑ Laxmikanth, M. INDIAN POLITY. McGraw-Hill Education. ISBN 9789352604883. Retrieved 6 April 2019 – via Google Books.
- ↑ "Constitution Day: A look at Dr BR Ambedkar's contribution towards Indian Constitution". India Today. Ist. Archived from the original on 31 March 2019. Retrieved 6 April 2019
- ↑ "Denying Ambedkar his due". 14 June 2016. Archived from the original on 31 March 2019. Retrieved 6 April 2019.
- ↑ "Constituent Assembly of India Debates". 164.100.47.194. Archived from the original on 7 January 2019. Retrieved 6 April 2019.
- ↑ Lockette, Tim (18 November 2012). "Is the Alabama Constitution the longest constitution in the world?Truth Rating: 4 out of 5". The Anniston Star. Josephine Ayers. Archived from the original on 17 May 2019. Retrieved 24 July 2018.
- ↑ "Constitution of india". Ministry of Law and Justice, Govt. of India. Archived from the original on 25 March 2016. Retrieved 4 July 2010.
- ↑ "ONE HUNDRED AND FOURTH AMENDMENT" (PDF). Retrieved 12 December 2019.
- ↑ "Important Amendments in the Indian Constitution for UPSC". Jagran Josh.
ବାହାର ଆଧାର
[ସମ୍ପାଦନା]ଭାରତୀୟ ସମ୍ବିଧାନ ବାବଦରେ ଉଇକିମିଡ଼ିଆର ସହଯୋଗୀ ପ୍ରକଳ୍ପଗୁଡ଼ିକରୁ ଅଧିକ ଜାଣନ୍ତୁ: | |
ଉଇକିଅଭିଧାନରେ ଶବ୍ଦାର୍ଥମାନ ଖୋଜନ୍ତୁ | |
କମନ୍ସରେ ଛବି ଓ ମିଡ଼ିଆସବୁ ଖୋଜନ୍ତୁ | |
ଉଇକିମହାବିହାରରେ ଶିକ୍ଷଣ ଆଧାରମାନ ଖୋଜନ୍ତୁ | |
ଉଇକିସମ୍ବାଦରେ ସମ୍ବାଦ ଲେଖାମାନ ଖୋଜନ୍ତୁ | |
ଉଇକିକଥାରୁ ଢଗଢମାଳି ଓ କଥାମାନ | |
ଉଇକିଉତ୍ସରୁ ମୂଳାଧାର ଲେଖାମାନ | |
ଉଇକିପୋଥିରେ ପଢ଼ାବହିମାନ |
- Original Unamended version of the Constitution of India
- Ministry of Law and Justice of India – The Constitution of India Page
- Constitution of India as of 29 July 2008
- Constitutional predilections
- Commonwealth Legal Information Institute – Online Copy Archived 2008-10-22 at the Wayback Machine.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |