Topic on ବ୍ୟବହାରକାରୀଙ୍କ ଆଲୋଚନା:Jnanaranjan sahu/Structured Discussions Archive 1

Ssgapu22 (ଆଲୋଚନାଅବଦାନ)

ଏସିଆ ମାସ ଗଣସମ୍ପାଦନା, ୨୦୧୮ରେ ଭାଗ ନେବାକୁ ନିମନ୍ତ୍ରଣ

ଏସିଆ ମାସ ଗଣସମ୍ପାଦନା, ୨୦୧୮
ନମସ୍କାର,
ଏସିଆ ମାସ ଗଣ-ସମ୍ପାଦନା, ୨୦୧୮ ଆସନ୍ତା ନଭେମ୍ବର ମାସ ୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ୨୦୧୬ ମସିହାରୁ ଏହି ଗଣ-ସମ୍ପାଦନା ଆରମ୍ଭ ହୋଇଥିଲା ଏବଂ ପୂର୍ବ ଦୁଇଥର ଭଳି ଏହିଥର ମଧ୍ୟ ଓଡ଼ିଆ ଉଇକିପିଡ଼ିଆ ଉଇଜର ଗ୍ରୁପ ଏହି ଗଣ-ସମ୍ପାଦନାରେ ଅଂଶଗ୍ରହଣ କରୁଛି, ଯାହାକି ନଭେମ୍ବର ୩୦ ଯାଏଁ ଗୋଟେ ମାସ ଧରି ଚାଲିବ । ଏହି ଗଣ-ସମ୍ପାଦନାରେ ଏସିଆ ମହାଦେଶ ଅନ୍ତର୍ଗତ ବିଭିନ୍ନ ପ୍ରସଙ୍ଗମାନ ଲେଖାଯାଏ, ମାତ୍ର ସେହି ପ୍ରସଙ୍ଗଗୁଡ଼ିକ ନିଜ ଦେଶର ହୋଇନଥିବ । ଯେମିତିକି ଆମେ ଭାରତ ବାହାରେ ଥିବା ଅନ୍ୟାନ୍ୟ ଦେଶମାନଙ୍କର ଭିନ୍ନ ଭିନ୍ନ ବିଷୟରେ ପ୍ରସଙ୍ଗମାନ ଲେଖିପାରିବା ।
ଏହି ଗଣ-ସମ୍ପାଦନାର ମୂଳ ଲକ୍ଷ ହେଉଛି ଉଇକିପିଡ଼ିଆ ସମୂଦାୟସ‌ହ ଏକ ବନ୍ଧୁତ୍ୱପୂର୍ଣ୍ଣ ଭାବର ଆଦାନପ୍ରଦାନ । ଆମେ ଏହି ଗଣ-ସମ୍ପାଦନା ଫଳରେ ଅନ୍ୟ ଦେଶର ଚାଲିଚଳନି, ପରମ୍ପରା, ସଭତ୍ୟା, ସଂସ୍କୃତି, ଖାଦ୍ୟପେୟ, ସ୍ଥାନ, ଲୋକ ଆଦି ବିଷୟରେ ସମ୍ୟକ ସୂଚନା ପାଇପାରିବା । ଏହି ଗଣ-ସମ୍ପାଦନାରେ ଭାଗ ନେଉଥିବା ଉଇକିଆଳିମାନଙ୍କ ପାଇଁ ମଧ୍ୟ ଏକ ସ୍ୱତନ୍ତ୍ର ପୁରସ୍କାର ରହିଛି । ଗଣ-ସମ୍ପାଦନାଟିରେ ଭାଗ ନେବାପାଇଁ ଏଠାରେ ନିଜର ନାମ ଯୋଡ଼ନ୍ତୁ ଏବଂ ପ୍ରସଙ୍ଗ‌ଗୁଡ଼ିକ ତିଆରି କରିବା ଆଗରୁ ନିୟମାବଳୀକୁ ଥରେ ପଢ଼ିବାକୁ ଅନୁରୋଧ । କୌଣସି ପ୍ରକାରର ସ‌ହାଯ୍ୟ ପାଇଁ ସ‌ହାୟତା ପୃଷ୍ଠା ଦେଖିପାରିବେ ।

--ଗପୁ (ମୋ ଆଲୋଚନା) ୨୦:୧୦, ୫ ନଭେମ୍ବର ୨୦୧୮ (IST)

"ଏସିଆ ମାସ ଗଣ-ସମ୍ପାଦନାରେ ଭାଗ ନେବାକୁ ନିମନ୍ତ୍ରଣ"ଙ୍କୁ ଉତ୍ତର