"ଲକ୍ଷ୍ମଣ ନାୟକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ସଜାଣି
୨୧ କ ଧାଡ଼ି: ୨୧ କ ଧାଡ଼ି:


==ସମୟସାମୟିକ ଆଦିବାସୀ ବିପ୍ଲବ==
==ସମୟସାମୟିକ ଆଦିବାସୀ ବିପ୍ଲବ==
୧୯୨୧ ମସିହାରେ [[ମହାତ୍ମାଗାନ୍ଧି]]ଙ୍କ ଡାକରାରେ [[ଅସହଯୋଗ ଆନ୍ଦୋଳନ]] ଆରମ୍ଭ ହୋଇଥିଲା ଓ ଏହାର ଦମନ ସ୍ବରୂପ ବ୍ରିଟିଶ ସରକାର ନାନାଦି ଅତ୍ୟାଚାର ସହ ନୂତନ ଟିକସ ମାନ ଲାଗୁ କରିଥିଲେ । ଏହି ସମୟରେ ବିଭିନ୍ନ ସଶସ୍ତ୍ର ଆଦିବାସୀ ବିଦ୍ରୋହ ଦେଖାଯାଇଥିଲା । କୋରାପୁଟ ଜିଲ୍ଲାର ଗୁଣୁପୁର ,ରାୟଗଡାରେ “ଗୁମ୍ମା ଗରବା ମେଳି” ବା “ଗାଇବା ପିଲା ମେଳି ” ସଂଘଟିତ ହେଇଥଲା । [[ପାରଳାଖେମୁଣ୍ଡି]] ଅଞ୍ଚଳର ମୁଠାଦାର ମାନେ ସରକାରଙ୍କ ବିରୁଦ୍ଧରେ ମେଳି କରିଥିଲେ । କୋରପୁଟକୁ ଲାଗି [[ମଧ୍ୟପ୍ରଦେଶ]] ( ବର୍ତମାନର [[ଛତିଶଗଡ଼]] )ରେ “ବସ୍ତର ମେଳି” ନାମରେ ବିପ୍ଲବ ହେଇଥିଲା । ଏହି ସମୟରେ [[ଆନ୍ଧ୍ରପ୍ରଦେଶ]]ରେ ଆଲୁରୀ ସୀତାରାମ ରାଜୁଙ୍କ ନେତୃତ୍ୱରେ ''ରମ୍ଫା ଫିତୁରୀ '' ବା ମେଳି ଅନ୍ୟତମ ମୁଖ୍ୟ ଘଟଣା । ଏହି ମେଳି ଆଦିବାସୀମାନଙ୍କ ମଧ୍ୟରେ ବହୁଳ ଭାବରେ ବନ୍ଧୁକର ବ୍ୟବହାର ପ୍ରସାର କରିଥିଲା । ଏହା ଲକ୍ଷ୍ମଣ ନାୟକଙ୍କ ସ୍ଥାନ ମାଲକାନିଗିରି ଓ ଆନ୍ଧ୍ରର ପର୍ବତ୍ୟାଞ୍ଚଳରେ ସଂଘଟିତ ହେଇଥିଲା । ଏହି ମେଳିରେ ଯୋଗଦାନ କରିଥିବା କକୁର୍କୋଣ୍ଡଆ ଗ୍ରାମର କୋୟା ୟୁବକ ଚନ୍ଦ୍ର କୁଟିୟାଙ୍କ ସଂସ୍ପର୍ଶରେ ଲକ୍ଷ୍ମଣ ଆସି ତାଙ୍କଠୁ ବନ୍ଧୁକ ଚାଳନା ଶିକ୍ଷା କରିବା ସହ ନିଜ ଅଞ୍ଚଳରେ ସଶସ୍ତ୍ର ବିପ୍ଲବ ନିମନ୍ତେ ପରିକଳ୍ପନା କରିଥିଲେ । ମାତ୍ର ପରବର୍ତ୍ତୀ ସମୟରେ ପରାସ୍ତ ସୀତାରାମ ରାଜୁଙ୍କ ଆତ୍ମସମର୍ପଣ ସହ ଏହି ବିପ୍ଲବ ଓ ଯୋଜନାର ଅବସାନ ଘଟିଥିଲା ।
୧୯୨୧ ମସିହାରେ ମହାତ୍ମାଗାନ୍ଧିଙ୍କ ଡାକରାରେ ଅସହଯୋଗ ଆନ୍ଦୋଳନ ଆରମ୍ଭ ହୋଇଥିଲା ଓ ଏହାର ଦମନ ସ୍ବରୂପ ବ୍ରିଟିଶ୍ ସରକାର ନାନାଦି ଅତ୍ୟାଚାର ସହ ନୂତନ ଟିକସ ମାନ ଲାଗୁ କରିଥିଲେ । ଏହି ସମୟରେ ବିଭିନ୍ନ ସଶସ୍ତ୍ର ଆଦିବାସୀ ବିଦ୍ରୋହ ଦେଖାଯାଇଥିଲା । କୋରାପୁଟ ଜିଲ୍ଲାର ଗୁଣୁପୁର , ରାୟଗଡାରେ “ଗୁମ୍ମା ଗରବା ମେଳି” ବା “ଗାଇବା ପିଲା ମେଳି ” ସଂଘଟିତ ହେଇଥଲା । ପାରଳାଖେମୁଣ୍ଡି ଅଞ୍ଚଳର ମୁଠାଦାର ମାନେ ସରକାରଙ୍କ ବିରୁଦ୍ଧରେ ମେଳି କରିଥିଲେ । କୋରପୁଟକୁ ଲାଗି ମଧ୍ୟପ୍ରଦେଶ ( ବର୍ତମାନର ଛତିଶଗଡ )ରେ “ବସ୍ତର ମେଳି” ନାମରେ ବିପ୍ଲବ ହେଇଥିଲା ।

