Jump to content

ସାଧାରଣତନ୍ତ୍ର

ଉଇକିପିଡ଼ିଆ‌ରୁ
ବିଭିନ୍ନ ପ୍ରଶାସନିକ ବ୍ୟବସ୍ଥା
ସାଧାରଣତାନ୍ତ୍ରିକ ପ୍ରଶାସନ:
  ବିଧାୟିକାଠାରୁ ଭିନ୍ନ ଏକ କାର୍ଯ୍ୟପାଳିକା ବିଶିଷ୍ଟ ରାଷ୍ଟ୍ରପତିକ ସାଧାରଣତନ୍ତ୍ର
  ଏକ କାର୍ଯ୍ୟପାଳିକା ଓ ଏକ ଭିନ୍ନ ପ୍ରଶାସନିକ ମୁଖ୍ଯ ଥିବା ଅର୍ଦ୍ଧ-ରାଷ୍ଟ୍ରପତିତନ୍ତ୍ର, ଯେଉଁଠାରେ ରାଷ୍ଟ୍ରପତିଙ୍କ ଦ୍ୱାରା ନିଯୁକ୍ତ ପ୍ରଶାସନିକ ମୁଖ୍ଯ ରାଷ୍ଟ୍ରର ବିଧାୟିକାଠାରେ ଉତ୍ତରଦାୟୀ
  ଏକ ନାମମାତ୍ର ଆନୁଷ୍ଠାନିକ କାର୍ଯ୍ୟପାଳିକା, ରାଷ୍ଟ୍ରପତି ଏବଂ ସଂସଦ ନିକଟରେ ଉତ୍ତରଦାୟୀ ଥିବା ଏକ ଭିନ୍ନ ବାସ୍ତବ ପ୍ରଶାସନିକ ମୁଖ୍ଯ, ପ୍ରଧାନମନ୍ତ୍ରୀ, ବିଶିଷ୍ଟ ସଂସଦୀୟ ଗଣତନ୍ତ୍ର
  ସଂସଦଠାରେ ଉତ୍ତରଦାୟୀ ରହୁନଥିବା ଏକ ସଂଯୁକ୍ତ ରାଷ୍ଟ୍ରମୁଖ୍ୟ ଓ ପ୍ରଶାସନିକ ମୁଖ୍ଯ ବିଶିଷ୍ଟ ସାଧାରଣତନ୍ତ୍ର

ରାଜତାନ୍ତ୍ରିକ ପ୍ରଶାସନିକ ରୂପ:
  ଏକ ନାମମାତ୍ର ଅପ୍ରଶାସନିକ ରାଜତନ୍ତ୍ରି ବିଶିଷ୍ଟ ସାମ୍ବିଧାନିକ ରାଜତନ୍ତ୍ର ଯେଉଁଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟପାଳିକା ପ୍ରଶାସନ କରିଥାଏ
  ଏକ ସାମ୍ବିଧାନିକ ରାଜତନ୍ତ୍ରି ବିଶିଷ୍ଟ ଅର୍ଦ୍ଧ-ସାମ୍ବିଧାନିକ ରାଜତନ୍ତ୍ର ଯେଉଁଠାରେ, ରାଜତ୍ବ ତଥାପି ମହତ୍ତ୍ବପୂର୍ଣ୍ଣ ଭୂମିକା ଓ କ୍ଷମତା ଗ୍ରହଣ କରିଥାଏ
  ସମ୍ପୂର୍ଣ୍ଣ ରାଜତନ୍ତ୍ର, ଯେଉଁଠାରେ ରାଜତନ୍ତ୍ରି କାର୍ଯ୍ୟପାଳିକାର ନେତୃତ୍ବ ନିଅନ୍ତି

  ଏକଦଳୀୟ ରାଜ୍ୟମାନ (ସୈଦ୍ଧାନ୍ତିକ ସାଧାରଣତନ୍ତ୍ର)
  ପ୍ରଶାସନ ପାଇଁ ନିର୍ଦ୍ଦିଷ୍ଟିତ ସାମ୍ବିଧାନିକ ବ୍ୟବସ୍ଥା ପ୍ରତ୍ୟାହାର କରାଯାଇଥିବା ରାଷ୍ଟ୍ରଗୁଡ଼ିକ
  ଉପରୋକ୍ତ ବ୍ୟବସ୍ଥାର କୌଣସି ରୂପଠାରୁ ଭିନ୍ନ ଏକ ରୂପ ଥିବା ରାଷ୍ଟ୍ର (ଉ.ସ୍ୱ. ମଧ୍ଯବର୍ତ୍ତୀକାଳୀନ ପ୍ରଶାସନ or ଅସ୍ପଷ୍ଟ ରାଜନୈତିକ ପରିସ୍ଥିତି)

