ବଟୁ ଗୁମ୍ଫା
ବଟୁ ଗୁମ୍ଫା | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | Gombak |
Location | |
Country | Malaysia |
Architecture | |
Type | Dravidian Architecture |
K. Thamboosamy Pillay | |
Website | |
www.batucaves.org |
ବଟୁ ଗୁମ୍ଫା , ମାଲୟେସିଆ ଦେଶର ସେଲଙ୍ଗରଠାରେ ଅବସ୍ଥିତ ଏକ ଚୂନ ପଥର ପାହାଡ ଓ ସେଠାରେ ଗୁମ୍ଫାରେ ମନ୍ଦିର ରହିଛି । ଏହି ପର୍ବତ ନିକଟରେ ପ୍ରବାହିତ ହାଉଥିବା ସାନଗାଇ ବଟୁ ନଦୀର ନାମ ଅନୁସାରେ ଏହି ଗୁମ୍ଫାର ନାମ ବଟୁ ଗୁମ୍ଫା କୁହାଯାଇଥାଏ । ଏହା ଏହିପର୍ବତ ଶ୍ରେଣୀର ଦଶମ ଚୂନ ପଥର ପାହାଡ ଓ ନିକଟରେ ଥିବା ଗ୍ରାମକୁ ମଧ୍ୟ ବଟୁ ଗୁମ୍ଫା କୁହାଯାଇଥାଏ । .
ଏହା ଭାରତ ବାହାରେ ଥିବା ହିନ୍ଦୁ ଧର୍ମ ସ୍ଥଳୀ ମଧ୍ୟରୁ ସର୍ବାଧିକ ଜନପ୍ରିୟ । ମାଲେସିଆ ଦେଶରେ ମଧ୍ୟ ହିନ୍ଦୁ ପର୍ବ ଥାଇପୁସମ ଏଠାରେ ପାଳିତ ହୁଏ ।
ବଟୁ ଗୁମ୍ଫାକୁ ଭଗବାନ ମୁରୁଗାଙ୍କ ଦଶମ ଗୁମ୍ଫା ଭାବରେ କୁହାଯାଇଥାଏ । ଏଠି ମଧ୍ୟରୁ 6 ତୀ ଭାରତରେ ଓ 4 ତୀ ମାଲୟେସିଆରେ ରହିଛି । ମାଲୟେସିଆର ଅନନ୍ୟ ତିନୋଟି କଲ୍ଲୁମଲାଇ ମନ୍ଦିର , ଇୟଫଠାରେ , ତନିମାଳୟ ମନ୍ଦିର ପେନଙ୍ଗଠାରେ ଓ ସନ୍ନସୀମାଳୟ ମନ୍ଦିର ମାଲକ୍କାଠାରେ ଅବସ୍ଥିତ ।
ଏହା ନିକଟରେ ସେଲାୟଙ୍ଗ ନାମକ ଏକ ବୃହତ ଥୋକ ବଜାର ରହିଛି । .
ଇତିହାସ
[ସମ୍ପାଦନା]ଏହି ଗୁମ୍ଫା 400 ମିଲିୟନ ବର୍ଷ ପ୍ରାଚୀନ ବୋଲି କୁହାଯାଏ । ଏଠାରେ ପ୍ରାଚୀନ ଆଦିମ ତେମୁଆନ ଜାତିର ଲୋକ ରହୁଥିଲେ । 1860 ମସିହାର ଆଦ୍ଯ ଭାଗରେ ଚାଇନୀଜମାନେ ଆସି ସେଠାରେ ଖନନ କରି ସାରା ବାହାର କରୁଥିଲେ ଓ ତାହାକୁ କୃଷି କାର୍ଯ୍ୟରେ ବ୍ୟବହାର କରୁଥିଲେ । ତେବେ ବ୍ରିଟିଶମାନେ ଆସିବା ପରେ ଆମେରିକୀୟ ପ୍ରକୃତିବିଦ ୱିଲିୟମ ହାରନାଡେ ପ୍ରଥମେ ସେ ବିଷୟ ଲିପିବଦ୍ଧ ଆକାରରେ ପ୍ରସାର କରିଥିଲେ ।
1980 ମସିହାରେ ଭାରତୀୟ ବଣିକ ଥମ୍ବୁଶମୀ ପିଲାଇ ପ୍ରଥମେ ବଟୁ ଗୁମ୍ଫାରେ ଉପାସନାର ବ୍ୟବସ୍ଥା କରି ସେଠାରେ ଭଗବାନ ମୁରୂଗନଙ୍କ ମନ୍ଦିର ଗୁମ୍ଫା ଭିତରେ ସ୍ଥାପନ କରେଇ ଥିଲେ । 1892 ମସିହାରୁ ସେଠାରେ ଥାଇପୁସମ ଯାତ୍ରା ହେଇଆସୁଛି ।
1920 ମସିହାରେ ସେଟାକୁ କାଷ୍ଠା ନିର୍ମିତ ସୋପାନ ନିର୍ମିତ ହେଇଥିଲା । ତାହା ପରେ 272 ତୀ କଂକ୍ରିଟ ନିର୍ମିତ ସୋପାନ ସେ ସ୍ଥାନରେ କରଯାଇଥିଲା । ଏଠାରେ 3 ତୀ ମୁଖ୍ୟ ଗୁମ୍ଫା ସହ କେତେତି କ୍ଷୁଦ୍ର ଗୁମ୍ଫା ମଧ୍ୟ ରହିଛି । ପାହାଡ ତଳ ଦେଶରେ ଆର୍ଟ ଗଲେରୀ ଓ ସଂଗ୍ରହାଳୟ ରହିଛି ।
Religious site
[ସମ୍ପାଦନା]ପ୍ରଶାସନ
[ସମ୍ପାଦନା]ଶ୍ରୀ ମହା ମାରିଆମ୍ମା ମନ୍ଦିର ଦେବସ୍ଥାନମ ପ୍ରତିଷ୍ଠାନ ଏହାର ପରିଚାଳନା କରେ ଓ ଏହାର ମୁଖ୍ୟ ଦପ୍ତର କୁଆଲାଲୁମ୍ପୁରଠାରେ ରହିଛି । ସେମାନେ ମାଲୟେସିଆ ସରକାରଙ୍କୁ ହିନ୍ଦୁ କଲେଣ୍ଡର ଓ ଅନନ୍ୟ ହିନ୍ଦୁ ସମ୍ପର୍କିତ ବିଷୟରେ ପରାମର୍ଶ ଦେଇ ଥାନ୍ତି ।