ଏହି ସମୟରେ ଆନ୍ଧ୍ରପ୍ରଦେଶରେ ଆଲୁରୀ ସୀତାରାମ୍ ରାଜୁଙ୍କ ନେତୃତ୍ୱରେ “ରମ୍ଫା ଫିତୁରୀ “ ବା ମେଳି ଅନ୍ୟତମ ମୁଖ୍ୟ ଘଟଣା । ଏହି ମେଳି ଆଦିବାସୀମାନଙ୍କ ମଧ୍ୟରେ ବହୁଳ ଭାବରେ ବନ୍ଧୁକର ବ୍ୟବହାର ପ୍ରସାର କରିଥିଲା । ଏହା ଲକ୍ଷ୍ମଣ ନାୟକଙ୍କ ସ୍ଥାନ ମାଲକାନିଗିରି ଓ ଆନ୍ଧ୍ରର ପର୍ବତ୍ୟାଞ୍ଚଳରେ ସଂଘଟିତ ହେଇଥିଲା । ଏହି ମେଳିରେ ଯୋଗଦନ କରିଥିବା , କକୁର୍କୋଣ୍ଡଆ ଗ୍ରାମର କୋୟା ୟୁବକ ଚନ୍ଦ୍ର କୁଟିୟାଙ୍କ ସଂସ୍ପର୍ଶରେ ଲକ୍ଷ୍ମଣ ଆସି ତାଙ୍କଠୁ ବନ୍ଧୁକ ଚାଳନା ଶିକ୍ଷା କରିବା ସହ , ନିଜ ଅଞ୍ଚଳରେ ସଶସ୍ତ୍ର ବିପ୍ଲବ ନିମନ୍ତେ ପରିକଳ୍ପନା କରିଥିଲେ । ମାତ୍ର ପରବର୍ତ୍ତୀ ସମୟରେ ପରାସ୍ତ ସୀତାରାମ୍ ରାଜୁଙ୍କ ଆତ୍ମସମର୍ପଣ ସହ ଏହି ବିପ୍ଲବ ଓ ଯୋଜନାର ଅବସାନ ଘଟିଥିଲା ।


