ବୈରାଗୀ ଜେନା
ବୈରାଗୀ ଜେନା | |
---|---|
ବିଧାୟକ: ୩ୟ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୬୧ – ୧୯୬୭ | |
ପୂର୍ବ ଅଧିକାରୀ | ନନ୍ଦକିଶୋର ଜେନା |
ପର ଅଧିକାରୀ | ମନମୋହନ ଦାସ |
ନିର୍ବାଚନ ମଣ୍ଡଳୀ | ଚାନ୍ଦବାଲି |
ବିଧାୟକ: ୬ଷ୍ଠ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୭୪ – ୧୯୭୭ | |
ପର ଅଧିକାରୀ | କପିଳ ଚରଣ ସେଠୀ |
ନିର୍ବାଚନ ମଣ୍ଡଳୀ | ଭଣ୍ଡାରିପୋଖରୀ |
ବିଧାୟକ: ୧୦ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୯୦ – ୧୯୯୫ | |
ପୂର୍ବ ଅଧିକାରୀ | ନେତ୍ରାନନ୍ଦ ମଲ୍ଲିକ |
ପର ଅଧିକାରୀ | ନେତ୍ରାନନ୍ଦ ମଲ୍ଲିକ |
ନିର୍ବାଚନ ମଣ୍ଡଳୀ | ଚାନ୍ଦବାଲି |
ସାଂସଦ: ୬ଷ୍ଠ ଲୋକ ସଭା | |
କାର୍ଯ୍ୟକାଳ ୧୯୭୭ – ୧୯୭୯ | |
ପୂର୍ବ ଅଧିକାରୀ | ଅର୍ଜୁନ ଚରଣ ସେଠୀ |
ପର ଅଧିକାରୀ | ଅର୍ଜୁନ ଚରଣ ସେଠୀ |
ନିର୍ବାଚନ ମଣ୍ଡଳୀ | ଭଦ୍ରକ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୪ ଜୁନ ୧୯୨୯ |
ମୃତ୍ୟୁ | ୯ ଜୁଲାଇ ୨୦୦୨ | (ବୟସ ୭୩)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଜନତା ଦଳ |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଭାରତୀୟ ଜାତୀୟ କଂଗ୍ରେସ ଉତ୍କଳ କଂଗ୍ରେସ |
ଜୀବନ ସାଥୀ | ସୁମତୀ ଦେବୀ |
ସନ୍ତାନ | ୩ ପୁଅ, ଗୋଟିଏ ଝିଅ |
ବାପା/ବୋଉ | ଦୈତାରୀ ଜେନା |
ବୃତ୍ତି | ରାଜନୀତିଜ୍ଞ |
ବୈରାଗୀ ଜେନା (୪ ଜୁନ ୧୯୨୯ - ୯ ଜୁଲାଇ ୨୦୦୨) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଜନତା ଦଳ, ଭାରତୀୟ ଲୋକ ଦଳ, ଭାରତୀୟ ଜାତୀୟ କଂଗ୍ରେସ, ଉତ୍କଳ କଂଗ୍ରେସ ଆଦିର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ବୈରାଗୀ ଓଡ଼ିଶା ବିଧାନ ସଭାକୁ ତିନିଥର ଏବଂ ଲୋକ ସଭାକୁ ଥରେ ନିର୍ବାଚିତ ହୋଇଥିଲେ ।[୧][୨][୩][୪]
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ବୈରାଗୀ ଜେନା ୧୯୨୯ ମସିହାର ଜୁନ ମାସ ୪ ତାରିଖରେ ବାଲେଶ୍ୱର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।[୫] ତାଙ୍କ ବାପାଙ୍କ ନାମ ଥିଲା ଦୈତାରୀ ଜେନା । ସେ କଳାରେ ଇଣ୍ଟରମିଡିଏଟ୍ କରିଥିଲେ । ବୈରାଗୀ ସୁମିତା ଦେବୀଙ୍କୁ ବିବାହ କରିଥିଲେ । ଏହି ଦମ୍ପତ୍ତିଙ୍କର ଗୋଟିଏ ପୁଅ ଓ ୩ଟି ଝିଅ ଅଛନ୍ତି ।
ରାଜନୈତି ଜୀବନ
[ସମ୍ପାଦନା]ବୈରାଗୀ ଜେନା ଓଡ଼ିଶା ତଥା ଭାରତୀୟ ରାଜନୀତିରେ ଜନତା ଦଳ, ଭାରତୀୟ ଲୋକ ଦଳ, ଭାରତୀୟ ଜାତୀୟ କଂଗ୍ରେସ, ଉତ୍କଳ କଂଗ୍ରେସ ଆଦିର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ ।
ବୈରାଗୀ ୧୯୬୧ ମସିହାରେ ପ୍ରଥମଥର ପାଇଁ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଚାନ୍ଦାବାଲି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ସେ ୧୯୬୧ ମସିହାରେ ଓଡ଼ିଶା ବିଧାନ ସଭା ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସର ପ୍ରତିନିଧି ଭାବରେ ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାରେ ସେ ୧୯୬୧ ମସିହାରୁ ୧୯୬୭ ମସିହାଯାଏଁ କାର୍ଯ୍ୟ କରିଥିଲେ ।