ପ୍ରକୃତି
[ସମ୍ପାଦନା]ଏହି ଗୁମ୍ଫା ଅଗୁଡିକରେ ବିଭିନ୍ନ ପ୍ରଜାତିର ବାନର ରହିଥାନ୍ତି । ଏହା ଛଡା ବହୁ ସଂଖ୍ୟାରେ ବାଦୁଡି ମଧ୍ୟ ଦେଖାଯାଇଥାନ୍ତି । ଅନ୍ୟ ଗୁମ୍ଫା ଗୁଡିକର ପ୍ରକୃତିକ ଅବସ୍ଥା ବଜାୟ ରଖିବାକୁ ଗୁମ୍ଫା ମଧ୍ୟକୁ ପ୍ରବେଶ ବରଣ କରାଯାଇଛି । ତେବେ ମାଲୟେସିଆ ପ୍ରକୃତି ସଂସ୍ଥାନଦ୍ୱାରା ଶିକ୍ଷା ପାଇଁ ଟୁର ଆୟୋଜନ କରାଯାଏ ।
ପର୍ବତାରୋହଣ
[ସମ୍ପାଦନା]ବଟୁ ଗୁମ୍ଫାକୁ ପହଚିବାକୁ 160 ତୀ ଭିନ୍ନ ମାର୍ଗ ରହିଛି । .[୧]
ଉନ୍ନୟନ
[ସମ୍ପାଦନା]1970 ମସିହାରୁ ଏହି ଅଞ୍ଚଳରେ ବାସଗୃହ ସମୂହ ନିର୍ମିତ ହେଇ ବସ୍ତିର ଉନ୍ନୟନ ଘଟିଛି ।
ବିଗତ ଦଶନ୍ଧିରେ ଏହି ଅଞ୍ଚଳର ପ୍ରଭୁତ ଉନ୍ନତି ଘଟିଛି । ନୂତନ 515 ମିଲଲିଆନ ଖରଚରେ କୋମୁତର ରେଳ ପରିବର୍ଦ୍ଧନ କାର୍ଯ୍ୟକାରୀ ହେଲା ପରେ ବଟୁ ଗୁମ୍ଫା ଯାଏ ଟ୍ରେନ ଚଳାଚଳ ସମ୍ଭବ ହେଇଛି । ଏଠାରେ ଏକ କେବୁଲ କାର ମଧ୍ୟ 10 ମିଲିୟନ ମଲୟା ମୁଦ୍ରାରେ ନିର୍ମିତ ହେଇ ପର୍ଯ୍ୟଟକଙ୍କ ପାଇଁ ରହିଛି ।[୨][୩]
ଯାତାୟତ
[ସମ୍ପାଦନା]ବଟୁ ଗୁମ୍ଫା ସ୍ଥଳରେ ଟ୍ରେନ ଯୋଗେ କୋମୁତର ଷ୍ଟେସନରୁ ଯାଇ ହୁଏ । ଥରେ ପହଞ୍ଚିବାକୁ ବସର ମଧ୍ୟ ସୁବିଧା ରହିଛି ।[୬]
ଗ୍ୟାଲେରି
[ସମ୍ପାଦନା]-
The main temple of Murugan, Batu Caves.
-
Interior of Batu caves
-
Amazing Rocks Inside the Batu Caves
-
Nature of Rock at Batu Caves
-
Outside View from Batu Caves
-
Icons carried in procession during Thaipusam at Batu Caves. Also seen in the background is the 42.7 m high golden statue of Lord Murugan.]]
ପୁନଶ୍ଚ ଦେଖଣା
[ସମ୍ପାଦନା]- Malaysian Indian
- Indian Singaporean
- Kavadi
ଆଧାର
[ସମ୍ପାଦନା]- ↑ ("Rock Climbing @ Batu Caves".
- ↑ "Cable car service in Batu Caves next year". New Straits Times. Kuala Lumpur. 16 January 2011. Archived from the original on 29 June 2011. Retrieved 14 April 2011.
- ↑ "RM10 mil cable car for Batu Caves". Malaysia Kini. 20 January 2011. Retrieved 14 April 2011.
- ↑ "Cable car service in Batu Caves next year". New Straits Times. Kuala Lumpur. 16 January 2011. Archived from the original on 29 June 2011. Retrieved 14 April 2011.
- ↑ "RM10 mil cable car for Batu Caves". Malaysia Kini. 20 January 2011. Retrieved 14 April 2011.
- ↑ "Rock Climbing in Batu Caves". Oxbold.com. Retrieved 19 October 2015.