== ସ୍ବାଧିନତା ସଂଗ୍ରାମ ==
== ସ୍ବାଧିନତା ସଂଗ୍ରାମ ==

୧୦:୪୬, ୧୨ ଅପ୍ରେଲ ୨୦୧୬ ଅନୁସାରେ କରାଯାଇଥିବା ବଦଳ

ଲକ୍ଷ୍ମଣ ନାୟକ
ମୃତ୍ୟୁ୨୯ ମାର୍ଚ୍ଚ ୧୯୪୩(1943-03-29) (ବୟସ ୪୩)
ଜାତୀୟତାଭାରତୀୟ

ଲକ୍ଷ୍ମଣ ନାୟକ ( ୨୨ ନଭେମ୍ବର ୧୮୯୯ - ୨୯ ମାର୍ଚ୍ଚ ୧୯୪୩ ) ଓଡ଼ିଶାର ଜଣେ ଅଗ୍ରଣି ସ୍ଵାଧୀନତା ସଂଗ୍ରାମୀ । ଲକ୍ଷ୍ମଣ ନାୟକ ୧୮୯୯ ମସିହା ନଭେମ୍ବର ୨୨ ତାରିଖରେ ମାଲକାନଗିରି ଜିଲ୍ଲାର ତେନ୍ତୁଲିଗୁମ୍ମା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଲକ୍ଷ୍ମଣ ଥିଲେ ଦ୍ୱିତୀୟ ସନ୍ତାନ, ବଡଭାଇ ସନିଆ ଓ ସାନଭାଇ ଧନ ଭୁମିୟା । ତାଙ୍କ ପିତା ପଦଲମ ନାୟକ ଜାତିରେ ବୀର ଭୁମିୟା ଓ ଚାଷ ଥିଲା ଜୀବିକା । ଗ୍ରାମବାସୀଙ୍କ ମନୋନୟନ ଅନୁଯାୟୀ ତାଙ୍କୁ କୋରାପୁଟ ରାଜା ତୃତୀୟ ବିକ୍ରମଦେବ (ରାଜଗାଦୀ ୧୮୮୯ ରୁ ୧୯୨୦ ) ମୁସ୍ତାଦାର ବା ନାୟକ ପଦର ନିୟୁକ୍ତ କରିଥିଲେ । ଦାୟିତ୍ବ ଥିଲା ତେନ୍ତୁଲିଗୁମା,ବେଜୁଣୀଗୁଡା,ଲେକିଗୁଡା, ଅଅଁଳାଗୁଡାର ଖଜଣା ଆଦାୟ ।

ସଂକ୍ଷିପ୍ତ ବ୍ୟକ୍ତିଗତ ଜୀବନ

ନିକଟରେ କୌଣସି ବିଦ୍ୟାଳୟ ନ ଥିବାରୁ କୋଲାବ ନଦୀ କୁଳର ବାଲିପଠାକୁ ସିଲଟ ଭାବରେ ବ୍ୟବହାର କରି ପିତା ପଦଲମଙ୍କ ଠାରୁ ଅକ୍ଷର ଶିକ୍ଷା କରିଥିଲେ । ତେନ୍ତୁଲିଗୁମ୍ମାର ଲୋକମାନେ ଓଡ଼ିଆ,ପରଜା,ଗାଦବା ଭାଷା ମିଶାମିଶି ଦେଶୀୟ ଭାଷା କହୁଥିଲେ । ଲକ୍ଷ୍ମଣ ଉଭୟ ଦେଶୀୟ ଓ ଓଡ଼ିଆ ଭାଷା କହିପାରୁଥିଲେ । ୧୯ ବର୍ଷ ବୟସରେ ସାନଗୁମ୍ମାର ଘାସି ଭୁମିୟାନଙ୍କ କନ୍ୟା ମଙ୍ଗୁଳିଙ୍କୁ ବିବାହ କରିଥିଲେ । ସେ ଆଦିବାସୀମାନଙ୍କ ମଧ୍ୟରେ ପ୍ରଚଳିତ ଗୁଣିଆ ଓ ତିଶାରି ବୃତ୍ତିରେ ପାରଙ୍ଗମ ଥିଲେ । ଗୁଣିଆ ବୃତ୍ତି ହେଉଚି ଆଦିବାସୀ ମାନଙ୍କ ମଧ୍ୟରେ ଡାକ୍ତରୀ ବିଦ୍ୟା । ଜଣେ ଗୁଣିଆକୁ ବଣଜଙ୍ଗଲରୁ ଔଷଧୀୟ ସାମଗ୍ରୀ ସଂଗ୍ରହ କରିବା ସହ ଝାଡଣ,ଫୁଙ୍କଣ ଆଦି କରିବାକୁ ପଡେ । ତିଶାରି ବୃତ୍ତି ହେଉଚି ଦେବାରଧନା ବା ପୂଜକର ଦାୟିତ୍ବ । ୧୯୩୦ ମସିହାରେ ପିତା ପଦଲମ୍ ବୟସାଧିକ୍ୟ କାରଣରୁ ଅବସର ନେବାପରେ ଲକ୍ଷ୍ମଣଙ୍କୁ ମୁସ୍ତାଦାର୍ ଭାବରେ ନିୟୁକ୍ତି କରାଯାଇଥିଲା । ଏହାପରେ ସେ ଲକ୍ଷ୍ମଣ ଭୁମିୟା ରୁ ଲକ୍ଷ୍ମଣ ନାୟକ ଭାବରେ ପରିଚିତ ହୋଇଥିଲେ ।

