ଭାନୁଗଙ୍ଗ ତ୍ରିଭୂବନ ଦେବ
ଭାନୁଗଙ୍ଗ ତ୍ରିଭୂବନ ଦେବ | |
---|---|
ବିଧାୟକ: ୪ର୍ଥ, ୫ମ, ୬ଷ୍ଠ, ୭ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୬୭ – ୧୯୮୦ | |
ପୂର୍ବ ଅଧିକାରୀ | ଜୟଦେବ ଠାକୁର |
ପର ଅଧିକାରୀ | ଅଶ୍ୱିନୀ କୁମାର ବେହେରା |
ନିର୍ବାଚନ ମଣ୍ଡଳୀ | ଦେବଗଡ଼ |
ବିଧାୟକ: ୩ୟ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୬୧ – ୧୯୬୭ | |
ପୂର୍ବ ଅଧିକାରୀ | ଶ୍ରଦ୍ଧାକର ସୁପକାର |
ପର ଅଧିକାରୀ | ଭିକାରି ସୁନା |
ନିର୍ବାଚନ ମଣ୍ଡଳୀ | ରେଢ଼ାଖୋଲ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୨୫ ଫେବୃଆରୀ ୧୯୧୪ |
ମୃତ୍ୟୁ | ୨୦ ସେପ୍ଟେମ୍ବର ୧୯୮୨ | (ବୟସ ୬୮)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଜନତା ପାର୍ଟି |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ସ୍ୱତନ୍ତ୍ର ପାର୍ଟି |
ଜୀବନ ସାଥୀ | ଜ୍ୟୋତି ମଞ୍ଜରୀ ଦେବୀ |
ସନ୍ତାନ | ପ୍ରଦୀପ୍ତ ଗଙ୍ଗଦେବ |
ବାପା/ବୋଉ | ବିଦ୍ୟଶଙ୍କର ସୁବଳ ଦେବ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଭାନୁଗଙ୍ଗ ତ୍ରିଭୂବନ ଦେବ (୨୫ ଫେବୃଆରୀ ୧୯୧୪ - ୨୦ ସେପ୍ଟେମ୍ବର ୧୯୮୨) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରଜନୀତିରେ ସ୍ୱତନ୍ତ୍ର ପାର୍ଟି ଓ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ପାଞ୍ଚଥର କାର୍ଯ୍ୟ କରିଥିଲେ । ୧୯୬୧, ୧୯୬୭, ୧୯୭୧, ୧୯୭୪ ଓ ୧୯୭୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ରେଢ଼ାଖୋଲ ଓ ଦେବଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୩ୟ, ୪ର୍ଥ, ୫ମ, ୬ଷ୍ଠ ଓ ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ଭାନୁଗଙ୍ଗ ତ୍ରିଭୂବନ ଦେବ ୧୯୧୪ ମସିହାର ଫେବୃଆରୀ ମାସ ୨୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବିଦ୍ୟଶଙ୍କର ସୁବଳ ଦେବ ଓ ପତ୍ନୀଙ୍କ ନାମ ଜ୍ୟୋତି ମଞ୍ଜରୀ ଦେବୀ । ତାଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା ଡିପ୍ଲୋମା ।[୨]
ରାଜନୈତିକ ଜୀବନ
[ସମ୍ପାଦନା]ଭାନୁଗଙ୍ଗ ଓଡ଼ିଶା ରାଜନୀତିରେ ସ୍ୱତନ୍ତ୍ର ପାର୍ଟି ଓ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ପାଞ୍ଚଥର କାର୍ଯ୍ୟ କରିଥିଲେ । ସେ ୨୧ ଜାନୁଆରୀ ୧୯୭୨ରୁ ୧୪ ଜୁନ ୧୯୭୨ଯାଏଁ ଓଡ଼ିଶା ସରକାରଙ୍କ ମନ୍ତ୍ରୀମଣ୍ଡଳରେ କାର୍ଯ୍ୟ କରୁଥିଲେ ।[୨]
ବିଧାନ ସଭା ସଭ୍ୟ ବିବରଣୀ
[ସମ୍ପାଦନା]ଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
---|---|---|---|---|
୧୯୬୧ | ୧୯୬୭ | ସଭ୍ୟ, ୩ୟ ଓଡ଼ିଶା ବିଧାନ ସଭା | ରେଢ଼ାଖୋଲ | ସ୍ୱତନ୍ତ୍ର ପାର୍ଟି |
୧୯୬୭ | ୧୯୭୧ | ସଭ୍ୟ, ୪ର୍ଥ ଓଡ଼ିଶା ବିଧାନ ସଭା | ଦେବଗଡ଼ | ସ୍ୱତନ୍ତ୍ର ପାର୍ଟି |
୧୯୭୧ | ୧୯୭୩ | ସଭ୍ୟ, ୫ମ ଓଡ଼ିଶା ବିଧାନ ସଭା | ଦେବଗଡ଼ | ସ୍ୱତନ୍ତ୍ର ପାର୍ଟି |
୧୯୭୪ | ୧୯୭୭ | ସଭ୍ୟ, ୬ଷ୍ଠ ଓଡ଼ିଶା ବିଧାନ ସଭା | ଦେବଗଡ଼ | ସ୍ୱତନ୍ତ୍ର ପାର୍ଟି |
୧୯୭୭ | ୧୯୮୦ | ସଭ୍ୟ, ୭ମ ଓଡ଼ିଶା ବିଧାନ ସଭା | ଦେବଗଡ଼ | ଜନତା ପାର୍ଟି |
ମୃତ୍ୟୁ
[ସମ୍ପାଦନା]ଭାନୁଗଙ୍ଗ ତ୍ରିଭୂବନ ଦେବ ୧୯୮୨ ମସିହାର ସେପ୍ଟେମ୍ବର ମାସ ୨୦ ତାରିଖରେ ମୃତ୍ୟୁବରଣ କରିଥିଲେ ।[୨] ମୃତ୍ୟୁବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା ।
ଆଧାର
[ସମ୍ପାଦନା]- ↑ "LIST OF MEMBERS OF ODISHA LEGISLATIVE ASSEMBLY (1951–2004)" (PDF). ODISHA REFERENCE ANNUAL: 458. 2011. Archived from the original (PDF) on 2 October 2020. Retrieved 29 August 2020.
- ↑ ୨.୦ ୨.୧ ୨.୨ "Shri Bhanuganga Tribhuban Deb". odishaassembly.nic.in. Odisha Assembly. Retrieved 9 September 2020.