ଏହାପରେ ୧୯୭୪ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଉତ୍କଳ କଂଗ୍ରେସର ପ୍ରତିନିଧି ଭାବରେ ଭଣ୍ଡାରିପୋଖରୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାରେ ସେ ୧୯୭୪ ମସିହାରୁ ୧୯୭୭ ମସିହାଯାଏଁ କାର୍ଯ୍ୟ କରିଥିଲେ ।
୧୯୭୭ ମସିହାରେ ହୋଇଥିବା ଭାରତୀୟ ସାଧାରଣ ନିର୍ବାଚନରେ ସେ ଭଦ୍ରକ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଲୋକ ଦଳର ପ୍ରତିନିଧି ଭାବରେ ୬ଷ୍ଠ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ଲୋକ ସଭାରେ ସେ ୧୯୭୭ ମସିହାରୁ ୧୯୭୯ ମସିହାଯାଏଁ କାର୍ଯ୍ୟ କରିଥିଲେ ।
୧୯୯୦ ମସିହାରେ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଜନତା ଦଳର ପ୍ରତିନିଧି ଭାବରେ ପୁଣିଥରେ ଚାନ୍ଦବାଲି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାରେ ସେ ୧୯୯୦ ମସିହାରୁ ୧୯୯୫ ମସିହାଯାଏଁ କାର୍ଯ୍ୟ କରିଥିଲେ ଏବଂ ବିଜୁ ପଟ୍ଟନାୟକଙ୍କର ସରକାରରେ ସେ ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ବୈରାଗୀ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଭାବରେ ୨ ଜାନୁଆରୀ ୧୯୯୧ରୁ ୪ ଜାନୁଆରୀ ୧୯୯୩ ଯାଏଁ କାର୍ଯ୍ୟ କରିଥିଲେ ଏବଂ ୪ ଜାନୁଆରୀ ୧୯୯୩ରୁ ୧୫ ମାର୍ଚ୍ଚ ୧୯୯୫ ଯାଏଁ ସୂଚନ ଓ ଲୋକସମ୍ପର୍କ ବିଭାଗର ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।
ମୃତ୍ୟୁ
[ସମ୍ପାଦନା]ବୈରାଗୀ ଜେନା ୨୦୦୨ ମସିହାର ଜୁଲାଇ ମାସ ୯ ତାରିଖରେ ମୃତ୍ୟୁବରଣ କରିଥିଲେ ।[୫] ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା । ୨୦୦୨ ମସିହାର ସେପ୍ଟେମ୍ବର ମାସ ୨୩ ତାରିଖରେ ତାଙ୍କ ପାଇଁ ବିଧାନ ସଭା ଗୃହରେ ଶୋକ ପାଳନ କରାଯାଇଥିଲା ।[୫]
ଆଧାର
[ସମ୍ପାଦନା]- ↑ "General Elections 2004 Partywise Comparison Since 1977 Lok Sabha Elections Bhadrak Parliamentary Constituency". Election Commission of India. Retrieved 19 January 2019.
- ↑ Lok Sabha Debates. Lok Sabha Secretariat. 2002. p. 1. Retrieved 19 January 2019.
- ↑ The Journal of Parliamentary Information. Lok Sabha Secretariat. 1991. p. 198. Retrieved 19 January 2019.
- ↑ The Times of India Directory and Year Book Including Who's who. 1979. p. 791. Retrieved 19 January 2019.
- ↑ ୫.୦ ୫.୧ ୫.୨ "Late Bairagi Jena". odishaassembly.nic.in. Odisha Assembly. Retrieved 9 April 2019.