ସମୟସାମୟିକ ଆଦିବାସୀ ବିପ୍ଲବ

୧୯୨୧ ମସିହାରେ ମହାତ୍ମାଗାନ୍ଧିଙ୍କ ଡାକରାରେ ଅସହଯୋଗ ଆନ୍ଦୋଳନ ଆରମ୍ଭ ହୋଇଥିଲା ଓ ଏହାର ଦମନ ସ୍ବରୂପ ବ୍ରିଟିଶ ସରକାର ନାନାଦି ଅତ୍ୟାଚାର ସହ ନୂତନ ଟିକସ ମାନ ଲାଗୁ କରିଥିଲେ । ଏହି ସମୟରେ ବିଭିନ୍ନ ସଶସ୍ତ୍ର ଆଦିବାସୀ ବିଦ୍ରୋହ ଦେଖାଯାଇଥିଲା । କୋରାପୁଟ ଜିଲ୍ଲାର ଗୁଣୁପୁର ,ରାୟଗଡାରେ “ଗୁମ୍ମା ଗରବା ମେଳି” ବା “ଗାଇବା ପିଲା ମେଳି ” ସଂଘଟିତ ହେଇଥଲା । ପାରଳାଖେମୁଣ୍ଡି ଅଞ୍ଚଳର ମୁଠାଦାର ମାନେ ସରକାରଙ୍କ ବିରୁଦ୍ଧରେ ମେଳି କରିଥିଲେ । କୋରପୁଟକୁ ଲାଗି ମଧ୍ୟପ୍ରଦେଶ ( ବର୍ତମାନର ଛତିଶଗଡ଼ )ରେ “ବସ୍ତର ମେଳି” ନାମରେ ବିପ୍ଲବ ହେଇଥିଲା । ଏହି ସମୟରେ ଆନ୍ଧ୍ରପ୍ରଦେଶରେ ଆଲୁରୀ ସୀତାରାମ ରାଜୁଙ୍କ ନେତୃତ୍ୱରେ ରମ୍ଫା ଫିତୁରୀ ବା ମେଳି ଅନ୍ୟତମ ମୁଖ୍ୟ ଘଟଣା । ଏହି ମେଳି ଆଦିବାସୀମାନଙ୍କ ମଧ୍ୟରେ ବହୁଳ ଭାବରେ ବନ୍ଧୁକର ବ୍ୟବହାର ପ୍ରସାର କରିଥିଲା । ଏହା ଲକ୍ଷ୍ମଣ ନାୟକଙ୍କ ସ୍ଥାନ ମାଲକାନିଗିରି ଓ ଆନ୍ଧ୍ରର ପର୍ବତ୍ୟାଞ୍ଚଳରେ ସଂଘଟିତ ହେଇଥିଲା । ଏହି ମେଳିରେ ଯୋଗଦାନ କରିଥିବା କକୁର୍କୋଣ୍ଡଆ ଗ୍ରାମର କୋୟା ୟୁବକ ଚନ୍ଦ୍ର କୁଟିୟାଙ୍କ ସଂସ୍ପର୍ଶରେ ଲକ୍ଷ୍ମଣ ଆସି ତାଙ୍କଠୁ ବନ୍ଧୁକ ଚାଳନା ଶିକ୍ଷା କରିବା ସହ ନିଜ ଅଞ୍ଚଳରେ ସଶସ୍ତ୍ର ବିପ୍ଲବ ନିମନ୍ତେ ପରିକଳ୍ପନା କରିଥିଲେ । ମାତ୍ର ପରବର୍ତ୍ତୀ ସମୟରେ ପରାସ୍ତ ସୀତାରାମ ରାଜୁଙ୍କ ଆତ୍ମସମର୍ପଣ ସହ ଏହି ବିପ୍ଲବ ଓ ଯୋଜନାର ଅବସାନ ଘଟିଥିଲା ।