ସାଧାରଣତନ୍ତ୍ର (ଲାଟିନ:ରେସ୍ ପବ୍ଲିକା), ଅର୍ଥାତ୍ "ଲୋକ ସମ୍ବନ୍ଧୀୟ", ହେଉଛି ଏକ ପ୍ରଶାସନିକ ରୂପ ଯେଉଁଠାରେ "କ୍ଷମତା ଜନସାଧାରଣଙ୍କ ପାଖରେ ଥାଏ ଏବଂ ତାଙ୍କର ପ୍ରତିନିଧିଙ୍କଦ୍ୱାରା ବ୍ୟବହାର କରାଯାଏ" ।[] ସାଧାରଣତନ୍ତ୍ରଗୁଡ଼ିକରେ, ଦେଶକୁ କୌଣସି ବ୍ଯକ୍ତିବିଶେଷଙ୍କ ବ୍ଯକ୍ତିଗତ ସମସ୍ୟା ବା ସମ୍ପତ୍ତି ପରିବର୍ତ୍ତେ ଏକ "ଲୋକ ସମ୍ପତ୍ତି" ରୂପେ ଗ୍ରହଣ କରାଯାଏ । କୌଣସି ସାଧାରଣତନ୍ତ୍ରରେ କ୍ଷମତାର ପ୍ରାଥମିକ ପଦଗୁଡ଼ିକ, ଗଣତନ୍ତ୍ର କିମ୍ବା କୌଣସି ଏକ ଅଳ୍ପତନ୍ତ୍ରୀ ବା ଏକତନ୍ତ୍ରୀଙ୍କ ପାଇଁ ନିରଙ୍କୁଶ ଭାବେ ସଂରକ୍ଷଣ କରାନଯାଇ ଗଣତନ୍ତ୍ର ସହ ମିଶ୍ରଣଦ୍ୱାରା ପ୍ରାପ୍ତ କରାଯାଇଥାଏ । ଆଧୁନିକ ସାଧାରଣତନ୍ତ୍ରବାଦ, ରାଜତନ୍ତ୍ରର ବିକଳ୍ପ ହୋଇପାରିଛି, ତେଣୁ ରାଜତନ୍ତ୍ର ପରି ସାଧାରଣତନ୍ତ୍ରରେ ରାଷ୍ଟ୍ରମୁଖ୍ୟ କୌଣସି ବଂଶାନୁକ୍ରମିକ ରାଜତନ୍ତ୍ରୀ ନହୋଇ ସାଧାରଣ ଜନତାଙ୍କ ମଧ୍ଯରୁ ନିର୍ବାଚିତ ବ୍ଯକ୍ତି ହୋଇଥାନ୍ତି ।[][][]

ବର୍ତ୍ତମାନ (୨୦୧୭ ମସିହା) ସୁଦ୍ଧା ୨୦୬ ସାର୍ବଭୌମ ଦେଶମାନଙ୍କ ମଧ୍ଯରୁ ୧୫୯ଟି ଦେଶ ନିଜର ଆଧିକାରିକ ନାମରେ "ସାଧାରଣତନ୍ତ୍ର ବା ଗଣରାଜ୍ୟ (ଇଂରାଜୀରେ Republic ରିପବ୍ଲିକ)" ବ୍ୟବହାର କରିଛନ୍ତି । କିନ୍ତୁ ବାସ୍ତବରେ ଏମାନଙ୍କ ମଧ୍ଯରୁ କେତେକ ଦେଶରେ ଏକ ସାଧାରଣତାନ୍ତ୍ରିକ ସରକାର ସ୍ଥାପନ ହୋଇ ନାହିଁ କିମ୍ବା ସାଧାରଣତାନ୍ତ୍ରିକ ସରକାର ଥିଲେ ମଧ୍ଯ କେତେକ ଦେଶ ନିଜ ନାମରେ ସାଧାରଣତନ୍ତ୍ରର ବ୍ୟବହାର କରିନାହାନ୍ତି ।

  1. "Republic | Definition of Republic by Oxford Dictionary on Lexico.com also meaning of Republic". Lexico Dictionaries | English (in ଇଂରାଜୀ). Archived from the original on 2021-01-27. Retrieved 2021-01-14.
  2. Bohn, H. G. (1849). The Standard Library Cyclopedia of Political, Constitutional, Statistical and Forensic Knowledge (in ଇଂରାଜୀ). p. 640. A republic, according to the modern usage of the word, signifies a political community which is not under monarchical government ... in which one person does not possess the entire sovereign power.
  3. "Definition of Republic". Merriam-Webster Dictionary (in ଆମେରିକୀୟ ଇଂରାଜୀ). Retrieved 2017-02-18. a government having a chief of state who is not a monarch ... a government in which supreme power resides in a body of citizens entitled to vote and is exercised by elected officers and representatives responsible to them and governing according to law
  4. "The definition of republic". Dictionary.com. Retrieved 2017-02-18. a state in which the supreme power rests in the body of citizens entitled to vote and is exercised by representatives chosen directly or indirectly by them. ... a state in which the head of government is not a monarch or other hereditary head of state.