ସ୍ବାଧିନତା ସଂଗ୍ରାମ

୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଓଡ଼ିଶା ଏକ ସ୍ବତନ୍ତ୍ର ପ୍ରଦେଶ ରୂପରେ ଆତ୍ମପ୍ରକାଶ କରିଥିଲା । ସାର୍ ଜନ୍ ଅଷ୍ଟିନ୍ ହବାକ୍ ହେଲେ ଓଡ଼ିଶାର ପ୍ରଥମ ଗଭର୍ଣ୍ଣର୍ । ଏକଦା ତାଙ୍କ କୋରାପୁଟ ଗସ୍ତ ସମୟରେ ତାଙ୍କ ପ୍ରତିନିଧି ଭାବରେ ତତ୍କାଳିନ ଜୟପୁର ରାଜା ସମସ୍ତ ସୁଖସୁବିଧାର ଆୟୋଜନ କରିଥିଲେ । ମାତ୍ର ଏଥି ନିମନ୍ତେ ଆଦିବାସୀଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିଥିଲା , ସମସ୍ତ ପ୍ରକାରର ଉପଲବ୍ଧ ଉତ୍ତମ ଖାଦ୍ୟଦ୍ରବ୍ୟ ବିନାମୂଲ୍ୟରେ ସରକାରଙ୍କୁ ଦେବାସହ , ସାହେବଙ୍କ ସେବାନିମନ୍ତେ ବେଠି ଖଟିବାକୁ ପଡ଼ିଥିଲା । ପ୍ରତିବାଦର ପରିଣାମ ଥିଲା ରାଜଦଣ୍ଡ । ସାହେବ ଓ ତାଙ୍କ ଅମଲାମାନଙ୍କର ଏ ଅତ୍ୟାଚରରେ ବିଚଳିତ ଲକ୍ଷ୍ମଣ ନାୟକ ନିଜ ଲୋକଙ୍କ ଦୂରବସ୍ଥା ବିଷୟରେ ତତ୍କାଲିନ ଘୁମର ଗ୍ରାମ ପଞ୍ଚାୟତର କଂଗ୍ରେସ ସଭାପତି ନିଳକଣ୍ଠ ପାତ୍ରଙ୍କୁ ଜଣାଇଥିଲେ । ନିଳକଣ୍ଠ ପାତ୍ର ଆଦିବାସୀମାନେ ହରାଇଥିବା ସମସ୍ତ ସମ୍ପତିର ତାଲିକା ପ୍ରସ୍ତୁତ କରି ଜୟପୁରର ରାଧାକୃଷ୍ଣ ବିଶ୍ବାସରାୟଙ୍କ ନିକଟକୁ ଯାଇଥିଲେ ଓ ସେ ଏ ସମ୍ବାଦକୁ ଖବର କାଗଜରେ ପ୍ରକାଶ କରିବା ପରେ ତୀବ୍ର ପ୍ରତିକିୟା ପ୍ରକାଶ ପାଇଥିଲା । ପରିଣାମ ସ୍ବରୂପ ଇଂରେଜ୍ ସରକାର ଲୋକମାନଙ୍କ ଠାରୁ ନିଆଯାଇଥିବା ଜିନିଷର ମୂଲ୍ୟ ଫେରାଇଥିଲେ । ଏହି ଘଟଣା ଫଳରେ ଲକ୍ଷ୍ମଣ ନାୟକଙ୍କ ମନରେ ଅହିଂସା ଓ ତତ୍କାଲିନ କଂଗ୍ରେସ ଉପରେ ବିଶ୍ବାସ ଜନ୍ମିଥିଲା । ୧୯୩୭-୩୮ ରେ ରାଧାକୃଷ୍ଣ ବିଶ୍ବାସରାୟ ଜୟପୁର ନିକଟସ୍ଥ ନୂଆପୁଟରେ ଖୋଲିଥିବା ତାଲିମ୍ ଶିବିରରେ ଯୋଗଦାନ କରି , ମହାତ୍ମାଗାନ୍ଧିଙ୍କ ଦର୍ଶିତ ଆଦର୍ଶ , ନୀତି ଓ ଶୃଙ୍ଖଳିତ ଜୀବନଯାପନ ବିଷୟରେ ଶିକ୍ଷା ଲାଭ କରିଥିଲେ ।

ସଂଗ୍ରାମୀ ଜୀବନ

ତାଲିମ୍ ଶିବିରରୁ ଫେରି ଲକ୍ଷ୍ମଣ , କୋରାପୁଟରେ ଖଦୀ ଓ ଅହିଂସାର ପ୍ରଚାର ଓ ପ୍ରସାରରେ ଯୋଗ ଦେଇଥିଲେ । ପଶୁବଳିକୁ ବିରୋଧ କରିବା ସହ ନିଜର ତିଶାରି ବୃତ୍ତିରେ ଆଉ ପଶୁବଳି ଦେଇନଥିଲେ । ଲକ୍ଷ୍ମଣ ଗାଁ କୁ ଗାଁ ବୁଲି ଲୋକଙ୍କୁ ନିର୍ଭିକ ହେବା ସହ , ସରକାରଙ୍କୁ ଟିକସ ନ ଦେବା , ଅହିଂସା ମାର୍ଗରେ ପରିଚାଳିତ ହେବା , ମଦ୍ୟ ତ୍ୟାଗ କରିବା ସହ ଏକ ଶୃଙ୍ଖଳିତ ଜୀବନ ଧାରଣ ନିମନ୍ତେ ବାର୍ତ୍ତା ପ୍ରଚାର କରୁଥିଲେ । ତାଙ୍କର ପ୍ରଧାନ ସହାୟକ ମଧ୍ୟରେ ବଲରାମ ସିଂ ପୁଜାରୀ , ମୋତିରାମ ସିଂ ପୁଜାରୀ , ବନସିଂ ପୁଜାରୀ , କୃଷ୍ଣଚନ୍ଦ୍ର ବିଶୋଇ ପ୍ରମୁଖ ଥିଲେ । କୃଷ୍ଣଚନ୍ଦ୍ର , ସାକ୍ଷରତା ଅଭିଯାନରେ ସାହାଯ୍ୟ କରି କୋରାପୁଟର ଉଦୟଗିରି ଠାରେ ଏକ ସ୍କୁଲ୍ ଖୋଲିଥିଲେ । ଏକ ମୁସ୍ତାଦାର ହୋଇ ମଧ୍ୟ ଲୋକଙ୍କୁ କର ନ ଦେବା ପାଇ କହିବାର ପରିଣାମ ସ୍ବରୂପ ଲକ୍ଷ୍ମଣଙ୍କୁ ରାଜଦ୍ରୋହୀ ବା ଫିତୁରିଦାର୍ (ଅର୍ଥାତ୍ ରାଜାଙ୍କୁ ବିରୁଦ୍ଧ କରୁଥିବା ମେଳିର ସର୍ଦ୍ଦାର ) ଘୋଷଣା କରି ତାଙ୍କ ଠାରୁ ସରକାରଙ୍କ ତରଫରୁ ଦିଆଯାଇଥିବା ପଦବୀ ଓ ଚାଷ ଜମି ଛଡାଇ ନିଆଯାଇଥିଲା । ଦ୍ୱିତୀୟ ବିଶ୍ବଯୁଦ୍ଧରେ ସମୟରେ , ମହାତ୍ମାଗାନ୍ଧିଙ୍କ ଆହ୍ବାନରେ ବ୍ୟକ୍ତିଗତ ସତ୍ୟାଗ୍ରହରେ ଅଂଶଗ୍ରହଣ କରି ଜେଲଦଣ୍ଡ ପାଇଥିଲେ । ୧୯୪୨ ମସିହା ଅଗଷ୍ଟ ୯, ବମ୍ବେ ଅଧିବେଶନରେ କଂଗ୍ରେସ୍ “ ବ୍ରିଟିଶ୍ ସରକାର ଭାରତଛାଡ” ପ୍ରସ୍ତାବ ପାଶ୍ କରିଥିଲା । ଏହା ପରେ ବ୍ରିଟିଶ୍ ସରକାର କଂଗ୍ରେସ୍ କୁ ବେଆଇନ୍ ଘୋଷଣା କରିଥିଲା । ଗୁପ୍ତରେ ଏହି ସମ୍ବାଦ ପାଇବା ପରେ ଲକ୍ଷ୍ମଣ ନାୟକ , ବଲରାମ ପୁଜାରୀଙ୍କ ଦ୍ବାରା ଜୟପୁରରୁ ଆସିଥିବା ନିର୍ଦ୍ଦେଶଗୁଡିକୁ ଆଦିବାସୀ ଭାଷାରେ ଅନୁବାଦ କରାଇ (ୟାଥା : “କର ବା ମର” କୁ “ତୋର୍ ବୁତା ତୁଇ କର୍ , ନ ପାରିଲେ ମର୍”) ଗାଁ ଗାଁ ବୁଲି ଲୋକମାନଙ୍କୁ ସତ୍ୟାଗ୍ରହ ଓ ସ୍ବାଧିନତା ନିମନ୍ତେ ଅହିଂସା ଲଢେଇର ବାର୍ତ୍ତା ପ୍ରଚାର କରିଥିଲେ ।

ମାତିଲି ଥାନା ଗୁଳିକାଣ୍ଡ

୧୯୪୨ ମସିହା ଅଗଷ୍ଟ ୨୧ ତାରିଖ , ଶୁକ୍ରବାର ଦିନ ଲକ୍ଷ୍ମଣ ନାୟକଙ୍କ ନେତୃତ୍ୱରେ ସଂଗ୍ରାମୀମାନେ ମାତିଲି ଥାନା ଘେରାଉ କରିଥିଲେ । ଲକ୍ଷ୍ୟ , ଅହିଂସାପୂର୍ଣ୍ଣ ଭାବରେ ଥାନା ଉପରେ ତ୍ରିରଙ୍ଗା ପତାକା ଉଡାଇବା । ଏହି ଆନ୍ଦୋଳନର ଦମନ ନିମନ୍ତେ ପୁଲିସ୍ କର୍ମୀମାନଙ୍କ ଉପରେ ଲାଠିମାଡ ସହ ଲକ୍ଷ୍ମଣ ନାୟକଙ୍କୁ ଅଲଗା ସମସ୍ତଙ୍କର ଦେଖିଲା ପରି ସ୍ଥାନକୁ ନେଇ ନିସ୍ତୁକ ମାଡ ମାରିବା ସହ ତାଙ୍କର ବୀରକେଶ(ନିଶ)କୁ ଓପାଡି ସେଥିରେ ନିଆଁ ଲଗାଇ ଦେଇଥିଲେ , ବନ୍ଧୁକର ବୟୋନେଟ୍ ମାଡରେ ବେହୋସ୍ ହୋଇପଡ଼ିଥିଲେ ଲକ୍ଷ୍ମଣ ନାୟକ । ଲକ୍ଷ୍ମଣଙ୍କ ଉପରେ ଏତାଦୃଶ୍ୟ ଅତ୍ୟାଚାର ପରେ ମଧ୍ୟ କର୍ମୀ ମାନେ ଆଗକୁ ବଢିଚାଲିବାରୁ ସେମାନଙ୍କ ଉପରେ ପୁଲିସ୍ ଗୁଳିଚାଳନା ଆରମ୍ଭ କରିଦେଇଥିଲା । ମୃତାହତମାନଙ୍କ ମଧ୍ୟରେ ଥିଲେ ଥାନା ଉପରେ ପତାକା ଧରି ଉଡେଇବାକୁ ଚଢ଼ିଥିବା ଟିମସଗୁଡାର ଲିଂଗ ଭୁମିଆ ଓ ସରଗିଗୁଡାର ନକୁଳ ମାଡକାମୀ । ଏ ଗୁଳିକାଣ୍ଡରେ ମାତାଲ୍ ଅବସ୍ଥାରେ ଥିବା ଫରେଷ୍ଟଗାର୍ଡ ଜି.ରାମୟା ର ମୃତ୍ୟୁ ହେଇଥିଲା । ଆନ୍ଦୋଳନକୁ ଦମନ କରିବା ପରେ ପୁଲିସ୍ ଲକ୍ଷ୍ମଣ ନାୟକଙ୍କ ଅଚେତ ଶରୀରକୁ ମୃତ ମନେକରି ନିକଟସ୍ଥ ନାଳରେ ଫୋପାଡି ଦେଇଥିଲା । ଚେତା ଫେରିପାଇବା ପରେ ଲକ୍ଷ୍ମଣ ପରିସ୍ଥିତି ବୁଝିପରିଥିଲେ ଓ ଦୁର୍ଗମ ବଣ ରାସ୍ତା ମଧ୍ୟଦେଇ ଜୟପୁରରେ ପରବର୍ତ୍ତୀ ନିର୍ଦ୍ଦେଶ ପାଇଁ ପହଞ୍ଚିଥିଲେ । ତତ୍ ପରଦିନ ଲକ୍ଷ୍ମଣ ନାୟକଙ୍କ ଶବ ଦେଖିବାକୁ ନ ପାଇ ପୁଲିସ୍ ତାଙ୍କୁ ଫେରାର୍ ଘୋଷିତ କରି ଫରେଷ୍ଟଗାର୍ଡ ଜି.ରମାୟାର ହତ୍ୟା ଅଭିଯୋଗରେ ବନ୍ଦୀ କରିବାକୁ ନିର୍ଦ୍ଦେଶନାମା ଜାରି କରିଥିଲା । ପୁଲିସ୍ ର ଗିରଫ ପରୱାନ ପରେ ଲକ୍ଷ୍ମଣ ଆତ୍ମଗୋପନ କରିଥିଲେ ମଧ୍ୟ , ଲୋକଙ୍କ ଉପରେ ଅତ୍ୟାଚାରର କହାଣୀ ଶୁଣି ପୁଣି ନିଜ ଗ୍ରାମ ତେନ୍ତୁଲିଗୁମାକୁ ଫେରି ଆସିଥିଲେ ।

ଗିରଫ ଓ ବିଚାର

୧୯୪୨ ମସିହା ସେପ୍ଟେମ୍ବର ୨ ତାରିଖରେ ତେନ୍ତୁଲିଗୁମାରୁ ଲକ୍ଷ୍ମଣ ଓ ତାଙ୍କ ପୁତ୍ର ରଘୁନାଥ , ସନଗୁମ୍ମାରୁ ବନସିଂ ପୁଜାରୀଙ୍କୁ ଗିରଫ କରାଯାଇଥିଲା । କୋରାପୁଟର ଅତିରିକ୍ତ ସେସନ୍ସ ଜଜ୍ ଭି.ରାମନାଥନ୍ଙ୍କଙ୍କ କୋର୍ଟ୍ ରେ ବିଚାର କରାଯାଇ , ଜି.ରାମୟାର ହତ୍ୟା ଅଭିଯୋଗରେ ଲକ୍ଷ୍ମଣଙ୍କୁ ମୃତ୍ୟୁଦଣ୍ଡାଦେଶ ହୋଇଥିଲା ।

ଶେଷଜୀବନ

ବିଚାର ପରେ ତାଙ୍କୁ କୋରାପୁଟ ଜେଲରୁ ବ୍ରହ୍ମପୁର୍ ଜେଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଥିବା ଅନ୍ୟ ପ୍ରମୁଖ ସ୍ବାଧିନତା ସଂଗ୍ରାମୀଙ୍କ ପ୍ରଚେଷ୍ଟାରେ ପାଟନା ହାଇକୋର୍ଟରେ ଅପିଲ୍ କରାଯାଇଥିଲେ ମଧ୍ୟ ତାହା ଖାରଜ ହେଇଯାଇଥିଲା । ୧୯୪୩ ମସିହା ମାର୍ଚ୍ଚ ୨୯ ତାରିଖରେ ତାଙ୍କୁ ଫାଶୀ ଦିଆଯାଇଥିଲା ।

ଆଧାର